ଶିକ୍ଷକ ପରମେଶ୍ବର ଖମାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା...
ଶିକ୍ଷକ ପରମେଶ୍ବର ଖମାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା...
କଣ୍ଟାବାଞ୍ଜି,୩୦/୦୬ : ତୁରେକେଲା ବ୍ଳକ ଅନ୍ତର୍ଗତ ବାହାବଲ ଆଞ୍ଚଳିକ ସାଧନକେନ୍ଦ୍ରର ଗଭରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମେଶ୍ବର ଖମାରୀଙ୍କ ଷାଠିଏ ବର୍ଷ ପୂର୍ତ୍ତି ଅବସରରେ ଗଭରା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।
Ad..
ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ଓ ସମ୍ମାନିତ ଅତିଥି ଭାବରେ ରାମକୃଷ୍ଣ ସେଲମା, ବିରଞ୍ଚି ନାରାୟଣ ଦାଶ, ଧନସିଂ ମାଝୀ, ଗୋବିନ୍ଦ ହିଆଲ,କୃତ୍ତିବାସ ବରିହା,ଯୋଗୀରାମ ବାଗ,ମୁକୁନ୍ଦ ଦେବ ତାଣ୍ଡି ଆଦି ଯୋଗ ଦେଇଥିଲେ।
Ad..
ପ୍ରକାଶ ମେହେରଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ବିଦାୟୀ ଶିକ୍ଷକ ଶ୍ରୀ ପରମେଶ୍ବର ଖମାରୀଙ୍କୁ କ୍ଳଷ୍ଟର ତରଫରୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ପ୍ରଦାନ କରାଯାଇଥିଲା।ତାପରେ ମଞ୍ଚାସୀନ ଅତିଥିମାନେ ଶ୍ରୀ ଖମାରୀ ଜଣେ ଆଦର୍ଶ ଶିକ୍ଷକ ସହିତ ପରୋପକାରୀ ବ୍ୟକ୍ତି ଅଟନ୍ତି ବୋଲି ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଗୌତମ ଆଣ୍ଡିଆ,ବବ୍ରୁ ନାୟକ,ଲଳିତ ବାରିକ,ବୈକୁଣ୍ଠ ବାଗ,ବିକ୍ରମ ମାଝୀ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।
Edited by k.s thakur...
Comments
Post a Comment