ତ୍ରିଦିବସୀୟ ସଂକୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ...

ତ୍ରିଦିବସୀୟ ସଂକୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଘାଟିତ...


ବରଗଡ଼/ପଦ୍ମପୁର,୨୭/୦୬ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କୁସୁନାପାଲି ଠାରେ ସଂକୁଳ ସ୍ତରୀୟ ତ୍ରିଦିବସୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ଆଜି ସନ୍ଧ୍ୟା ସମୟରେ ଉଦଘାଟିତ ହୋଇଯାଇଛି ।ଶିକ୍ଷା ବିକାଶ ସମିତି ର ବିଦ୍ୱତ୍ ପରଷଦ ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ।

              Ad..


ଭାରତ ବର୍ଷ ରେ ସ୍ୱଜାଗରଣ  ତଥା ବ୍ୟଷ୍ଟି,ସମଷ୍ଟି,ସୃଷ୍ଟି ଓ ପରମେଷ୍ଟି  ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ।ପ୍ରାରମ୍ଭରେ ସାନ୍ଧ୍ୟ ବନ୍ଦନା ପରେପରେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା ଏଥିରେ ବାଦ୍ୟ ଯନ୍ତ୍ର ରେ ଅନ୍ତର୍ଯ୍ୟାମୀ ମେହେର ଓ ରମେଶ ଗୁର୍ଲା ସହଯୋଗ କରିଥିଲେ

Ad..


ସମ୍ମାନୀତ ଅତିଥି ଭାବରେ ସହ ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା, ସଂକୁଳ ପ୍ରମୁଖ ଦ୍ୱାଦଶ ପଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟ ଶାଳା ର ଉଦ୍ଦେଶ୍ୟ କଥନ କରିଥିଲେ ।ସଂକୁଳ ସଂଯୋଜକ ଶ୍ରୀ ଚୈତନ୍ୟ ଭୋଇ  ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

ସଭାପତି ପୃଥିରାଜ ସାହୁ, ଉପସଭାପତି ଗୋପାଳ କୃଷ୍ଣ ମଶ୍ର ପ୍ରମୁଖ ମଞ୍ଚାସୀନ ଥିବାବେଳେ  ମାତୃ ଭାରତୀ ର ସଦସ୍ୟା ମାନେ ମଧ୍ୟ ଉପସ୍ଥିତ ଥିଲେ ।ସମ୍ପାଦକ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟଶାଳା ଟିରେ ସଂକୁଳ ଅନ୍ତର୍ଗତ ୯ ଟି ଶିଶୁ ମନ୍ଦିର ରୁ ୧୩୨ ଜଣ ଗୁରୁଜୀ ଗୁରୁମା ଅଂଶ ଗ୍ରହଣ କରିଛନ୍ତି।

ଉକ୍ତ କାର୍ଯ୍ୟଶାଳା ଟି ୩୦ ତାରିଖରେ ରେ ଉଦଯାପିତ ହେବ ।୨୭/୦୬/୨୪ ପ୍ରାତଃ କାଳାଂଶ ରେ କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି ଦୀପ ପ୍ରଜ୍ୱଳନ କରିଥିଲେ ।ସମାଜସେବୀ ନିରୋଜ ଦୋରା ,ସଂକୁଳ ପ୍ରମୁଖ ଦ୍ୱାଦଶ କୁମାର ପଧାନ, ସଂକୁଳ ସଂଯୋଜକ ଚୈତନ୍ୟ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ ।ସମସ୍ତ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା।




Report : Bijay ku sahu

Edited by k.s thakur...





Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...