ଆଜିଠୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ...
ଆଜିଠୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ...
ଭୁବନେଶ୍ୱର,୨୯/୦୬ : ବହୁ ପ୍ରତୀକ୍ଷିତ ବିଜେପିର ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହେବ। ୩ ଦିନ ମଧ୍ୟରେ ଅର୍ଥାତ୍ ଜୁଲାଇ ୧ ତାରିଖ ସୁଦ୍ଧା ଦଳର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।
Ad..
ଦଳର ସାଂଗଠନିକ ନିର୍ବାଚନ ନେଇ ରାଜ୍ୟ ବିଜେପି ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଶନିବାର ଏନେଇ ସୂଚନା ଦେଇଛନ୍ତି। ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କ ସୂଚନା ପରେ ରାଜ୍ୟ ବିଜେପିର ଆଭ୍ୟନ୍ତରୀଣ ରାଜନୀତି ଜୋର୍ ଧରିଛି।
Ad..
ବର୍ତ୍ତମାନ ସଭାପତି ଦାୟିତ୍ୱ ତୁଲାଉଥିବା ମନମୋହନ ସାମଲ ରିପିଟ୍ ହେବେ ନାଁ ସଂଗଠନକୁ କିଏ ନୂଆ ମୁହଁ ମିଳିବ ତାହା ଦଳୀୟ କର୍ମୀଙ୍କ ମଧ୍ୟରେ ଆଲୋଚରା କାରଣ ପାଲଟିଛି।
ସୂଚନାଯୋଗ୍ୟ ଯେ ବର୍ତ୍ତମାନ ରାଜ୍ୟ ସଭାପତି ଭାବେ ଦାୟିତ୍ୱ ତୁଲାଉଥିବା ମନମୋହନ ସାମଲଙ୍କ କାର୍ଯ୍ୟକାଳ ଗତବର୍ଷରୁ ସମାପ୍ତ ହୋଇ ସାରିଛି। ନୂତନ ରାଜ୍ୟ ସଭାପତି ନିର୍ବାଚନ ପାଇଁ ତୃଣମୂଳ ସ୍ତରରେ ପ୍ରଥମେ ମଣ୍ଡଳ ସଭାପତି ଏବଂ ପରେ ଜିଲ୍ଲା ସଭାପତି ନିର୍ବାଚନ ସମ୍ପନ୍ନ ହୋଇଥିଲା।
ତେବେ ଏକାଧିକ କାରଣ ଯୋଗଁ ରାଜ୍ୟ ସବାପତି ନିର୍ବାଚନ ପ୍ରକ୍ରିୟା ବିଳମ୍ବିତ ହୋଇ ଚାଲିଥିଲା। ଏହାକୁ ନେଇ ଦଳୀୟ ସଂଗଠନ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କ ସୂଚନା ଦଳ ଭିତରେ ନୂଆ ଉନ୍ମାଦନା ଆଣିଛି।
ସୂଚନା ଅନୁଯାୟୀ ସଭାପତି ପଦ ରେସରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଟଣାଓଟରା ସ୍ଥିତି ଲାଗି ରହିଛି। ଜିଲ୍ଲା ସଭାପତି ନିର୍ବାଚନରେ ଏହି ଟଣାଓଟରା ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା। ଏପରିକି ଗୋଟିଏ ଗୋଷ୍ଠୀ ସଂଖ୍ୟାଧିକ ସଭାପତି ପଦବୀ ହାତେଇଥିବା ଦାବି କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀହ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱଙ୍କ ଆଶୀର୍ବାଦ ରହିଛି ବୋଲି ସେମାନଙ୍କ ସମର୍ଥକ କହି ବୁଲୁଛନ୍ତି।
ଏପରି ସ୍ଥିତିରେ ଗତ କିଛି ମାସ ଧରି ସଭାପତି ପଦବୀ ହାତେଇବାକୁ ଉଭୟ ଗୋଷ୍ଠୀ ନିଜ ନିଜ ସ୍ତରରେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କ ଅନୁଯାୟୀ କେନ୍ଦ୍ର ନିର୍ବାଚନ ଅଧିକାରୀ ଡ. ବି. ଲକ୍ଷ୍ମଣଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଆଜି ଜୁନ୍ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।
୩ ଦିନ ଧରି ହେବାକୁ ଥିବା ଏହି ନିର୍ବାଚନ ପ୍ରକ୍ରିୟା ଜୁଲାଇ ୧ ସୁଦ୍ଧା ଶେଷ ହେବ। ଏହି ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ କରିବା ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିହାର ସାଂସଦ ସଞ୍ଜୟ ଜୟସ୍ୱାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶ୍ରୀ ଜୟସ୍ୱାଲ ଓଡ଼ିଶା ଗସ୍ତ କରିବେ ବୋଲି ସୂଚନା ପ୍ରାପ୍ତ ହୋଇଛି ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।
Edited by k.s thakur...
Comments
Post a Comment