ପିପିସି ସ୍ଥାପନ ପାଇଁ ଜମି ଦାନକରି ସମ୍ମାନିତ ହେଲେ ରେମତା ଗ୍ରାମବାସୀ...

ପିପିସି ସ୍ଥାପନ ପାଇଁ ଜମି ଦାନକରି ସମ୍ମାନିତ ହେଲେ  ରେମତା ଗ୍ରାମବାସୀ...


ବରଗଡ଼,୨୮/୦୬ : ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଆୟୋଜିତ “ଗରିବ କଲ୍ୟାଣ ଓ ବିକାଶ ସମାବେଶ”ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମାନ୍ୟବର ମନ୍ତ୍ରୀ...

Ad..


ଉଚ୍ଚଶିକ୍ଷା,କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସୂର୍ଯ୍ୟବଂଶୀ ସୂରଜ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୨୨ କୋଟିରୁ ଅଧିକ ମୂଲ୍ୟର ୧୬ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଜିଲ୍ଲାର ସଫଳ ଚାଷୀ, ସଫଳ ସୁଭଦ୍ରା, ଲକ୍ଷପତି ଦିଦିଙ୍କୁ ସମ୍ମାନିତ କରିବା ସହ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ସୁବିଧା ପ୍ରଦାନ କରିଛନ୍ତି।

         Ad..


ଏହି ଅବସରରେ ବରପାଲି ତହସିଲ ଅନ୍ତର୍ଗତ ରେମତା ଗ୍ରାମବାସୀ ନିଜ ଗାଁରେ ଧାନ ସଂଗ୍ରହ କେନ୍ଦ୍ର (ପିପିସି) ସ୍ଥାପନ କରିବା ପାଇଁ  ସମସ୍ତ ଗ୍ରାମବାସୀଙ୍କ ଠାରୁ ଟଙ୍କା ଆଦାୟ କରି ୪୦ ଡେସିବିଲ ଜାଗା କିଣି ବରଗଡ଼ ନିୟନ୍ତ୍ରିତ ବଜାର କମିଟି ନାମରେ ଦାନ କରିବା ସହ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ଜମିପଟ୍ଟା ହସ୍ତାନ୍ତର କରିବା ପରେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ରେମତା ଗ୍ରାମବାସୀଙ୍କୁ ସମ୍ମାନିତ କରିଥିଲେ।

ଲୋକଙ୍କ ଉନ୍ନତି ପାଇଁ ବିଭିନ୍ନ ସରକାରୀ ଯୋଜନା ରହିଛି। ଯୋଜନା ଗୁଡ଼ିକର ସଫଳ ରୂପାୟନ ନିମନ୍ତେ ସମସ୍ତ ଜନସାଧାରଣଙ୍କ ସହଯୋଗ ନିତାନ୍ତ ଆବଶ୍ୟକ। ଗ୍ରାମବାସୀଙ୍କ ତରଫରୁ ଜମି ପ୍ରଦାନ କରି ପ୍ରଶାସନ ତଥା ସରକାରଙ୍କୁ ସହଯୋଗର ହାତ ବଢ଼େଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଥିବା ରେମତା ଗ୍ରାମବାସୀଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି।



Report : Bijay ku sahu

Edited by k.s thakur...



Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...