ତୃତୀୟ ଦ୍ଵି ଦିବସୀୟ ଅଙ୍ଗ ମହୋତ୍ସବ ଅନୁଷ୍ଠିତ...
ତୃତୀୟ ଦ୍ଵି ଦିବସୀୟ ଅଙ୍ଗ ମହୋତ୍ସବ ଅନୁଷ୍ଠିତ...
ପଦ୍ମପୁର/ମହୁଲପାଲି,୩୦/୦୩ : ଅଗ୍ରଣୀ ନାଟ୍ୟ ସଂସ୍ଥା ଲୁ ଆନୁକୁଲ୍ୟ ରେ ଗତ 27 ଓ 28 ଦୁଇ ଦିନ ଧରି ସ୍ଥାନୀୟ "ଲୁ" ନାଟ୍ୟଶ୍ରମ ପରିସର ରେ ଦ୍ଵୀ-ଦିବସୀୟ ଅଙ୍ଗ ମହୋତ୍ସବ ୨୦୨୫ ମହା ସମାରୋହ ରେ ଅନୁଷ୍ଠିତ ହୋଯାଇଛି।
Ad..
ପ୍ରଥମ ଦିବସ ରେ ବରିଷ୍ଠ ଆଇନଜୀବୀ ଗୌନ୍ତିଆ କୁମାର ସାହୁ, ମା ସମଲେଇ ଙ୍କ ଠାରେ ଦୀପ ପ୍ରଜ୍ବଳନ ପୂର୍ବକ ମହୋତ୍ସବ ର ଉଦ୍ଘାଟନ କରି ଥିଲେ। ଲୁ ନାଟ୍ୟ ଅନୁଷ୍ଠାନ ର ସଭାପତି ମେଜର ଚିତ୍ତରଞ୍ଜନ ଦାସ ସ୍ବାଗତ ଭାଷଣ ପ୍ରଦାନ କରି ଥିବା ବେଳେ ସମ୍ପାଦକ ପ୍ରଫେସର କେସ ରଞ୍ଜନ ପ୍ରଧାନ ବିଶ୍ଵ ନାଟ୍ୟ ଦିବସ ଅବସର ରେ ସମ୍ବଲପୁରୀ ଭାଷା ରେ ଅନୁଦିତ ବାର୍ତ୍ତା ପଠନ କରିଥିଲେ।
ସମ୍ମାନିତ ଅତିଥି ଭାବେ ଶ୍ରୀ ଭଗବାନ ଜୀ ସ୍ଵକୀୟ ମତ ପ୍ରଦାନ କରିଥିଲେ। ନବ ପ୍ରଭାତ ସ୍ୱର୍ଯୋତି କନ୍ୟା ଗୁରୁକୁଳ ର କନ୍ୟା ମାନଙ୍କର ବେଦ ଧ୍ବନି ସମଗ୍ର ପରିବେଶ କୁ ଭାବମୟ କରି ଦେଇଥିଲା। କେସ ରଞ୍ଜନ ପ୍ରଧାନ ଙ୍କ ରଚିତ ଓ ନିର୍ଦ୍ଦେଶିତ ଅଦ୍ଭୁତ ପର୍ବତ ନାଟକ ସେମାନଙ୍କ ଦ୍ଵାରା ପରିବେଷିତ ହୋଇ ବେଶ୍ ଚର୍ଚ୍ଚିତ ହୋଇ ଥିଲା।
ମନୋରଞ୍ଜନ ସିଂ ବରିହା ଓ ଦିଲ୍ଲୀପ ଦେବତା ସେମାନଙ୍କୁ ପ୍ରଶଂସାପତ୍ର ଦେଇ ସମ୍ବର୍ଦ୍ଧିତ କରି ଥିଲେ। ପରେ ଜଗନ୍ନାଥ ସେଟ୍ ଙ୍କ ଦ୍ଵାରା ରଚିତ ଓ ନିର୍ଦ୍ଦେଶିତ ନାଟକ ଆଦମ୍ ଖୋର୍ ଲୁ ନାଟ୍ୟ ସଂସ୍ଥା ର କଳାକାର ମାନଙ୍କର ଦ୍ଵାରା ପରିବେଷିତ ହୋଇ ବେଶ୍ ଦର୍ଶକ ସ୍ଵୀକୃତି ହାସଲ କରି ଥିଲା। ଜୟ ନାରାୟଣ ତ୍ରିପାଠୀ ଓ ଚନ୍ଦ୍ର ଶେଖର ପୁରୋହିତ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରି ଥିବା ବେଳେ ନାଟ୍ୟକାର ଅଶୋକବହିଦାର ଧନ୍ୟବାଦ୍ ଅର୍ପଣ କରି ଥିଲେ।
ଶେଷ ଦିବସ ରେ ପୂର୍ବତନ ଶିକ୍ଷକ ତାରା ଚାନ୍ଦ ସାହୁ ଅତିଥି ଭାବେ ଯୋଗଦାନ କରି ଥିଲେ। ଏହି ଅବସରରେ କେସ ରଞ୍ଜନ ପ୍ରଧାନ ଙ୍କ ରଚିତ ଘେଁସ ଜମିଦାରଙ୍କ ଉପରେ ଆଧାରିତ ନାଟକ "ଘାଟି" ଦୟାସାଗର ଧରୁଆ ଙ୍କ ନିର୍ଦ୍ଦେଶନାରେ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରୀ ମାନଙ୍କ ଦ୍ଵାରା ଅଭିନୀତ ହୋଇ ଉଚ୍ଚ ପ୍ରଶଂସିତ ହୋଇ ଥିଲା।
ଅଧ୍ୟାପକ ସୁଶାନ୍ତ ମିଶ୍ର ଓ ପୂର୍ବତନ ନଗରପାଳ ପ୍ରିତମ ମେହେର କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରି ଥିଲେ। ଡକ୍ଟର ସରୋଜ ନାୟକ, ଡକ୍ଟର ସମୀର ମେହେର, କୁଞ୍ଜ ବିହାରୀ ସରାଫ ଓ ଶେଷଦେବ ମେହେର ପ୍ରମୁଖ ନାଟକ ଉପରେ ସମୀକ୍ଷା କରି ଥିଲେ। ମହୋତ୍ସବ ର ଶେଷରେ ଅଶୋକ ବହିଦାର ଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ "ତୋର ପାର କେ ମୋର ପାହା" ଅବର୍ଣିଗୁଣା ର କଳାକାର ଙ୍କ ଦ୍ଵାରା ପରିବେଷିତ ହୋଇ ଦର୍ଶକ ମାନଙ୍କର ହୃଦୟ କୁ ଛୁଇଁ ଯାଇ ଥିଲା।
ଅଞ୍ଚଳ କଲେଜ ର ଅଧ୍ୟକ୍ଷ ଡକ୍ଟର ଲଳିତ ମୋହନ ପଣ୍ଡା ଓ ମହୁଲପାଲି ଗୌନ୍ତିଆ ଝସ କେତନ ସାହୁ କଳାକାର ମାନଙ୍କୁ ସମ୍ଭର୍ଧିତ କରି ଥିଲେ। ରମେଶ ଗୁର୍ଲା ଙ୍କ ସଂଗୀତ ନିର୍ଦ୍ଦେଶନା ରେ ନାଟକ ଗୁଡ଼ିକ ବେଶ୍ ଉପଭୋଗ୍ୟ ହୋଇ ଥିଲା। ସମଗ୍ର କାର୍ଯକ୍ରମ କୁ ଲୁ ଏବଂ ଅବର୍ଣିଗୁଣା ର ସଦସ୍ୟ ମାନେ ପରିଚାଳନା ରେ ସହଯୋଗ କରି ମହୋତ୍ସବ କୁ ସଫଳ କରି ଥିଲେ।
Report : Bijay ku sahu
Edited by k.s thakur...
Comments
Post a Comment