ରାଜ୍ୟରେ ତିଆରି ହେବ ସାଢ଼େ ୬ ହଜାର କିଲୋମିଟର ରାସ୍ତା...

ରାଜ୍ୟରେ ତିଆରି ହେବ ସାଢ଼େ ୬ ହଜାର କିଲୋମିଟର ରାସ୍ତା...


ଭୁବନେଶ୍ବର,୩୧/୦୩ : ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟରେ ତିଆରି ହେବ ସାଢ଼େ ୬ ହଜାର କିଲୋମିଟର ରାସ୍ତା। ଆସନ୍ତା ୩ ବର୍ଷରେ ତିଆରି ହେବ ୧୫ ହଜାର କିଲୋମିଟର ରାସ୍ତା। ଏନଏଚଏଆଇ ଓ ରାଜ୍ୟ ରାଜପଥ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। 

Ad..


ଏନଏଚଏଆଇ ପ୍ରକଳ୍ପ ଓ ଭବିଷ୍ୟତରେ ରାଜ୍ୟ ରାଜପଥର ଯେଉଁ ପ୍ରକଳ୍ପ ହେବ ସେ ନେଇ ବରିଷ୍ଠ ଅଧିକାରୀଙ୍କ ସହ ପୂର୍ତ୍ତ ମନ୍ତ୍ରୀ ସମୀକ୍ଷା କରିଥିଲେ। ଆସନ୍ତା ୩ ବର୍ଷରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାରେ ୧୫ ହଜାର କିଲୋମିଟର ରାସ୍ତା ହେବ । 

ଏପ୍ରିଲ ୧ ରୁ ନୂଆ ଆର୍ଥିକ ବର୍ଷରେ ସାଢେ ୬ ହଜାର କିଲୋମିଟର ରାସ୍ତା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । କେମିତି ଏହା ବ୍ୟବସ୍ଥିତ ହେବ, ସେ ନେଇ ଆଲୋଚନା ହୋଇଛି । ଦୁଇ - ତିନି ଦିନ ପରେ ବିଧାନସଭାରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ଆସିବ  ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି। 



Edited by k.s thakur...



Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...