ଆଡ଼ପ ମଣ୍ଡପକୁ ବିଜେ କଲେ ଶ୍ରୀ ଦଧିବାମନ...

ଆଡ଼ପ ମଣ୍ଡପକୁ ବିଜେ କଲେ ଶ୍ରୀ ଦଧିବାମନ...


ବରଗଡ଼,୩୦/୦୬ :  ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ବରଗଡ଼ ଜିଲ୍ଲା ଭଟଲି ଦଧିବାମନ ଧାମରେ ଶୁକ୍ରବାର ମହାପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଘୋଷଯାତ୍ରା ସମ୍ପର୍ନ୍ନ ହୋଇଯାଇଥିବା ବେଳେ ଶନିବାର ମହାପ୍ରଭୁ ମାଉସୀ ମନ୍ଦିରସ୍ଥ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି। 

            Ad..


ରଥ ଉପରେ ସମସ୍ତ ନୀତିକାନ୍ତି ସମାପନ ପରେ ମଙ୍ଗଳ ଆରତି କରାଯାଇଥିଲା। ରଥ ଉପରେ ମଙ୍ଗଳ ଆରତି ପରେ ମହାପ୍ରଭୁ ରଥରୁ ଅବରୋହଣ କରି ଘଣ୍ଟ, ଶଙ୍ଖ, ନାଗରା, ହରିବୋଲ, ହୁଳହୁଳି ଏବଂ ରାମଖୋଲ ଗ୍ରାମର ସମ୍ପ୍ରଦା ମଧ୍ୟରେ ଶୋଭଯାତ୍ରାରେ ଆଡ଼ପ ମଣ୍ଡପରେ ବିଜେ କରିଥିଲେ।

        Ad..


ପ୍ରବଳ ବର୍ଷା ସତ୍ତ୍ୱେ ମହାପ୍ରଭୁଙ୍କୁ ମନ୍ଦିର ପୁରୋହିତ ମାନଙ୍କ କରଦୋଲିରେ ପହଣ୍ଡି କରି ମାଉସୀ ମା ଅର୍ଦ୍ଧାସିନୀ ଦେବୀଙ୍କ ମନ୍ଦିରକୁ ନିଆଯାଇଥିଲା।ପହଣ୍ଡି ସମୟରେ ସଦାବର୍ତ୍ତିଆ ଗୌନ୍ତିଆ ପରମାନନ୍ଦ ସାହୁଙ୍କ ଦ୍ଵାରା ଛେରା ପହରା ଅନୁଷ୍ଠିତ ହୋଇଥିଲା। 

ମହାପ୍ରଭୁଙ୍କ ସ୍ୱାଗତ ପାଇଁ ମାଉସୀ ମା ମନ୍ଦିରକୁ ଆଲୋକ, ସଜଫୁଲ ଏବଂ ବେଲୁନରେ ଖୁବ୍ ସୁନ୍ଦର ଭାବରେ ସଜା ଯାଇଥିଲା। ମନ୍ଦିର ସମ୍ମୁଖରେ ଝୋଟି, ରାଙ୍ଗୋଲି, କଳସ, ଜାଗର ସ୍ଥାପନ କରି ମହାପ୍ରଭୁଙ୍କ ପଦଧୋଇ ସ୍ୱାଗତ କରିଥିଲେ। 

ମନ୍ଦିର ପହଞ୍ଚିବା ମାତ୍ରେ ତାଙ୍କୁ ଛପନ ଭୋଗ ଗ୍ରୁପ ଦ୍ଵାରା ନିର୍ମିତ ବିଶେଷ ବୁନ୍ଦି ଭୋଗ ଲାଗି କରାଯାଇ ଉପସ୍ଥିତ ଭକ୍ତ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ସଂଧ୍ୟା ଧୂପ ସମୟରେ ମହାପ୍ରଭୁଙ୍କୁ ଦୀପ, କର୍ପୂରର ପଞ୍ଚ ମହାଆରତୀ ଲାଗି କରାଯାଇଥିଲା।

ରାତ୍ରୀରେ ମଞ୍ଚରେ ବିଭିନ୍ନ ସାଂସ୍କୃତିକ ଦଳ କଳା ପ୍ରଦର୍ଶନ କରିଥିଲେ। ଯାତ୍ରା କମିଟିର ସଦସ୍ୟ ମାନେ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।



Report : Bijay ku sahu

Edited by k.s thakur...



Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...