ବର୍ଷା ହେଲେ ପଦ୍ମପୁର ସରକାରୀ ଡାକ୍ତରଖାନା ରେ ଜମୁଛି ପାଣି...

ବର୍ଷା ହେଲେ ପଦ୍ମପୁର ସରକାରୀ ଡାକ୍ତରଖାନା ରେ ଜମୁଛି ପାଣି...


ବରଗଡ଼,୨୭/୦୬ : ସାମାନ୍ୟ ବର୍ଷା ଟିକେ ହେଲେ ରୋଗୀ ଯାଇପାରୁ ନାହାନ୍ତି ଡାକ୍ତରଖାନା। ଫାଇଭ ଟି ଯୋଜନା ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବରଗଡ଼ ଜିଲ୍ଲା ପଦ୍ମପୁର ସରକାରୀ ଡାକ୍ତରଖାନା ର ଉନ୍ନତି କରଣ କରିଛନ୍ତି ଯାହା ଏବେ ବର୍ଷା ସମୟରେ ସମସ୍ୟା ସୃଷ୍ଟି କରୁଛି। 

                Ad..


ଡାକ୍ତରଖାନା ଉନ୍ନତ କରାଯାଇଛି ହେଲେ ଡାକ୍ତରଖାନା ର ମୁଖ୍ୟ ଗେଟ୍ ରେ ବର୍ଷା ପାଣି ଜମୁଛି ସେଥିପାଇଁ ବିଭାଗୀୟ ଅଧିକାରୀ ଗୁରୁତ୍ବ ଦେଲେ ନାହିଁ କାହିଁକି ଯାହା ତାଙ୍କ ଦାୟିତ୍ଵ ନୁହେକି ବୋଲି ପ୍ରଶ୍ନ ଉଠୁଛି। 

Ad..


ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ବିକାଶ ପାଇଁ ସମସ୍ତ କୋଠରୀ ନବିକରଣ କରାଯାଇଥିବା ବେଳେ ଡ଼ାକ୍ତରଖାନାର ବିଦ୍ୟୁତ କରଣ ମରାମତି, କାନ୍ଥ ପ୍ଲାଷ୍ଟର ଜଳଯୋଗାଣ ଓ ଫ୍ଲେରିଙ୍ଗି କାମ କରାଯାଇଛି ହେଲେ ଲାଇନ୍ ଗଲେ ଡାକ୍ତରଖାନା ରେ ଡାକ୍ତର ଙ୍କ ଚେମ୍ବର ଅନ୍ଧାର, ରାତ୍ରୀରେ କେତେକ ସ୍ଥାନରେ ଲାଇଟ ଜଳୁ ନ ଥିବା, ସାମାନ୍ୟ ବର୍ଷା ହେଲେ ପାଣି ଜମି ରହିଥିବା ଭଲି ସମସ୍ୟା ଦେଖାଦେଉଛି ଯାହା ଏବେ ଚିନ୍ତା ବଢ଼ିବାରେ ଲାଗୁଛି। 

ବର୍ଷା ପାଣି ପାଇଁ କୈାଣସି ବିକଳ୍ପ କରାଯାଇନଥିବା ରୁ କେତେକ ସ୍ଥାନରେ ବର୍ଷା ଜଳ ଜମିଯାଇ ରୋଗୀ ଡାକ୍ତରଖାନା ଯିବାକୁ ସମସ୍ୟା ହେଉଛି ଏପରିକି ଡାକ୍ତରଖାନା ର ମୁଖ୍ୟ ଗେଟ୍ ନିକଟରେ ବର୍ଷା ପାଣି ଜମି ରହୁଛି। 

ପଦ୍ମପୁର ସରକାରୀ ଡାକ୍ତରଖାନାରେ କିଭଳି ଭାବରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ଓ ଏଥରେ ସାଧାରଣ ଲୋକ କିଭଳି ସୁବିଧା ସୁଯୋଗ ପାଉଛନ୍ତି ତାହା ସରକାରୀ ସ୍ତର ରେ ସମୀକ୍ଷା କରାଗଲେ ପ୍ରକୃତ ସମସ୍ୟାର ସମାଧାନ ହୋଇ ଭୂଲ ସୁଧରାଯାଇ ପାରିବ ବୋଲି ଆଲୋଚନା ହେଉଛି






Report : Bijay ku sahu

Edited by k.s thakur...




Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...