ପ୍ରଧାନ ଶିକ୍ଷକ ଗୁଣନିଧି ମେହେରଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ...
ପ୍ରଧାନ ଶିକ୍ଷକ ଗୁଣନିଧି ମେହେରଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ...
କଣ୍ଟାବାଞ୍ଜି,୨୯/୦୨ : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା କ୍ଳଷ୍ଟର ଅଧିନରେ ଥିବା ବୁଢ଼ୀ ବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୁଣନିଧି ମେହେର ଅବସର ଗ୍ରହଣ କରିବା ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା।
Ad..
ସଭାରେ ଜୟନ୍ତ କୁମାର ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ତୁରେକେଲା ସଭାପତିତ୍ୱ ଓ କ୍ଳଷ୍ଟର ସଂଯୋଜକ ବିରଂଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ।
Ad..
ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବରେ ବିଆରସିସି ଫକୀର ଚରଣ ବିଶି, କାଦୋବେଡା କ୍ଳଷ୍ଟର ସିଆରସିସି ପ୍ରେମରାଜ ପାଣିଗ୍ରାହୀ, ମାନ୍ଦଲା କ୍ଳଷ୍ଟର ସିଆରସିସି ଧନସିଂ ମାଝୀ ଯୋଗ ଦେଇଥିଲେ।ଅତିଥି ମାନଙ୍କର ଅଭିଭାଷଣ ପରେ ବିଦାୟୀ ଶିକ୍ଷକ ଶ୍ରୀ ମେହେର ଭାବବିହ୍ୱଳ ବକ୍ତବ୍ୟ ରଖିଥିଲେ ଯାହା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା।
Ad..
ତାପରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ତରଫରୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ପ୍ରଦାନ କରାଯାଇଥିଲା।କାର୍ଯ୍ୟାଳୟ ତରଫରୁ ଶ୍ରୀ ମେହେରଙ୍କୁ ଅବସରଗ୍ରହଣ ପତ୍ର ହସ୍ତାନ୍ତର କରିବା ସହିତ ଯଥାଶୀଘ୍ର ତାଙ୍କର ଭତ୍ତା କାମ କରିବାକୁ ବିଇଓ ପ୍ରତିଶ୍ରୁତି ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ପ୍ରଫୁଲ୍ଲ କୁମାର ମାଝୀ, ବିମଳ ଧରୁଆ, ସୂର୍ଯ୍ୟରାମ ମାଝୀ,ସୁବାସିତ ରାଉଚ ସହଯୋଗ କରିଥିଲେ।
Edited by k.s thakur...
Comments
Post a Comment