ଯାତ୍ରୀବାହୀ ବସ ଓ ଟ୍ରକ ଦୁର୍ଘଟଣା, ୮ ଗୁରୁତର...
ଯାତ୍ରୀବାହୀ ବସ ଓ ଟ୍ରକ ଦୁର୍ଘଟଣା, ୮ ଗୁରୁତର...
ସମ୍ୱଲପୁର,୨୯/୦୨ : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ଆମଲାଙ୍ଗ ନିକଟରେ ଯାତ୍ରୀବାହୀ ବସ ଓ ଟ୍ରକ ଦୁର୍ଘଟଣା ହୋଇଛି। ଯାତ୍ରୀବାହୀ ବସ ‘ଶ୍ରୀରାମଜୀ’ ବରଗଡ଼ରୁ ଭଦ୍ରକ ଯାଉଥିବାବେଳେ ଟ୍ରକ ସହ ଧକ୍କା ହୋଇଛି ।
Ad..
ଏହି ଦୁର୍ଘଟଣାରେ ପ୍ରାୟ ୧୦ ଜଣ ଆହତ ହୋଇଥିବାବେଳେ, ୮ ଜଣ ଗୁରୁତର ଅଛନ୍ତି | ଗୁରୁତରମାନଙ୍କୁ ପ୍ରଥମେ କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଏବଂ ପରେ ୪ ଜଣଙ୍କୁ ଚିକିତ୍ସା ପାଇଁ ବୁର୍ଲା ପଠାଯାଇଛି।
Ad..
ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗ, ପୁଲିସ ଓ ଆମ୍ବୁଲାନ୍ସ କର୍ମଚାରୀ ସାହାଯ୍ୟ କରିଥିବାବେଳେ ବସ ହେଲ୍ପରର ଅବସ୍ଥା ଅଧିକ ଗୁରୁତର ଥିବା ଜଣାପଡିଛି | କୁହାଯାଉଛି ଯେ ଓଭର ଟେକ କରୁଥିବା ସମୟରେ ସାମ୍ନାରେ ଖାଲ ପଡିଯିବାରୁ ଡାହାଣକୁ କାଟିବା ସମୟରେ ଟ୍ରକ ସାମ୍ନାରେ ବସଟି ବାଡେଇ ହୋଇଯାଇଥିଲା ବୋଲି ବସରେ ଥିବା ଯାତ୍ରୀ କହିଛନ୍ତି |
Edited by k.s thakur...
Comments
Post a Comment