ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଚତୁର୍ଥ ପର୍ଯ୍ୟାୟ ଓ କଣ୍ଢେଇ ଦିବସ ପାଳିତ...

ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଚତୁର୍ଥ ପର୍ଯ୍ୟାୟ ଓ କଣ୍ଢେଇ ଦିବସ ପାଳିତ...


ପଦ୍ମପୁର,୨୧/୦୩ :  ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ଶିଶୁ ବାଟିକା ବିଭାଗର ନୂତନ  ଶିକ୍ଷାବର୍ଷ ପାଇଁ ଘର ହିଁ ବିଦ୍ୟାଳୟ ଚତୁର୍ଥ ପର୍ଯ୍ୟାୟ ଅନୁଷ୍ଠିତ ଓ କଣ୍ଢେଇ ଦିବସ ପାଳିତ ହୋଇଯାଇଛି।

Ad..


ଶିଶୁ ବାଟିକା ବିଭାଗ ଶୈକ୍ଷିକ ସଂଯୋଜକ ଶ୍ରୀଯୁକ୍ତ ଲୋକନାଥ ମିଶ୍ର ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଔପଚାରିକ ଓ ଅନୌପଚାରିକ ଶିକ୍ଷା ବିଷୟରେ ଉପସ୍ଥିତ ମାତା ପିତା ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। 

Ad..


ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ  ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ସଂକୁଳ ଶିଶୁ ବାଟିକା ପ୍ରମୁଖ ସୁଜାତା ତ୍ରିପାଠୀ ସୂଚନା ପ୍ରଦାନ କରିଥିଲେ। ଲିଲି ଗୁରୁମା ସଂଯୋଜନା କରିଥିବା ବେଳେ ଶିଶୁ ବାଟିକା ବିଭାଗର  ଗୁରୁଜୀ ଗୁରୁମା  ଙ୍କ ଦ୍ୱାରା ହିନ୍ଦୁ ରୀତିନୀତି କିପରି ଜନ୍ମଦିନ ପାଳନ କରାଯାଏ ସେ ବିଷୟରେ ଜନ୍ମଦିନ ପାଳନ କରାଯାଇଥିଲା।

ଶେଷରେ ସଭାପତି ପୃଥିରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ୭୮ ଜଣ ନୂତନ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ ।କଣ୍ଢେଇ ଦିବସ ପାଳନ ଅବସରରେ ୨୦୦ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାର ତୂଳା,ମାଟି,କପଡ଼ା ଓ କାଠରେ ତିଆରି କଣ୍ଢେଇ ଗୁଡିକ ପ୍ରଦର୍ଶିତ ହୋଇଥିଲା ଏହି ପ୍ରଦର୍ଶନ ରେ ଶିଶୁ ବାଟିକା ବିଭାଗର ଭାଇ ଭଉଣୀ ଓ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ ।ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା।




Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...