ତୁରେକେଲା ପୋଲିସ କୁ ମିଲିଛି ବଡ ସଫଳତା,ବିପୁଳ ମରିମାଣ ର କଫ ସିରଫ ସହ ନିଶା ଟାବଲେଟ ଜବତ...
ତୁରେକେଲା ପୋଲିସ କୁ ମିଲିଛି ବଡ ସଫଳତା,ବିପୁଳ ମରିମାଣ ର କଫ ସିରଫ ସହ ନିଶା ଟାବଲେଟ ଜବତ...
କଣ୍ଟାବାଞ୍ଜି/ତୁରେକେଲା,୧୯/୦୩ : ବଲାଙ୍ଗୀର ଜିଲ୍ଲା ତୁରେକେଲା ପୋଲିସ କୁ ମିଳିଛି ବଡ ସଫଳତା। ବିପୁଳ ପରିମାଣ ରେ କଫ ସିରଫ ସହ ନିଶା ଟାବଲେଟ ଜବତ କରିଛି ପୋଲିସ।
Ad..
ସୂଚନା ଅନୁସାରେ ତୁରେକେଲା ପୋଲିସ ଗତକାଲି ରାତି ପlଟ୍ରୋଲିଙ୍ଗ କରୁଥିବା ସମୟ ରେ ତୁରେକେଲା ରୁ ଲାଠୋର ଯିବା ରାସ୍ତା ଗୋଇଣ୍ଡିମାଲ ପାଖା ପାଖି ରାସ୍ତାରେ ଦ୍ରୁତ ଗତି ରେ ଯାଉଥିବା ଏକ ଟିଭି ଏସ ଆପାଚି ମୋଟର ସାଇକଲ ଓ ଚାରି ଚକିଆ ମାରୁତି ଦ୍ରୁତ ଗତିରେ ଯାଉଥିବାର ଦେଖି ପୋଲିସ ପିଛା କରି ବିପୁଳ ପରିମାଣ ର କଫ ସିରଫ ସହ ନିଶା ଟାବଲେଟ ଜବତ କରିବା ସହ ଅଭିଯୁକ୍ତ ଙ୍କ ଠାରୁ ଦୁଇ ଟି ଏପୋ ମୋବାଇଲ, ଗୋଟିଏ କି ପେଡ ମୋବାଇଲ ସହ ୨୬୦୦ ଟଙ୍କା ନଗଦ ଜବତ କରିଛି।
Ad..
ନିଶା ଟାବଲେଟ ୬୬୦୦ ଟି ଏବଂ ୫୫ ଟି କଫ ସିରଫ ଜବତ କରିଛି।ଏନେଇ ତୁରେକେଲା ଥାନାରେ ଏକ ମାମଲା ରୁଜୁ କରି ଯାହାର କେସ ନମ୍ବର ୬୨/୨୪ ସହ ଭାରତୀୟ ପେନାଲ କୋର୍ଡ ଧରା ୨୭୪,୨୭୫,୨୭୬,୧୨0(B) ଧାରାରେ ଦୁଇ ଅଭିଯୁକ୍ତ ତୁରେକେଲା ଥାନା ଅନ୍ତର୍ଗତ,ମଲିକଦୋରୋ ଗାଁ ର ବନମାଳୀ ଖରସେଲ ଓ ଆଉ ଜଣେ ପାଟଣାଗଡ଼ ମାଘମରା ର କ୍ଷମାନିଧି ମେହେର କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି, ବୋଲି ତୁରେକେଲା ଥାନା ଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି। ଜାମିନ ନା ମଂଜୁର ହେବାରୁ ଅଭିଯୁକ୍ତ ଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଛି।
Edited by k.s thakur...
Comments
Post a Comment