Posts

Showing posts from June, 2025

ବିଦାୟ ସମ୍ବର୍ଦ୍ଧନା ସଭା:ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର...

Image
ବିଦାୟ ସମ୍ବର୍ଦ୍ଧନା ସଭା:ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର... ପଦ୍ମପୁର,୩୦/୦୬ : ସୋମବାର ଦିନ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ସମ୍ମେଳନ ପ୍ରକୋଷ୍ଠ ରେ ପ୍ରଧ୍ୟାପକ ଖଗେଶ୍ବର ଦାସ ଙ୍କ ସଭାପତିତ୍ବରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।              Ad.. ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀମାନ ଲଳିତ ମୋହନ ପଣ୍ଡା ଏବଂ ବଡ଼ବାବୁ ଶ୍ରୀମାନ ରାଧାକାନ୍ତ ପଣ୍ଡା ଉଭୟେ ଚାକିରୀ ଜୀବନରୁ ଅବସର ନେଇଛନ୍ତି। ଶିକ୍ଷକ କର୍ମଚାରୀ ସଂଘର ସମ୍ପାଦକ ପ୍ରମୋଦ କୁମାର ତ୍ରିପାଠୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଡଃ ସରୋଜ କୁମାର ନାଏକ ମାନପତ୍ର ପଠନ କରିଥିଲେ।  Ad.. ଶ୍ରୀମତୀ ତାପିନୀ ପଣ୍ଡା, ଶ୍ରୀମତୀ ପୂର୍ଣ୍ଣିମା ଦୋରା, ଶ୍ରୀମତୀ ଝୁନୁ ପରିଡ଼ା, ପ୍ରଧ୍ୟାପକ ପ୍ରଭାତ କୁମାର ମହାପାତ୍ର, ତାରା ପ୍ରସାଦ ଶତପଥୀ, ନବକୃଷ୍ଣ ମିଶ୍ର, ସନ୍ତୋଷ କୁମାର ମିଶ୍ର, ପ୍ରମୋଦ ପାଣିଗ୍ରାହୀ, ଡଃ ତୁଷାରକାନ୍ତ ସାହୁ, ଡଃ ପ୍ରଦୀପ କୁମାର ପଣ୍ଡା.. ଡଃ ଭେଙ୍କଟେଶ୍ଵର ମେହେର, ଦୁବେଇ ରଣା, ଚିତ୍ତ ରଂଜନ ସାହୁ, ମାନସ ପାଢ଼ୀ ତଥା ଅନ୍ୟାନ୍ୟ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ସଭାରେ ଯୋଗଦାନ କରି ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଅଧ୍ୟକ୍ଷ ଶ୍ରୀମାନ ପଣ୍ଡା ଏବଂ ବଡ଼ବାବୁ ଶ୍ରୀମାନ ପଣ୍ଡା ବିଦାୟ ସମ୍ବର୍ଦ୍ଧନା ର ପ୍ରତ୍ୟୁତ୍ତର ...

ପୁଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ; ୨ ମାଓବାଦୀ ମୃତ, ମାଓ ସାମଗ୍ରୀ ଜବତ...

Image
ପୁଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ; ୨ ମାଓବାଦୀ ମୃତ, ମାଓ ସାମଗ୍ରୀ ଜବତ... ଭୁବନେଶ୍ବର, ୩୦/୦୬ : ମାଓବାଦୀ ଦମନ ଅଭିଯାନ କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି।  ଏହି ଅଭିଯାନରେ ୨ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ଘଟିଛି।  Ad.. ଘଟଣାସ୍ଥଳରୁ ଗୋଟିଏ ରାଇଫଲ, ରିଭଲଭର, ଗୁଳି, ୱାକି ଟକି, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ ପୁଲିସ ଜବତ କରିଛି। ମୃତ ୨ ମାଓବାଦୀ ହେଲେ ମଙ୍କୁ ଏବଂ ଚନ୍ଦନ।କନ୍ଧମାଳ ଜିଲ୍ଲାରେ ସକ୍ରିୟ ଥିବା ମାଓବାଦୀ ଗ୍ରୁପର ମଙ୍କୁ ଏସି,ମ କ୍ୟାଡର ଏବଂ ଚନ୍ଦନ ପାର୍ଟି ସଦସ୍ୟ ବୋଲି ପୋଲିସ ସୂଚନା ଦେଇଛି।  ସମ୍ପୃକ୍ତ ଅଞ୍ଚଳରେ ପୋଲିସ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି।              Ad.. ଉଲ୍ଲେଖ ଯୋଗ୍ୟ ଯେ, ବାଲିଗୁଡା ଥାନା ଅଧୀନ ପୁରାଣଜିଆବ ସଂରକ୍ଷିତ ଜଙ୍ଗଲ ନିକଟରେ କିଛି ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଜିଲ୍ଲା ପୁଲିସର ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ସେହି ଅନୁଯାୟୀ କନ୍ଧମାଳ ଏସପି  ହରିଶ ବି. ସି.ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ଡିଭିଏଫ ଯବାନ ଟିମ ସମ୍ପୃକ୍ତ ଅଞ୍ଚଳରେ  ମାଓ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ।  ଜଙ୍ଗଲ ମଧ୍ୟରେ ଡିଭିଏଫ ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ମଙ୍କୁ ଏବଂ ...

ନବଗୁଞ୍ଜର ଯାତ୍ରା ଅବସରରେ ସମ୍ବଲପୁରୀ ନାଟକ ମହୋତ୍ସବ:ବଳଦ ଓ ଉଧା ମଞ୍ଚସ୍ଥ...

Image
ନବଗୁଞ୍ଜର ଯାତ୍ରା ଅବସରରେ ସମ୍ବଲପୁରୀ ନାଟକ ମହୋତ୍ସବ:ବଳଦ ଓ ଉଧା ମଞ୍ଚସ୍ଥ... ବରଗଡ଼,୩୦/୦୬ :  ପଶ୍ଚିମ ଉତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ଭଟଲି ଦଧିବାମନ ଧାମରେ ନବଗୁଞ୍ଜର ଯାତ୍ରା ଅବସରରେ ସମ୍ବଲପୁରୀ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି।  Ad.. ରଥଯାତ୍ରା ପରିଚାଳନା କମିଟି ଉଦ୍ୟମରେ ଓଡ଼ିଆ ଅସ୍ମିତାର ସୁରକ୍ଷା ତଥା ଆଞ୍ଚଳିକ କଳା ଏବଂ କଳାକାରଙ୍କୁ ପ୍ରଶ୍ରୟ ଦେବାପାଇଁ ପ୍ରଥମ ଥର ଆରମ୍ଭ ହୋଇଥିବା ଏହି ମହୋତ୍ସବ ଅବସରରେ ପ୍ରଥମ ଦିନ ସୁବର୍ଣ୍ଣପୁର ଜିଲ୍ଲା ବଡ଼କର୍ଲେ ଗ୍ରାମର ବୀଣାପାଣି ସାହିତ୍ୟ କଳା ସାଂସଦ ପକ୍ଷରୁ ସମ୍ବଲପୁରୀ ନାଟକ ବଳଦ ମଞ୍ଚସ୍ଥ ହୋଇଥିଲା।              Ad.. ପଶୁ ହୋଇ ଜନ୍ମ ହୋଇଥିଲେ ମଧ୍ୟ ସେ କିଭଳି ମଣିଷର ଆତ୍ମୀୟ ହୋଇଥାଏ ଏବଂ ସେ ମଧ୍ୟ ମଣିଷ ପାଇଁ କେତେ ପରିମାଣରେ ସୁଖଦୁଃଖର ସାଥୀ ହୋଇପାରେ ତାହା ନିଚ୍ଚକ ଭାବେ ପ୍ରଦର୍ଶିତ ହୋଇଥିଲା। ପରେ ଏହି ନାଟକ ଦର୍ଶକ ମାନଙ୍କୁ ମଧ୍ୟ ବିମୋହିତ କରୁଥିବାବେଳେ ସମାଜ ପାଇଁ ଅନେକ ହୃଦୟସ୍ପର୍ଶୀ ବାର୍ତ୍ତା ପ୍ରଦାନ କରିଥିଲା। ସୁମନ୍ତ କୁମାର ଭୋଇ ଙ୍କ ରଚିତ ଏହି ନାଟକକୁ ସମୀର ସାହୁ ନିର୍ଦ୍ଦେଶନା ଦେଇଥିଲେ।ଏହି ନାଟକରେ କଳାକାର ମାନଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ସମସ୍ତଙ୍କୁ ଆକର୍ଷିତ କରିଥିଲା। ସେହିପରି ବରପାଲିର ଅତ୍ରି ନାଟ୍ୟ ଅନୁଷ୍ଠାନ ପକ୍ଷରୁ ଉଧା ନାଟକ ପରିବେଷିତ ହୋଇଥିଲା।  ସା...

ଆଡ଼ପ ମଣ୍ଡପକୁ ବିଜେ କଲେ ଶ୍ରୀ ଦଧିବାମନ...

Image
ଆଡ଼ପ ମଣ୍ଡପକୁ ବିଜେ କଲେ ଶ୍ରୀ ଦଧିବାମନ... ବରଗଡ଼,୩୦/୦୬ :  ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ବରଗଡ଼ ଜିଲ୍ଲା ଭଟଲି ଦଧିବାମନ ଧାମରେ ଶୁକ୍ରବାର ମହାପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଘୋଷଯାତ୍ରା ସମ୍ପର୍ନ୍ନ ହୋଇଯାଇଥିବା ବେଳେ ଶନିବାର ମହାପ୍ରଭୁ ମାଉସୀ ମନ୍ଦିରସ୍ଥ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି।              Ad.. ରଥ ଉପରେ ସମସ୍ତ ନୀତିକାନ୍ତି ସମାପନ ପରେ ମଙ୍ଗଳ ଆରତି କରାଯାଇଥିଲା। ରଥ ଉପରେ ମଙ୍ଗଳ ଆରତି ପରେ ମହାପ୍ରଭୁ ରଥରୁ ଅବରୋହଣ କରି ଘଣ୍ଟ, ଶଙ୍ଖ, ନାଗରା, ହରିବୋଲ, ହୁଳହୁଳି ଏବଂ ରାମଖୋଲ ଗ୍ରାମର ସମ୍ପ୍ରଦା ମଧ୍ୟରେ ଶୋଭଯାତ୍ରାରେ ଆଡ଼ପ ମଣ୍ଡପରେ ବିଜେ କରିଥିଲେ।         Ad.. ପ୍ରବଳ ବର୍ଷା ସତ୍ତ୍ୱେ ମହାପ୍ରଭୁଙ୍କୁ ମନ୍ଦିର ପୁରୋହିତ ମାନଙ୍କ କରଦୋଲିରେ ପହଣ୍ଡି କରି ମାଉସୀ ମା ଅର୍ଦ୍ଧାସିନୀ ଦେବୀଙ୍କ ମନ୍ଦିରକୁ ନିଆଯାଇଥିଲା।ପହଣ୍ଡି ସମୟରେ ସଦାବର୍ତ୍ତିଆ ଗୌନ୍ତିଆ ପରମାନନ୍ଦ ସାହୁଙ୍କ ଦ୍ଵାରା ଛେରା ପହରା ଅନୁଷ୍ଠିତ ହୋଇଥିଲା।  ମହାପ୍ରଭୁଙ୍କ ସ୍ୱାଗତ ପାଇଁ ମାଉସୀ ମା ମନ୍ଦିରକୁ ଆଲୋକ, ସଜଫୁଲ ଏବଂ ବେଲୁନରେ ଖୁବ୍ ସୁନ୍ଦର ଭାବରେ ସଜା ଯାଇଥିଲା। ମନ୍ଦିର ସମ୍ମୁଖରେ ଝୋଟି, ରାଙ୍ଗୋଲି, କଳସ, ଜାଗର ସ୍ଥାପନ କରି ମହାପ୍ରଭୁଙ୍କ ପଦଧୋଇ ସ୍ୱାଗତ କରିଥିଲେ।  ମନ୍ଦିର ପହଞ୍ଚିବା ମାତ୍ରେ ତାଙ୍କୁ ଛପନ ଭ...

ଆଜି e-KYC ଯାଞ୍ଚ କରିବାର ଶେଷ ତାରିଖ...

Image
ଆଜି e-KYC ଯାଞ୍ଚ କରିବାର ଶେଷ ତାରିଖ... ଭୁବନେଶ୍ଵର,୩୦/୦୬ : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଯୋଗାଣ ମନ୍ତ୍ରୀଙ୍କ ବଡ ସୂଚନା। ଆଜି ଇ-କେଓ୍ବାଇସି ଯାଞ୍ଚ କରିବାର ଶେଷ ତାରିଖ ରହିଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।             Ad.. ଯେଉଁ ହିତାଧିକାରୀ e-KYC କରି ନାହାନ୍ତି, ଆଜି କରି ଦିଅନ୍ତୁ। ଆଉ ଯେଉଁମାନେ ଆଜି e-KYC ନକରିବେ ୩  ମାସ କାର୍ଡ ସସ୍‌ପେଣ୍ଡ୍‌ ହେବ। ୩ ମାସ ଭିତରେ ଇ-କେଓ୍ବାଇସି କଲେ କାର୍ଡ ପୁନଃ ସଚଳ ହେବ।  Ad.. ନଚେତ୍ କାର୍ଡ କଟିଯିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ଏଯାବତ୍ ୨୦ ଲକ୍ଷ ୫୮ ହଜାର ଲୋକ ଇ-କେଓ୍ବାଇସି କରି ନ ଥିବା ଯୋଗାଣ ମନ୍ତ୍ରୀ କହିଛନ୍ତି। Edited by k.s thakur...

୧୦ ମିଟର ଏୟାର ରାଇଫଲ ମାଷ୍ଟର ବର୍ଗରେ ବରଗଡର ତୌହିଦ ଖାନଙ୍କୁ ରଜତ ପଦକ...

Image
୧୦ ମିଟର ଏୟାର ରାଇଫଲ ମାଷ୍ଟର ବର୍ଗରେ ବରଗଡର ତୌହିଦ ଖାନଙ୍କୁ ରଜତ ପଦକ... ବରଗଡ,୩୦/୦୬ : ଭୁବନେଶ୍ୱର ଉତ୍କଳ କରାଟେ ଏସୋସିଏସନ ପରିସରରେ ଦୁଇ ଦିନ ଧରି ଆୟୋଜିତ ରାଜ୍ୟସ୍ତରୀୟ ରାଇଫଲ ପ୍ରତିଯୋଗୀତା ରବିବାର ଶେଷ ହୋଇ ଯାଇଛି।              Ad.. ଏହି ପ୍ରତିଯୋଗୀତାରେ ବଲାଙ୍ଗିର ରାଇଫଲ ଏସୋସିଏସନ ପକ୍ଷରୁ ୨୦ ଜଣ ପ୍ରତିଯୋଗୀ ଭାଗ ନେଇ ଥିବା ବେଳେ ଏହି ଟିମ ରେ ବରଗଡ ର ପ୍ରତିଭାଶାଳୀ ଶୁଟର ତୌହିଦ ଖାନ ମଧ୍ୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ।            Ad.. ଟିମ ମ୍ୟାନେଜର ସୟଦ ଅଫତାବ ହୁସେନ ଓ ନିହାର ରଞ୍ଜନ ସ୍ୱାଇଁ ଙ୍କ ନେତୃତ୍ୱରେ ଦଳ ଯୋଗ ଦେଇ ଥିବା ବେଳେ ତୌହିଦ ଖାନ ୧୦ ମିଟର ଏୟାର ରାଇଫଲ ମାଷ୍ଟର ବର୍ଗରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରଜତ ପଦକ ହାସଲ କରି ଅଞ୍ଚଳ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି । ତୌହିଦ ଖାନଙ୍କ ଏହି କୃତିତ୍ୱ ପାଇଁ ବରଗଡ କ୍ରୀଡା ପ୍ରେମୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ବଲାଙ୍ଗିରର ଅନ୍ୟାନ୍ୟ ଖେଳାଳିମାନେ ମଧ୍ୟ ଅଦ୍ଭୁତପୂର୍ବ ପ୍ରଦର୍ଶନ କରିଛନ୍ତି। ବରିଷ୍ଠ ମହିଳା ବର୍ଗରେ ମଧୁସ୍ମିତା ମାଝୀ ଗୋଲ୍ଡ ମେଡାଲ ଜିତିଛନ୍ତି ଓ ଜୁନିୟର ପୁରୁଷ ବର୍ଗରେ ଓମ ପ୍ରକାଶ ଧରୁଆ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।  ସେହିପରି ୧୦ ମିଟର ଏୟାର ରାଇଫଲ ମହିଳା ବର୍ଗରେ ମଧୁମିତା ମାଝୀ ସିଲ...

ଅଞ୍ଚଳ ମହାବିଦ୍ୟାଳୟରେ ପିଜି ଖୋଲିଲା...

Image
ଅଞ୍ଚଳ ମହାବିଦ୍ୟାଳୟରେ ପିଜି ଖୋଲିଲା... ପଦ୍ମପୁର,୨୯/୦୬ : ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ରେ ଦୀର୍ଘ  ଦୁଇ ବର୍ଷ ପୂର୍ବରୁ ଦଶଟି ବିଭାଗରେ ପିଜି ଖୋଲିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ କୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଓଡ଼ିଆ ,ଇଂରାଜୀ, ଅର୍ଥନୀତି, ଇତିହାସ ଓ ରାଜନୀତି ବିଜ୍ଞାନ ରେ..             Ad.. ଏମ.ଏ. ରସାୟନ, ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ରେ ଏମ.ଏ. ସି. ଏବଂ ଏମ. କମ୍ ଚଳିତ ବର୍ଷ ୨୦୨୫-୨୬ ରୁ ନାମ ଲେଖାଇବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ର ଏଚ.ପି.ସି.ଦ୍ଵାରା  ନିଷ୍ପତ୍ତି ଗ୍ରହଣ କରାଯାଇଛି।  Ad.. ଏଥିପାଇଁ ସମଗ୍ର ପଦ୍ମପୁର ଅଞ୍ଚଳର ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବି ମହଲରେ ଆନନ୍ଦ ପ୍ରକାଶ ପାଇଛି। କଲେଜର ଅଧ୍ୟକ୍ଷ ପ୍ରଫେସର ଲଲିତ ମୋହନ ପଣ୍ଡାଙ୍କ ସମେତ ଏଡମିନିଷ୍ଟ୍ରେଟିଭ୍ ବର୍ଷାର ପ୍ରାଧ୍ୟାପକ ଖଗେଶ୍ବର ଦାଶ.. ଏକାଡେମିକ୍ ବର୍ଷାର ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର, ଆଇ .କ୍ୟୁ ଏ.ସି.କୋର୍ଡିନେଟର ନବକୃଷ୍ଣ ମିଶ୍ର ଓ ସମସ୍ତ ପ୍ରଧ୍ୟାପକ,ପ୍ରାଧ୍ୟାପକ, ଅଧ୍ୟାପିକା, ଅଧ୍ୟାପିକା ଓ କର୍ମଚାରୀ ସରକାରଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିଛନ୍ତି। Report : Bijay ku sahu Edited by k.s thakur...

ନୂଆଁଖାଇ ଭେଟଘାଟ ପ୍ରସ୍ତୁତି ବୈଠକ ; ୧୯୭୫ ମେଟ୍ରିକ୍ ବ୍ୟାଚ ର ବନ୍ଧୁ ମିଳନ...

Image
ନୂଆଁଖାଇ ଭେଟଘାଟ ପ୍ରସ୍ତୁତି ବୈଠକ ; ୧୯୭୫ ମେଟ୍ରିକ୍ ବ୍ୟାଚ ର ବନ୍ଧୁ ମିଳନ... ବରଗଡ଼,୨୯/୦୬ : ଆଜି ରବିବାର ଦିନ ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ପରିସରରେ ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ର ୧୯୭୫ ମେଟ୍ରିକ୍ ବ୍ୟାଚ ପକ୍ଷରୁ ଆସନ୍ତା ଅଗଷ୍ଟ ୩୧ ତାରିଖ ରବିବାର ଦିନ ନୂଆଁଖାଇ ଭେଟଘାଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି।       Ad.. ଆସନ୍ତା ଅଗଷ୍ଟ ୨୮ ତାରିଖ ଋଷି ପଞ୍ଚମୀ - ଗୁରୁବାର ଦିନ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ପର୍ବ ପାଳନ କରାଯାଉଥିବା ବେଳେ ଜର୍ଜ ହାଇସ୍କୁଲ ମେଟ୍ରିକ୍ ଦେଚ ର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ୩୧ ଅଗଷ୍ଟ ରେ ପାଳନ କରାଯିବ ବୋଲି ସଦସ୍ୟ ମାନେ ମତପ୍ରକାଶ କରିଥିଲେ।             Ad.. ଏହି ଅବସରରେ ଚଳିତ ମାସରେ ସତ୍ୟ ପଣ୍ଡା, ପ୍ରମୋଦ ପୂଜାରୀ, ସୁରେନ୍ଦ୍ର ଦାଶ ଙ୍କ ଜନ୍ମ ଦିବସ ପଡ଼ିଥିବାରୁ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଆଜିର ଏହି ବୈଠକରେ ସର୍ବଶ୍ରୀ ନିର୍ମଳ କିଶୋର କର, କୃଷ୍ଣ ଚନ୍ଦ୍ର ପଣ୍ଡା,ଅଭୟ ଭୋଇ, ଅଶୋକ ପ୍ରଧାନ,ବାଳ ମୁକୁନ୍ଦ ଦାଶ, ଗୋପାଳ ଦାଶ,କୁନୁ ବଢେଇ, କହ୍ନେଇଲାଲ ଗୁପ୍ତା, ରାଜେନ୍ଦ୍ର ଲାଠ, ଦେବୀ ପଟ୍ଟନାୟକ,ବନୱାରିଲାଲ କଟାରୁକା, ଗଣେଶ ରେଖାନୀ,ରତନ ଅଗ୍ରୱାଲ,ଜୟ ପ୍ରକାଶ ଅଗ୍ରୱାଲ.. ଅଶୋକ ଅଗ୍ରୱାଲ, ଶତୃଘ୍ନ ଦାଶ, ସୁରେନ୍ଦ୍ର ପାଣିଗ୍ରାହୀ, ସ୍ବ...

ବରିଷ୍ଠ ଆଇଏଏସ ଅଧିକାରୀ ଅରବିନ୍ଦ ଅଗ୍ରୱାଲଙ୍କୁ ନୂଆ ଦାୟିତ୍ବ: କରିବେ ପୁରୀ ରଥଯାତ୍ରା ପରିଚାଳନା...

Image
ବରିଷ୍ଠ ଆଇଏଏସ ଅଧିକାରୀ  ଅରବିନ୍ଦ ଅଗ୍ରୱାଲଙ୍କୁ ନୂଆ ଦାୟିତ୍ବ: କରିବେ ପୁରୀ ରଥଯାତ୍ରା ପରିଚାଳନା... ପୁରୀ,୨୯/୦୬  : ଶରଧାବାଲିରେ ଆଜି ଭୋର୍‌ରୁ ଦଳଚକଟା ଘଟଣାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଏବଂ ଅନେକ ଲୋକ ଆହତ ହେବା ପରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅଦଳବଦଳ କରିଛନ୍ତି।                Ad.. ରଥଯାତ୍ରା ସମୟରେ ବିଭ୍ରାଟ ଘଟିଥିବାରୁ ସରକାର କାର୍ଯ୍ୟାନୁଷ୍ଠାନ ରୂପକ କିଛି ଅଧିକାରୀଙ୍କୁ ବଦଳି କରିଛନ୍ତି। ଏଥିରେ ଅଛନ୍ତି ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମେତ ଅନ୍ୟ ଅଧିକାରୀ। ଆଜିର ଏହି ଅଭାବନୀୟ ଘଟଣା ପରେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଅରବିନ୍ଦ ଅଗ୍ରୱାଲଙ୍କୁୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦିଆଯାଇଛି।            Ad.. ରାଜ୍ୟ ସରକାର ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ମଧ୍ୟ ବଦଳି କରିଛନ୍ତି। ପୁରୀରେ ନୂତନ ଜିଲ୍ଲାପାଳ ଭାବେ ଚଞ୍ଚଲ୍ ରାଣାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ନୂତନ ଏସ୍‌ପି ଭାବେ ପିନାକ ମିଶ୍ର ଯୋଗ ଦେଇଛନ୍ତି। ଅନ୍ୟପକ୍ଷରେ ଡିସିପି ଶ୍ରୀ ବିଷ୍ଣୁ ପତି ଓ କମାଣ୍ଡାଣ୍ଟ୍‌ ଅଜୟ ପାଢୀଙ୍କୁ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ କରାଯାଇଛି। ଏହି ଅଘଟଣ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ମହାପ୍ରଭୁଙ୍କ ରଥଯାତ୍ରା...

ଶରଧାବାଲି ଦଳାଚକଟା: ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସପି; ୨ ପୋଲିସ ଅଫିସର ନିଲମ୍ବିତ...

Image
ଶରଧାବାଲି ଦଳାଚକଟା: ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସପି; ୨ ପୋଲିସ ଅଫିସର ନିଲମ୍ବିତ... ଭୁବନେଶ୍ଵର,୨୯/୦୬ : ଶରଧାବାଲିରେ ଅଘଟଣ ଘଟଣାରେ କାର୍ଯ୍ୟାନୁଷ୍ଠାନ।  ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସ୍‌ପି। ଉନ୍ନୟନ କମିଶନରଙ୍କ ଅଧୀନରେ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ବଦଳରେ ଚଞ୍ଚଳ ରାଣାକୁ ମିଳିଛି ନୂଆ ଦାୟିତ୍ୱ।             Ad.. ଏହାସହ ପୁରୀ ଏସ୍‌ପି ବିନିତ ଅଗ୍ରଓ୍ୱାଲ୍‌ଙ୍କ ବଦଳରେ ପିନାକ ମିଶ୍ରଙ୍କୁ ଦିଆଯାଇଛି ଦାୟିତ୍ୱ। ଏହାସହ DCP ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢୀଙ୍କୁ ମଧ୍ୟ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ କରାଯାଇଛି।              Ad.. ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ରଥଯାତ୍ରା ଆମ ଓଡିଆ ଜାତିର ଗର୍ବ ଓ ଗୌରବ। ଏଥିରେ ସାମାନ୍ୟ ଅବହେଳା ବରଦାସ୍ତ କରାଯିବ ନାହିଁ।  ସମସ୍ତ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି। Edited by k.s thakur...

ଆଜିଠୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ...

Image
ଆଜିଠୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ... ଭୁବନେଶ୍ୱର,୨୯/୦୬ : ବହୁ ପ୍ରତୀକ୍ଷିତ ବିଜେପିର ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହେବ। ୩ ଦିନ ମଧ୍ୟରେ ଅର୍ଥାତ୍‌ ଜୁଲାଇ ୧ ତାରିଖ ସୁଦ୍ଧା ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।                Ad.. ଦଳର ସାଂଗଠନିକ ନିର୍ବାଚନ ନେଇ ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଶନିବାର ଏନେଇ ସୂଚନା ଦେଇଛନ୍ତି। ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କ ସୂଚନା ପରେ ରାଜ୍ୟ ବିଜେପିର ଆଭ୍ୟନ୍ତରୀଣ ରାଜନୀତି ଜୋର୍‌ ଧରିଛି।                Ad.. ବର୍ତ୍ତମାନ ସଭାପତି ଦାୟିତ୍ୱ ତୁଲାଉଥିବା ମନମୋହନ ସାମଲ ରିପିଟ୍‌ ହେବେ ନାଁ ସଂଗଠନକୁ କିଏ ନୂଆ ମୁହଁ ମିଳିବ ତାହା ଦଳୀୟ କର୍ମୀଙ୍କ ମଧ୍ୟରେ ଆଲୋଚରା କାରଣ ପାଲଟିଛି। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ରାଜ୍ୟ ସଭାପତି ଭାବେ ଦାୟିତ୍ୱ ତୁଲାଉଥିବା ମନମୋହନ ସାମଲଙ୍କ କାର୍ଯ୍ୟକାଳ ଗତବର୍ଷରୁ ସମାପ୍ତ ହୋଇ ସାରିଛି। ନୂତନ ରାଜ୍ୟ ସଭାପତି ନିର୍ବାଚନ ପାଇଁ ତୃଣମୂଳ ସ୍ତରରେ ପ୍ରଥମେ ମଣ୍ଡଳ ସଭାପତି ଏବଂ ପରେ ଜିଲ୍ଲା ସଭାପତି ନିର୍ବାଚନ ସମ୍ପନ୍ନ ହୋଇଥିଲା।  ତେବେ ଏକାଧିକ କାରଣ ଯୋଗଁ ରାଜ୍ୟ ସବାପତି ନିର୍ବାଚନ ପ୍ରକ୍ରିୟା ବିଳମ୍ବ...

ପରିତ୍ୟକ୍ତ କୂଅ ଭିତରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ଯା ଅଭିଯୋଗ...

Image
ପରିତ୍ୟକ୍ତ କୂଅ ଭିତରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ଯା ଅଭିଯୋଗ... କଣ୍ଟାବାଞ୍ଜି, ୨୯/୦୬: କଣ୍ଟାବାଞ୍ଜି ଠାରୁ ତୁରେକେଲା ଯିବା ରାସ୍ତାର ନୂଆ ବସଷ୍ଟାଣ୍ଡ ପଛପଟ ଏକ ପରିତ୍ୟକ୍ତ କୂଅରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଥିଲେ।              Ad.. ମୃତଦେହ କୂଅ ଭିତରେ ପଡି ରହିଥିବାବେଳେ ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ୍‌ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସବ ଉଦ୍ଧାର କରାଯାଇଛି ବୋଲି ଜଣାପଡିଛି। Ad.. ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅର୍ନ୍ତଗତ ଡୁମେରଚୁଆଁ ଗାଁର ୧୯ ବର୍ଷିୟ ଯୁବକ କୁଞ୍ଜ ମାଝୀ ଗତ ୨୦ ରାତିରେ ଘର ଖାଉଥିବା ସମୟରେ ଏକ ଫୋନ କଲ ଆସିଲା, ସେ କଥା ହେଉ ହେଉ ଘରୁ ବାହାରି ଆଉ ରାତିରେ  ଘରକୁ ଫେରିଲା ନାହିଁ। ପରିବାର ଲୋକେ ବହୁ ଖୋଜାଖୋଜି କରିଲା ପରେ ମଧ୍ୟ ପତ୍ତା ପାଇଲେ ନାହିଁ। ଶେଷରେ କଣ୍ଟାବାଞ୍ଜି ଥାନା ଦ୍ବାରସ୍ଥ ହେଇଥିଲେ। ଏନେଇ କଣ୍ଟାବାଞ୍ଜି ପୁଲିସ ନିଖୋଜ ମାମଲା ରୁଜୁ କରିଥିବାବେଳେ ନିଖୋଜ ଯୁବକ କୁଞ୍ଜ ର କୌଣସି ପତ୍ତା ମିଳି ନ ଥିଲା। ତେଣୁ ଏହି କୂଅରେ ପଡ଼ିଥିବା ଯୁବକ ଜଣକ କୁଞ୍ଜ ବୋଲି ପରିବାର ପକ୍ଷରୁ ଚିହ୍ନଟ କରାଯାଇଛି। ମୃତଦେହକୁ ଉଦ୍ଧାର କରାଯାଇଛି ଓ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ତେବେ ଏ ଘଟଣା କୁ ନ...

ଶରଧାବାଲିରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା : ଦୁଃଖ ପ୍ରକାଶ କରିବା ସହ ୨୫ ଲକ୍ଷ୍ୟ ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ...

Image
ଶରଧାବାଲିରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା : ଦୁଃଖ ପ୍ରକାଶ କରିବା ସହ ୨୫ ଲକ୍ଷ୍ୟ  ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କଲେ  ମୁଖ୍ୟମନ୍ତ୍ରୀ... ଭୁବନେଶ୍ବର,୨୯/୦୬ : ପୁରୀର ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ବେଳେ ଆଜି ଭୋର୍‌ରୁ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଅତ୍ୟନ୍ତ ବ୍ୟଥିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏ ଘଟଣାରେ ବ୍ୟକ୍ତିଗତ ଭାବେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି।                Ad.. ପରଲୋକଗତ ଭକ୍ତମାନଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ଘଟଣାର ସଂପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ତଦନ୍ତ କରାଯିବ।             Ad.. ଏହା ସହିତ  ପୁରୀ  ଜିଲ୍ଲାପାଳ ସିର୍ଦ୍ଧାର୍ଥ ସ୍ବାଇଁ ଓ ଏସ୍‌ପି ବିନିତ ଅଗ୍ରୱାଲଙ୍କୁ ମଧ୍ୟ ବଦଳି କରାଯାଇଛି। ନୂତନ ଜିଲ୍ଲାପାଳ ଭାବେ ଚଞ୍ଚଲ୍ ରାଣାଙ୍କୁ ନିଯୁକ୍ତ କରାଯାଇଥିବାବେଳେ ନୂତନ ଏସ୍‌ ପି ଭାବେ ଶ୍ରୀ ପିନାକ ମିଶ୍ରଙ୍କୁ ଦ...

ବରଗଡ଼ରେ ଲୋକ କବିରତ୍ନ ହଳଧର ନାଗଙ୍କ ଉପରେ ଦୁଇଦିନିଆ ଜାତୀୟ ଆଲୋଚନା ଚକ୍ର...

Image
ବରଗଡ଼ରେ ଲୋକ କବିରତ୍ନ ହଳଧର ନାଗଙ୍କ ଉପରେ ଦୁଇଦିନିଆ ଜାତୀୟ ଆଲୋଚନା ଚକ୍ର... { ଓଡ଼ିଶାର ଅସ୍ମିତା, ଅଭିବ୍ୟକ୍ତି ଓ ଆବେଗର ପ୍ରତୀକ ପଦ୍ରଶ୍ମୀ ହଳଧର ନାଗ-- ଧର୍ମେନ୍ଦ୍ର ପ୍ରଧାନ } ବରଗଡ,୨୮/୦୬ :- ବରଗଡ଼ ଜିଲ୍ଲା ଘେଁସ ର ଲୋକ କବିରତ୍ନ ପଦ୍ରଶ୍ମୀ ହଳଧର ନାଗ ହେଉଛନ୍ତି ଭାରତର ଜଣେ ଉଜ୍ଜ୍ୱଳ ରତ୍ନ। ଓଡ଼ିଶାର ଅସ୍ମିତା, ଅଭିବ୍ୟକ୍ତି ଓ ଆବେଗର ଅନ୍ୟତମ ପ୍ରତୀକ ।              Ad.. ସମ୍ବଲପୁରୀ ଭାଷାକୁ ସୁସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ଶନିବାର ବରଗଡ଼ ବରହାଗୁଡ଼ା ବିକାଶ ଶିକ୍ଷାନୁଷ୍ଠାନ ଠାରେ ଯୋଗଦାନ ଦେଇ ସମ୍ବଲପୁରୀ ଭାଷାର ପ୍ରଥିତଯଶା ଲୋକକବି ପଦ୍ମଶ୍ରୀ ହଳଧର ନାଗ ଓ ତାଙ୍କ ସାହିତ୍ୟ ସଂକ୍ରାନ୍ତରେ ଆୟୋଜିତ ଦ୍ୱି-ଦିବସୀୟ ଜାତୀୟ ଆଲୋଚନା ଚକ୍ର “ହଲଧର – ସଜନ ଆର୍ ଦର୍ସନ” କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। Ad.. ବରଗଡ କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନ ଓ ଅଭିମନ୍ୟୁ  ସାହିତ୍ୟ ଅନୁଷ୍ଠାନ ଘେଁସ ର ମିଳିତ ଉଦ୍ୟମରେ ଆୟୋଜିତ ଏବଂ ବିକାଶ ଚେୟାରମେନ ଡି. ମୂରଳୀ କ୍ରୀଷ୍ଣା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସେମିନାରକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ବରଗଡ଼ ଭଳି ସାରସ୍ୱତ କେନ୍ଦ୍ରସ୍ଥଳୀରେ ଏହି ସେମିନାର ସ୍ୱାଗତଯୋଗ୍ୟ ।  ଲୋକକବି ହଳଧର ନାଗଙ୍କ ସାହିତ୍ୟକୁ ନେ...

ପିପିସି ସ୍ଥାପନ ପାଇଁ ଜମି ଦାନକରି ସମ୍ମାନିତ ହେଲେ ରେମତା ଗ୍ରାମବାସୀ...

Image
ପିପିସି ସ୍ଥାପନ ପାଇଁ ଜମି ଦାନକରି ସମ୍ମାନିତ ହେଲେ  ରେମତା ଗ୍ରାମବାସୀ... ବରଗଡ଼,୨୮/୦୬ :  ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଆୟୋଜିତ “ଗରିବ କଲ୍ୟାଣ ଓ ବିକାଶ ସମାବେଶ”ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମାନ୍ୟବର ମନ୍ତ୍ରୀ... Ad.. ଉଚ୍ଚଶିକ୍ଷା,କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୂର୍ଯ୍ୟବଂଶୀ ସୂରଜ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୨୨ କୋଟିରୁ ଅଧିକ ମୂଲ୍ୟର ୧୬ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଜିଲ୍ଲାର ସଫଳ ଚାଷୀ, ସଫଳ ସୁଭଦ୍ରା, ଲକ୍ଷପତି ଦିଦିଙ୍କୁ ସମ୍ମାନିତ କରିବା ସହ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ସୁବିଧା ପ୍ରଦାନ କରିଛନ୍ତି।           Ad.. ଏହି ଅବସରରେ ବରପାଲି ତହସିଲ ଅନ୍ତର୍ଗତ ରେମତା ଗ୍ରାମବାସୀ ନିଜ ଗାଁରେ ଧାନ ସଂଗ୍ରହ କେନ୍ଦ୍ର (ପିପିସି) ସ୍ଥାପନ କରିବା ପାଇଁ  ସମସ୍ତ ଗ୍ରାମବାସୀଙ୍କ ଠାରୁ ଟଙ୍କା ଆଦାୟ କରି ୪୦ ଡେସିବିଲ ଜାଗା କିଣି ବରଗଡ଼ ନିୟନ୍ତ୍ରିତ ବଜାର କମିଟି ନାମରେ ଦାନ କରିବା ସହ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ଜମିପଟ୍ଟା ହସ୍ତାନ୍ତର କରିବା ପରେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ରେମତା ଗ୍ରାମବାସୀଙ୍କୁ ସମ୍ମାନିତ କରିଥିଲେ। ଲୋକଙ୍କ ଉନ୍ନତି ପାଇଁ ବିଭିନ୍ନ ସରକାରୀ ଯୋଜନା...

ଆସୁଛି ୨ଟି ଲଘୁଚାପ; ଜୁଲାଇ ୪ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା...

Image
ଆସୁଛି ୨ଟି ଲଘୁଚାପ; ଜୁଲାଇ ୪ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା... ଭୁବନେଶ୍ୱର,୨୮/୦୬ : ଆସୁଛି ୨ଟି ଲଘୁଚାପ। ଏହାର ପ୍ରଭାବରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ହେବ ପ୍ରବଳ ବର୍ଷା । ସାରା ରାଜ୍ୟରେ ବର୍ଷା ନେଇ ଶନିବାର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। Ad..   ଅଧିକ ବର୍ଷା ନେଇ ବହୁ ଜିଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ୧୬ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଜୁନ୍‌ ୩୦ ଓ ଜୁଲାଇ ୧ରେ ଭୀଷଣ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି।               Ad.. ସୂଚନାଯୋଗ୍ୟ, ପୂର୍ବ ଏବଂ ପଶ୍ଚିମ ଭାଗରେ ଯୋଡା ଲଘୁଚାପ ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଆସନ୍ତା ୨୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ପ୍ରଭାବରେ ଜୁଲାଇ ୪ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି ।  ବିଭିନ୍ନ ଜିଲାରେ ଘଡଘଡି ସହ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ଦକ୍ଷିଣ ଭାଗ ଓ ଉତ୍ତର-ପୂର୍ବ ଆରବ ସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଗାମୀ ୧୨ ଘଣ୍ଟାରେ ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଆସନ୍ତା ୨୯ତାରିଖ ବେ...

ସମ୍ବଲପୁରରେ ବିଶାଳ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

Image
ସମ୍ବଲପୁରରେ ବିଶାଳ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ... ସମ୍ବଲପୁର, ୨୮/୦୬ :  ଆଜି ଶନିବାର ସମ୍ବଲପୁର ପୋତାପାଲି ଠାରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଅଧୀନରେ ଆୟୋଜିତ ବନ ମହୋତ୍ସବ ତଥା ବିଶାଳ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ ହୋଇଛି ।              Ad.. ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ସଂଗଠନ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, ମାତୃଶକ୍ତି  ଏବଂ ଅନ୍ୟ ବ୍ୟକ୍ତିବିଶେଷଙ୍କ ସହ ସାମିଲ ହୋଇ ବୁର୍ଲା ସେକ୍ସନର ପୋତାପାଲି ବୃକ୍ଷରୋପଣ ସ୍ଥାନରେ ଗଛ ଲଗାଇଛନ୍ତି ।              Ad.. ଏହି ଅବସରରେ ପ୍ରାକୃତିକ ପରିବେଶର ସୁରକ୍ଷା, ଜଙ୍ଗଲ, ହ୍ରଦ, ନଦୀ, ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସମବେତ ଜନତାଙ୍କ ସହ ଶପଥ ପାଠ କରିଛନ୍ତି।  ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ଦେଶରେ ଗଛ ଲଗାଇବାର ସହର ଭାବରେ ସମ୍ବଲପୁରର ନୂଆ ପରିଚୟ ତିଆରି କରିବା ପାଇଁ ଆହ୍ଵାନ ଦେଇଛନ୍ତି।  ସେ କହିଛନ୍ତି ଯେ, ଯେପରି ମା’ ସମଲେଶ୍ୱରୀ, ନୂଆଁଖାଇ, ଶୀତଳଷଷ୍ଠୀ, ମହାନଦୀ ଆଦି ସମ୍ବଲପୁରର ପରିଚୟ ହୋଇଛି, ସେହିପରି ଭାବରେ ଗଛ ଲଗାଇବାର ସହର ଭାବରେ ସମ୍ବଲପୁରର ନୂଆ ପରିଚୟ ସୃଷ୍...