ତ୍ରିଦିବସୀୟ ସଂକୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ...

ତ୍ରିଦିବସୀୟ ସଂକୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ...


ପଦ୍ମପୁର,୩୦/୦୬ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କୁସୁନାପାଲି ଠାରେ ସଂକୁଳ ସ୍ତରୀୟ ତ୍ରିଦିବସୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ତା.୨୬/୦୬/୨୪ ସନ୍ଧ୍ୟା ସମୟରେ ଉଦଘାଟିତ ହୋଇ । ଆଜି ଉଦଯାପିତ ହୋଇଯାଇଛି । 

              Ad..


ତା.୨୮/୦୬/୨୪ ରିଖ ରେ ସୁନିଲ ଅଗ୍ରୱାଲ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଓ ହରିହର ସାହୁ ସନ୍ଧ୍ୟା କାଳାଂଶ ରେ ଅତିଥି ଭାବରେ ଯୋଗ ଦେଇ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଃ ଙ୍କ ବିଷୟରେ ପ୍ରବଚନ ଦେଇ ଥିଲେ।ତା:୨୯/୦୬/୨୪ ରିଖ ପ୍ରାତଃ କାଳାଂଶ ରେ ନାଟ୍ୟକାର କେଶ ରଂଜନ ପଧାନ ଓ ଭାରତ ବିକାଶ ପରିଷଦ ର ଜୟନାରାୟଣ ତ୍ରିପାଠୀ  ପ୍ରମୁଖ  ଅତିଥି ଭାବରେ ଯୋଗଦେଇ ମାର୍ଗ ଦର୍ଶନ କରିଥିଲେ।  

Ad..


ସମୋରୋପ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଏ.ବି.ଇ.ଓ ରାଜ ବୋରାସମ୍ବର ବ୍ଳକ ଶିବପ୍ରସାଦ ଯୋଷୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୁଷ୍ପାର୍ଚ୍ଚନା କରିଥିଲେ ।ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ  ସମ୍ପାଦକ ଭକ୍ତ ଚରଣ ସାହୁ ମୂଖ୍ୟ ବକ୍ତା ଭାବରେ ଯୋଗଦେଇ ଭାରତୀୟ ଚିନ୍ତନ ଆଧାରରେ ଆଚାର୍ଯ୍ୟ ଜୀବନ ଶୈଳୀ ବିଷୟରେ ଆଲୋଚନା କରିଥିଲେ । 

ସଂକୁଳ ସଂଯୋଜକ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ ଙ୍କୁ ଉପଢୌକନ ଦେଇ ସମ୍ମୁନୀତ କରାଯାଇଥିଲା ।ସଂକୁଳ ପ୍ରମୁଖ ଶ୍ରୀ ଦ୍ୱାଦଶ କୁମାର ପଧାନ କାର୍ଯ୍ୟଶାଳା ର ବୃତ୍ତ କଥନ କରିଥିବା ବେଳେ  ସମ୍ମାନୀତ ଅତିଥି ଭାବରେ ସଭାପତି ପୃଥିରାଜ ସାହୁ, ପୂର୍ବତନ ଛାତ୍ର ଆଶିଷ କୁମାର ବଂଶଲ ,ଜିଲ୍ଲା ସହ ପ୍ରମୁଖ ମନୋଜ କୁମାର ପଣ୍ଡା, ପଦ୍ମପୁର ସଂଘ ଚାଲକ ରୋହିତ କୁମାର ମେହେର  ପ୍ରମୁଖ ମଞ୍ଚାସୀନ ଥିଲେ ।

ସମ୍ପାଦକ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।ମାତୃ ଭାରତୀ ର ସଭ୍ୟା ବୃନ୍ଦ ମଧ୍ୟ ଉପସ୍ଥିତ ରହି ଥିଲେ ।ଏହି କାର୍ଯ୍ୟଶାଳା ଟିରେ ସଂକୁଳ ଅନ୍ତର୍ଗତ ୯ ଟି ଶିଶୁ ମନ୍ଦିର ରୁ ୧୪୦ଜଣ ଗୁରୁଜୀ ଗୁରୁମା  ଅଂଶ ଗ୍ରହଣ କରି ଥିଲେ।ସମସ୍ତ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା






Report : Bijay ku sahu

Edited by k.s thakur...



Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...