ଅବାଧ ଏବଂ ନିରପେକ୍ଷ ନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନର ପଦକ୍ଷେପ...
ଅବାଧ ଏବଂ ନିରପେକ୍ଷ ନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନର ପଦକ୍ଷେପ...
ବରଗଡ଼,୨୦/୦୩ : ନିର୍ବାଚନ ତାରିଖ ଘୋଷଣା ଠାରୁ ଶେଷ ହେବା ପର୍ଯ୍ୟନ୍ତ ଜିଲ୍ଲାରେ ଅବାଧ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରିବା ଲାଗି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଦିତ୍ୟ ଗୋୟାଲଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନ ବିଭିର୍ନ କାର୍ଯ୍ୟକ୍ରମ ହାତକୁ ନେଇଛି।
Ad..
ଆଦର୍ଶ ଆଚରଣ ବିଧି ଲାଗୁ ହେବା 72 ଘଣ୍ଟା ମଧ୍ୟରେ ଜିଲ୍ଲାରେ ସମସ୍ତ ସରକାରୀ ଦପ୍ତର, ବସଷ୍ଟାଣ୍ଡ, ମନ୍ଦିର, ରେଳ ଷ୍ଟେସନ ଭଳି ସର୍ବସାଧାରଣ ସ୍ଥାନରେ ଲାଗିଥିବା ବିଭିର୍ଣ୍ଣ ରାଜନୈତିକ ଦଳର ଚିହ୍ନ ଥିବା ହୋଡିଂ, ଚିତ୍ରକଳା, କାନ୍ଥ ଚିତ୍ର ଏବଂ ରାଜନେତାଙ୍କ ଫୋଟଚିତ୍ର ଆଦି ବାହାର କରି ଦିଆଯାଇଛି କିମ୍ବା ଘୋଡେଇ ଦିଆଯାଇଛି।
Ad..
ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉର୍ନୟନ ଅଧିକାରୀ, ପୌରାଞ୍ଚଳ ଏବଂ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଟିମ ଗୁଡିକ ଗଠନ କରାଯିବା ସହିତ ଏହାର ସଦସ୍ୟମାନେ ବୁଲିବୁଲି ନିଜ ଅଂଚଳ ତଦାରଖ କରିବା ସହିତ ହୋଡିଂ ଗୁଡିକୁ ହଟାଇଛନ୍ତି।
ନିର୍ବାଚନ ପ୍ରକ୍ରିୟାର ତଦାରଖ ତଥା ସୁପରିଚାଳନା ପାଇଁ ଜିଲ୍ଲା ସ୍ତରରେ ପ୍ରତ୍ୟକ ନିର୍ବାଚନ ମଣ୍ଡଳୀ ପାଇଁ ଫ୍ଲାଇଙ୍ଗ ସ୍କୁଆଡ଼ (FS), ଷ୍ଟାଟିକ୍ ସର୍ଭିଲାନ୍ସ ଟିମ (SST), ଭିଡିଓ ସର୍ଭିଲାନ୍ସ ଟିମ (VST) ଏବଂ ଭିଡିଓ ଭ୍ୟୁଇଂ ଟିମ (VVT) ଗଠନ କରାଯାଇଛି। ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଗ୍ରହଣ ସହ ସେଗୁଡିକର ଯାଞ୍ଚ କରିବା, ଇଭିଏମ ପରିଚାଳନା, ନିର୍ବାଚନ ସାମଗ୍ରୀ କ୍ରୟ ଓ ତାହାର ସୁପରିଚାଳନା ଏବଂ ଭୋଟର ସହାୟତା କେନ୍ଦ୍ରରେ କାର୍ଯ୍ୟ କରିବା ନିମନ୍ତେ ସରକାରୀ କର୍ମଚାରୀଙ୍କୁ ନେଇ ବିଭିର୍ନ ଦଳ ଗଠନ କରାଯାଇଛି।
ଏହି କ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଷରରେ ନିର୍ବାଚନ ସମୟରେ ରାଜନୈତିକ ବିଜ୍ଞାପନର ପ୍ରାକ ସାର୍ଟିଫିକେସନ ଏବଂ ଦୂରଦର୍ଶନ, ଖବରକାଗଜ ଓ ସମାଜିକ ଗଣ ମାଧ୍ୟମରେ ପ୍ରକାଶିତ ହେଉଥିବା ପେଡ ନ୍ୟୁଜଗୁଡିକର ତଦାରଖ ଏବଂ ନିୟମ ଉଲଘଂନ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମିଡ଼ିଆ ସାର୍ଟିଫିକେଶନ ଏବଂ ମନିଟରିଂ ସେଲ ଖୋଲାଯାଇଅଛି।
ଜିଲ୍ଲାର ମତଦାତାଙ୍କୁ 24 ଘଣ୍ଟା ସହାୟତା ଦେବା ଲାଗି ନିର୍ବାଚନ ନିୟନ୍ତ୍ରଣ କକ୍ଷ (ଇଲେକ୍ସନ କଣ୍ଟ୍ରୋଲ ରୁମ) ଖୋଲାଯାଇଅଛି। ମତଦାତାମାନେ ନିଜ ଅଭିଯୋଗ କିମ୍ବା ମତଦାନ ସମ୍ପର୍କିତ ସନ୍ଦେହ ଦୂର କରିବା ପାଇଁ ଜିଲ୍ଲା ଇଲେକ୍ସନ କଣ୍ଟ୍ରୋଲ ରୁମ ଯୋଗାଯୋଗ ନଂ- 06646-232346, 06646-232347 କିମ୍ବା ଭୋଟର ହେଲ୍ପ ଲାଇନ ଟୋଲ ଫ୍ରି ନଂ- 1950କୁ ଯୋଯଗାଯୋଗ କରିପାରିବେ।
ସେହିଭଳି ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ନେତୃତ୍ୱରେ ସମଗ୍ର ଜିଲ୍ଲାରେ ପୋଲିସ ପେଟ୍ରୋଲିଙ୍ଗ କଡାକଡି କରିବା ସହିତ ବିଭିର୍ନ ସ୍ଥାନରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଉଛି ଏବଂ ଜରୁରୀକାଳୀନ ସହାୟତା ହେଲ୍ପ ଲାଇନ ନଂ-112 ଜାରି କରାଯାଇଛି।
Report : Bijay ku sahu
Edited by k.s thakur...
Comments
Post a Comment