ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ରେ ଡାକ୍ତର ଙ୍କ ଡେପୁଟେସନ କୁ ନେଇ ଜନ ଅସନ୍ତୋଷ : ଦାବିପତ୍ର ମାଧ୍ୟମରେ ଚେତାବନୀ ଦେଲେ ଅଂଚଳବାସୀ...
ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ରେ ଡାକ୍ତର ଙ୍କ ଡେପୁଟେସନ କୁ ନେଇ ଜନ ଅସନ୍ତୋଷ : ଦାବିପତ୍ର ମାଧ୍ୟମରେ ଚେତାବନୀ ଦେଲେ ଅଂଚଳବାସୀ...
ବରଗଡ଼,୨୭/୦୨ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ରୁ ବରଗଡ଼ ମୁଖ୍ୟାଳୟ କୁ ଡାକ୍ତର ପ୍ରକାଶ ଚନ୍ଦ୍ର ସାହୁ ଙ୍କୁ ବଦଳି କରାଯାଇଥିବାରୁ ପଦ୍ମପୁର ଅଂଚଳରେ ଜନ ଅସନ୍ତୋଷ ଦେଖାଦେଉଛି ଫଳରେ ଆଜି ପଦ୍ମପୁର ବିଜେପି ନେତୃତ୍ବରେ ପ୍ରିତେଶ ବୋହିଦାର, ଅଶୋକ ମିଶ୍ର, ସୁନୀଲ ଅଗ୍ରୱାଲ, ହରି ସିଂ, ଆଦିତ୍ୟ ରଥ, ଡ଼ଃ ନାରାୟଣ ପୁରୋହିତ, ଜୋଶ୍ନlରାଣୀ କର..
Ad..
ନରୋତମ ପ୍ରଧାନ,ପ୍ରତାପ ନାଥ,ଅଜୟ ଅଗ୍ରୱାଲ, ଦୀନେଶ ବାରିକ, ମଣ୍ଟୁ ପାଣ୍ଡେ, ରୋହିତ ସେଠ, ନିରୋଜ ମେହେର ପ୍ରମୁଖ ଙ୍କ ଉପସ୍ଥିତିରେ ଏସ୍ ଡିଏମଓ ଡାକ୍ତର ସରୋଜ ସେଠ ଙ୍କୁ ଦାବିପତ୍ର ମାଧ୍ୟମରେ ଆଗକୁ ସମସ୍ୟା ହେଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେବାସହ ଆବଶ୍ୟକତା ଥିବା ଡ଼ାକ୍ତରଖାନାର ସମସ୍ତ ଡାକ୍ତର , ଷ୍ଟାଫ ପୁରଣ ସହ ଡାକ୍ତରଖାନା ରେ ଫିଜିଓଥୋରାପି ଚିକିତ୍ସା ସାମଗ୍ରୀ ମହଜୁଦ ଥିବାବେଳେ ଫିଜିଓଥୋରାପି ଡାକ୍ତର ନାହାନ୍ତି ଏଣୁ ସରକାର ଫିଜିଓଥୋରାପି ଡାକ୍ତର ଯୋଗାଇ ଦେବାପାଇଁ ଦାବି ପତ୍ର ପ୍ରଦାନ କରିଥିଲେ ।
Ad..
ପ୍ରକାଶ ଥାଉକି ଗତ ୨୧ ତାରିଖ ଦିନ ବରଗଡ଼ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାନସର ହସ୍ପିଟାଲ ର ଶୁଭାରମ୍ଭ କରିଛନ୍ତି ହେଲେ ଉକ୍ତ ନୂଆ ଉଦଘାଟିତ ହୋଇଥିବା କ୍ୟାନସର ଡାକ୍ତରଖାନାରେ ନିଶ୍ଚେତକ ଡାକ୍ତର ଯୋଗାଇଦେଇ ନାହାନ୍ତି ଫଳରେ ଶୁଭାରମ୍ଭ ହୋଇଥିବା କ୍ୟାନସର ବିଭାଗ ଏକ ପ୍ରକାର ର ଅଚଳ ହେଉଛି ...
Ad..
ଯାହା କୁ ଆଖି ଆଗରେ ରଖି ସରକାର ନୂଆ ନିଶ୍ଚେତକ ଡ଼ାକ୍ତର ଯୋଗାଇଦେବା ବଦଳରେ ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ନିଯୁକ୍ତି ହୋଇଥିବା ଏକମାତ୍ର ନିଶ୍ଚେତକ ଡାକ୍ତର ପ୍ରକାଶ ଚନ୍ଦ୍ର ସାହୁଙ୍କୁ ଡେପୁଟେସନ ରେ ନେଇଛନ୍ତି ଯାହା କୁ ନେଇ ସ୍ଥାନୀୟ ସମାଜ ସେବୀ ଓ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିବାରୁ ଉକ୍ତ ଡାକ୍ତରଙ୍କୁ ସପ୍ତାହର ଶେଷ ତିନିଦିନ ଗୁରୁବାର, ଶୁକ୍ରବାର ଓ ଶନିବାର ଦିନ ବରଗଡ଼ କ୍ୟାନସର ବିଭାଗ ରେ କାମ କରିବା ପାଇଁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ଫଳରେ ଜନ ଅସନ୍ତୋଷ ଦ୍ଵିଗୁଣିତ ହୋଇ ଏବେ ଜନ ଅସନ୍ତୋଷ ଦ୍ଵିଗୁଣିତ ହୋଇଛି ।
ସରକାର ନୂତନ ଶୁଭାରମ୍ଭ କରିଥିବା କ୍ୟାନସର ବିଭାଗ ରେ ସମସ୍ତ ଡାକ୍ତର ଙ୍କ ସମେତ ନୂତନ କର୍ମଚାରୀ ନିଯୁକ୍ତ ନ କରି ଜିଲ୍ଲା ଭିତରେ ଥିବା ବିଭିନ୍ନ ସ୍ଥାନରୁ ଡାକ୍ତର କିମ୍ବା କର୍ମଚାରୀ ନେଇ ବିଭାଗ ଚାଲାଇଲେ ଆନ୍ଦୋଳନ ହେବ ବୋଲି ପଦ୍ମପୁର ଟାଉନ୍ କ୍ଲବ୍ ସଭାପତି ପ୍ରିତେଶ କୁମାର ବହିଦାର ଚେତାବନୀ ଦେଇଥିଲେ ।
ପଦ୍ମପୁର ସରକାରୀ ଡାକ୍ତରଖାନା ରୁ ଡେପୁଟେସନ ରେ ନେଇଥିବା ଡ଼ାକ୍ତର ଙ୍କ ନିର୍ଦ୍ଦେଶନାମା ଶିଘ୍ର ବାତିଲ ହେଉବୋଲି ପ୍ରତିକ୍ରିୟା ଦେଇଛନ୍ତି ନହେଲେ ବଡ ଧରଣର ଆନ୍ଦୋଳନ ଚେତାବନୀ ଦେଇ କହିଥିଲେ ଯେ ପଦ୍ମପୁର ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ ରହିଥିବା ବେଳେ ଏଠାରୁ ଡାକ୍ତର ଙ୍କୁ ଡେପୁଟେସନ ରେ ନେବା ଅଂଚଳର ଜନସାଧାରଣ ଙ୍କୁ ପ୍ରତାରଣା ଦେବା ସହ ସମାନ ଏଣୁ ଡାକ୍ତର ଅଭାବ ଦେଖାଦେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଆଜି ସଚେତନ ନାଗରିକଙ୍କ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି।
Like and subscribe our channel through this link below 👇
https://www.youtube.com/@odishachroniclenews?sub_confirmation=1
Report : Bijay ku sahu
Edited by k.s thakur...
Comments
Post a Comment