ଆଷାଢ଼ ହେଲାଣି ନଇ ନାଲ ସୁଖା ପଡିଛି ବରଗଡ଼ ଜିଲ୍ଲା ରେ ଆବଶ୍ୟକତା ଠାରୁ କମ୍ ବର୍ଷା...

ଆଷାଢ଼ ହେଲାଣି ନଇ ନାଲ ସୁଖା ପଡିଛି ବରଗଡ଼ ଜିଲ୍ଲା ରେ ଆବଶ୍ୟକତା ଠାରୁ କମ୍ ବର୍ଷା...


ବରଗଡ଼,୨୮/୦୬ : ଆଷାଢ଼ ମାସ ଆରମ୍ଭ ହେଲା ଅଥଚ ନଇ,ନାଲ,କୂଅ ପୋଖରୀ ଗୁଡିକ ସୁଖା ପଡିଛି। ଆଉ କିଛିଦିନ ପରେ ରଥଯାତ୍ରା। ନଦୀ ରେ ଧାର ନାହିଁ । ଲୋକ ଉକ୍ତି ଅନୁସାରେ ଆଷାଢ଼, ଶ୍ରାବଣ ମେଘ ବରଷଇ ଘନଘନ ହେଲେ ଏଥର ବରଗଡ଼ ଜିଲ୍ଲା ରେ ଫେଲ ମାରୁଛି ବର୍ଷା। 

             Ad..


ବାହୁଡ଼ା ରଥ ସମୟରେ ଚାଷୀମାନେ ବୁଣା ଧାନର ବିହୁଡା କାର୍ଯ୍ୟରେ ଲାଗିଥାନ୍ତି  ହେଲେ ଏଥର ମୈସୁମୀ ବାୟୁ ଶିଘ୍ର ଆସିଥିଲେ ବି ବର୍ଷା ଦିର୍ଘ ସପ୍ତାହେ ବିଳମ୍ବ ହେବା ଯୋଗୁଁ ବୁଣାଧାନ ରେ ମଧ୍ୟ ବିଳମ୍ବ ହୋଇପାରେ। ବରଗଡ଼ ଜିଲ୍ଲା ର କିଛି ବ୍ଲକ ଅଂଚଳ ରେ ବର୍ଷା ହେଉଥିବାବେଳେ ଆଉ ଗାଇସିଲେଟ, ପଦ୍ମପୁର, ପାଇକମାଳ ଝାରବନ୍ଧ ଅଂଚଳ ରେ ବର୍ଷା ପରିମାଣ କମ୍ ହୋଇଛି। 

         Ad..


ବଡ଼ ବଡ଼ ମେଘ ଉଠୁଛି ହେଲେ ଗାୟବ ମଧ୍ୟ ହେଉଛି। ବରଗଡ଼ ଜିଲ୍ଲା ର  ଦୁଇ ବଡ ନଦୀ ବରଗଡ଼ ର ଜୀରା ଓ ପଦ୍ମପୁର ର ଅଙ୍ଗ ନଦୀ ଏବେ ସୁଖିଲା ପଡିଛି। ଛତିଶଗଡ଼ ଅଂଚଳ ରେ ମୈସୁମୀ ବର୍ଷା ବରଗଡ଼ ଜିଲ୍ଲା ଅପେକ୍ଷା ଛତିଶଗଡ଼ ରେ ଟିକେ  ଆଗରୁ ହୋଇଥିବା ରୁ ଏହି ଦୁଇ ନଦୀରେ ଦୁଇଦିନ ହେବ ସାମାନ୍ୟ ବର୍ଷା ଧାର ଟିଏ ବୋହିଛି ନହେଲେ ନଦୀ ନାଲ ଏବେବି ଆଷାଢ଼ ରେ ଶୁଖିଲା ପଡିଛି। 

କେବଳ ଯେ ନଦୀ ନାଲ କୂଅ ପୋଖରୀ ମୁଖା ରହିଛି ତାହା ନୁହେଁ ଚାଷ ଜମିକୁ ପାଣି ନ ଥିବାରୁ ଲୋକ ବୁଣା ଓ ପହ୍ଲା ପାଇଁ ମଧ୍ୟ ମେଘ ଓ ବର୍ଷା କୁ ଅପେକ୍ଷା କରିଛନ୍ତି। ଏଥର ଜୁନ୍ ମାସରେ ଆବଶ୍ୟକତା ଠାରୁ କମ୍ ପ୍ରାୟ  ୭୦ ପ୍ରତିଶତ କମ୍ ବର୍ଷା ହୋଇଥିବା ଜଣାପଡିଛି।





Report : Bijay ku sahu

Edited by k.s thakur...






Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...