ଆମ ଆଦମୀ ପାର୍ଟି ର ଗଣଧାରଣା ୨୬ ଦିନ ପରେ ସ୍ଥଗିତ...

ଆମ ଆଦମୀ ପାର୍ଟି ର ଗଣଧାରଣା ୨୬ ଦିନ ପରେ ସ୍ଥଗିତ...


କଣ୍ଟାବାଞ୍ଜି,୧୯/୦୩ : କଣ୍ଟାବାଞ୍ଜି ଅଞ୍ଚଳର ଜନସାଧାରଣଙ୍କ ହିତ ପାଇଁ  ଆମ ଆଦମୀ ପାର୍ଟି  ତରଫରୁ  ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ୧୬ ଦଫା ଦାବୀ ନେଇ ଗତ ତା. ୨୨/୦୨/୨୪ ରୁ  ଚାଲିଥିବା ଗଣଧାରଣା  ନିର୍ବାଚନ ଆଚରଣ ବିଧି  ଲାଗୁ  ହେବା କାରଣ  ରୁ  ୨୬ ଦିନରେ  ଆଜି ସ୍ଥଗିତ କରାଗଲା।    

    Ad..

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ସଭାପତି ସୁରଥ ବେହେରା ଙ୍କ  ନେତୃତ୍ଵରେ ଚାଲିଥିବା ୧୬ ଟି ଦାବୀ ମଧ୍ୟ ରୁ ମୁଖ୍ୟ ଦୁଇଟି  ଦାବୀ ହେଲା, ଭୂମି ହୀନ ଙ୍କୁ  ଘର/ପଟ୍ଟା  ପ୍ରଦାନ ଓ ପଟ୍ଟାଦାର ଙ୍କୁ ରଏତି  କରିବା।ଏହି ଗଣଧାରଣା ରେ  ପ୍ରଶାସନ ତରଫରୁ  କୌଣସି ପ୍ରତିଶ୍ରୁତି ଦିଆ ଗଲା ନାହିଁ।

Ad..


ଗତ ତା ୧୬ ରେ  ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେଲା ସେଥିପାଇଁ ସରକାର କୌଣସି କାର୍ଯ୍ୟକ୍ରମ ଘୋଷଣା କରିପାରିବେ ନାହିଁ  ଏବଂ ରାଜନୈତିକ ଦଳ ମାନେ ମଧ୍ୟ ନିର୍ବାଚନ ଆଚରଣ ବିଧି କୁ ମାନିବାକୁ ବାଧ୍ୟ। ସେଥିପାଇଁ  ନିର୍ବାଚନ  ପ୍ରକ୍ରିୟା ସରିବା ପର୍ୟ୍ୟନ୍ତ ଧାରଣା ସ୍ଥଗିତ  ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି  ତହସିଲଦାର ରତନ ଲାଲ ମୁଣ୍ଡା ଙ୍କୁ ପାର୍ଟି ତରଫରୁ ଲିଖିତ ଦେଇଥିଲେ। 

ଆସିବା ସମୟରେ ମଧ୍ୟ ଏହି ମୁଦ୍ଦା କୁ  ନେଇ ଲୋକଙ୍କ ପାଖକୁ ଯିବୁ.  ନିର୍ବାଚନ ର ଯାହା ପରିଣାମ ହେଉ ନିର୍ବାଚନ ପରେ ଯଦି ଦାବୀ ପୂରଣ ହୋଇ  ନ ଥାଏ ତାହେଲେ ପୁଣିଥରେ ଆନ୍ଦୋଳନ କୁ ଓହ୍ଲାଇବୁ  ବୋଲି ଦଳ ତରଫରୁ କୁହାଯାଇଛି।

ଏହି ସମାପନ ସଭା ରେ ନଗର ସଭାପତି ବିଷ୍ନୁ ପୁଞ୍ଜି, ସମ୍ପାଦକ ହାଡୁ ଛତ୍ରିଆ,  ନାରୀ ନେତ୍ରୀ ସୁବର୍ଣ୍ଣ ଲତା ସାହୁ,  ବସୁଧା ଦାସ, କପି ରଜା  କୁମାର,  ହୀରା ଧର ବରିହା ସହ ନଗର ପାଳ ବରିୟାମ ସିଂହ ସାଲୁଜା,  ପୂର୍ବତନ ଭାଜପା ସଭାପତି ମୁରାରି ଅଗ୍ରୱାଲ,  ଶୁଣ୍ଢି ସମାଜ ସଭାପତି  କୁଞ୍ଜ ବିହାରୀ ବେହେରା, ବ୍ରାହ୍ମଣ ସଭାପତି ଅମର ଚନ୍ଦ ଶର୍ମା, ବ୍ରଜ ଶ୍ୟାମ  ଗୁରୁ, ମାଳି ସମାଜ ସଭାପତି ଶେଷ ଦେବ ପୁଟେଲ, ଆଦିବାସୀ ସମାଜ ସଭାପତି ଗୋବିନ୍ଦ ବର୍ଗେ , ପଟ୍ଟାଦାର  ସଂଘର୍ଷ ସମିତି ର ସଭ୍ୟ  ବିଜୟ ଘୁମୁରିଯା,ରାଜେନ୍ଦ୍ର ଅଗ୍ରୱାଲ, ରାଜେଶ ଅଗ୍ରୱାଲ, ଅରୁଣ ଅଗ୍ରୱାଲ,ଅନିଲ ଅଗ୍ରୱାଲ(ବ୍ରଦର୍ଶ ), ନରେନ୍ଦ୍ର ସୁନା, ସୁନୀଲ ଅଗ୍ରୱାଲ , ଅଗ୍ରୱାଲ ସଭା ଟ୍ରଷ୍ଟ,  ଅଖିଳ ଭାରତୀୟ ମାରୱାଡି ମହିଳା ମଞ୍ଚ  ସହ  ବହୁ ସାମାଜିକ ସଂଗଠନ ର କର୍ମକର୍ତ୍ତା,  ସମାଜସେବୀ ମାନେ ସହଯୋଗ କରିଥିଲେ।




Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...