ନବଗୁଞ୍ଜର ଯାତ୍ରା ଅବସରରେ ସମ୍ବଲପୁରୀ ନାଟକ ମହୋତ୍ସବ:ବଳଦ ଓ ଉଧା ମଞ୍ଚସ୍ଥ...
ନବଗୁଞ୍ଜର ଯାତ୍ରା ଅବସରରେ ସମ୍ବଲପୁରୀ ନାଟକ ମହୋତ୍ସବ:ବଳଦ ଓ ଉଧା ମଞ୍ଚସ୍ଥ...
ବରଗଡ଼,୩୦/୦୬ : ପଶ୍ଚିମ ଉତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ଭଟଲି ଦଧିବାମନ ଧାମରେ ନବଗୁଞ୍ଜର ଯାତ୍ରା ଅବସରରେ ସମ୍ବଲପୁରୀ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି।
Ad..
ରଥଯାତ୍ରା ପରିଚାଳନା କମିଟି ଉଦ୍ୟମରେ ଓଡ଼ିଆ ଅସ୍ମିତାର ସୁରକ୍ଷା ତଥା ଆଞ୍ଚଳିକ କଳା ଏବଂ କଳାକାରଙ୍କୁ ପ୍ରଶ୍ରୟ ଦେବାପାଇଁ ପ୍ରଥମ ଥର ଆରମ୍ଭ ହୋଇଥିବା ଏହି ମହୋତ୍ସବ ଅବସରରେ ପ୍ରଥମ ଦିନ ସୁବର୍ଣ୍ଣପୁର ଜିଲ୍ଲା ବଡ଼କର୍ଲେ ଗ୍ରାମର ବୀଣାପାଣି ସାହିତ୍ୟ କଳା ସାଂସଦ ପକ୍ଷରୁ ସମ୍ବଲପୁରୀ ନାଟକ ବଳଦ ମଞ୍ଚସ୍ଥ ହୋଇଥିଲା।
Ad..
ପଶୁ ହୋଇ ଜନ୍ମ ହୋଇଥିଲେ ମଧ୍ୟ ସେ କିଭଳି ମଣିଷର ଆତ୍ମୀୟ ହୋଇଥାଏ ଏବଂ ସେ ମଧ୍ୟ ମଣିଷ ପାଇଁ କେତେ ପରିମାଣରେ ସୁଖଦୁଃଖର ସାଥୀ ହୋଇପାରେ ତାହା ନିଚ୍ଚକ ଭାବେ ପ୍ରଦର୍ଶିତ ହୋଇଥିଲା। ପରେ ଏହି ନାଟକ ଦର୍ଶକ ମାନଙ୍କୁ ମଧ୍ୟ ବିମୋହିତ କରୁଥିବାବେଳେ ସମାଜ ପାଇଁ ଅନେକ ହୃଦୟସ୍ପର୍ଶୀ ବାର୍ତ୍ତା ପ୍ରଦାନ କରିଥିଲା।
ସୁମନ୍ତ କୁମାର ଭୋଇ ଙ୍କ ରଚିତ ଏହି ନାଟକକୁ ସମୀର ସାହୁ ନିର୍ଦ୍ଦେଶନା ଦେଇଥିଲେ।ଏହି ନାଟକରେ କଳାକାର ମାନଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ସମସ୍ତଙ୍କୁ ଆକର୍ଷିତ କରିଥିଲା। ସେହିପରି ବରପାଲିର ଅତ୍ରି ନାଟ୍ୟ ଅନୁଷ୍ଠାନ ପକ୍ଷରୁ ଉଧା ନାଟକ ପରିବେଷିତ ହୋଇଥିଲା।
ସାମ୍ପ୍ରତିକ ପରିସ୍ଥିତିରେ ଉଧା ନାଟକର ଆବଶ୍ୟକତା ସମ୍ବନ୍ଧରେ ଏହି ନାଟକରେ ଦୃଶ୍ୟମାନ ଥିଲା। ଏହି ନାଟକ ମଧ୍ୟ ଦର୍ଶକ ମାନଙ୍କ ମନ ମୋହି ନେଇଥିଲା।
ଏହି ଅବସରରେ କମିଟିର ସଭାପତି ମୋତିଲାଳ ବନଛୋର ମୁଖ୍ୟଅତିଥି ଭାବେ ଯୋଗଦେଇ କଳାକାର ମାନଙ୍କୁ ମାନପତ୍ର ଓ ସ୍ମୃତିଫଲକ ଦେଇ ସମର୍ଦ୍ଧିତ କରିଥିଲେ । ନାଟ୍ୟ ନିର୍ଦେଶକ ନରେନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।
Report : Bijay ku sahu
Edited by k.s thakur...
Comments
Post a Comment