ଦମକିପାଲି ଉ.ପ୍ରା. ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ...
ଦମକିପାଲି ଉ.ପ୍ରା. ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ...
ପାଟଣାଗଡ଼,୨୯/୦୩ : ପାଟଣାଗଡ଼ ବ୍କକ ଅନ୍ତର୍ଗତ ଦମକିପାଲି ଉ.ପ୍ରା. ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଈଶ୍ଵର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ବିରଥ କୁମାର ଭୋଇ ମୁଖ୍ୟ ଅତିଥି , ସତ୍ୟ ନାରାୟଣ ସାହୁ,ସଂଯୋଜକ ଛୁଆଲିଉଦର କ୍ଳଷ୍ଟର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ।
Ad..
ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ବିଦ୍ୟାଳୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।ଶିକ୍ଷକ ସନ୍ଦୀପ କୁମାର ସାହୁ ଅତିଥି ପରିଚୟ ଓ ଦେବରାଜ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନୀଳମଣି ନାଏକ , ସଭ୍ୟ ସନ୍ତୋଷ ରଣା , ଆଲୁମିନି ସୁଶୀଲ ସାହୁ ,ଯତୀନ୍ଦ୍ର ତାଣ୍ଡି ଯୋଗ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷୟିତ୍ରୀ ଉର୍ବଶୀ ରାଜହଂସ ଓ ଅନୀମା ପଧାନ ସହଯୋଗ କରିଥିଲେ।
Edited by k.s thakur...
Comments
Post a Comment