ବରଗଡ଼ ଜିଲ୍ଲା ପଦ୍ମପୁର ନିକଟସ୍ଥ ଡୁଙ୍ଗୁରିପାଲି ଗାଁ ଠାରେ ଅଲେଖ ମହିମା ପୀଠ ରେ ନୂତନ ମନ୍ଦିର ରତ୍ନମୁଦ ମହୋତ୍ସବ ପାଳନ...
ବରଗଡ଼ ଜିଲ୍ଲା ପଦ୍ମପୁର ନିକଟସ୍ଥ ଡୁଙ୍ଗୁରିପାଲି ଗାଁ ଠାରେ ଅଲେଖ ମହିମା ପୀଠ ରେ ନୂତନ ମନ୍ଦିର ରତ୍ନମୁଦ ମହୋତ୍ସବ ପାଳନ...
ବରଗଡ଼,୨୫/୦୩ : ବରଗଡ଼ ଜିଲ୍ଲା ପଦ୍ମପୁର ଜମଲା ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁ ଠାରେ ଅଲେଖ ମହିମା ଙ୍କ କୁନ୍ଦା ବାବା ଙ୍କ ମଠ ର ବନବାସୀ ବାବା ଙ୍କ ଉଦ୍ୟମ ରେ ନୂତନ ମହିମା ମନ୍ଦିର ନିର୍ମିତ ହେଉଥିବା ରୁ ମନ୍ଦିରର ରତ୍ନ ମୁଦ ଉତ୍ସବ ଦୁଇଦିନ ଧରି ପାଳନ ହୋଇଯାଇଛି ।
Ad..
ଦିର୍ଘ ଶହେ ବର୍ଷ ର ପୁରୁଣା ମନ୍ଦିରରେ ଏକ ନୂତନ ମହିମା ମନ୍ଦିର ନିର୍ମିତ ହେଉଛି ଯାହା ଡୁଙ୍ଗୁରିପାଲି ଗାଁ ର ବିଦ୍ଯାଧର ପଧାନ ଏକ ଏକରର ଅଠର ଡିସମିଲ ଯମି ଦାନ ଦେଇଥିଲେ ସେଠାରେ ଅଲେଖ ମହିମା ଙ୍କ ଭବ୍ଯ ମନ୍ଦିର ନିର୍ମିତ ହେଉଥିବା ରୁ ଦୁଇଦିନ ଧରି ରତ୍ନ ମୁଦ ଉତ୍ସବ ଅନୁଷ୍ଠିତ ହେଉଥିଲା।
Ad..
ଏଥିସହ ପୀଠ ର ସ୍ବର୍ଗତ କୁନ୍ଦା ବାବା ନିଜ ଭିଖ୍ଯା କରି ସଂଗ୍ରହ କରିଥିବା ପାଣ୍ଠି ରୁ ପୋଖରୀ ଖୋଲିଥିଲେ ସେହି ପୋଖରୀ ର ପ୍ରତିଷ୍ଠା ଉତ୍ସବ ମଧ୍ଯ ଅନୁଷ୍ଟିତ ହୋଇଯାଇଛି ।
Ad..
ପାଖ ଆଖ ଅଚଳ ର ମହିମା ଧର୍ମର ଶ୍ରଦ୍ଧାଳୁମାନେ ଯୋଗଦାନ ଦେଇଥିବା ବେଳେ କଲେଖ ମହିମା ଧର୍ମ ର ପ୍ରଚାର କରୁଥିବା ମହିମା ବାବା କୁଳମଣୀ ବାବା ଙ୍କ ସମେତ ବିଭିନ୍ନ ଅଂଚଳରୁ ଆସିଥିବା ମହିମା ବାବା ରସାନନ୍ଦ ବାବା, ଶୈକିଲାଲ, ଜଗନ୍ନାଥ ବାବା, ଅରୁପାତ୍ଯାଗୀ ବାବା, ଦୂର୍ଯେଧନ ବାବା, ତ୍ୟାଗୀ ବାବା ପ୍ରମୁଖ ଯୋଗଦାନ ଦେବାସହ ଶତାଧିକ ଅଲେଖ ମହିମା ଧର୍ମୀ ସାଧୁ ସନ୍ଥ ଯୋଗଦାନ ଦେଇଥିଲେ । ଗ୍ରାମବାସୀଙ୍କ ସମେତ ପାଖଆଖ ଅଚଳ ର ଜନସାଧାରଣ ସଂପୂର୍ଣ୍ଣ ସହଯୋଗ କରିଥିଲେ।
Report : Bijay ku sahu
Edited by k.s thakur...
Comments
Post a Comment