ବାକିଥିବା ଟ୍ରାଫିକ ଇ-ଚାଲାଣ ନଭରିଲେ ରଦ୍ଦ ହେବ ଲାଇସେନ୍ସ...
ବାକିଥିବା ଟ୍ରାଫିକ ଇ-ଚାଲାଣ ନଭରିଲେ ରଦ୍ଦ ହେବ ଲାଇସେନ୍ସ...
ଭୁବନେଶ୍ୱର,୩୧/୦୩ : ଗାଡି ଚାଳକଙ୍କ ପାଇଁ ବଡ଼ ଖବର । ଦେଶରେ ବ୍ୟାପକ ମାତ୍ରାରେ ଟ୍ରାଫିକ ଚାଲାଣ ପୈଠ କରାଯାଉ ନାହିଁ । ସାରା ଦେଶରେ ୪୦ ହଜାର ୫୪୮ କୋଟି ଟଙ୍କା ଫାଇନ୍ ପଡ଼ିଥିବା ବେଳେ ୧୬ ହଜାର ୩୨୪ କୋଟି ଟଙ୍କା ଆଦାୟ ହୋଇଛି।
Ad..
ତେଣୁ ସରକାର ଏଥିପାଇଁ ଦୃଢ ପଦକ୍ଷେପ ନେବାକୁ ଯାଉଛନ୍ତି। କୌଣସି ଇ-ଚାଲାଣର ପେମେଣ୍ଟ ୩ ମାସ ମଧ୍ୟରେ ଟ୍ରାଫିକ ଫାଇନ ଭରିବାକୁ ପଡିବ। ଯଦି ୩ ମାସ ମଧ୍ୟରେ ଟ୍ରାଫିକ ଫାଇନ ନ ଭରା ହୁଏ ତେବେ ଡ୍ରାଇଭରଙ୍କ ଲାଇସେନ୍ସ ବାତିଲ୍ କରାଯିବ।
ଏହା ସହିତ ବିପଜ୍ଜନକ ଗାଡି ଚାଳନା ଓ ରେଡ୍ ଲାଇଟ ଅତିକ୍ରମ କରିବା ପରି ତ୍ରୁଟି ପାଇଁ ବର୍ଷକରେ ତିନୋଟି ଚାଲାଣ କଟିଥିବ ତାହେଲେ ମଧ୍ୟ ଲାଇସେନ୍ସ ରଦ୍ଦହେବ।
Edited by k.s thakur...
Comments
Post a Comment