ବିଜେଡି ବିଧାୟକଙ୍କଠୁ ୧.୪ କୋଟି ଟଙ୍କା ଲୁଟି ନେଲେ ସାଇବର୍ ଠକ; ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ୍...

ବିଜେଡି ବିଧାୟକଙ୍କଠୁ ୧.୪ କୋଟି ଟଙ୍କା ଲୁଟି ନେଲେ ସାଇବର୍ ଠକ; ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ୍...


ଭୁବନେଶ୍ୱର,୩୧/୦୩ : ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କଠାରୁ ୧.୪ କୋଟି ଟଙ୍କା ଲୁଟିଥିବା ୭ଜଣ ଆନ୍ତରାଜ୍ୟ ସାଇବର ଠକକୁ ଗିରଫ କରିଛି ସାଇବର ପୁଲିସ । ଏହି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ୭ ଜଣ ସାଇବର୍ ଠକଙ୍କୁ କର୍ଣ୍ଣାଟକ ଓ ତାମିଲନାଡ଼ୁରୁ ଗିରଫ କରିଛି। 

Ad..


ସେମାନେ ହେଲେ କର୍ଣ୍ଣାଟକର ଜ୍ୟୋତି ରାଜୁ(୩୯), ରାଜୁ ସି(୩୪), ଇସ୍‌ମାଇଲ୍ ରାହିଦ(୨୭), ବାସିମ୍(୨୮), ତାମିଲନାଡ଼ୁରୁ ପାଟରାଜ ଏସ୍(୩୪), ଜେଗଥିସ୍ ରାଧାକ୍ରିଷ୍ଣନ(୪୦), ଇ ଶକ୍ତିକୁମାରଭେଲ୍(୫୦)ଙ୍କୁ ଗିରଫ କରାଯାଇଛି। ସମସ୍ତଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ଓଡ଼ିଶାକୁ ଆଣାଯାଉଛି। ସାଇବର ଠକଙ୍କଠାରୁ ପୁଲିସ ୧୯ଲକ୍ଷ ଟଙ୍କା ଜବତ କରିଛି।

ସୂଚନା ଯୋଗ୍ୟ; ଗତ ଜାନୁଆରୀ ୧୩ ତାରିଖରେ ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କଠାରୁ ୧କୋଟି ୪୦ଲକ୍ଷ ଟଙ୍କା ସାଇବର ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ସାଇବର୍ ଠକମାନେ ତାଙ୍କୁ ଆଇପିଓ, ସେୟାର୍‌ ଓ ଓଟିସିରେ ନିବେଶ କଲେ ଅଧିକ ରିଟର୍ଣ୍ଣ ମିଳିବାର ଲୋଭ ଦେଖାଇଥିଲେ। ସେ ୨୦୨୪ ନଭେମ୍ବର ୧୩ରୁ ୨୦୨୫ ଜାନୁଆରୀ ୧ ମଧ୍ୟରେ ୧ କୋଟି ୪୦ ଲକ୍ଷ ଟଙ୍କା ଟ୍ରାନ୍‌ଫର୍‌ କରିଥିଲେ। 

ତେବେ ପ୍ରଥମେ କ୍ଷତି ହେବା ପରେ ମଧ୍ୟ ଠକମାନେ ତାଙ୍କୁ ପୁଣି ନିବେଶ କରିବାକୁ କହିଥିଲେ। ବିଧାୟକ ଜଣକ ଟଙ୍କା ଉଠାଣ କରିବାକୁ ଚାହିଁବାରୁ  ତାହା କରାଇଦେଇନଥିଲେ ଠକ। ଏହାପରେ ଏନେଇ ବିଧାୟକ ଜଣକ କ୍ରାଇମବ୍ରାଞ୍ଚରେ ଏତଲା ଦେଇଥିଲେ। ଜାନୁଆରୀ ୧୩ରେ କ୍ରାଇମବ୍ରାଞ୍ଚର ସାଇବର ଥାନା ଏସଂକ୍ରାନ୍ତରେ ମାମଲା (ନଂ.୩/୨୦୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ପକ୍ଷରରୁ ଏକ ଟିମ ଗଠନ କରାଯାଇ ତଦନ୍ତ କରାଯାଉଥିଲା ଓ ସେମାନଙ୍କୁ ଗିରଫ କରିଛି।



Edited by k.s thakur...




Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...