ବିଦାୟ ସମ୍ବର୍ଦ୍ଧନା ସଭା:ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର...
ବିଦାୟ ସମ୍ବର୍ଦ୍ଧନା ସଭା:ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର...
ପଦ୍ମପୁର,୩୦/୦୬ : ସୋମବାର ଦିନ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ସମ୍ମେଳନ ପ୍ରକୋଷ୍ଠ ରେ ପ୍ରଧ୍ୟାପକ ଖଗେଶ୍ବର ଦାସ ଙ୍କ ସଭାପତିତ୍ବରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।
Ad..
ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀମାନ ଲଳିତ ମୋହନ ପଣ୍ଡା ଏବଂ ବଡ଼ବାବୁ ଶ୍ରୀମାନ ରାଧାକାନ୍ତ ପଣ୍ଡା ଉଭୟେ ଚାକିରୀ ଜୀବନରୁ ଅବସର ନେଇଛନ୍ତି। ଶିକ୍ଷକ କର୍ମଚାରୀ ସଂଘର ସମ୍ପାଦକ ପ୍ରମୋଦ କୁମାର ତ୍ରିପାଠୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଡଃ ସରୋଜ କୁମାର ନାଏକ ମାନପତ୍ର ପଠନ କରିଥିଲେ।
Ad..
ଶ୍ରୀମତୀ ତାପିନୀ ପଣ୍ଡା, ଶ୍ରୀମତୀ ପୂର୍ଣ୍ଣିମା ଦୋରା, ଶ୍ରୀମତୀ ଝୁନୁ ପରିଡ଼ା, ପ୍ରଧ୍ୟାପକ ପ୍ରଭାତ କୁମାର ମହାପାତ୍ର, ତାରା ପ୍ରସାଦ ଶତପଥୀ, ନବକୃଷ୍ଣ ମିଶ୍ର, ସନ୍ତୋଷ କୁମାର ମିଶ୍ର, ପ୍ରମୋଦ ପାଣିଗ୍ରାହୀ, ଡଃ ତୁଷାରକାନ୍ତ ସାହୁ, ଡଃ ପ୍ରଦୀପ କୁମାର ପଣ୍ଡା..
ଡଃ ଭେଙ୍କଟେଶ୍ଵର ମେହେର, ଦୁବେଇ ରଣା, ଚିତ୍ତ ରଂଜନ ସାହୁ, ମାନସ ପାଢ଼ୀ ତଥା ଅନ୍ୟାନ୍ୟ ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ସଭାରେ ଯୋଗଦାନ କରି ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।
ଅଧ୍ୟକ୍ଷ ଶ୍ରୀମାନ ପଣ୍ଡା ଏବଂ ବଡ଼ବାବୁ ଶ୍ରୀମାନ ପଣ୍ଡା ବିଦାୟ ସମ୍ବର୍ଦ୍ଧନା ର ପ୍ରତ୍ୟୁତ୍ତର ପ୍ରଦାନ କରିଥିଲେ। ସଭାପତି ଶ୍ରୀମାନ ଦାସ ସଭାପତି ଅଭିଭାଷଣ ପ୍ରଦାନ କରିବା ସଙ୍ଗେ ବିଦାୟୀ ଦ୍ବୟ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶେଷରେ ସହ ସମ୍ପାଦକ ଶ୍ରୀମାନ ସିଦାର ଧନ୍ୟବାଦ୍ ଜ୍ଞାପନ କରିଥିଲେ।
Report : Bijay ku sahu
Edited by k.s thakur...
Comments
Post a Comment