"ଦାନା ପାଇଁ ଦାଦନ ଯୁବତୀ ନିଖୋଜ" : ନିଖୋଜ ଝିଅ କୁ ଖୋଜି ଖୋଜି ଅସାହାୟ ଭିନ୍ନକ୍ଷମ ବାପା...

"ଦାନା ପାଇଁ ଦାଦନ ଯୁବତୀ ନିଖୋଜ" : ନିଖୋଜ ଝିଅ କୁ ଖୋଜି ଖୋଜି ଅସାହାୟ ଭିନ୍ନକ୍ଷମ ବାପା...


କଣ୍ଟାବାଞ୍ଜି,୨୧/୦୩ : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଧିନସ୍ଥ ଗୋହିରାପଦର ଗାଁ ର ଜଣେ ଯୁବତୀ ମାହାରାଷ୍ଟ୍ର କୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ବେଳେ ସେଠାରୁ ସମ୍ପର୍କୀୟ ଙ୍କ ସହ ଘର କୁ ଫେରୁଥିବା ବେଲେ ୧ ମାସ ରୁ ଅଧିକ ଦିନ ହୋଇଥିଲେ ମଧ୍ୟ ଝିଅ ର କୌଣସି ପତ୍ତା ମିଲିନାହିଁ।

Ad..


ଏ ନେଇ ବଙ୍ଗୋମୁଣ୍ଡା ଥାନା ରେ ଯୁବତୀ ଙ୍କ ବାପା ଗୋରୁଚନ ଭତ୍ରା ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗୋରୁଚନ ଭତ୍ରା ଝିଅ ଯମୁନା ଭତ୍ରା ସହ ଗତ ୨୦୨୩ ମସିହା ଅକ୍ଟୋବର ମାସ ରେ ମହାରାଷ୍ଟ୍ର ର ଚନ୍ଦ୍ରପୁର ଅଞ୍ଚଳ କୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। 

Ad..


ସୂଚନା ଅନୁସାରେ,ସେଠା ରେ ଗ୍ରାମ ର ସମ୍ପର୍କୀୟ ଲୋଚନ ଭତ୍ରା ଗ୍ରାମ କୁ ଫେରିବାର ଜାଣିବାକୁ ପାଇ ଝିଅ କୁ ସାଙ୍ଗରେ ଗାଁ କୁ ନେବା ପାଇଁ ବାପା ଗୋରୁଚନ କହିଥିଲେ। କିନ୍ତୁ ଗୋରୁଚନ ବଜାର ଯାଇଥିବା ବେଳେ ସେଠା ତାଙ୍କ ବାପା ଙ୍କ ଅନୁ ଉପସ୍ଥିତ ରେ ଲୋଚନ ଭତ୍ରା ଏବ ତାର ୪ ଜଣ ସାଙ୍ଗ ଝିଅ ଯମୁନା କୁ ସାଙ୍ଗରେ ନେଇ ଆସିଥିଲେ। 

ଝିଅ କୁ ଲୋଚନ ଭତ୍ରା ନେଇଥିବା ଜାଣି ୮ ଦିନ ପରେ  ମାଲିକ ଠାରୁ ଛୁଟି ନେଇ  ଗାଁ କୁ ଆସିଥିଲେ। ଗାଁ କୁ ଆସିବା ପରେ ଝିଅ ଘର କୁ ପହଂଚି ନ ଥିବା ଜାଣିବାକୁ ପାଇଥିଲେ। ଏପରିକି ଝିଅ ର ପାରିଶ୍ରମିକ ମଧ୍ୟ କାମ କରୁଥିବା ସ୍ଥାନ ରୁ ମିଲିନାହିଁ। ଦେଢ ମାସ ହେବ ଝିଅ ର କୌଣସି ପତ୍ତା ମିଲିନଥିବା ବଙ୍ଗୋମୁଣ୍ଡା ଥାନା ରେ ଅଭିଯୋଗ ହୋଇଛି। 

ନିଖୋଜ ଯୁବତୀ ଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି। ସୂଚନା ଯୋଗ୍ୟ ଯେ,ଗତ ୭ ବର୍ଷ ତଲେ ଗୋରୁଚନ ଙ୍କ ବଡ ପୁଅ ଶିବ ଭତ୍ରା କୌଣସି  ରୋଗ ରେ ପୀଡିତ ହୋଇ ମୃତ୍ୟୁ ହୋଇଥିଲା। ଠିକା ତାର ୩ ବର୍ଷ ପରେ ତାଙ୍କ ସାନପୁଅ  ମନୁ ଭତ୍ରା ଙ୍କ ମୃତ୍ୟୁ ହୋଇଥିଲା, ୨ ପୁଅ ଙ୍କୁ ହରାଇ ତାଙ୍କ ପତ୍ନୀ ରୁକ୍ମଣୀ ଭତ୍ରା ଚିନ୍ତାଗ୍ରସ୍ତ ହୋଇ ସେ ମଧ୍ୟ ଶରୀର କ୍ଷିଣ ହେବା ସହ ମୃତ୍ୟୁବରଣ କରିଥିଲେ। 

ତେବେ ଜଣେ ବିକଲାଙ୍ଗ ବାପା ଯିଏ କି କାନ ରେ ଶୁଣି ପାରନ୍ତି ନାହିଁ ତାଙ୍କ ସାହା ଭରସା ଥିବା ଗୋଟିଏ ମାତ୍ର ଝିଅ ଯମୁନା ଭତ୍ରା ସେ ନିଖୋଜ ହେବା ନିଶ୍ଚିତ ଭାବରେ ଦୁଃଖଦ ଘଟଣା ଅଟେ, ତେଣୁ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଏହି ନିଖୋଜ ଘଟଣା କୁ ଗୁରୁତର ଭାବରେ ନେବାକୁ ସାଧାରଣ ରେ ଦାବି ହେଉଛି।




Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...