ହିନ୍ଦୁ ଜାଗରଣ ମଂଚ ବରଗଡ଼ ପକ୍ଷରୁ ଜିଲ୍ଲାପାଳ ଙ୍କୁ ରାମନବମୀ ଓ ମହାବିଷୁବ ସଂକ୍ରାନ୍ତି ସମୟରେ ଆମିଷ ବ୍ୟବସାୟ ବନ୍ଦ ନିମନ୍ତେ ଅନୁରୋଧ ପତ୍ର...

ହିନ୍ଦୁ ଜାଗରଣ ମଂଚ ବରଗଡ଼ ପକ୍ଷରୁ ଜିଲ୍ଲାପାଳ ଙ୍କୁ ରାମନବମୀ ଓ ମହାବିଷୁବ ସଂକ୍ରାନ୍ତି ସମୟରେ ଆମିଷ ବ୍ୟବସାୟ ବନ୍ଦ ନିମନ୍ତେ ଅନୁରୋଧ ପତ୍ର...


ବରଗଡ଼,୩୧/୦୩ : ବରଗଡ଼ ଜିଲ୍ଲାପାଳ ଙ୍କୁ ହିନ୍ଦୁ ଜାଗରଣ ମଂଚ ବରଗଡ଼ ପକ୍ଷରୁ ରାମନବମୀ ଓ ମହାବିଷୁବ ସଂକ୍ରାନ୍ତି ସମୟରେ ଆମିଷ ବ୍ୟବସାୟ ବନ୍ଦ ନିମନ୍ତେ ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି।

Ad..


ଏହି ଅନୁରୋଧ ପତ୍ର ରେ ଦର୍ଶାଇଛନ୍ତି ଯେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଦୟାମୟ ଜୀବନ ଓ ଉଚ୍ଚ ଆଦର୍ଶ ଆମ ସମାଜ ଓ ସଂସ୍କୃତି ପାଇଁ ଏକ ଅନନ୍ୟ ପ୍ରେରଣା ଏବଂ ମାନବୀୟ ମୂଲ୍ୟବୋଧର ପ୍ରତିକ। ଆସନ୍ତା ୦୬.୦୪.୨୦୨୫ ରେ ଆମେ ଶ୍ରୀରାମ ନବମୀ ଓ ୧୪.୦୪.୨୦୨୫ ରେ ମହାବିଷୁବ ସଂକ୍ରାନ୍ତି/ହନୁମାନ ଜୟନ୍ତୀ ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତ। 

ଏହି ଉତ୍ସବଗୁଡ଼ିକ ଭକ୍ତି, ଭାବନା ଏବଂ ଏକତା ର ଏକ ମହାନ ପ୍ରତିକ ଭାବେ ଦେଖାଯାଏ, ଯେଉଁଥିରେ ବରଗଡ଼ ସହର ଏକ ଅଖଣ୍ଡ ଭକ୍ତିମୟ ପରିବେଶରେ ମେଳି ଯିବ।

ଏହି ପବିତ୍ର ଅବସରର ଧାର୍ମିକ ଓ ଆଧ୍ୟାତ୍ମିକ ଗୁରୁତ୍ୱ ଅତ୍ୟନ୍ତ ବିଶେଷ। ଏଥିପାଇଁ, ଏହି ଦିନଗୁଡ଼ିକର ପବିତ୍ରତା ଓ ଉଦ୍ଦେଶ୍ୟ ରକ୍ଷା କରିବା ନିମନ୍ତେ ଆମିଷ ବ୍ୟବସାୟ ବନ୍ଦ ରଖିବା ଅବଶ୍ୟକ। ଏହା ଦ୍ୱାରା ସମୁଦାୟର ଧାର୍ମିକ ଆସ୍ଥା ଓ ସଂସ୍କୃତିକ ଏକତା ଅଖଣ୍ଡ ରହିବ, ଏବଂ ସାମାଜିକ ସମ୍ପ୍ରୀତି ଅନୁପ୍ରାଣିତ ହେବ।

ଏହି ବିନମ୍ର ଅନୁରୋଧ ଯେ, ଗମ୍ଭୀରତାର ସହିତ ବିଚାର କରି, ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଆମେ ଆଶା କରୁଛୁ। ଏହା ଦ୍ୱାରା ଆମ ସମାଜର ସଂସ୍କୃତିକ ଏକତା, ସମ୍ମାନ ଓ ଭାବନା ରକ୍ଷିତ ହେବବୋଲି ଏହି ପତ୍ର ରେ ଉଲ୍ଲେଖ କରିଛନ୍ତି। ଏହି ଅନୁରୋଧ ପତ୍ର ପ୍ରଦାନ କରିବା ସମୟରେ କିଶୋର ବିଭାର,ହିରାଲାଲ ସା,ଶୁଭମ ପ୍ରଧାନ,ଜୁଗଳ ସାହୁ,ନିଲାମ୍ବର ପାଢ଼ୀ,ବୈକୁଣ୍ଠ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।



Report : Bijay ku sahu 

Edited by k.s thakur...



Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...