Posts

Showing posts from February, 2024

ବଙ୍ଗୋମୁଣ୍ଡା ରେ କଂଗ୍ରେସ ର ମିଶ୍ରଣ ପର୍ବ ଅନୁଷ୍ଠିତ...

Image
ବଙ୍ଗୋମୁଣ୍ଡା ରେ କଂଗ୍ରେସ ର ମିଶ୍ରଣ ପର୍ବ ଅନୁଷ୍ଠିତ... କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା,୨୯/୦୨ : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ଠାରେ ଆଜି କଂଗ୍ରେସ ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବ ରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା,ସମ୍ମାନୀତ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ.. Ad.. ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା,ବଙ୍ଗୋମୁଣ୍ଡା ଜୋନ୍ ର ଜିଲ୍ଲା ପରିଷଦ ସଦସ୍ୟ ଓମପ୍ରକାଶ କୁମ୍ଭାର, ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।  Ad.. ବିଜେଡି ଦଳ କୁ ତ୍ୟାଗ କରି ଜିତେନ୍ଦ୍ର ବେହେରା,ପ୍ରମୋଦ ବେହେରା,ଶୁଶିଲ ବେହେରା,ଦୁଧେଶ୍ୱର ବେହେରା,ଲିଖେଶ୍ୱର ବେହେରା,କୁନାଲ ଦାଶ,ଗୟା ବେହେରା,ବେଲାର ବେହେରା,ରବିନ୍ଦ୍ର ବେହେରା,ପାଣ୍ଡୁରୁ ବାଗ,ତାରା ପୁଞ୍ଜି,ରୁଷୁ ହଂସ ଙ୍କ ସମେତ ବହୁ ଲୋକ ଆଜି କଂଗ୍ରେସ ଦଳ ରେ ବିଧିବଦ୍ଧ ଭାବେ  ଯୋଗ ଦେଇଛନ୍ତି ।  Ad.. ତାଙ୍କୁ ବିଧାୟକ ପୁଷ୍ପମାଲ୍ୟ ଦେଇ କଂଗ୍ରେସ ଦଳ କୁ ସ୍ୱାଗତ କରିଥିଲେ । ଆଗାମୀ ଦିନ ରେ କଂଗ୍ରେସ ଦଳ କୁ ମଜବୁତ କରିବା ପାଇଁ ଆହ୍ୱାନ କରାଯାଇଥିଲା । ଏଥିରେ ବହୁ କଂଗ୍ରେସ ର ବହୁ କର୍ମୀ ମାନେ ସା...

ପ୍ରଧାନ ଶିକ୍ଷକ ଗୁଣନିଧି ମେହେରଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ...

Image
ପ୍ରଧାନ ଶିକ୍ଷକ ଗୁଣନିଧି ମେହେରଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ... କଣ୍ଟାବାଞ୍ଜି,୨୯/୦୨ : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା କ୍ଳଷ୍ଟର ଅଧିନରେ ଥିବା ବୁଢ଼ୀ ବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୁଣନିଧି ମେହେର  ଅବସର ଗ୍ରହଣ କରିବା ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। Ad.. ସଭାରେ ଜୟନ୍ତ କୁମାର ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ତୁରେକେଲା ସଭାପତିତ୍ୱ ଓ କ୍ଳଷ୍ଟର ସଂଯୋଜକ ବିରଂଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ। Ad.. ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବରେ ବିଆରସିସି ଫକୀର ଚରଣ ବିଶି, କାଦୋବେଡା କ୍ଳଷ୍ଟର ସିଆରସିସି ପ୍ରେମରାଜ ପାଣିଗ୍ରାହୀ, ମାନ୍ଦଲା କ୍ଳଷ୍ଟର ସିଆରସିସି ଧନସିଂ ମାଝୀ ଯୋଗ ଦେଇଥିଲେ।ଅତିଥି ମାନଙ୍କର ଅଭିଭାଷଣ ପରେ ବିଦାୟୀ ଶିକ୍ଷକ ଶ୍ରୀ ମେହେର ଭାବବିହ୍ୱଳ ବକ୍ତବ୍ୟ ରଖିଥିଲେ ଯାହା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା। Ad.. ତାପରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ତରଫରୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ପ୍ରଦାନ କରାଯାଇଥିଲା।କାର୍ଯ୍ୟାଳୟ ତରଫରୁ ଶ୍ରୀ ମେହେରଙ୍କୁ ଅବସରଗ୍ରହଣ ପତ୍ର ହସ୍ତାନ୍ତର କରିବା ସହିତ ଯଥାଶୀଘ୍ର ତାଙ୍କର ଭତ୍ତା କାମ କରିବାକୁ ବିଇଓ ପ୍ରତିଶ୍ରୁତି ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ପ୍ରଫୁଲ୍ଲ କୁମାର ମାଝୀ, ବିମଳ ଧରୁଆ, ସୂର୍ଯ୍ୟରାମ ମାଝୀ,ସୁବାସିତ ରାଉଚ ସହଯୋଗ କରିଥିଲେ। Edited by k....

ବ୍ରାହ୍ମଣ ସମାଜ କଣ୍ଟାବାଞ୍ଜି ର ଭୂମି ପୂଜନ ମହୋତ୍ସବ...

Image
ବ୍ରାହ୍ମଣ ସମାଜ କଣ୍ଟାବାଞ୍ଜି ର ଭୂମି ପୂଜନ ମହୋତ୍ସବ... କଣ୍ଟାବାଞ୍ଜି,୨୯/୦୨ : ବ୍ରାହ୍ମଣ ସମାଜ, କଣ୍ଟାବାଞ୍ଜି ର ଭୂମି ପୂଜନ ମହୋତ୍ସବ ଅତି ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି।ଯଜମାନ ଭାବରେ ସମାଜ ର ଅଧ୍ୟକ୍ଷ ବ୍ରଜ ଶ୍ୟାମ ଗୁରୁ ଓ ପୂଜକ ଭାବରେ ଶ୍ୟାମ ସୁନ୍ଦର ଗୁରୁ ତଥା ସଞ୍ଜୟ ମହାପାତ୍ର ଅତି ପବିତ୍ରତା ସହ ପୂଜନ ପଦ୍ଧତି ସମ୍ପାଦିତ କରିଥଲେ।          Ad.. ଉକ୍ତ ଉତ୍ସବ ରେ ଭୂମିଦାତା ଘନଶ୍ୟାମ ଶର୍ମା,ସମାଜର ଅନ୍ୟାନ୍ୟ ସଦସ୍ୟଙ୍କ ମଧ୍ୟରେ କାହୁଁ ଚରଣ ମିଶ୍ର,ପ୍ରେମ ପ୍ରକାଶ ପଣ୍ଡା, ସହ ସମ୍ପାଦକ ହରିହର ଠାକୁର,କୋଷାଧ୍ୟକ୍ଷ ମନୋଜ ଠାକୁର,ସହଶ୍ରାଂଶୁ ହୋତା,ରମାକାନ୍ତ ମହାପାତ୍ର,ପର୍ଶୁରାମ ବାହିନର ସଭାପତି ଓ ସମ୍ପାଦକ ଯଥାକ୍ରମେ ନିଶିକାନ୍ତ ମହାପାତ୍ର ଓ ସଞ୍ଜୟ କୁମାର ପଣ୍ଡା ସମ୍ପୂର୍ଣ ତଦାରଖ କରିଥିଲେ। Ad.. ସମାଜ ର ଉପ ସଭାପତି ଡ଼.ସଞ୍ଜୟ ମିଶ୍ର,ସମ୍ପାଦକ ନରୋତ୍ତମ ପଣ୍ଡା,ଚିନ୍ମୟ ଯୋଶୀ ରବି ନାରୟଣ ତ୍ରିପାଠୀ  ପ୍ରମୁଖ ସହଯୋଗ   ପୂଜନ ମହୋତ୍ସଵ କୁ ସଫଳ କରିଥିଲେ । Edited by k.s thakur...

ଯାତ୍ରୀବାହୀ ବସ ଓ ଟ୍ରକ ଦୁର୍ଘଟଣା, ୮ ଗୁରୁତର...

Image
ଯାତ୍ରୀବାହୀ ବସ ଓ ଟ୍ରକ ଦୁର୍ଘଟଣା, ୮ ଗୁରୁତର... ସମ୍ୱଲପୁର,୨୯/୦୨ : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ଆମଲାଙ୍ଗ ନିକଟରେ ଯାତ୍ରୀବାହୀ ବସ ଓ ଟ୍ରକ ଦୁର୍ଘଟଣା ହୋଇଛି। ଯାତ୍ରୀବାହୀ ବସ ‘ଶ୍ରୀରାମଜୀ’ ବରଗଡ଼ରୁ ଭଦ୍ରକ ଯାଉଥିବାବେଳେ ଟ୍ରକ ସହ ଧକ୍କା ହୋଇଛି ।  Ad.. ଏହି ଦୁର୍ଘଟଣାରେ ପ୍ରାୟ ୧୦ ଜଣ ଆହତ ହୋଇଥିବାବେଳେ, ୮ ଜଣ ଗୁରୁତର ଅଛନ୍ତି | ଗୁରୁତରମାନଙ୍କୁ ପ୍ରଥମେ କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଏବଂ ପରେ ୪ ଜଣଙ୍କୁ ଚିକିତ୍ସା ପାଇଁ ବୁର୍ଲା ପଠାଯାଇଛି। Ad.. ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗ, ପୁଲିସ ଓ ଆମ୍ବୁଲାନ୍ସ କର୍ମଚାରୀ ସାହାଯ୍ୟ କରିଥିବାବେଳେ ବସ ହେଲ୍ପରର ଅବସ୍ଥା ଅଧିକ ଗୁରୁତର ଥିବା ଜଣାପଡିଛି | କୁହାଯାଉଛି ଯେ ଓଭର ଟେକ କରୁଥିବା ସମୟରେ ସାମ୍ନାରେ ଖାଲ ପଡିଯିବାରୁ ଡାହାଣକୁ କାଟିବା ସମୟରେ ଟ୍ରକ ସାମ୍ନାରେ ବସଟି ବାଡେଇ ହୋଇଯାଇଥିଲା ବୋଲି ବସରେ ଥିବା ଯାତ୍ରୀ କହିଛନ୍ତି | Edited by k.s thakur...

କୋଶଲ ମୁକ୍ତି ସେନା ସଂଗଠନ ଦ୍ବାରା ଯୁବ ସାମ୍ବାଦିକ ରାଜ ଶର୍ମା ସମ୍ମାନିତ...

Image
କୋଶଲ ମୁକ୍ତି ସେନା ସଂଗଠନ ଦ୍ବାରା ଯୁବ ସାମ୍ବାଦିକ ରାଜ ଶର୍ମା ସମ୍ମାନିତ... ବରଗଡ଼,୨୯/୦୨ : ପଶ୍ଚିମ ଓଡ଼ିଶା ର ବଲାଙ୍ଗୀର ଭଗବତୀ ମଣ୍ଡପଠାରେ କୋଶଲ ମୁକ୍ତି ସେନା ସଂଗଠନ ତରଫରୁ ପଶ୍ଚିମ ଓଡ଼ିଶା କୌଶଳ ସଂଗଠନ ଗଠନ ହୋଇଛି। ଉକ୍ତ ବୈଠକରେ ପଶ୍ଚିମ ଓଡ଼ିଶା ର ସମସ୍ତ ଜିଲ୍ଲା ଓ ବ୍ଲକ ର କୋଶଲ ପ୍ରେମୀ ସଂଗଠନ ର ପଦାଧିକାରୀ ମାନେ ସାମିଲ ହେଇଥିଲେ ଆଲୋଚନା କରିବା ସହ ନୁଆ ନେତୃତ୍ବ ଗଠନ କରିଥିଲେ ।       Ad..        Ad.. କୋଶଲ ମୁକ୍ତି ସେନା ର ନୂଆଁ କମିଟି ର ସମସ୍ତ କର୍ମକର୍ତ୍ତା ଙ୍କ  ତାଲିକା ଘୋଷଣା କରାଯାଇଛି । ସଭାପତି ଭାବେ ଆକାଶ ରମେଶ ପଣ୍ଡାଙ୍କୁ ସମ୍ପାଦକ ଭାବେ ପ୍ରୀତମ ଠାକୁର୍, ଗୋପାଳ କୁମ୍ଭାର, ହିତାନସୁ ଶେଖର ସାହୁ, ରାଜ କିଶୋର ଛତ୍ରୀଆ ଆଉ ସେକ୍ରେଟେରୀ ଭାବେ ସୁରଥ ହେରନା, ସୁଶାନ୍ତ ପଟେଲଙ୍କୁ ବଛା ଯାଇଛି।  Ad.. ଉକ୍ତ କାର୍ଯ୍ୟକ୍ରମ ରେ କୌଶଳ ବାସୀଙ୍କୁ ନିଃସ୍ଵାର୍ଥପର ଭାବରେ ନିରବଚ୍ଛିନ୍ନ ଖବର ଏପିସୋଡ ହିସାବରେ ବରଗଡ଼ ଜିଲ୍ଲାର ପ୍ରତି ବ୍ଲକ୍ ରେ ପହଞ୍ଚି କୌଶଳ ମତ ସଂଗ୍ରହ କରି ଲୋକଙ୍କ ମତାମତ କୁ ଖବର ଭାବରେ ପରିବେଷଣ କରିଥିବା ଓଡ଼ିଶା ନିୟୁଜ ଏକ୍ସପ୍ରେସ ର ଯୁବ ସାମ୍ବାଦିକ ବରଗଡ଼ ର ରାଜ ଶର୍ମା ଙ୍କୁ ପଶ୍ଚିମ ଓଡ଼ିଶା କୋଶଳ ସଂଗଠନ ତରଫରୁ ସମ୍ମାନୀତ କରାଯାଇଛି। ଫଳରେ ବରଗଡ଼ ର ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। Report : ...

ତହସିଲ୍ ଅଫିସ ସମ୍ମୁଖରେ ଆପ୍ ର ଧାରଣା ର ଆଜି ସପ୍ତମ ଦିନ, ଯୋଗଦେଲେ ବଲାଙ୍ଗିର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ...

Image
ତହସିଲ୍ ଅଫିସ ସମ୍ମୁଖରେ ଆପ୍ ର  ଧାରଣା ର ଆଜି ସପ୍ତମ ଦିନ, ଯୋଗଦେଲେ  ବଲାଙ୍ଗିର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ... କଣ୍ଟାବାଞ୍ଜି,୨୮/୦୨ : ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅବହାକ ଶ୍ରୀ ସୁରଥ ବେହେରା ଙ୍କ ନେତୃତ୍ବ ରେ କଣ୍ଟାବାଞ୍ଜି ତହସିଲ୍ ଅଫିସ ସମ୍ମୁଖରେ ଚାଲିଥିବା ୧୬ ଦଫା ଦାବି ନେଇ ଧାରଣା ର ଆଜି ସପ୍ତମ ଦିନ। Ad.. ଆଜି ଆମ୍ ଆଦମୀ ପାର୍ଟି ବଲାଙ୍ଗିର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ଧାରଣା ସ୍ଥଳ କୁ ପହଞ୍ଚି ସରକାର ଏବଂ କଣ୍ଟାବାଞ୍ଜି ପ୍ରଶାସନ ଙ୍କ ଉପରେ ବର୍ଶିଥିଲେ ଏବଂ ଯେ ପର୍ୟ୍ୟନ୍ତ ଦାବି ପୁରଣ ନ ହେଇଛି ସେ ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ପାଣ୍ଡେ କହିଥିଲେ।  Ad.. ଆଜି ଧାରଣା ସ୍ତଳରେ ବଲାଙ୍ଗିର ସୋସିଆଲ ମିଡିଆ ଇଁନ୍ଚାର୍ଜ କିଶୋର ଭୋଇ, କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଉପସଭାପତି ଦୋଲାମନି ମହତ୍, କଣ୍ଟାବାଞ୍ଜି ସଂପାଦକ ହାଡୁ ଛାତ୍ରିଆ, ତପରାଜ୍ କୁମ୍ଭାର, ନାରୀ ନେତ୍ରୀ ସ୍ୱର୍ଣ୍ଣ ସାହୁ, ରାନୁ ଖର୍ସେଲ, ଏବଂ ଅନ୍ୟ କର୍ମୀ ଯୋଗଦେଇ ଧାରଣା କୁ ସଫଳ କରାଇବା ପାଇ ଉପସ୍ଥିତ ଥିଲେ। Edited by k.s thakur...

ବନାଞ୍ଚଳ ସ୍ତରୀୟ ବନାଗ୍ନି ନିବାରଣ ସଚେତନତା ସଭା ଅନୁଷ୍ଠିତ...

Image
ବନାଞ୍ଚଳ ସ୍ତରୀୟ ବନାଗ୍ନି ନିବାରଣ ସଚେତନତା ସଭା ଅନୁଷ୍ଠିତ... କଣ୍ଟାବାଞ୍ଜି,୨୮/୦୨ : ବଲାଙ୍ଗୀର ବନଖଣ୍ଡ ଅନ୍ତର୍ଗତ କଣ୍ଟାବାଞ୍ଜି ବନାଞ୍ଚଳ ଆନୁକୂଲ୍ୟରେ ତୁରେକେଲା ବନପାଳ କାର୍ଯ୍ୟାଳୟ ପରିସରରେ ବନାଞ୍ଚଳ ସ୍ତରୀୟ ବନାଗ୍ନି ନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। Ad .. କଣ୍ଟାବାଞ୍ଜି ରେଞ୍ଜର ସିଦ୍ଧାନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କୌଶିକ ମେହେର, ଜିଲ୍ଲା ପରିଷଦ ସଭ୍ୟ, ମୁଖ୍ୟ ଅତିଥି, ପ୍ରକୃତି ବନ୍ଧୁ ବିରଂଚି ନାରାୟଣ ଦାଶ, ମୁଖ୍ୟବକ୍ତା, ଜଳନ୍ଧର ମହାକୁଡ,ସରପଞ୍ଚ, ଅସିତ କୁମାର ଜେନା,ଅଗ୍ଳିଶମ ଅଧିକାରୀ, ବ୍ରଜ ବିଶ୍ୱ।ଳ , କେନ୍ଦୁପତ୍ର ଫରେଷ୍ଟର,ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। Ad.. କଣ୍ଟାବାଞ୍ଜି ଫରେଷ୍ଟର କାମେଶ୍ୱର ତାଣ୍ଡି  ସଭା ପରିଚାଳନା ଓ ଢୋଲମାନ୍ଦଲ ଫରେଷ୍ଟର କୀର୍ତ୍ତି ଚନ୍ଦ୍ର ସୁଆର ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବନ ବିଭାଗର କର୍ମଚାରୀ ,ଫରେଷ୍ଟର ନପ ହରପାଲ, ଗୋବର୍ଦ୍ଧନ ପଟେଲ, ସୁନିଲ ଛତ୍ରିଆ,ଫରେଷ୍ଟଗାର୍ଡ ପରମାନନ୍ଦ ମାଝୀ, କୃଷ୍ଣଚନ୍ଦ୍ର ବନଛୋର... Ad.. ପ୍ରଦୀପ ମାଝୀ, ଜାହ୍ନବୀ ବେହେରା,ଅଭିମନ୍ୟୁ ଭୋଇ,ସ୍ୱର୍ଣ୍ଣ ଲତା ହେର୍ଣା,ପାରା ପ୍ରୋଟେକ୍ସନ ସ୍କ୍ୱ।ଡ ପରମାନନ୍ଦ ଭାଟି,ଧନେଶ୍ୱର ମାଝୀ,ବିଷ୍ଣୁ ଛୁରା,ସ୍ୱୟଂ ସହାୟକ ଗୋଷ୍ଠୀ,ସମାଜସେବୀ ତଥା ପ୍ରକୃତି ପ୍ରେମୀମାନେ ଯୋଗ ଦେଇଥିଲେ। ଅତିଥି ମାନେ ବନାଗ୍ନିର କାରଣ ଓ କ୍ଷତି ଉପରେ ...

ବିଜୁ ଜନତା ଦଳ ତରଫ ରୁ ଵିଧାୟିକା ବର୍ଷା ସିଂ ବରିହା ଙ୍କ ନେତୃତ୍ୱ ରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ...

Image
ବିଜୁ ଜନତା ଦଳ ତରଫ ରୁ ଵିଧାୟିକା ବର୍ଷା ସିଂ ବରିହା ଙ୍କ ନେତୃତ୍ୱ ରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ... ପଦ୍ମପୁର,୨୭/୦୨ : ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରମୁଖ ରାଜନୈତିକ ଦଳ ଭୋଟର ଙ୍କ ନିକଟତର ହେବାକୁ ନିଜ ନିଜ ର ପ୍ରୟାସ ଆରମ୍ଭ କରି ଦେଇଛନ୍ତି।      Ad.. Ad.. ଆଜି ପାଇକମାଲ ବ୍ଲକ ର କେରମେଲାବାହାଲ ଓ ପଲସଦା ପଂଚାୟତ ରେ ବିଜୁ ଜନତା ଦଳ ତରଫ ରୁ ଵିଧାୟିକା ବର୍ଷା ସିଂ ବରିହା ଙ୍କ ନେତୃତ୍ୱ ରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।  Ad.. ଏହି ଅବସରରେ ଵିଧାୟିକା ବର୍ଷା ସିଂ ବରିହା ଅଞ୍ଚଳ ର ଘରେ ଘରେ ବୁଲି ଘର କାନ୍ଥ ସମ୍ମୁଖରେ ରେ ବିଜୁ ଜନତା ଦଳର ର ପରିଚୟ ଶଙ୍ଖ ଚି଼ହ୍ନ ଲଗେଇ ଥିଲେ, ଏହି କାର୍ଯ୍ୟକ୍ରମ ରେ ଵିଧାୟିକା ବର୍ଷା ସିଂ ବରିହା ଙ୍କ ସହିତ ଶତାଧିକ ମହିଳା କର୍ମୀ ଯୋଗ ଦେଇଥିଲେ। Report : Bijay ku sahu Edited by k.s thakur...

ମିଶନ ଶକ୍ତି ମା’ଙ୍କୁ ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ...

Image
ମିଶନ ଶକ୍ତି ମା’ଙ୍କୁ ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ... ପଦ୍ମପୁର,୨୭/୦୨ : ମିଶନ ଶକ୍ତି ମାଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର। ଏଣିକି ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା ଯାଏଁ ଋଣ। ସେହିଭଳି ୟୁନିଫର୍ମ ଓ ବ୍ଲେଜର ପାଇଁ ୭୦ ଲକ୍ଷ ମହିଳା ଓ ଦେଢ ଲକ୍ଷ ମିଶନ ଶକ୍ତି ଲିଡରଙ୍କୁ ୭୩୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। Ad..                     ଚଳିତବର୍ଷ ମିଶନ ଶକ୍ତିର ମା’ ମାନେ ୧୫ ହଜାର କୋଟି ଟଙ୍କା ଋଣ ପାଇଛନ୍ତି। ଆସନ୍ତା ୫ ବର୍ଷରେ ମିଶନ ଶକ୍ତି ମା’ଙ୍କୁ ୭୫ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ। ଏହାସହ ସୁଧ ଫେରସ୍ତ ବାବଦକୁ ୧୪୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ଗତ ୫ ବର୍ଷରେ ୯୨୫ କୋଟି ଟଙ୍କା ଫେରସ୍ତ କରାଯାଇଛି। Ad.. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି କହିଛନ୍ତି,  ମିଶନ ଶକ୍ତି ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ। ମା’ ମାନଙ୍କର  ଉନ୍ନତି ପାଇଁ ସରକାର ସବୁବେଳେ କାମ କରୁଛନ୍ତି। ମା’ ମାନେ ଏବେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସହଭାଗୀ ହେଉଛନ୍ତି। ନୂଆ ଓଡ଼ିଶା ଗଠନରେ ସାମିଲ ହୋଇଛନ୍ତି ମିଶନ ଶକ୍ତି ମା’। ମା’ ମାନେ ଏବେ ଏସଏଚଜିରୁ ଏସଏମଇ ହୋଇଛନ୍ତି। Ad.. ବ୍ୟବସାୟରେ ଆଗକୁ ବଢୁଛନ୍ତି। ଏ ନେଇ ପଦ୍ମ...

ଏନଏସି ମାନ୍ୟତା ଦାବି ନେଇ ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ପାଳନ...

Image
ଏନଏସି ମାନ୍ୟତା ଦାବି ନେଇ ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ପାଳନ... କଣ୍ଟାବାଞ୍ଜି,୨୭/୦୨ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡାକୁ ଏନଏସି ମାନ୍ୟତା ଦାବି ନେଇ ବଙ୍ଗୋମୁଣ୍ଡା ପଞ୍ଚାୟତବାସୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ପାଳନ କରାଯାଉଛି।        Ad.. ବଙ୍ଗୋମୁଣ୍ଡାକୁ ଏନଏସି ନ କରାଯାଇ ଅଣଦେଖା କରିଥିବା ବେଳେ ଦୀର୍ଘ ବର୍ଷ ହେଲା ବଙ୍ଗୋମୁଣ୍ଡାକୁ ଏନଏସି ଦାବି ନେଇ ଆନ୍ଦୋଳନ କରାଯାଇଥିଲା ହେଲେ ନୂତନ ଏନଏସି ଘୋଷଣାରେ ବଙ୍ଗୋମୁଣ୍ଡା ନାମ ନଥିବାରୁ ଅଞ୍ଚଳବାସୀ ନିରାଶ ହୋଇଛନ୍ତି।  Ad.. ଆଜି ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନରେ ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ କରାଯାଇଛି। ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିଛି। ଛାତ୍ରଛାତ୍ରୀଙ୍କ ପରୀକ୍ଷା ସହ ଜରୁରୀକାଳୀନ କାର୍ଯ୍ୟକୁ ବାଦ ଦିଆଯାଇଛି। ଶାନ୍ତିଶୃଙ୍ଖଳା ପାଇଁ ପୁଲିସ ମୁତୟନ ହୋଇଛି।  Ad.. ପ୍ରଥମେ ମାଟି ପରେ ପାର୍ଟି ବୋଲି ରାଜନୈତିକ ଦଳଗୁଡ଼ିକ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ସରକାର ଏନ ଏ ସି ଘୋଷଣା ନ ହେଲେ ଆଇନ ଆମାନ୍ୟ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏହି ବନ୍ଦ ପାଳନ ରେ ଅଜିତ ଯୋଶ ( ସରପଞ୍ଚ ,ବଙ୍ଗୋମୁଣ୍ଡା) କେଶବ ନାରାୟଣ ଜୈନ(ବ୍ଲକ ଉପାଧ୍ୟକ୍ଷ), ଆନନ୍ଦ ଅଗ୍ରୱାଲ ( ବଙ୍ଗ...

ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ରେ ଡାକ୍ତର ଙ୍କ ଡେପୁଟେସନ କୁ ନେଇ ଜନ ଅସନ୍ତୋଷ : ଦାବିପତ୍ର ମାଧ୍ୟମରେ ଚେତାବନୀ ଦେଲେ ଅଂଚଳବାସୀ...

Image
ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ରେ ଡାକ୍ତର ଙ୍କ ଡେପୁଟେସନ କୁ ନେଇ ଜନ ଅସନ୍ତୋଷ : ଦାବିପତ୍ର ମାଧ୍ୟମରେ ଚେତାବନୀ ଦେଲେ ଅଂଚଳବାସୀ... ବରଗଡ଼,୨୭/୦୨ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ରୁ ବରଗଡ଼ ମୁଖ୍ୟାଳୟ କୁ ଡାକ୍ତର ପ୍ରକାଶ ଚନ୍ଦ୍ର ସାହୁ ଙ୍କୁ ବଦଳି କରାଯାଇଥିବାରୁ ପଦ୍ମପୁର ଅଂଚଳରେ ଜନ ଅସନ୍ତୋଷ ଦେଖାଦେଉଛି ଫଳରେ ଆଜି ପଦ୍ମପୁର ବିଜେପି  ନେତୃତ୍ବରେ ପ୍ରିତେଶ ବୋହିଦାର, ଅଶୋକ ମିଶ୍ର, ସୁନୀଲ ଅଗ୍ରୱାଲ, ହରି ସିଂ, ଆଦିତ୍ୟ ରଥ, ଡ଼ଃ ନାରାୟଣ ପୁରୋହିତ, ଜୋଶ୍ନlରାଣୀ କର.. Ad.. ନରୋତମ ପ୍ରଧାନ,ପ୍ରତାପ ନାଥ,ଅଜୟ ଅଗ୍ରୱାଲ, ଦୀନେଶ ବାରିକ, ମଣ୍ଟୁ ପାଣ୍ଡେ, ରୋହିତ ସେଠ, ନିରୋଜ ମେହେର ପ୍ରମୁଖ ଙ୍କ ଉପସ୍ଥିତିରେ ଏସ୍ ଡିଏମଓ ଡାକ୍ତର ସରୋଜ ସେଠ ଙ୍କୁ ଦାବିପତ୍ର ମାଧ୍ୟମରେ ଆଗକୁ ସମସ୍ୟା ହେଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେବାସହ ଆବଶ୍ୟକତା ଥିବା ଡ଼ାକ୍ତରଖାନାର ସମସ୍ତ ଡାକ୍ତର , ଷ୍ଟାଫ ପୁରଣ ସହ ଡାକ୍ତରଖାନା ରେ ଫିଜିଓଥୋରାପି ଚିକିତ୍ସା ସାମଗ୍ରୀ ମହଜୁଦ ଥିବାବେଳେ ଫିଜିଓଥୋରାପି ଡାକ୍ତର ନାହାନ୍ତି ଏଣୁ ସରକାର ଫିଜିଓଥୋରାପି ଡାକ୍ତର ଯୋଗାଇ ଦେବାପାଇଁ ଦାବି ପତ୍ର ପ୍ରଦାନ କରିଥିଲେ ।  Ad.. ପ୍ରକାଶ ଥାଉକି ଗତ ୨୧ ତାରିଖ ଦିନ ବରଗଡ଼ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାନସର ହସ୍ପିଟାଲ ର ଶୁଭାରମ୍ଭ କରିଛନ୍ତି ହେଲେ ଉକ୍ତ ନୂଆ ଉଦଘାଟିତ ହୋଇଥିବା କ୍ୟାନସର ଡାକ୍ତରଖାନାରେ...

ଦମକିପାଲି ଉ.ପ୍ରା.ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର...

Image
ଦମକିପାଲି ଉ.ପ୍ରା.ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର... ପାଟଣାଗଡ଼,୨୭/୦୨ : ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଛୁଆଲିଉଦର କ୍ଳଷ୍ଟର ଅଧୀନରେ ଥିବା ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ବ୍ଳକ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିଛି।     Ad.. ପ୍ରକାଶ ଥାଉକି ବଲାଙ୍ଗିରସ୍ଥିତ ପିଆର ଉଚ୍ଚ ବିଦ୍ୟାଳୟର ଷ୍ଟାଡିୟମରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓ ପୌରପାଳିକା ଅଧ୍ୟକ୍ଷା ଲିକା ସାହୁ ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇଙ୍କୁ ସ୍ମୃତିଫଳକ,ପ୍ରମାଣପତ୍ର ଓ ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ। Ad.. ଦମକିପାଲି ବିଦ୍ୟାଳୟ ପାଟଣାଗଡ଼ ବ୍ଳକର ଉପାନ୍ତ ଅଞ୍ଚଳରେ ଥିବା ସତ୍ତ୍ବେ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ଯଥା ବୃତ୍ତି, ନବୋଦୟ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ରେ ନାମଲେଖା, ଜାତୀୟ ମେଧା ବୃତ୍ତି, ସୁରଭି, ବିଜ୍ଞାନ ମେଳା ଆଦିରେ କୃତିତ୍ବ ଅର୍ଜନ କରିବା ସହିତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ବିଦ୍ୟାଳୟକୁ ୨୦୧୯ ମସିହାରେ ପ୍ରକୃତି ମିତ୍ର ମିଳିଥିବା ବେଳେ ସୁଶ୍ରୀ ଭୋଇଙ୍କୁ ୨୦୧୪ମସିହାରେ ରାଜ୍ୟ ପୁରସ୍କାର, ଦୁଇଥର ପ୍ରକୃତିବନ୍ଧୁ ଓ ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ଅନେକ ପୁରସ୍କାର ମିଳିଛି। Ad.. ଏହି ଖବର ପାଇବା ପରେ ବୁଦ୍ଧିଜୀବୀ ଓ ଶିକ୍ଷକ ମହଲର...

ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ...

Image
ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ... ବରଗଡ଼,୨୬/୦୨ : ନବଜ୍ୟୋତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଚକରକେନ୍ଦ ରେ ଗୋଟିଏ ମାସ ବ୍ୟାପୀ ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରୀମାନେ ଅଂଶଗ୍ରହଣ କରି ବହୁ ପରିମାଣରେ ଲାଭ ପାଇଥିଲେ ।  Ad.. ଶେଷ ଦିନରେ ତାଲିମ ଶିବରର ପରିଚାଳନା ର ଦାୟୀତ୍ଵ ଖେଳ ଶିକ୍ଷିକ ସୁବଳ ପଧାନ ନିରିକ୍ଷଣ କରିଥିଲେ ଏବଂ ନିଜର ବକ୍ତବ୍ୟ ରଖି ଆତ୍ମସୁରକ୍ଷା ଶିବିରର ଉପାଦେୟତା ବିଷୟରେ ପିଲାଙ୍କୁ ଅବଗତ କରାଇଥିଲେ । Ad.. Like and subscribe our channel through this link below 👇 https://www.youtube.com/@odishachroniclenews?sub_confirmation=1 Report  : Bijay Kumar sahu Edited by k.s thakur...