ଶ୍ରୀ ନବମୀ ଉତ୍ସବ ପୂର୍ବରୁ ନବ କୁଣ୍ଡିୟ ଯଜ୍ଞ ର ଶୁଭାରମ୍ଭ, ବ୍ରାହ୍ମଣ ବରଣ କାର୍ଯ୍ୟ ସମ୍ପନ୍ନ...
ଶ୍ରୀ ନବମୀ ଉତ୍ସବ ପୂର୍ବରୁ ନବ କୁଣ୍ଡିୟ ଯଜ୍ଞ ର ଶୁଭାରମ୍ଭ, ବ୍ରାହ୍ମଣ ବରଣ କାର୍ଯ୍ୟ ସମ୍ପନ୍ନ...
କଣ୍ଟାବାଞ୍ଜି, ୩୧/୦୩: କଣ୍ଟାବାଞ୍ଜିରେ ବଡ଼ ହର୍ଷ ଉଲ୍ଲାସ ଓ ମହା ଆଡ଼ମ୍ବରରେ ଶ୍ରୀ ନବମୀ ଉତ୍ସବ ପୂର୍ବରୁ ନବ କୁଣ୍ଡିୟ ଯଜ୍ଞ କରାଯାଉଛି। ଏହି ଅବସରରେ ସ୍ଥାନୀୟ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ଦିନରେ ନବ କୁଣ୍ଡିୟ ହିନ୍ଦୁ ଜାଗରଣ ଯଜ୍ଞ ଆରମ୍ଭ ହୋଇଛି।
Ad..
ଏହି କାର୍ଯ୍ୟକ୍ରମରେ ମୁଖ୍ୟ କର୍ତ୍ତା ଭାବରେ ପ୍ରଦୀପ ନାରାୟଣ ଖଣ୍ଡେଲୱାଲ ଓ ତାଙ୍କ ଧର୍ମ ପତ୍ନୀ ଅଂଶଗ୍ରହଣ କରିଛନ୍ତି।ଶ୍ରୀ ରାମନବମୀ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳେ ୨୭ ଯୋଡ଼ି କର୍ତ୍ତା ଙ୍କ ଉପସ୍ଥିତିରେ ଯଜ୍ଞ ଚାଲିବ ବୋଲି କମିଟି ପକ୍ଷରୁ କୁହାଯାଇଛି।
ପରାମର୍ଶଦାତା ଲଳିତ ଅଗ୍ରବାଲ,ଚିନ୍ମୟ ଯୋଷୀ,ସଭାପତି ରାଜ କୁମାର ଶର୍ମା ,ଉପସଭାପତି ପ୍ରଦୀପ ବାଗ, ଦେବରାଜ ଯାଦବ, ତିରଥ ସିଂ ଠାକୁର,ଯୁଗଳ ଖଣ୍ଡେଲୱାଲଙ୍କ ସହିତ ଅନ୍ୟ ଶ୍ରୀ ରାମନବମୀ ଉତ୍ସବ କମିଟି ପଦାଧିକାରୀ ମାନଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ କମିଟି ସଦସ୍ୟ ତପନ ବେହେରା, ରାଜୁ ପୁଟେଲ, ରାଜୁ ବାରିକ, ପ୍ରକାଶ ଅଗ୍ରୱାଲ ସହଯୋଗ କରୁଛନ୍ତି।
ମୁଖ୍ୟ ପୂଜକ ସିଦ୍ଧାର୍ଥ ମହାପାତ୍ର, ସହଯୋଗୀ ପୂଜକ ସୋନୁ ଶତପଥୀ, ଅଜିତ ଦୁବେଙ୍କ ସମେତ ୧୦ ଜଣ ପଣ୍ଡିତ ପୂଜାର୍ଚ୍ଚନା ଓ ଯଜ୍ଞ କରୁଛନ୍ତି। ସେହିପରି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ବିଗତ ସନ୍ଧ୍ୟା ସମୟରେ ବ୍ରାହ୍ମଣ ବରଣ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।
Edited by k.s thakur...
Comments
Post a Comment