ଜନ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ସୁଧାଂଶୁ ଶେଖର ପୁରୋହିତ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା...

ଜନ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ସୁଧାଂଶୁ ଶେଖର ପୁରୋହିତ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା... କଣ୍ଟାବାଞ୍ଜି,୩୦/୦୬ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଜନ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ସୁଧାଂଶୁ ଶେଖର ପୁରୋହିତ ଙ୍କ ଷାଠିଏ ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ଜନ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟଳୟ ଠାରେ କନିଷ୍ଠ ଯନ୍ତ୍ରୀ ପ୍ରଦୀପ ମହାକୁଡ ଓ ଅନ୍ୟ କର୍ମଚାରୀଙ୍କ ତରଫରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। Ad.. କଣ୍ଟାବାଞ୍ଜି ଜନ ସ୍ୱାସ୍ଥ୍ୟ ବିଭାଗ ରେ ପମ୍ପ ହାଉସ ରେ ପମ୍ପ ଡ୍ରାଇଭର ଭାବେ ସୁଧାଂଶୁ ଶେଖର ପୁରୋହିତ ୧୯୯୪ ମସିହା ଠାରୁ ନେଇ ଆଜି ଦିନ ପର୍ଯ୍ୟନ୍ତ ନିଷ୍ଠା ପର ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ। ଆଜି ତାଙ୍କୁ ୬୦ ବର୍ଷ ପୂର୍ଣ୍ଣ ହେବା ଯୋଗୁ କନିଷ୍ଠ ଯନ୍ତ୍ରୀ ପ୍ରଦୀପ ମହାକୁଡ ଓ ଅନ୍ୟ କର୍ମଚାରୀଙ୍କ ତରଫରୁ ଫୁଲ ମାଳ,ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ। Ad.. ଉକ୍ତ ସଭା କନିଷ୍ଠ ଯନ୍ତ୍ରୀ ପ୍ରଦୀପ ମହାକୁଡ ଙ୍କ ଅଧ୍ୟକ୍ଷତା ରେ ଆୟୋଜନ ହୋଇଥିବା ବେଳେ ସ୍ଥାନୀୟ ଜନ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ସଞ୍ଜୀବ ବେହେରା,ପ୍ରେମାକର ମାଝୀ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୁରେଶ ଦାସ, ଦେବାର ବାରିକ, ସେଖ ନାସିର ଓ ପ୍ରଦୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। By odisha chronicle news ...