ଫାଇଲେରିଆ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ : ଅଗଷ୍ଟ ୧୦ ରୁ ୧୯ ସାମୁହିକ ମେଲେରିଆ ଔଷଧ ସେବନ,ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମନ୍ଵୟ ବୈଠକ...

ଫାଇଲେରିଆ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ : ଅଗଷ୍ଟ ୧୦ ରୁ ୧୯ ସାମୁହିକ ମେଲେରିଆ ଔଷଧ ସେବନ,ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମନ୍ଵୟ ବୈଠକ...


ବରଗଡ଼,୨୭/୦୬ : ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୁଲ୍ୟରେ ଫାଇଲେରିଆ ବା ବାତ ଜ୍ଵର ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ୨୦୨୪ର ସଫଳ ରୂପାଯନ ନିମନ୍ତେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। 
             Ad..

ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀମତୀ ମଧୁଛନ୍ଦା ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଡ. ନିରୂପମା ଷଡଙ୍ଗୀ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଶ୍ରୀ ସାଧୁ ଚରଣ ଦାଶଙ୍କ ସମେତ ମ୍ୟୁନିସିପାଲିଟି ଚେୟାରମେନ, ଶ୍ରୀମତୀ କଳ୍ପନା ମାଝୀଙ୍କ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Ad..


ଆଗାମୀ ୧୦ ଅଗଷ୍ଟ, ୨୦୨୪ ଠାରୁ ୧୯ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ଅନୁଷ୍ଠିତ ହେବାକୁ ଯାଉଥିବା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ବିଷୟରେ ବିଶଦ ଆଲୋଚନା ସହ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଥିଲା ।  

ସୂଚନାଯୋଗ୍ୟ କି, ଏହି ଔଷଧ ୨ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ଜନସାଧାରଣ ସେବନ କରିବେ । କେବଳ ଗର୍ଭବତୀ ମହିଳା ଓ ୨ ବର୍ଷରୁ କମ ଶିଶୁ ଏବଂ ଅତ୍ୟନ୍ତ ରୋଗାକ୍ରାନ୍ତ ବ୍ୟକ୍ତିବିଶେଷଙ୍କୁ ଔଷଧ ଦିଆଯିବ ନାହିଁ । ଏକ ସପ୍ତାହ ମଧ୍ୟରେ ଶିଶୁ ଜନ୍ମ କରିଥିବା ମା ମାନଙ୍କ ବ୍ୟତୀତ ୬ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ଜନସାଧାରଣଙ୍କୁ ଆଇଭରମାକଟିନ ବଟିକା, ଡିଇସି ଓ ଆଡବେଣ୍ଡାଜୋଲ ଦିଆଯିବ। 

୨ ବର୍ଷରୁ ୫ ବର୍ଷର ଶିଶୁମାନଙ୍କୁ କେବଳ  ଡିଇସି ଓ ଆଡବେଣ୍ଡାଜୋଲ ଦିଆଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଡ. ଷଡଙ୍ଗୀ ଏବଂ ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଶ୍ରୀ ଦାଶ ଫାଇଲେରିଆ ରୋଗର କାରଣ, ଭୟାବହତା ଏବଂ ନିରାକରଣ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ସମସ୍ତଙ୍କୁ ଅବଗତ କରିଥିବା ବେଳେ ଜିଲ୍ଲା ପ୍ରକଳ୍ପ ପରିଚାଳକ (ଜାତୀୟ ସ୍ୱାସ୍ଥ୍ୟ ମିଶନ), ବରଗଡ଼,  ଗିରିଜା ପ୍ରସାଦ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।





Report : Bijay ku sahu

Edited by k.s thakur...







Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...