ବେଆଇନ ଟୋଲ ଆଦାୟ କୁ ଆମ୍ ଆଦମୀ ପାର୍ଟି ର ବିରୋଧ...

ବେଆଇନ ଟୋଲ ଆଦାୟ କୁ ଆମ୍ ଆଦମୀ ପାର୍ଟି ର ବିରୋଧ... 


ବରଗଡ଼,୨୮/୦୬ : ପଂଚାୟତ ରାସ୍ତା ରୁ ବେଆଇନ ଭାବେ ଟୋଲ ସଂଗ୍ରହ କରୁଥିବା ଅଶୋକା ବିଲିକନ ର କାର୍ଯ୍ୟ ପନ୍ଥା କୁ ଆମ୍ ଆଦମୀ ପାର୍ଟି ବିରୋଧ କରିଛି। 

             Ad..


ବରଗଡ଼ ସମ୍ବଲପୁର ଜାତୀୟ ରାଜପଥ ମଧ୍ୟରେ ରହିଛି ବରାହଗୋଡ଼ା ଟୋଲ ଗେଟ ଏହାର ନିକଟ ରେ ଏକ ପଂଚାୟତ ରାସ୍ତା ଯାହାକି ତୋରା କୁ ସଂଯୋଗ କରିଛି ଏହି ରାସ୍ତା ରୁ ଅଶୋକା କମ୍ପାନୀ ବେଆଇନ ଭାବେ ଟଙ୍କା ଅସୁଲି କରୁଛି ଯାହାକି ସାଧାରଣ ଲୋକଙ୍କ ମଧ୍ୟରେ ରେ ପ୍ରତିକ୍ରିୟା ଦେଖା ଦେଇଛି। 

Ad..


ପାର୍ଶ୍ଵ ଉନ୍ନତି କରଣ ନିମନ୍ତେ ଷ୍ଟ୍ରିଟ ଲାଇଟ ଓ ଆପ୍ରୋଗ୍ରାମ ରୋଡ଼ କାର୍ଯ୍ୟ ଅଧୁରା ଥିବା ବେଳେ ଜାତୀୟ ରାଜପଥ ରେ ପାର୍ଶ୍ୱ ରେ ଡ୍ରେନେଜ ବ୍ୟବସ୍ଥା ନକରି କେବଳ ଟଙ୍କା ଅସୁଲି ଉପରେ କମ୍ପାନୀ ଧ୍ୟାନ ଦେଉଛି। 

ଯଦିଓ ପୌର ଅଂଚଳ ର ୭ କିଲୋମିଟର ମଧ୍ୟରେ ଟୋଲ ଆଦାୟ କରିବାର ନିୟମ କୁ ଉଲଂଘନ କରି ବରହାଗୋଡ଼ା ଠାରେ ଥିବା ଏହି ପ୍ଲାଜା ରୁ ବେଆଇନ ଟ୍ୟାକ୍ସ ଆଦାୟ ଜାରି ରହିଛି। ଏହି ବେଆଇନ ଆଦାୟ ଯଦି ତୁରନ୍ତ ବନ୍ଦ ନହେବ ତାହେଲେ ଆଗକୁ ଆମ୍ ଆଦମୀ ପାର୍ଟି ଏହାକୁ ବିରୋଧ କରିବ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି।





Report : Bijay ku sahu

Edited by k.s thakur...




Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...