କୋଶଲ ମୁକ୍ତି ସେନା ସଂଗଠନ ଦ୍ବାରା ଯୁବ ସାମ୍ବାଦିକ ରାଜ ଶର୍ମା ସମ୍ମାନିତ...
କୋଶଲ ମୁକ୍ତି ସେନା ସଂଗଠନ ଦ୍ବାରା ଯୁବ ସାମ୍ବାଦିକ ରାଜ ଶର୍ମା ସମ୍ମାନିତ...
ବରଗଡ଼,୨୯/୦୨ : ପଶ୍ଚିମ ଓଡ଼ିଶା ର ବଲାଙ୍ଗୀର ଭଗବତୀ ମଣ୍ଡପଠାରେ କୋଶଲ ମୁକ୍ତି ସେନା ସଂଗଠନ ତରଫରୁ ପଶ୍ଚିମ ଓଡ଼ିଶା କୌଶଳ ସଂଗଠନ ଗଠନ ହୋଇଛି। ଉକ୍ତ ବୈଠକରେ ପଶ୍ଚିମ ଓଡ଼ିଶା ର ସମସ୍ତ ଜିଲ୍ଲା ଓ ବ୍ଲକ ର କୋଶଲ ପ୍ରେମୀ ସଂଗଠନ ର ପଦାଧିକାରୀ ମାନେ ସାମିଲ ହେଇଥିଲେ ଆଲୋଚନା କରିବା ସହ ନୁଆ ନେତୃତ୍ବ ଗଠନ କରିଥିଲେ ।
Ad..
Ad..କୋଶଲ ମୁକ୍ତି ସେନା ର ନୂଆଁ କମିଟି ର ସମସ୍ତ କର୍ମକର୍ତ୍ତା ଙ୍କ ତାଲିକା ଘୋଷଣା କରାଯାଇଛି । ସଭାପତି ଭାବେ ଆକାଶ ରମେଶ ପଣ୍ଡାଙ୍କୁ ସମ୍ପାଦକ ଭାବେ ପ୍ରୀତମ ଠାକୁର୍, ଗୋପାଳ କୁମ୍ଭାର, ହିତାନସୁ ଶେଖର ସାହୁ, ରାଜ କିଶୋର ଛତ୍ରୀଆ ଆଉ ସେକ୍ରେଟେରୀ ଭାବେ ସୁରଥ ହେରନା, ସୁଶାନ୍ତ ପଟେଲଙ୍କୁ ବଛା ଯାଇଛି।
Ad..
ଉକ୍ତ କାର୍ଯ୍ୟକ୍ରମ ରେ କୌଶଳ ବାସୀଙ୍କୁ ନିଃସ୍ଵାର୍ଥପର ଭାବରେ ନିରବଚ୍ଛିନ୍ନ ଖବର ଏପିସୋଡ ହିସାବରେ ବରଗଡ଼ ଜିଲ୍ଲାର ପ୍ରତି ବ୍ଲକ୍ ରେ ପହଞ୍ଚି କୌଶଳ ମତ ସଂଗ୍ରହ କରି ଲୋକଙ୍କ ମତାମତ କୁ ଖବର ଭାବରେ ପରିବେଷଣ କରିଥିବା ଓଡ଼ିଶା ନିୟୁଜ ଏକ୍ସପ୍ରେସ ର ଯୁବ ସାମ୍ବାଦିକ ବରଗଡ଼ ର ରାଜ ଶର୍ମା ଙ୍କୁ ପଶ୍ଚିମ ଓଡ଼ିଶା କୋଶଳ ସଂଗଠନ ତରଫରୁ ସମ୍ମାନୀତ କରାଯାଇଛି। ଫଳରେ ବରଗଡ଼ ର ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।
Report : Bijay ku sahu
Edited by k.s thakur...
Comments
Post a Comment