ବିଗତ ବିଜେଡି ସରକାର ର ଦୁର୍ନୀତି କୁ ଲୁଚାଇବା ପାଇଁ ବିଧାୟିକାଙ୍କ ପ୍ରଶ୍ନ ପଚାରିବା ହାସ୍ୟାସ୍ପଦ...

ବିଗତ ବିଜେଡି ସରକାର ର ଦୁର୍ନୀତି କୁ ଲୁଚାଇବା ପାଇଁ ବିଧାୟିକାଙ୍କ ପ୍ରଶ୍ନ ପଚାରିବା ହାସ୍ୟାସ୍ପଦ...


ବରଗଡ଼/ପଦ୍ମପୁର,୩୦/୦୩ : ନୃସିଂହନାଥ ପୀଠ ର ବିକାଶ ପାଇଁ ଭାରତୀୟ ଜନତା ପାର୍ଟି ସଦାସର୍ବଦା ଚେଷ୍ଟା କରିଆସିଛି ପ୍ରଦୀପ ପୁରୋହିତ ବିଧାୟକ ଥିବା ସମୟରେ କେନ୍ଦ୍ର ସରକାରରେ ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ଅନୁଦାନ ପାଣ୍ଠି ରୁ 1 କୋଟି ଟଙ୍କାର ବିନିମୟରେ ଅତିଥି ଭବନ ନିର୍ମାଣ ହୋଉଛି। 

Ad..


ଭାରତୀୟ  ଜନତା ପାର୍ଟି ସରକାରଙ୍କ ତରଫରୁ ବହୁ ବିକାଶଶୀଳ ଯୋଜନା ହାତକୁ ନିଆଯାଇଥିବା ବେଳେ ମାତ୍ର ୯ ମାସ ମଧ୍ୟରେ ନୃସିଂହନାଥ ପୀଠ ର ବିକାଶ ପାଇଁ ଡିପିଆର ପ୍ରସ୍ତୁତି ଚଳିବ ସହ ବୈଶାଖ ମେଳା ପାଇଁ ମଧ୍ୟ ଆଲୋଚନା ଚାଲିଛି। 

ବିଗତ ଦିନରେ ଯାହାକୁ ନେଇ ପଦ୍ମପୁର ବିଧାୟିକା ଅବାଞ୍ଛିତ ପ୍ରଶ୍ନ ବିଧାନସଭାରେ ଉଠାଇଥିବା ବେଳେ ବିଜେଡି ସରକାରର ସମୟରେ 22 କୋଟି ବ୍ୟୟ ଅଟକଳରେ ତିଆରି ହୋଇଥିବା ନୂଆ ଯାତ୍ରି ବିଶ୍ରାମ ଗୃହ ଓ କାର୍ଯ୍ୟାଳୟ ଶୁଭାରମ୍ଭ ହେବା ପୂର୍ବରୁ ପାଣିଗଲିବା ଓ ବ୍ୟବହାର ଅଯୋଗ୍ୟ ହୋଇପଡିଛି ଯାହା କୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଗତ ବିଜେଡି ସରକାର ଉପରେ ବହୁତ ଟଙ୍କାର ପିସି କରବାର ହୋଇଛି ବୋଲି ଜନ ଅସନ୍ତୋଷ ବୃଦ୍ଧି ପାଇଛି ସେଥିପ୍ରତି ପଦ୍ମପୁର ବିଧାୟିକା ତଦନ୍ତ କରିବା କିମ୍ବା ନିମ୍ନମାନର କାମକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇବା ବଦଳରେ ମୋହନ ମାଝି ଙ୍କ ସରକାର ନୃସିଂହନାଥ ପୀଠ ପ୍ରତି ଗୁରୁତ୍ବ ଦେଇନଥିବା କହିଛନ୍ତି ଯାହା ହାସ୍ୟାସ୍ପଦ କଥା।

ଗତ ୨୪ ବର୍ଷ ଭିତରେ ବିଜେଡି ସରକାର କେଉଭଲି ନୃସିଂହନାଥ ପୀଠ ର ବିକାଶ କରିଛି ଓ ସରକାରୀ ପାଣ୍ଠି ର ଅପବ୍ୟବହାର କରି କେତେ ଟଙ୍କାର ପିସି କରବାର ହୋଇଛି ତାକୁ ନେଇ ନିଜେ ଖୋଦ ବିଧାୟିକା ପ୍ରଥମେ ଆତ୍ମସମୀକ୍ଷା କରନ୍ତୁ ତା'ପରେ  ଯାଇ ବିଧାନ ସଭାରେ ପ୍ରଶ୍ନ ଉଠାନ୍ତୁ ବୋଲି ଯୁବ ନେତା ପ୍ରିତେଶ ବହିଦାର ପ୍ରେସ ବାର୍ତ୍ତା ମାଧ୍ୟମରେ ପ୍ରଶ୍ନ ଉଠାଇଛନ୍ତି।



Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...