ଡ୍ରେନ ମୁକୁଳା ରଖି ଲୋକଙ୍କ ଧନ ଜୀବନ ସହିତ ଖେଳ ନ ହେଉ...
ଡ୍ରେନ ମୁକୁଳା ରଖି ଲୋକଙ୍କ ଧନ ଜୀବନ ସହିତ ଖେଳ ନ ହେଉ...
ବରଗଡ଼,୨୮/୦୬ : ଭୁବନେଶ୍ଵର ଭଲି ବରଗଡ଼ ରେ ମଧ୍ୟ ମୁକୁଳା ପଡିଛି ଡ୍ରେନ। ଘଟଣା ଘଟିଲେ ଯାଇ ନେତା ଓ ପ୍ରଶାସକଙ୍କ ଚେତା ପଶିବା ନିତି ରେ ବରଗଡ଼ ସହରରେ ଏଭଳି କୈାଣସି ଅଘଟଣ ଘଟିଲା ପଛେ ନେତା ଓ ପ୍ରଶାସକ ସଚେତନ ହବେ କି ବୋଲି ସଚେତନ ମହଲରେ ପ୍ରଶ୍ନ ଉଠୁଛି। Ad..
ଚଳିତ ଜୁନ ୧୯ ତାରିଖ ଦିନ ଭୁବନେଶ୍ଵରରେ ଏକ ମୁକୁଳା ଡ୍ରେନ ରେ ଜଣେ ନିଃସ୍ବାପ ଶିଶୁ ପୁତ୍ର ପଡି ମୃତ୍ୟୁବରଣ କରି ସାରା ରାଜ୍ୟ କୁ ଥରାଇଦେଇଥିବା ଘଟଣା ରୁ ବରଗଡ଼ ପ୍ରଶାସନ କିଛି ଶିକ୍ଷା ଲାଭ କରି ପାରିଲା ନାହିଁ । ସମ୍ଭବତଃ ଆଉ ଜଣେ ଶିଶୁଙ୍କ ଡ୍ରେନ ରେ ପଡି ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ ପ୍ରଶାସନ ଅପେକ୍ଷା କରୁଛି ବୋଲି ଲୋକେ କୁହାକୁହି ହେଉଛନ୍ତି ।
Ad..
ବରଗଡ଼ ର ବ୍ୟସ୍ତ ବହୁଳ ରାସ୍ତା ଜର୍ଜ ହାଇସ୍କୁଲ ପଡ଼ିଆ ସାମ୍ନାରେ ଦୀର୍ଘଦିନ ହେଲା ମୁକୁଳା ରହିଥିବା ଡ୍ରେନ, କଲେଜ୍ ରୋଡ ଡ୍ରେନ ପରି ଅନେକ ସ୍ଥାନରେ ଏପରିକି ଗାଁ ଠାରୁ ସହର ବରଗଡ଼ ଜିଲ୍ଲା ର ସମସ୍ତ ଏନ୍ ଏ ସି ଓ ବରଗଡ଼ ମୁନସିପାଲଟି ର ଅନେକ ସ୍ଥାନରେ ଡ୍ରେନ ମୁକୁଳା ପଡିଛି। କେବେ ଏକ ବଡ ଦୁର୍ଘଟଣା ହେବ ଅପେକ୍ଷା କରାଯାଉଛି ।
ଅବଶ୍ୟ କୈାଣସି ଏକ ବଡଧରଣର ଦୁର୍ଘଟଣା ପରେ ଆଉ ଡ୍ରେନ ଗୁଡିକ ମୁକୁଳା ରହିବ ନାହିଁ ଏବଂ ବରଗଡ଼ ର ନବ ନିର୍ବାଚିତ ପ୍ରିୟ ସାଂସଦ ଓ ବିଧାୟକ ଡ୍ରେନ ରେ ପଡି ମୃତ୍ୟୁବରଣ କରିଥିବା ତଥାକଥିତ ଶିଶୁପୁତ୍ର କିମ୍ବା ବ୍ୟକ୍ତି ଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ଅନୁକମ୍ପା ରାଶି ଘୋଷଣା କରି ନିଜର କର୍ତ୍ତବ୍ୟ ସମାପନ କରିବେ କି ବୋଲି ସଚେତନ ମହଳ ରେ ଆଲୋଚନା ଓ ସମାଲୋଚନା ହେଉଛି ।
Report : Bijay ku sahu
Edited by k.s thakur...
Comments
Post a Comment