ଅମ୍ବାଭୋନା ବ୍ଳକ ରେ ଅନ୍ତ୍ଯୋଦୟ ଗୃହ ଯୋଜନା ର ଶୁଭାରମ୍ଭ...

ଅମ୍ବାଭୋନା ବ୍ଳକ ରେ ଅନ୍ତ୍ଯୋଦୟ ଗୃହ ଯୋଜନା ର ଶୁଭାରମ୍ଭ...


ଅମ୍ବାଭୋନା,୩୦/୦୩ :- ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ,ଓଡିଶା ସରକାର ଆନୁକୁଲ୍ୟରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଅମ୍ବାଭୋନା ପରିସରରେ ଅନ୍ତ୍ଯୋଦୟ ଗୃହ ଯୋଜନା ର ଶୁଭାରମ୍ଭ ହୋଇଛି। ସମାଜ ର ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ସୁରକ୍ଷିତ ଆଶ୍ରୟ ଯୋଗାଇବା ଉଦ୍ଦେଶ୍ୟରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। 

Ad..


ଏହି କାର୍ଯ୍ୟକ୍ରମରେ ଅମ୍ବାଭୋନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲଲିତ ବାଗ, ସମାଜସେବୀ ଡ.ଚିନ୍ତାମଣି ପଟେଲ,ଗୁନାରୁ ପଧାନ, ସମସ୍ତ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟା ପ୍ରମୁଖ ଯୋଗ ଦେଇ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। 

ବିପୁଳ ସଂଖ୍ୟାରେ ସ୍ବୟଂ ସହାୟକ ଗୋଷ୍ଠୀର ସକ୍ରୀୟ ସଦସ୍ୟା,ମିଶନ ଶକ୍ତି ର ମହିଳାମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ। ଏହି ଅବସରରେ ଅମ୍ବାଭୋନା ବ୍ଳକରୁ ଚିହ୍ନଟ ୯୨ ଜଣ ଅସହାୟ ଗୃହ ହୀନ ତଥା ଉପେକ୍ଷିତ ହୋଇଆସୁଥିବା ଭିନ୍ନକ୍ଷମ, ବିଧବା, କୁଷ୍ଠରୋଗାକ୍ରାନ୍ତ ବ୍ୟକ୍ତି, ଜଙ୍ଗଲ ଅଧିକାର ଆଇନ ପରିସରଭୁକ୍ତ ବ୍ୟକ୍ତିଙ୍କୁ ଅନ୍ତ୍ଯୋଦୟ ଗୃହ ଯୋଜନା ରେ ପକ୍କା ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। 

ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଜନପ୍ରତିନିଧି, ନେତୃବୃନ୍ଦ ତଥା ଏକ ହଜାରରୁ ଅଧିକ ମହିଳାମାନଙ୍କୁ ଅମ୍ବାଭୋନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସମସ୍ତ ବ୍ଳକ କର୍ମଚାରୀ ଙ୍କ ସହଯୋଗ ରେ ଶୃଙ୍ଖଳିତ ଭାବେ ଖାଦ୍ୟପେୟ ଦେଇ ଆପ୍ୟାୟିତ କରାଯାଇଥିଲା।



Report : Bijay ku sahu

Edited by k.s thakur...



Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...