ବରଗଡ ସୋହେଲା ଠାରେ ବଳିଦାନ ଦିବସ ରେ ଯୁବ ସଂଗଠନ ର ମେଗା ରକ୍ତଦାନ ଶିବିର...
ବରଗଡ ସୋହେଲା ଠାରେ ବଳିଦାନ ଦିବସ ରେ ଯୁବ ସଂଗଠନ ର ମେଗା ରକ୍ତଦାନ ଶିବିର...
ବରଗଡ,୨୩/୦୩ : ଆଜି ବଳିଦାନ ଦିବସ ଅବସରରେ ବରଗଡ ଜିଲ୍ଲାର ସୋହେଲା ସଂସ୍କୃତି ଭବନ ଠାରେ ସୋହେଲାର ସାମାଜିକ ଅନୁଷ୍ଠାନ ଜୟଦୁର୍ଗା କ୍ଲବ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।
Ad..
ଏ ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ସ୍ଥାନୀୟ ଉପ କାରାଗାର ଅଧିକାରୀ ଓ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅଟିଥି ମାନେ ସହିଦ ଭଗତ ସିଂହ, ରାଜଗୁରୁ ଓ ଶୁକଦେବଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି ଆଜିର ବଳିଦାନ ଦିବସର ଗୁରୁତ୍ୱ ବିଷୟରେ ବକ୍ତବ୍ୟ ରଖିଥିଲେ।
Ad..
ସଭାପରେ ବରଗଡ଼ ରକ୍ତ ଭଣ୍ଡାର ଓ ବୁର୍ଲା ଭିମସାରର ରକ୍ତଭଣ୍ଡାରର କର୍ମଚାରୀଙ୍କ ସହଯୋଗରେ ରକ୍ତ ସଂଗ୍ରହ ହୋଇଥିଲା। ଏ ଅବସରରେ ଚାରି ଜଣ ଦମ୍ପତ୍ତିଙ୍କ ସହ ବାର ଜଣ ମହିଳା ସମେତ ୧୦୫ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ସମସ୍ତ ରକ୍ତଦାତା ମାନଙ୍କୁ ଅନୁଷ୍ଠାନ ତରଫରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥଲା।
କୋଭିଡ ସମୟରୁ ଆରମ୍ଭ କରି ଥିବା ଏହି ରକ୍ତଦାନ ଶିବିର ଆଜି ଚତୁର୍ଥ ବର୍ଷ ଲଗାତାର ଆୟୋଜନ କରି ସଫଳ କରିଥିବାରୁ ଅନୁଷ୍ଠାନର ସଭାପତି ସଞ୍ଜୟ କାଣ୍ଡ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସୁଜିତ୍ ପାତ୍ର , ଜିତୁ ସାହୁ , ଅରବିନ୍ଦ ପଶାୟତ, ଚିନ୍ମୟ ସାହୁ , ରାହୁଲ ଗୁପ୍ତା , ମନୋଜ୍ ସାହୁ , ଋତୁରାଜ ସାହୁ ଓ ଯୁବ ସଦସ୍ୟ ରୁଦ୍ର ପ୍ରତାପ ସାହୁ, ଉଦିତ ନାରାୟଣ ବାରିକ, କୁଳମଣୀ ଭଞ୍ଜ, କେଶବ ବାଗ, ଆଦି ସହଯୋଗ କରିଥଲେ।
Report : Bijay ku sahu
Edited by k.s thakur...
Comments
Post a Comment