Posts

Showing posts from March, 2025

ବରଗଡ଼ ନାଗରିକ ମଞ୍ଚ ପକ୍ଷରୁ ଇଦ ମୁବାରଖ ଓ ବାର ସଭାପତି ଭୀଷ୍ମଦେବ ସରାଫଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ...

Image
ବରଗଡ଼ ନାଗରିକ ମଞ୍ଚ ପକ୍ଷରୁ ଇଦ ମୁବାରଖ ଓ ବାର ସଭାପତି ଭୀଷ୍ମଦେବ ସରାଫଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ... ବରଗଡ,୩୧/୦୩  : ବରଗଡ଼ ଜିଲ୍ଲା ଓକିଲ ସଂଘ ର ସଭାପତି ଭାବେ ନିର୍ବାଚିତ ହୋଇ ଥିବା ଭୀଷ୍ମଦେବ ସରାଫ ଙ୍କୁ ବରଗଡ଼ ନାଗରିକ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ଜଣାଇବା ସହ ପବିତ୍ର ଇଦ-ଉଲ-ଫିତର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛି।  Ad.. ସେହିପରି ବିଭିନ୍ନ ସାମାଜିକ ସଂଗଠନ ତରଫରୁ ଶ୍ରୀ ସରାଫ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା, ବରଗଡ ର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ରେ ସକାରାତ୍ମକ ଭୂମିକା ନିର୍ବାହ କରିବା ସହ ବରଗଡ ବାସୀଙ୍କ ଅଧିକାର ପାଇଁ ଲଢେଇ ଜାରି ରହିବ ବୋଲି ଶ୍ରୀ ସରାଫ କହିଛନ୍ତି।  ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଭବାନୀ ସାହୁ, ଶିବାନନ୍ଦ ମଟାରୀ, ସମୀର ପ୍ରଧାନ, ରାଜେନ୍ଦ୍ର ସିକନ୍ଦର, ଜୀବନ ଲାଲ ଚୌଧୁରୀ, ନିଖିଳ ପାଣିଗ୍ରାହୀ,ଚିତ୍ତରଞ୍ଜନ ମେହେର,ସଂଘମିତ୍ରା ପଟେଲ, ଅନିରୁଦ୍ଧ ନାଏକ, ନିରଞ୍ଜନ ବାରିକ, ବିଘ୍ନେଶ୍ୱର ମିଶ୍ର, ସୁଦାମ ସାହୁ, ସୁରଥ ସାହୁ, ସାରଥୀ ମେହେର, ଜିଭି ରାଓ, ଗଙ୍ଗା ପୂଝାରୀ, ପୃଥିବୀରାଜ ଭୋଇ, ଅଲିମ ରିଜବି, ଲତିଫ ଖାନ, ଗୋବିନ୍ଦ ଶର୍ମା, ନିତ୍ୟାନନ୍ଦ ବାଗ, ସଚ୍ଚି ପଣ୍ଡା, ଅରକ୍ଷିତ ଭୋଇ, ଶୟନ ପଣ୍ଡା, ଶ୍ରବଣ ଶର୍ମା, ଅବଦୁଲ ଫିରୋଜ, ସରୋଜ ନାଏକ ଓ ଅନ୍ୟମାନେ ଉପସ୍ଥିତ ଥିଲେ। Report : Bijay ku sahu Edited by k.s thakur...

ହିନ୍ଦୁ ଜାଗରଣ ମଂଚ ବରଗଡ଼ ପକ୍ଷରୁ ଜିଲ୍ଲାପାଳ ଙ୍କୁ ରାମନବମୀ ଓ ମହାବିଷୁବ ସଂକ୍ରାନ୍ତି ସମୟରେ ଆମିଷ ବ୍ୟବସାୟ ବନ୍ଦ ନିମନ୍ତେ ଅନୁରୋଧ ପତ୍ର...

Image
ହିନ୍ଦୁ ଜାଗରଣ ମଂଚ ବରଗଡ଼ ପକ୍ଷରୁ ଜିଲ୍ଲାପାଳ ଙ୍କୁ ରାମନବମୀ ଓ ମହାବିଷୁବ ସଂକ୍ରାନ୍ତି ସମୟରେ ଆମିଷ ବ୍ୟବସାୟ ବନ୍ଦ ନିମନ୍ତେ ଅନୁରୋଧ ପତ୍ର... ବରଗଡ଼,୩୧/୦୩ : ବରଗଡ଼ ଜିଲ୍ଲାପାଳ ଙ୍କୁ ହିନ୍ଦୁ ଜାଗରଣ ମଂଚ ବରଗଡ଼ ପକ୍ଷରୁ ରାମନବମୀ ଓ ମହାବିଷୁବ ସଂକ୍ରାନ୍ତି ସମୟରେ ଆମିଷ ବ୍ୟବସାୟ ବନ୍ଦ ନିମନ୍ତେ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି। Ad.. ଏହି ଅନୁରୋଧ ପତ୍ର ରେ ଦର୍ଶାଇଛନ୍ତି ଯେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଦୟାମୟ ଜୀବନ ଓ ଉଚ୍ଚ ଆଦର୍ଶ ଆମ ସମାଜ ଓ ସଂସ୍କୃତି ପାଇଁ ଏକ ଅନନ୍ୟ ପ୍ରେରଣା ଏବଂ ମାନବୀୟ ମୂଲ୍ୟବୋଧର ପ୍ରତିକ। ଆସନ୍ତା ୦୬.୦୪.୨୦୨୫ ରେ ଆମେ ଶ୍ରୀରାମ ନବମୀ ଓ ୧୪.୦୪.୨୦୨୫ ରେ ମହାବିଷୁବ ସଂକ୍ରାନ୍ତି/ହନୁମାନ ଜୟନ୍ତୀ ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତ।  ଏହି ଉତ୍ସବଗୁଡ଼ିକ ଭକ୍ତି, ଭାବନା ଏବଂ ଏକତା ର ଏକ ମହାନ ପ୍ରତିକ ଭାବେ ଦେଖାଯାଏ, ଯେଉଁଥିରେ ବରଗଡ଼ ସହର ଏକ ଅଖଣ୍ଡ ଭକ୍ତିମୟ ପରିବେଶରେ ମେଳି ଯିବ। ଏହି ପବିତ୍ର ଅବସରର ଧାର୍ମିକ ଓ ଆଧ୍ୟାତ୍ମିକ ଗୁରୁତ୍ୱ ଅତ୍ୟନ୍ତ ବିଶେଷ। ଏଥିପାଇଁ, ଏହି ଦିନଗୁଡ଼ିକର ପବିତ୍ରତା ଓ ଉଦ୍ଦେଶ୍ୟ ରକ୍ଷା କରିବା ନିମନ୍ତେ ଆମିଷ ବ୍ୟବସାୟ ବନ୍ଦ ରଖିବା ଅବଶ୍ୟକ। ଏହା ଦ୍ୱାରା ସମୁଦାୟର ଧାର୍ମିକ ଆସ୍ଥା ଓ ସଂସ୍କୃତିକ ଏକତା ଅଖଣ୍ଡ ରହିବ, ଏବଂ ସାମାଜିକ ସମ୍ପ୍ରୀତି ଅନୁପ୍ରାଣିତ ହେବ। ଏହି ବିନମ୍ର ଅନୁରୋଧ ଯେ, ଗମ୍ଭୀରତାର ସହିତ ବିଚ...

ବାକିଥିବା ଟ୍ରାଫିକ ଇ-ଚାଲାଣ ନଭରିଲେ ରଦ୍ଦ ହେବ ଲାଇସେନ୍ସ...

Image
ବାକିଥିବା ଟ୍ରାଫିକ ଇ-ଚାଲାଣ ନଭରିଲେ ରଦ୍ଦ ହେବ ଲାଇସେନ୍ସ... ଭୁବନେଶ୍ୱର,୩୧/୦୩ : ଗାଡି ଚାଳକଙ୍କ ପାଇଁ ବଡ଼ ଖବର । ଦେଶରେ ବ୍ୟାପକ ମାତ୍ରାରେ ଟ୍ରାଫିକ ଚାଲାଣ ପୈଠ କରାଯାଉ ନାହିଁ । ସାରା ଦେଶରେ ୪୦ ହଜାର ୫୪୮ କୋଟି ଟଙ୍କା ଫାଇନ୍‌ ପଡ଼ିଥିବା ବେଳେ ୧୬ ହଜାର ୩୨୪ କୋଟି ଟଙ୍କା ଆଦାୟ ହୋଇଛି।            Ad.. ତେଣୁ ସରକାର ଏଥିପାଇଁ ଦୃଢ ପଦକ୍ଷେପ ନେବାକୁ ଯାଉଛନ୍ତି। କୌଣସି ଇ-ଚାଲାଣର ପେମେଣ୍ଟ ୩ ମାସ ମଧ୍ୟରେ ଟ୍ରାଫିକ ଫାଇନ ଭରିବାକୁ ପଡିବ। ଯଦି ୩ ମାସ ମଧ୍ୟରେ ଟ୍ରାଫିକ ଫାଇନ ନ ଭରା ହୁଏ ତେବେ ଡ୍ରାଇଭରଙ୍କ ଲାଇସେନ୍ସ ବାତିଲ୍ କରାଯିବ। ଏହା ସହିତ ବିପଜ୍ଜନକ ଗାଡି ଚାଳନା ଓ ରେଡ୍ ଲାଇଟ ଅତିକ୍ରମ କରିବା ପରି ତ୍ରୁଟି ପାଇଁ ବର୍ଷକରେ ତିନୋଟି ଚାଲାଣ କଟିଥିବ ତାହେଲେ ମଧ୍ୟ ଲାଇସେନ୍ସ ରଦ୍ଦହେବ। Edited by k.s thakur...

ରାଜ୍ୟରେ ତିଆରି ହେବ ସାଢ଼େ ୬ ହଜାର କିଲୋମିଟର ରାସ୍ତା...

Image
ରାଜ୍ୟରେ ତିଆରି ହେବ ସାଢ଼େ ୬ ହଜାର କିଲୋମିଟର ରାସ୍ତା... ଭୁବନେଶ୍ବର,୩୧/୦୩ : ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟରେ ତିଆରି ହେବ ସାଢ଼େ ୬ ହଜାର କିଲୋମିଟର ରାସ୍ତା। ଆସନ୍ତା ୩ ବର୍ଷରେ ତିଆରି ହେବ ୧୫ ହଜାର କିଲୋମିଟର ରାସ୍ତା। ଏନଏଚଏଆଇ ଓ ରାଜ୍ୟ ରାଜପଥ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।  Ad.. ଏନଏଚଏଆଇ ପ୍ରକଳ୍ପ ଓ ଭବିଷ୍ୟତରେ ରାଜ୍ୟ ରାଜପଥର ଯେଉଁ ପ୍ରକଳ୍ପ ହେବ ସେ ନେଇ ବରିଷ୍ଠ ଅଧିକାରୀଙ୍କ ସହ ପୂର୍ତ୍ତ ମନ୍ତ୍ରୀ ସମୀକ୍ଷା କରିଥିଲେ। ଆସନ୍ତା ୩ ବର୍ଷରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାରେ ୧୫ ହଜାର କିଲୋମିଟର ରାସ୍ତା ହେବ ।  ଏପ୍ରିଲ ୧ ରୁ ନୂଆ ଆର୍ଥିକ ବର୍ଷରେ ସାଢେ ୬ ହଜାର କିଲୋମିଟର ରାସ୍ତା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । କେମିତି ଏହା ବ୍ୟବସ୍ଥିତ ହେବ, ସେ ନେଇ ଆଲୋଚନା ହୋଇଛି । ଦୁଇ - ତିନି ଦିନ ପରେ ବିଧାନସଭାରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ଆସିବ  ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି।  Edited by k.s thakur...

କାମାକ୍ଷା ଏକ୍ସପ୍ରେସ ଲାଇନ୍ଚ୍ୟୁତ ଘଟଣା : ମରାମତି କାମ ସରିବା ପରେ ସ୍ବାଭାବିକ ହେଲା ଟ୍ରେନ୍ ଚଳାଚଳ...

Image
କାମାକ୍ଷା ଏକ୍ସପ୍ରେସ ଲାଇନ୍ଚ୍ୟୁତ ଘଟଣା : ମରାମତି କାମ ସରିବା ପରେ ସ୍ବାଭାବିକ ହେଲା ଟ୍ରେନ୍ ଚଳାଚଳ... ଭୁବନେଶ୍ୱର/ଟାଙ୍ଗୀ,୩୧/୦୩ : ଗତକାଲି ବେଙ୍ଗାଲୁରୁରୁ ଗୌହାଟୀ ଯାଉଥିବା କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି  ମଙ୍ଗୁଳି ରେଳଷ୍ଟେସନ୍ ନିକଟରେ ଲାଇନ୍ଚ୍ୟୁତ ହେବା ପରେ ଏଠାରେ ଟ୍ରାକ୍ ମରାମତି କାମ ଅପରାହ୍ଣ ୪ଟାରୁ ଆରମ୍ଭ ହୋଇ ଆଜି ସକାଳ ୭ଟା ୧୫ ବେଳକୁ ଶେଷ ହୋଇଥିଲା। ଏହାପରେ ଏହି ଟ୍ରାକ୍ ରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଛି। ରେଲବାଇ ସେଫ୍ଟି କମିସନର୍ ଘଟଣାର ସରଜମିନ ତଦନ୍ତ କରିଥିଲେ।  Ad.. ସୂଚନାଯୋଗ୍ୟ, ଗତକାଲି ପୂର୍ବାହ୍ଣ ୧୧ଟା ୫୦ରେ ବେଙ୍ଗାଲୁରୁରୁ ଗୌହାଟୀ ଯାଉଥିବା କାମାକ୍ଷା ଏକ୍ସପ୍ରେସ୍ର ୧୧ଟି ବଗି ମଙ୍ଗୁଳି ରେଳଷ୍ଟେସନ୍ ନିକଟରେ ଲାଇନ୍ଚ୍ୟୁତ ହୋଇଥିଲା। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୧୬ ଜଣ ଆହତ ହୋଇଥିଲେ। ମୃତକ ହେଉଛନ୍ତି ପଶ୍ଚିମବଙ୍ଗର ଶୁଭଙ୍କର ରାୟ(୨୩)।  ମା’ଙ୍କ ଚିକିତ୍ସା ପାଇଁ ବେଙ୍ଗାଲୁରୁରୁ ଫେରୁଥିବା ବେଳେ ଟ୍ରେନ୍ ଦୁର୍ଘଟଣାରେ ତାଙ୍କ ଜୀବନ ଯାଇଛି। ଅନ୍ୟପଟେ ୧୬ ଆହତଙ୍କୁ  କଟକ  ବଡ଼ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଅନ୍ୟ ଦୁଇ ଜଣ ନ୍ୟୁରୋ ଓ ପେଡିଆଟ୍ରିକ୍ ବିଭାଗରେ ଚିକିତ୍ସାଧୀନ ଅଛନ୍ତି।  ଦୁର୍ଘଟଣାଗ୍ରସ୍ତ ବଗ...

ଜୀବନ ବଞ୍ଚାଇଲେ ସାମ୍ବାଦିକ,ଦୁର୍ଘଟଣାରେ ଗୁରୁତର ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଲେ ଡାକ୍ତରଖାନା...

Image
ଜୀବନ ବଞ୍ଚାଇଲେ ସାମ୍ବାଦିକ,ଦୁର୍ଘଟଣାରେ ଗୁରୁତର ଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ  ପଠାଇଲେ ଡାକ୍ତରଖାନା... ମୁରିବାହାଲ,୩୧/୦୩ :- ଜୀବନ ବଞ୍ଚାଇଲେ ସାମ୍ବାଦିକ।ଦୁର୍ଘଟଣାରେ ଗୁରୁତର ଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନା କୁ ନେଇଥିଲେ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ-ହଳଦୀ ରାସ୍ତାର ଯମୁନା ଗାଁ ବୁଲାଣି ଠାରେ ବାଇକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଚାଳକ ଗୁରୁତର ହୋଇ ପଡ଼ିଥିଲେ। Ad.. ଗୁରୁତର ବ୍ୟକ୍ତିକୁ ଉଦ୍ଧାର କରି ଡାକ୍ତରଖାନାକୁ ପଠେଇଥିଲେ ସାମ୍ବାଦିକ ମାନେ। ମୁରିବାହାଲ ବ୍ଲକ ତେନ୍ତୁଲିଖୁଣ୍ଟି ଗାଁ ର ଶତୃଘନ ବେହେରା କୌଣସି କାମରେ ମୁରିବାହାଲ ଯାଇ ଘରକୁ ଫେରୁଥିବା ବେଳେ ଯମୁନା ଗାଁ ବୁଲାଣି ଠାରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା ପାର୍ଶ୍ଵରେ ପଡି ଯାଇଥିଲେ ।  ଏତିକି ସମୟରେ ହଳଦୀ ଅଞ୍ଚଳରୁ ଖବର ସଂଗ୍ରହ କରି ଫେରୁଥିବା ବେଳେ କଣ୍ଟାବାଞ୍ଜିର ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ତଥା କଳିଙ୍ଗ ଟିଭି ପ୍ରତିନିଧି ଦୀପକ ଯାଦବ, ନନ୍ଦିଘୋଷ ଟିଭି ପ୍ରତିନିଧି ରଶ୍ମିରଞ୍ଜନ ପୁଟେଲ, ଅର୍ଗସ ନ୍ୟୁଜ ପ୍ରତିନିଧି ହୁଲେଶ୍ୱର ହଂସ,କନକ ନ୍ୟୁଜ ପ୍ରତିନିଧି ପୁଷ୍ପକେତୁ ବେହେରା ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମୁରିବାହାଲ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ।  ତେବେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ରକ୍ତସ୍ରାବ ମଧ୍ୟ ହେଉଥିଲା।ଡ...

ବିଜେଡି ବିଧାୟକଙ୍କଠୁ ୧.୪ କୋଟି ଟଙ୍କା ଲୁଟି ନେଲେ ସାଇବର୍ ଠକ; ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ୍...

Image
ବିଜେଡି ବିଧାୟକଙ୍କଠୁ ୧.୪ କୋଟି ଟଙ୍କା ଲୁଟି ନେଲେ ସାଇବର୍ ଠକ; ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ୍... ଭୁବନେଶ୍ୱର,୩୧/୦୩ : ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କଠାରୁ ୧.୪ କୋଟି ଟଙ୍କା ଲୁଟିଥିବା ୭ଜଣ ଆନ୍ତରାଜ୍ୟ ସାଇବର ଠକକୁ ଗିରଫ କରିଛି ସାଇବର ପୁଲିସ । ଏହି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ୭ ଜଣ ସାଇବର୍ ଠକଙ୍କୁ କର୍ଣ୍ଣାଟକ ଓ ତାମିଲନାଡ଼ୁରୁ ଗିରଫ କରିଛି।  Ad.. ସେମାନେ ହେଲେ କର୍ଣ୍ଣାଟକର ଜ୍ୟୋତି ରାଜୁ(୩୯), ରାଜୁ ସି(୩୪), ଇସ୍‌ମାଇଲ୍ ରାହିଦ(୨୭), ବାସିମ୍(୨୮), ତାମିଲନାଡ଼ୁରୁ ପାଟରାଜ ଏସ୍(୩୪), ଜେଗଥିସ୍ ରାଧାକ୍ରିଷ୍ଣନ(୪୦), ଇ ଶକ୍ତିକୁମାରଭେଲ୍(୫୦)ଙ୍କୁ ଗିରଫ କରାଯାଇଛି। ସମସ୍ତଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ଓଡ଼ିଶାକୁ ଆଣାଯାଉଛି। ସାଇବର ଠକଙ୍କଠାରୁ ପୁଲିସ ୧୯ଲକ୍ଷ ଟଙ୍କା ଜବତ କରିଛି। ସୂଚନା ଯୋଗ୍ୟ; ଗତ ଜାନୁଆରୀ ୧୩ ତାରିଖରେ ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କଠାରୁ ୧କୋଟି ୪୦ଲକ୍ଷ ଟଙ୍କା ସାଇବର ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ସାଇବର୍ ଠକମାନେ ତାଙ୍କୁ ଆଇପିଓ, ସେୟାର୍‌ ଓ ଓଟିସିରେ ନିବେଶ କଲେ ଅଧିକ ରିଟର୍ଣ୍ଣ ମିଳିବାର ଲୋଭ ଦେଖାଇଥିଲେ। ସେ ୨୦୨୪ ନଭେମ୍ବର ୧୩ରୁ ୨୦୨୫ ଜାନୁଆରୀ ୧ ମଧ୍ୟରେ ୧ କୋଟି ୪୦ ଲକ୍ଷ ଟଙ୍କା ଟ୍ରାନ୍‌ଫର୍‌ କରିଥିଲେ।  ତେବେ ପ୍ରଥମେ କ୍ଷତି ହେବା ପରେ ମଧ୍ୟ ଠକମାନେ ତାଙ୍କୁ ପୁଣି ନିବେଶ କରିବାକୁ କହିଥିଲେ। ବିଧାୟକ ଜଣକ ...

ଶ୍ରୀ ନବମୀ ଉତ୍ସବ ପୂର୍ବରୁ ନବ କୁଣ୍ଡିୟ ଯଜ୍ଞ ର ଶୁଭାରମ୍ଭ, ବ୍ରାହ୍ମଣ ବରଣ କାର୍ଯ୍ୟ ସମ୍ପନ୍ନ...

Image
ଶ୍ରୀ ନବମୀ ଉତ୍ସବ ପୂର୍ବରୁ ନବ କୁଣ୍ଡିୟ ଯଜ୍ଞ ର ଶୁଭାରମ୍ଭ, ବ୍ରାହ୍ମଣ ବରଣ କାର୍ଯ୍ୟ ସମ୍ପନ୍ନ... କଣ୍ଟାବାଞ୍ଜି, ୩୧/୦୩: କଣ୍ଟାବାଞ୍ଜିରେ ବଡ଼ ହର୍ଷ ଉଲ୍ଲାସ ଓ ମହା ଆଡ଼ମ୍ବରରେ ଶ୍ରୀ ନବମୀ ଉତ୍ସବ ପୂର୍ବରୁ ନବ କୁଣ୍ଡିୟ ଯଜ୍ଞ କରାଯାଉଛି। ଏହି ଅବସରରେ ସ୍ଥାନୀୟ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ଦିନରେ ନବ କୁଣ୍ଡିୟ  ହିନ୍ଦୁ ଜାଗରଣ ଯଜ୍ଞ ଆରମ୍ଭ ହୋଇଛି।  Ad.. ଏହି କାର୍ଯ୍ୟକ୍ରମରେ ମୁଖ୍ୟ କର୍ତ୍ତା ଭାବରେ ପ୍ରଦୀପ ନାରାୟଣ ଖଣ୍ଡେଲୱାଲ ଓ ତାଙ୍କ ଧର୍ମ ପତ୍ନୀ ଅଂଶଗ୍ରହଣ କରିଛନ୍ତି। ଶ୍ରୀ ରାମନବମୀ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳେ ୨୭ ଯୋଡ଼ି କର୍ତ୍ତା ଙ୍କ ଉପସ୍ଥିତିରେ ଯଜ୍ଞ ଚାଲିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ପରାମର୍ଶଦାତା ଲଳିତ ଅଗ୍ରବାଲ, ଚିନ୍ମୟ ଯୋଷୀ,ସଭାପତି ରାଜ କୁମାର ଶର୍ମା ,ଉପସଭାପତି ପ୍ରଦୀପ ବାଗ, ଦେବରାଜ ଯାଦବ, ତିରଥ ସିଂ ଠାକୁର,ଯୁଗଳ ଖଣ୍ଡେଲୱାଲଙ୍କ ସହିତ ଅନ୍ୟ ଶ୍ରୀ ରାମନବମୀ ଉତ୍ସବ କମିଟି ପଦାଧିକାରୀ ମାନଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ କମିଟି ସଦସ୍ୟ ତପନ ବେହେରା, ରାଜୁ ପୁଟେଲ, ରାଜୁ ବାରିକ, ପ୍ରକାଶ ଅଗ୍ରୱାଲ ସହଯୋଗ କରୁଛନ୍ତି।  ମୁଖ୍ୟ ପୂଜକ ସିଦ୍ଧାର୍ଥ ମହାପାତ୍ର, ସହଯୋଗୀ ପୂଜକ ସୋନୁ ଶତପଥୀ, ଅଜିତ ଦୁବେଙ୍କ ସମେତ ୧୦ ଜଣ ପଣ୍ଡିତ ପୂଜାର୍ଚ୍ଚନା ଓ ଯଜ୍ଞ କରୁଛନ୍ତି। ସେହିପରି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ବିଗତ ସନ୍ଧ୍ୟା ସମୟର...

ବହୁ ଆକାଂକ୍ଷିତ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ...

Image
ବହୁ ଆକାଂକ୍ଷିତ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ... (ପ୍ରତ୍ୟେକ ଘର ପାଇଁ ମିଳିବ ୧.୨୦ ଲକ୍ଷ ଟଙ୍କା ସହ ବିଭିନ୍ନ ଯୋଜନାରେ ଶୌଚାଳୟ, ରନ୍ଧନ ଗ୍ୟାସ, ସ୍ୱଚ୍ଛ ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ,ଜିଲ୍ଲାର ୧୫୨୧ ଜଣ ହିତାଧିକାରୀ ପାଇଲେ ଘର ତିଆରି କାର୍ଯ୍ୟାଦେଶ) ବରଗଡ,୩୦/୦୩ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଏହି ପରିପ୍ରେକ୍ଷୀରେ ବରଗଡ ଜିଲ୍ଲାର ସମସ୍ତ ୧୨ ଗୋଟି ବ୍ଲକ ଏବଂ ଜିଲ୍ଲା ମୁଖ୍ୟାଳୟରେ ଏହି ଯୋଜନାର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଛି । Ad.. ବରଗଡ ଗୋରୁ ମାର୍କେଟ ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଯୋଗ ଦେଇ ସମସ୍ତଙ୍କୁ ହିନ୍ଦୁ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହ ଏହି ଯୋଜନା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ପାଇଁ ସମ୍ମାନର ସହ ବଞ୍ଚିବାକୁ ଆଶା ଓ ଭରସା ଯୋଗାଇଦେବ ବୋଲି ନିଜ ମତ ରଖିଥିଲେ ।  ଘର ଖଣ୍ଡିଏ ପାଇବା ଗରିବ ଓ ସାଧାରଣ ଲୋକଙ୍କ ପାଇଁ ବଡ ସମସ୍ୟା ହୋଇ ରହିଛି। ଆଜି ମଧ୍ୟ ଅନେକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବି ନାହିଁ। ଏ ସମସ୍ୟାର ସମାଧାନ ହେବ ଏବଂ ସମସ୍ତଙ୍କୁ ପକ୍କା ଘର ମିଳିବ। ଅନ୍ତ୍ୟୋଦୟ ଗୃହ ଯୋଜନାରେ ସବୁଠାରୁ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଘର ଦିଆଯିବ । ବରଗଡ ବିଧାୟକ ଶ୍ରୀ...

ବିଗତ ବିଜେଡି ସରକାର ର ଦୁର୍ନୀତି କୁ ଲୁଚାଇବା ପାଇଁ ବିଧାୟିକାଙ୍କ ପ୍ରଶ୍ନ ପଚାରିବା ହାସ୍ୟାସ୍ପଦ...

Image
ବିଗତ ବିଜେଡି ସରକାର ର ଦୁର୍ନୀତି କୁ ଲୁଚାଇବା ପାଇଁ ବିଧାୟିକାଙ୍କ ପ୍ରଶ୍ନ ପଚାରିବା ହାସ୍ୟାସ୍ପଦ... ବରଗଡ଼/ପଦ୍ମପୁର,୩୦/୦୩ : ନୃସିଂହନାଥ ପୀଠ ର ବିକାଶ ପାଇଁ ଭାରତୀୟ ଜନତା ପାର୍ଟି ସଦାସର୍ବଦା ଚେଷ୍ଟା କରିଆସିଛି ପ୍ରଦୀପ ପୁରୋହିତ ବିଧାୟକ ଥିବା ସମୟରେ କେନ୍ଦ୍ର ସରକାରରେ ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ଅନୁଦାନ ପାଣ୍ଠି ରୁ 1 କୋଟି ଟଙ୍କାର ବିନିମୟରେ ଅତିଥି ଭବନ ନିର୍ମାଣ ହୋଉଛି।  Ad.. ଭାରତୀୟ  ଜନତା ପାର୍ଟି ସରକାରଙ୍କ ତରଫରୁ ବହୁ ବିକାଶଶୀଳ ଯୋଜନା ହାତକୁ ନିଆଯାଇଥିବା ବେଳେ ମାତ୍ର ୯ ମାସ ମଧ୍ୟରେ ନୃସିଂହନାଥ ପୀଠ ର ବିକାଶ ପାଇଁ ଡିପିଆର ପ୍ରସ୍ତୁତି ଚଳିବ ସହ ବୈଶାଖ ମେଳା ପାଇଁ ମଧ୍ୟ ଆଲୋଚନା ଚାଲିଛି।  ବିଗତ ଦିନରେ ଯାହାକୁ ନେଇ ପଦ୍ମପୁର ବିଧାୟିକା ଅବାଞ୍ଛିତ ପ୍ରଶ୍ନ ବିଧାନସଭାରେ ଉଠାଇଥିବା ବେଳେ ବିଜେଡି ସରକାରର ସମୟରେ 22 କୋଟି ବ୍ୟୟ ଅଟକଳରେ ତିଆରି ହୋଇଥିବା ନୂଆ ଯାତ୍ରି ବିଶ୍ରାମ ଗୃହ ଓ କାର୍ଯ୍ୟାଳୟ ଶୁଭାରମ୍ଭ ହେବା ପୂର୍ବରୁ ପାଣିଗଲିବା ଓ ବ୍ୟବହାର ଅଯୋଗ୍ୟ ହୋଇପଡିଛି ଯାହା କୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଗତ ବିଜେଡି ସରକାର ଉପରେ ବହୁତ ଟଙ୍କାର ପିସି କରବାର ହୋଇଛି ବୋଲି ଜନ ଅସନ୍ତୋଷ ବୃଦ୍ଧି ପାଇଛି ସେଥିପ୍ରତି ପଦ୍ମପୁର ବିଧାୟିକା ତଦନ୍ତ କରିବା କିମ୍ବା ନିମ୍ନମାନର କାମକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇବା ବଦଳରେ ମୋହନ ମାଝି...

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ...

Image
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ... ପଦ୍ମପୁର,୩୦/୦୩ :ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁରରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମ  ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଅତିଥିଙ୍କର ପରିଚୟ ପ୍ରଦାନ କରିବା ସହିତ ହିନ୍ଦୁ ନବ ବର୍ଷର ପୈାରାଣିକ କଥାବସ୍ତୁ ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। Ad.. ଶ୍ରୀମତୀ କଳ୍ପନାବତୀ ସାହୁ ଗୁରୁମା ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ର ବିଶେଷତ୍ତ୍ୱ  ଉପରେ  ବକ୍ତବ୍ୟ ପ୍ରଧାନ କରିଥିଲେ । ଶ୍ରୀମତୀ ସୁଷମା ମେହେର ଗୁରୁମା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସୁଶ୍ରୀ ମିନତୀ ପଟ୍ଟନାୟକ ଗୁରୁମା ଧନ୍ୟବାଦ ପ୍ରଦାନ କରିଥିଲେ ।ସମସ୍ତ  ଭାଇଭଉଣୀ,ଗୁରୁଜୀ ଗୁରୁମା, ସେବକ ସେବିକାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା। Report : Bijay ku sahu Edited by k.s thakur...

ନିଗମାନନ୍ଦ ବିହାର ରେ ହିନ୍ଦୁ ନବବର୍ଷ ପାଳନ ଅବସର ରେ ନାମଯଜ୍ଞ ର ଶୁଭାରମ୍ଭ...

Image
ନିଗମାନନ୍ଦ ବିହାର ରେ ହିନ୍ଦୁ ନବବର୍ଷ ପାଳନ ଅବସର ରେ ନାମଯଜ୍ଞ ର ଶୁଭାରମ୍ଭ... ବରଗଡ଼,୩୦/୦୩ : ବରଗଡ଼ ନିଗମାନନ୍ଦ ବିହାର ଠାରେ ରବିବାର ଚୈତ୍ର ଶୁକ୍ଲ ପ୍ରତିପଦା ତିଥି ଓ ଭାରତୀୟ ନବ ବର୍ଷ ଉପଲକ୍ଷେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ର ଶୁଭାରମ୍ଭ ହୋଇ ଯାଇଛି ।ପଣ୍ଡିତ ଉତ୍ତମ ଆଚାର୍ଯ୍ୟ ଙ୍କ ପୌରୋହିତ୍ୟ ରେ କୁଞ୍ଜ ବିହାରି ଭୋଇ ସପତ୍ନିକ କର୍ତ୍ତା ଦାୟିତ୍ବ ବହନ କରି ପୂଜାର୍ଚ୍ଚନା କରିଛନ୍ତି। Ad.. ଏହି ଅବସର ରେ ନିଗମାନନ୍ଦ ବିହାର ପଡ଼ା ର ଶତାଧିକ ମହିଳା କଳସ ଯାତ୍ରା ରେ ସାମିଲ ହୋଇ ଜୀରା ନଦୀ ରେ କଳସ ପୂଜନ କରିବା ସହ ଏକ ଶୋଭାଯାତ୍ରା ରେ ବାହାରି ଯଜ୍ଞ ମଣ୍ଡପ ରେ କଳସ ସ୍ଥାପନ କରିଛନ୍ତି। ପଡ଼ା ବାସୀ ଙ୍କ ମିଳିତ ଉଦ୍ୟମ ରେ ରବିବାର  ପବିତ୍ର ଚୈତ୍ର ଶୁକ୍ଲ ପ୍ରତିପଦା ରେ ଏହି ନାମ ଯଜ୍ଞ ଆରମ୍ଭ ହୋଇ ଆସନ୍ତା କାଲି ୩୧ ତାରିଖ ଏହା ପୂର୍ଣ୍ଣାହୁତି ହେବ ବୋଲି ସ୍ଥାନୀୟ ସଙ୍କୀର୍ତ୍ତନ ପରିଷଦ ର ସଭାପତି ବାଙ୍କା ବିହାରି ସାହୁ ସୂଚନା ପ୍ରଦାନ କରିଛନ୍ତି । Report : Bijay ku sahu Edited by k.s thakur...

ଅମ୍ବାଭୋନା ବ୍ଳକ ରେ ଅନ୍ତ୍ଯୋଦୟ ଗୃହ ଯୋଜନା ର ଶୁଭାରମ୍ଭ...

Image
ଅମ୍ବାଭୋନା ବ୍ଳକ ରେ ଅନ୍ତ୍ଯୋଦୟ ଗୃହ ଯୋଜନା ର ଶୁଭାରମ୍ଭ... ଅମ୍ବାଭୋନା,୩୦/୦୩ :- ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ,ଓଡିଶା ସରକାର ଆନୁକୁଲ୍ୟରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଅମ୍ବାଭୋନା ପରିସରରେ ଅନ୍ତ୍ଯୋଦୟ ଗୃହ ଯୋଜନା ର ଶୁଭାରମ୍ଭ ହୋଇଛି। ସମାଜ ର ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ସୁରକ୍ଷିତ ଆଶ୍ରୟ ଯୋଗାଇବା ଉଦ୍ଦେଶ୍ୟରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।  Ad.. ଏହି କାର୍ଯ୍ୟକ୍ରମରେ ଅମ୍ବାଭୋନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲଲିତ ବାଗ, ସମାଜସେବୀ ଡ.ଚିନ୍ତାମଣି ପଟେଲ,ଗୁନାରୁ ପଧାନ, ସମସ୍ତ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟା ପ୍ରମୁଖ ଯୋଗ ଦେଇ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ।  ବିପୁଳ ସଂଖ୍ୟାରେ ସ୍ବୟଂ ସହାୟକ ଗୋଷ୍ଠୀର ସକ୍ରୀୟ ସଦସ୍ୟା,ମିଶନ ଶକ୍ତି ର ମହିଳାମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ। ଏହି ଅବସରରେ ଅମ୍ବାଭୋନା ବ୍ଳକରୁ ଚିହ୍ନଟ ୯୨ ଜଣ ଅସହାୟ ଗୃହ ହୀନ ତଥା ଉପେକ୍ଷିତ ହୋଇଆସୁଥିବା ଭିନ୍ନକ୍ଷମ, ବିଧବା, କୁଷ୍ଠରୋଗାକ୍ରାନ୍ତ ବ୍ୟକ୍ତି, ଜଙ୍ଗଲ ଅଧିକାର ଆଇନ ପରିସରଭୁକ୍ତ ବ୍ୟକ୍ତିଙ୍କୁ ଅନ୍ତ୍ଯୋଦୟ ଗୃହ ଯୋଜନା ରେ ପକ୍କା ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା।  ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଜନପ୍ରତିନିଧି, ନେତୃବୃନ୍ଦ ତଥା ଏକ ହଜାରରୁ ଅଧିକ ମହିଳାମାନଙ୍କୁ ଅମ୍ବାଭୋ...

ମହାତ୍ମା ଗାନ୍ଧୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବସ ଦୁର୍ଘଟଣା ଗସ୍ତ, ଦୁଇ ଜଣ ଗୁରୁତର ଆହତ...

Image
ମହାତ୍ମା ଗାନ୍ଧୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବସ ଦୁର୍ଘଟଣା ଗସ୍ତ, ଦୁଇ ଜଣ ଗୁରୁତର ଆହତ... ସିନ୍ଧେକେଲା,୩୦/୦୩ : ମହାତ୍ମା ଗାନ୍ଧୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ  ଗ୍ରୀଷ୍ମ କାଳୀନ କୋର୍ସ କରିବା ଯାଉଥିବା ବସ ଦୁର୍ଘଟଣା ଗସ୍ତ। ଛାତ୍ରୀମାନେ ସୁରକ୍ଷିତ ଥିବା ବେଳେ ବସ୍ ଚାଲକ ଏବଂ ଜଣେ ଅଧ୍ୟାପକ ଗୁରୁତର ଆହତ। Ad..   ସୂଚନା ଅନୁସାରେ, ଦୁଇ ଗୋଟି ବସ ରେ ଛାତ୍ର, ଛାତ୍ରୀ ଙ୍କୁ ନେଇ  ଯାଉଥିବା ବେଳେ ବସ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଆହତ ଙ୍କୁ ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଅଛି। ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସରିଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ସ୍ୱାସ୍ଥ୍ୟ ଅଧିକାରୀ ଡ଼.ରଞ୍ଜିତ ରାଉତ ପ୍ରକାଶ କରିଛନ୍ତି। Edited by k.s thakur...

ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ସ୍ଥାପନା ଦିବସ ପାଇଁ ପ୍ରସ୍ତୁତି ବୈଠକ...

Image
ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ସ୍ଥାପନା ଦିବସ ପାଇଁ ପ୍ରସ୍ତୁତି ବୈଠକ... ବରଗଡ଼,୩୦/୦୩ : ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଠାରେ ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ସ୍ଥାପନା ଦିବସ ପାଇଁ ପ୍ରଫେସର ଟହଲୁ ସାହୁ ଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। Ad.. ଆସନ୍ତା ଏପ୍ରିଲ ୧୩ ତାରିଖ ରବିବାର ଦିନ ସୁନ୍ଦରଗଡ଼ ରେ ହେବାକୁ ଥିବା ମହାସଂଘ ର ସ୍ଥାପନା ଦିବସରେ ପଶ୍ଚିମ ଓଡ଼ିଶାର ସମସ୍ତ ବରିଷ୍ଠ ନାଗରିକ ସଂଘ ର କର୍ମକର୍ତ୍ତା ଯୋଗଦେଇ ସ୍ଥାପନା ଦିବସ କୁ ସ୍ମରଣୀୟ କରାଯିବ ବୋଲି  ସଦସ୍ୟ ମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହା ବ୍ୟତୀତ ବରଗଡ଼ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ରେ କଂସ ଭୂମିକାରେ ଅଭିନୟ କରିଥିବା କଳାକାର ଭୁବନେଶ୍ୱର ପ୍ରଧାନ ଙ୍କୁ ସ୍ଥାପନା ଦିବସ ରେ ସମ୍ବର୍ଦ୍ଧିତ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା ! ବରିଷ୍ଠ ନାଗରିକ ମାନଙ୍କୁ ପୋଲିସ ପରିଚୟପତ୍ର ପ୍ରଦାନରେ ବିଳମ୍ବ କରାଯାଉଥିବାରୁ ଦକ୍ଷିଣାଞ୍ଚଳ ଡି.ଆଇ.ଜି ଓ ଆର୍.ଡି. ସି. ଙ୍କୁ ମହାସଂଘ ଉପସଭାପତି ସାନ୍ ବର୍ଷା ଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଦେଖା କରିବାକୁ ଯାଇ ଦାବି ଉପସ୍ଥାପନ କରିବେ। ଆୟୁଷ୍ମାନ ଯୋଜନାରେ ଅଧିକ ରୁ ଅଧିକ ବରିଷ୍ଠ ନାଗରିକଙ୍କ ନାମ ପଞ୍ଜୀକୃତ ହୋଇପାରିବ ସେ ଦିଗରେ ମହାସଂଘ ଧ୍ୟାନ ଦେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଆଜିର ପ୍ରସ୍ତୁତି ...

ବନଦୁର୍ଗା ମନ୍ଦିର ରେ ବାସନ୍ତିକ ଦୁର୍ଗୋତ୍ସବ...

Image
ବନଦୁର୍ଗା ମନ୍ଦିର ରେ ବାସନ୍ତିକ ଦୁର୍ଗୋତ୍ସବ... ପଦ୍ମପୁର,୩୦/୦୩ : ଶନିବାର ସନ୍ଧ୍ୟା ୭ ଘ.ସମୟରେ ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିର ଠାରୁ କର୍ତ୍ତା ମନୋରଞ୍ଜନ ସାହୁ ତାଙ୍କ ଧର୍ମପତ୍ନୀ ଦିବ୍ୟାଭାରତି ସାହୁ ଙ୍କ ସମେତ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ ଙ୍କ ମନ୍ତ୍ର ଉଚ୍ଚାରଣ ସହିତ ଶଙ୍ଖୁଆ ରାଜିନ ମହାପାତ୍ର ଙ୍କ ଶଙ୍ଖ ନାଦରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଥିଲା। Ad.. ବାସନ୍ତିକ ଦୁର୍ଗୋତ୍ସବ ର ପ୍ରଥମ ଦିନରେ କଳସାଧିବାସ ସହ ମାଁ ଶୈଳପୁତ୍ରୀ ଙ୍କ ପୂଜା ଅନୁଷ୍ଠିତ ହୁଏ । ବାସନ୍ତିକ ଦୁର୍ଗାପୂଜା ହେଉଛି ପ୍ରଥମ ଦୁର୍ଗାପୂଜା,ରାଜା ସୁରଥ ଓ ସମାଧି ବୈଶ ଚୈତ୍ର ମାସରେ ପ୍ରଥମକରି ଦୁର୍ଗାପୂଜା ଆରମ୍ଭ କରିଥିବାର ମାର୍କଣ୍ଡେୟ ପୁରାଣ ରୁ ସୂଚନା ମିଳେ। ବାସନ୍ତିକ ଦୁର୍ଗାପୂଜା ରେ ନବରାତ୍ର ବିଧାନ ରହିଅଛି।ନ ଦିନରେ ମାଁ ଭଗବତୀ ନଅ ଗୋଟି ବେଶ ରେ ଭକ୍ତମାନଙ୍କୁ କୃପା ପ୍ରଦାନ କରି ଥାଆନ୍ତି । ପ୍ରଥମମ୍ ଶୈଳପୁତ୍ରୀ, ଦ୍ୱିତୀୟମ୍ ବ୍ରହ୍ମଚାରିଣୀ ,ତୃତୀୟମ୍ ଚନ୍ଦ୍ର ଘଣ୍ଟୋତି,ଚତୁର୍ଥମ୍ କୁଷ୍ମାଣ୍ଡତି, ପଞ୍ଚମମ୍ ସ୍କନ୍ଧମାତାତି , ଷଷ୍ଠମମ୍ କାତ୍ୟାୟାନୀତିତ, ସପ୍ତମମ୍ କାଳରାତ୍ରିତି,  ଅଷ୍ଟମମ୍ ମହାଗୋୖରୀତି, ନବମମ୍ ସିଦ୍ଧିଦାତ୍ରିତି ନବଦୁର୍ଗା ପ୍ରର୍କୀତତେୟ। ଏହି ଅବସରରେ ଚଣ୍ଡିପାଠକ ଗିରିଶ ଚନ୍ଦ୍ର ହୋତା,ଅଶୋକ ପଣ୍ଡା,ଦେବେନ୍ଦ୍ର ତ୍ରିପାଠୀ, ରାଜେଶ ନନ୍ଦ,ବନଦୁର୍ଗା ମନ୍ଦିର ପୂଜକ ପ୍ରଶାନ୍ତ କ...

ତୃତୀୟ ଦ୍ଵି ଦିବସୀୟ ଅଙ୍ଗ ମହୋତ୍ସବ ଅନୁଷ୍ଠିତ...

Image
ତୃତୀୟ ଦ୍ଵି ଦିବସୀୟ ଅଙ୍ଗ ମହୋତ୍ସବ ଅନୁଷ୍ଠିତ... ପଦ୍ମପୁର/ମହୁଲପାଲି,୩୦/୦୩ : ଅଗ୍ରଣୀ ନାଟ୍ୟ ସଂସ୍ଥା ଲୁ ଆନୁକୁଲ୍ୟ ରେ ଗତ 27 ଓ 28 ଦୁଇ ଦିନ ଧରି ସ୍ଥାନୀୟ "ଲୁ" ନାଟ୍ୟଶ୍ରମ ପରିସର ରେ ଦ୍ଵୀ-ଦିବସୀୟ ଅଙ୍ଗ ମହୋତ୍ସବ ୨୦୨୫ ମହା ସମାରୋହ ରେ ଅନୁଷ୍ଠିତ ହୋଯାଇଛି।           Ad.. ପ୍ରଥମ ଦିବସ ରେ ବରିଷ୍ଠ ଆଇନଜୀବୀ ଗୌନ୍ତିଆ କୁମାର ସାହୁ, ମା ସମଲେଇ ଙ୍କ ଠାରେ ଦୀପ ପ୍ରଜ୍ବଳନ ପୂର୍ବକ ମହୋତ୍ସବ ର ଉଦ୍ଘାଟନ କରି ଥିଲେ। ଲୁ ନାଟ୍ୟ ଅନୁଷ୍ଠାନ ର ସଭାପତି ମେଜର ଚିତ୍ତରଞ୍ଜନ ଦାସ ସ୍ବାଗତ ଭାଷଣ ପ୍ରଦାନ କରି ଥିବା ବେଳେ ସମ୍ପାଦକ ପ୍ରଫେସର କେସ ରଞ୍ଜନ ପ୍ରଧାନ ବିଶ୍ଵ ନାଟ୍ୟ ଦିବସ ଅବସର ରେ ସମ୍ବଲପୁରୀ ଭାଷା ରେ ଅନୁଦିତ ବାର୍ତ୍ତା ପଠନ କରିଥିଲେ।  ସମ୍ମାନିତ ଅତିଥି ଭାବେ ଶ୍ରୀ ଭଗବାନ ଜୀ ସ୍ଵକୀୟ ମତ ପ୍ରଦାନ କରିଥିଲେ। ନବ ପ୍ରଭାତ  ସ୍ୱର୍ଯୋତି କନ୍ୟା ଗୁରୁକୁଳ ର କନ୍ୟା ମାନଙ୍କର ବେଦ ଧ୍ବନି ସମଗ୍ର ପରିବେଶ କୁ ଭାବମୟ କରି ଦେଇଥିଲା। କେସ ରଞ୍ଜନ ପ୍ରଧାନ ଙ୍କ ରଚିତ ଓ ନିର୍ଦ୍ଦେଶିତ ଅଦ୍ଭୁତ ପର୍ବତ ନାଟକ ସେମାନଙ୍କ ଦ୍ଵାରା ପରିବେଷିତ ହୋଇ ବେଶ୍ ଚର୍ଚ୍ଚିତ ହୋଇ ଥିଲା।  ମନୋରଞ୍ଜନ ସିଂ ବରିହା ଓ ଦିଲ୍ଲୀପ ଦେବତା ସେମାନଙ୍କୁ ପ୍ରଶଂସାପତ୍ର ଦେଇ ସମ୍ବର୍ଦ୍ଧିତ କରି ଥିଲେ। ପରେ ଜଗନ୍ନାଥ ସେଟ୍ ଙ୍କ ଦ୍ଵାରା ରଚିତ ଓ ନିର୍ଦ୍ଦେଶିତ ନାଟକ ଆଦମ୍ ଖୋର୍ ଲୁ ନାଟ୍ୟ ସଂ...

ଗୋପାଲପୁରରେ ବେଟି ବଚାଓ ବେଟି ପଢ଼ାଓ ସଚେତନତା କାର୍ଯ୍ୟକ୍ରମ...

Image
ଗୋପାଲପୁରରେ ବେଟି ବଚାଓ ବେଟି ପଢ଼ାଓ ସଚେତନତା କାର୍ଯ୍ୟକ୍ରମ... ବରଗଡ଼,୨୯/୦୩ : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଗୋପାଲପୁର ଆଶ୍ରମ ସ୍କୁଲରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମ ହନୁମନ୍ତ ରେଡ୍ଡୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଇକୋ କ୍ଲବ ଶିକ୍ଷକ ଉଚ୍ଛବ ଭୁଏଙ୍କ ନେତୃତ୍ୱରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହାତରେ... Ad.. "ଝିଅ ଆମର ଗର୍ବ ଗୌରବ, ବୋଝ ବୋଲି ତାକୁ କେବେ ନ ଭାବ", "ନିଜ ସୁରକ୍ଷା ନିଜେ କରିବା , କନ୍ୟାରତ୍ନକୁ ଆଗେଇନେବା" ।।  ଆଦି ଲିଖିତ ପ୍ଲାକାର୍ଡ ଧରି ଗୋପାଳପୁର ଗ୍ରାମ ପରିକ୍ରମା କରିବା ସହିତ ସ୍ଲୋଗାନ ମାଧ୍ୟମରେ ଶିଶୁ ଅଧିକାର, ସମାଜରେ ବାଲ୍ୟବିବାହ ପ୍ରଥା ଉଚ୍ଛେଦ,କନ୍ୟା ଭ୍ରୁଣ ହତ୍ୟା ନିରାକରଣ ଉପରେ ସଚେତନତାର ବାର୍ତ୍ତା ଦେଇଥିଲେ।  ଦ୍ବିତୀୟ ପର୍ଯ୍ୟାୟରେ ଆୟୋଜିତ ବୈଠକରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରେଡ୍ଡୀ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ସାଧନକର୍ମୀ ଭାବରେ ମାଷ୍ଟର ଟ୍ରେନର ତଥା ପରିବେଶବିତ୍ ସଞ୍ଜୟ ଖମାରୀ ଯୋଗ ଦେଇ ପୋକ୍ସୋ ଆକ୍ଟ,ବାଲ୍ୟ ବିବାହ ନିରାକରଣ, ଶିଶୁ ଅଧିକାର ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।  ଏହି ଅବସରରେ ଆୟୋଜିତ "ବେଟି ବଚାଓ , ବେଟି ପଢ଼ାଓ"ଶୀର୍ଷକ ଆଲୋଚନା ଚକ୍ରରେ କନ୍ୟା ଭ୍ରୂଣ ହତ୍ୟା କିପରି ରୋକାଯାଇପାରିବ ଓ ବାଳିକାମାନେ କିପରି ଉଚ୍...

ବଙ୍ଗୋମୁଣ୍ଡା ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚିତ:.ସୁଧାଂଶୁ ଦାସ ସଭାପତି, କୈଳାସ ବିଶ୍ୱାଳ ସମ୍ପାଦକ...

Image
ବଙ୍ଗୋମୁଣ୍ଡା ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚିତ:.ସୁଧାଂଶୁ ଦାସ ସଭାପତି, କୈଳାସ ବିଶ୍ୱାଳ ସମ୍ପାଦକ... ବଙ୍ଗୋମୁଣ୍ଡା,୨୯/୦୩ :- ଓଡ଼ିଶା ଓକିଲ ସଙ୍ଘ ନିର୍ଦ୍ଦେଶ କ୍ରମେ ଶନିବାର ଦିନ ବଙ୍ଗୋମୁଣ୍ଡା ଓକିଲ ସଂଘର  ୨୦୨୫-୨୬ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବେଦାନ୍ତ ସାହୁ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିବାବେଳେ ବରିଷ୍ଠ ଆଇନଜୀବୀ  ସୁଧାଂଶୁ ଦାସ ଙ୍କୁ ସଭାପତି ଭାବେ ନିର୍ବାଚିତ କରାଯାଇଛି। Ad.. ଦ୍ଵିତୀୟ ଥର ପାଇଁ ଶ୍ରୀ ଦାସ ସଭାପତି ହୋଇଛନ୍ତି ।ସମ୍ପାଦକ ଭାବେ କୈଳାସ ବିଶ୍ୱାଳ,ଉପସଭାପତି ପ୍ରଦୀପ ଶର୍ମା,ଯୁଗ୍ମ ସମ୍ପାଦକ ହେମନ୍ତ ନାୟକ,ସହ ସମ୍ପାଦକ ବୁଦ୍ଧଦେବ ଭରାସଗରିଆ,ଗ୍ରନ୍ଥାଗାର ସଂପାଦକ ଦିନେଶ ତାଣ୍ଡି,କୋଷାଧ୍ୟକ୍ଷ ସନ୍ତୋଷ ପୁରୋହିତ,କାର୍ଯକାରୀ ସଦସ୍ୟ ବରିଷ୍ଠ ଆଇନଜୀବୀ ଭବାନୀ ଶଙ୍କର ରାଓ,ରାଜୁ କୁମ୍ଭାର, ସୌଦାଗର ସାହୁ, ନଳୀନି ମେହେର, ମିତ୍ରଭାନୁ ମେହେର,ଯଶପାଲ ମେହେର, ବେଦାନ୍ତ ସାହୁ, ପଦ୍ମଲୋଚନ ସାହୁ, ସୁବାସ ମହାନନ୍ଦ, ସୁନିଲ ପୁଟେଲ, ମନ୍ଦାକିନୀ ତାଣ୍ଡି ନିର୍ଦ୍ବନ୍ଦ ରେ  ନିର୍ବାଚିତ ହୋଇଛନ୍ତି। Edited by k.s thakur...

ୱିନର ବ୍ରାଇଟ୍ ଫ୍ଯୁଚର ବିଦ୍ଯାଳୟରେ ଏକ ଓଡ଼ିଆ ସାହିତ୍ଯ ଆସର ଅନୁଷ୍ଠିତ...

Image
ୱିନର ବ୍ରାଇଟ୍ ଫ୍ଯୁଚର ବିଦ୍ଯାଳୟରେ ଏକ ଓଡ଼ିଆ ସାହିତ୍ଯ ଆସର ଅନୁଷ୍ଠିତ... ବରଗଡ଼,୨୯/୦୩ : ଆଜି ଶନିବାର ସକାଳ ୭ଟାରୁ ୱିନର ବ୍ରାଇଟ୍ ଫ୍ଯୁଚର ବିଦ୍ଯାଳୟରେ ଓଡ଼ିଆ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ଓଡ଼ିଆ ସାହିତ୍ଯ ଆସର ଅନୁଷ୍ଠିତ ହୋଇଯାଇଛି।  Ad.. ଚେୟାରମ୍ଯାନ୍ ଶ୍ରୀଯୁକ୍ତ ଶ୍ରୀକାନ୍ତ ମିଶ୍ର , ଅଧ୍ଯକ୍ଷା ଶ୍ରୀମତି ଅପାଳି ଅପରାଜିତା ଦାଶ , ସଂଯୋଜିକା ଶ୍ରୀମତୀ ନିବେଦିତା ଦାସ  ଓ ଇଂରାଜୀ ଶିକ୍ଷକ ଶୁକଦେବ ବସ୍ତରାୟ ସାରଙ୍କ ତତ୍ତ୍ୱାବଧାନରେ ଓଡ଼ିଆଆସରଟି ଜମିଯାଇଥିଲା।  ଡ. ସାଗରିକା ଶତପଥି , ଶ୍ରୀଯୁକ୍ତ ସରୋଜ କୁମାର ବାରିକ , ଶ୍ରୀଯୁକ୍ତ ପିଙ୍କୁନା ବେହେରା , ସୁଜାତା ବଇଠାଲୁ ଏବଂ ଜାଗ୍ଯସେନି ପାଣ୍ଡେଙ୍କ ପିଲାମାନେ ନିଜ ସ୍କୁଲ, ମାତ୍ରୁଭାଷା ଓ ମାତ୍ରୁଭୂମି ଉପରେ କବି ,ଗାଳ୍ପିକ ଓପ୍ରାବନ୍ଧିକ ଭାବରେ ନିଜ ମନର ଭାବନାକୁ ସ୍କୁଲ ପ୍ରାଙ୍ଗଣରେ ଆୟୋଜିତ ସଭାରେ ବ୍ଯକ୍ତ କରିଥିଲେ।  ଶେଷରେ ମଂଚାସିନ ଅତିଥି ଓ ଶ୍ରୋତାଗଣଙ୍କ ମଧ୍ଯରୁ ଅଭିଭୂତ ହୋଇ ଧନ୍ଯବାଦ ଦେବାସହ ନିଜର କିଛି ସାହିତ୍ଯ ବକ୍ତବ୍ଯ ମଧ୍ଯ ପ୍ରଦାନ କରିଥିଲେ। ସାହିତ୍ଯ ପ୍ରେମୀଙ୍କ ଭିତରେ ଆଜି ଯେପରି ଏକ ସାହିତ୍ଯ ସୁଗନ୍ଧ ଖେଳି ଯାଇଥିଲା। ଶେଷରେ ଛାତ୍ର ଛାତ୍ରୀମାନେ ସମସ୍ତ ଶିକ୍ଷକ ଓ ଶ୍ରୋତାଶିଶୁ ମାନଙ୍କୁ ଧନ୍ଯବାଦ ଦେଇ ଆସର ଶେଷ କରିଥିଲେ। Report : Bijay ku sahu Edited by k....

ପଦ୍ମପୁର ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ...

Image
ପଦ୍ମପୁର ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ... ପଦ୍ମପୁର,୨୯/୦୩ : ବରଗଡ଼ ଜିଲା ପଦ୍ମପୁର ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ରାମରତନ ପୁରୋହିତ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।  Ad.. ସେହିପରି ସୁନିଲ କୁମାର ପାଣିଗ୍ରାହୀ ଉପସଭାପତି, ଚିନ୍ମୟ କୁମାର ପଣ୍ଡା ସମ୍ପାଦକ, ଲକ୍ଷ୍ମଣ ସାହୁ ଉଭୟ ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ, ରୋହିତ କୁମାର ଭୋଇ ସହସମ୍ପାଦକ ନିର୍ବାଚିତ ହୋଇଛନ୍ତି। ରାଧାବଲ୍ଲଭ ପାଣିଗ୍ରାହୀ, ଗୌନ୍ତିଆ କୁମାର ସାହୁ, ପରମେଶ୍ବର ସାହୁ, ବିଭୂତି ଭୂଷଣ ଦାଶ, କିଶୋର କୁମାର ମେହେର, ପ୍ରଦୀପ କୁମାର ସାହୁ କାର୍ଯ୍ୟକାରିଣୀ କମିଟି ସଭ୍ୟ ଭାବେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି। Report : Bijay ku sahu Edited by k.s thakur...

ଦମକିପାଲି ଉ.ପ୍ରା. ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ...

Image
ଦମକିପାଲି ଉ.ପ୍ରା. ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ... ପାଟଣାଗଡ଼,୨୯/୦୩ :  ପାଟଣାଗଡ଼ ବ୍କକ ଅନ୍ତର୍ଗତ ଦମକିପାଲି ଉ.ପ୍ରା. ବିଦ୍ୟାଳୟରେ   ବାର୍ଷିକ ଉତ୍ସବ ପାଳିତ ହୋଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ  ଈଶ୍ଵର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ବିରଥ କୁମାର ଭୋଇ ମୁଖ୍ୟ ଅତିଥି ,  ସତ୍ୟ ନାରାୟଣ ସାହୁ,ସଂଯୋଜକ ଛୁଆଲିଉଦର କ୍ଳଷ୍ଟର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ।            Ad.. ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ବିଦ୍ୟାଳୟର  ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ  ମତବ୍ୟକ୍ତ  କରିଥିଲେ।ଶିକ୍ଷକ ସନ୍ଦୀପ କୁମାର ସାହୁ ଅତିଥି ପରିଚୟ ଓ ଦେବରାଜ ପଧାନ  ଧନ୍ୟବାଦ ଅର୍ପଣ କରିଥିଲେ।  ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନୀଳମଣି ନାଏକ , ସଭ୍ୟ ସନ୍ତୋଷ ରଣା , ଆଲୁମିନି ସୁଶୀଲ ସାହୁ ,ଯତୀନ୍ଦ୍ର ତାଣ୍ଡି  ଯୋଗ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷୟିତ୍ରୀ ଉର୍ବଶୀ ରାଜହଂସ ଓ ଅନୀମା ପଧାନ ସହଯୋଗ କରିଥିଲେ । Edited by k.s thakur...

ଗନ୍ଧମାର୍ଦ୍ଦନ ପାହାଡରେ ପୁଲିସ୍-ମାଓବାଦୀ ଗୁଳି ବିନିମୟ, ମୃତାହତ ନେଇ ମିଳିନି ସୂଚନା...

Image
ଗନ୍ଧମାର୍ଦ୍ଦନ ପାହାଡରେ ପୁଲିସ୍-ମାଓବାଦୀ  ଗୁଳି ବିନିମୟ, ମୃତାହତ ନେଇ ମିଳିନି ସୂଚନା... ଖପ୍ରାଖୋଲ ,୨୯/୦୩ : ଗନ୍ଧମାର୍ଦ୍ଦନ ପାହାଡରେ ପୁଲିସ୍-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। କାଲି ରାତିରୁ ଖପ୍ରାଖୋଲ ଥାନା ଗନ୍ଧମାର୍ଦ୍ଦନ ପାହାଡ ପାଦଦେଶରେ ଗୁଳି ବିନିମୟ ଜାରି ରହିଛି। ଉକ୍ତ ସ୍ଥାନରେ ମାଓବାଦୀମାନେ ଲୁଚି ରହିଥିବାର ଖବର ପାଇ ପୁଲିସ୍ କମ୍ବିଂ ଅପରେସନ୍ ଜାରି ରଖିଥିଲା।  Ad.. ବର୍ତ୍ତମାନ ପର୍ଯ୍ୟନ୍ତ କେହି ମୃତାହତ ନେଇ କୌଣସି ସୂଚନା ମିଳିନି। ସେପଟେ ଛତିଶଗଡ ସୁକମା ଜିଲ୍ଲାରେ ମଧ୍ୟ  ଡିଆରଜି ଏବଂ ସିଆରପିଏଫ୍ କୋବ୍ରା ଯବାନଙ୍କ ମଧ୍ୟ ମିଳିତ ଅପରେସନ୍ ହୋଇଛି।  ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୬ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। Edited by k.s thakur...

ଭିଆରଏସ୍ ନେଲେ ସୁଜାତା କାର୍ତ୍ତିକେୟନ !

Image
ଭିଆରଏସ୍ ନେଲେ ସୁଜାତା କାର୍ତ୍ତିକେୟନ ! ଭୁବନେଶ୍ୱର,୨୯/୦୩ : ୨୦୦୦ ବ୍ୟାଚ୍‌ର ଆଇଏଏସ ଅଧିକାରୀ ସୁଜାତା ଆର କାର୍ତ୍ତିକେୟନ ଭିଆରଏସ୍ ନେଇଥିବା ସୂଚନା । ପ୍ରାୟ ୧୫ ଦିନ ତଳେ କେନ୍ଦ୍ର ନିକଟରେ ଆବେଦନ କରିଥିଲେ । ହେଲେ ଏନେଇ ସରକାରୀସ୍ତରରେ ବାହାରକୁ ଖବର ପ୍ରକା ଶ ପାଇ ନ ଥିଲା।  Ad.. ତେବେ ସୁଜାତାଙ୍କ ଭିଆରଏସକୁ କେନ୍ଦ୍ର ମଞ୍ଜୁରି ଦେଇଥିବା ସୂଚନା ମିଳିଛି । ସୂଚନାଥାଉ କି, ସୁଜାତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ସ୍ତ୍ରୀ । Edited by k.s thakur...

ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା...

Image
ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା... ପୁରୀ,୨୯/୦୩  : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ସକାଳେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସେ ସକାଳ ପ୍ରାୟ ୭ଟା ୨୭ ମିନିଟରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା।  Ad.. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସହ ପୁରୀ ଲୋକସଭା ସଦସ୍ୟ ଡାକ୍ତର ସମ୍ବିତ ପାତ୍ର ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରମୁଖ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା  ସକାଳ ପ୍ରାୟ ୭ଟା ୨୭ ମିନିଟରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସହ ପୁରୀ ଲୋକସଭା ସଦସ୍ୟ ଡାକ୍ତର ସମ୍ବିତ ପାତ୍ର ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରମୁଖ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି। ସେ ଦିଲ୍ଲୀ ତଥା ଦେଶବାସୀଙ୍କ ମଙ୍ଗଳ ପାଇଁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିବା କହିଛନ୍ତି। ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଉତ୍କଳ ଦିବସର ଶୁଭେ...