ଲାୟନ୍ସ କ୍ଲବ ଆନୂକୁଲ୍ୟରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ...

ଲାୟନ୍ସ କ୍ଲବ ଆନୂକୁଲ୍ୟରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ...


ବରଗଡ଼,୩୦/୦୬ : ରବିବାର ଦିନ ରେଲୱେଷ୍ଟେସନ ନିକଟରେ ଥିବା ହୋଟେଲ ସିଦ୍ଧୀ ଠାରେ ବରଗଡ଼ ଲାୟନ୍ସ କ୍ଲବ ଦ୍ବାରା ଏକ ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଅଛି।

         Ad..


ଏହାକୁ ନବ ନିର୍ବାଚିତ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ,ଡାକ୍ତର ଓମ୍ ପ୍ରକାଶ ଅଗ୍ରୱାଲ ଓ ଡ଼ାକ୍ତର ସ୍ବାଧିନ ଶର୍ମା ଉଦଘାଟନ କରିଥିବା ବେଳେ ଡ଼ାକ୍ତର ପ୍ରବୀଣ ଅଗ୍ରୱାଲ, ଡାକ୍ତର ଅର୍ଚ୍ଚନା ଅଗ୍ରୱାଲ, ଡାକ୍ତର ରାକେଶ ଗୋୟଲ, ଡାକ୍ତର ପ୍ରଶାନ୍ତ ମୋଟାରି,ଡାକ୍ତର ଶକ୍ତି କୁମାର ତ୍ରିପାଠୀ, ଡାକ୍ତର ଇପ୍ସିତା ଦେବତା ଆଦି ଅଭିଜ୍ଞ ଡାକ୍ତରମାନେ ଯୋଗଦେଇ  ରେଳଷ୍ଟେସନ ପଡା, ଗୋବିନ୍ଦ ପାଲି, ତୋରା, ରୁହୁଣିଆଁ ଆଦି ଅଞ୍ଚଳର ଦୁଇଶହ ରୁ ଅଧିକ ରୋଗୀ ଙ୍କୁ ପରାମର୍ଶ ଦେବା ସହିତ ଔଷଧ ବଣ୍ଟନ କରିଥିଲେ।

Ad..


ଏହି ସ୍ବାସ୍ଥ୍ୟ ଶିବିର ରେ ସାଇ ମଲ୍ଟି ସ୍ବେସାଲିଟି ହସ୍ପିଟାଲ ପକ୍ଷରୁ ଚିନ୍ମୟୀ ପଣ୍ଡା,ଗୁନ ଗୁନ ବେହେରା, ଦୀପା ରଣା, ଓ ରାଜ ପାଥୋଲ୍ୟାବ ପକ୍ଷରୁ ରାଜ କିଶୋର ପାଣିଗ୍ରାହୀ, ଆଲୋକ ମେହେର, ସଂଧ୍ୟା ରାଣୀ ବେନିଆଁ ପ୍ରମୁଖ ସହଯୋଗ କରିଥିଲେ ।

ଏହି ଶିବିରରେ ବରଗଡ଼ ଲାୟନ୍ସ କ୍ଲବ ର ସମସ୍ତ ସଦସ୍ୟ ସଦସ୍ୟା ଯୋଗଦେଇଥିବା ବେଳେ ମୁଖ୍ୟ ସଂଯୋଜକ ଅଭୟ କୁମାର ଭୋଇ ପରିଚାଳନା କରିଥିଲେ । ଆସନ୍ତା ମାସରେ ପଞ୍ଚାୟତ ସ୍ତରରେ ଏହିପରି ଶିବିର ଆୟୋଜନ କରାଯିବ ବୋଲିି ସଭାପତି କିଶନ ଅଗ୍ରୱାଲ ପ୍ରକାଶ କରିଥିଲେ।





Report: Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...