ନୂଆଁଖାଇ ଭେଟଘାଟ ପ୍ରସ୍ତୁତି ବୈଠକ ; ୧୯୭୫ ମେଟ୍ରିକ୍ ବ୍ୟାଚ ର ବନ୍ଧୁ ମିଳନ...
ନୂଆଁଖାଇ ଭେଟଘାଟ ପ୍ରସ୍ତୁତି ବୈଠକ ; ୧୯୭୫ ମେଟ୍ରିକ୍ ବ୍ୟାଚ ର ବନ୍ଧୁ ମିଳନ...
ବରଗଡ଼,୨୯/୦୬ : ଆଜି ରବିବାର ଦିନ ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ପରିସରରେ ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ର ୧୯୭୫ ମେଟ୍ରିକ୍ ବ୍ୟାଚ ପକ୍ଷରୁ ଆସନ୍ତା ଅଗଷ୍ଟ ୩୧ ତାରିଖ ରବିବାର ଦିନ ନୂଆଁଖାଇ ଭେଟଘାଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି।
Ad..
ଆସନ୍ତା ଅଗଷ୍ଟ ୨୮ ତାରିଖ ଋଷି ପଞ୍ଚମୀ - ଗୁରୁବାର ଦିନ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ପର୍ବ ପାଳନ କରାଯାଉଥିବା ବେଳେ ଜର୍ଜ ହାଇସ୍କୁଲ ମେଟ୍ରିକ୍ ଦେଚ ର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ୩୧ ଅଗଷ୍ଟ ରେ ପାଳନ କରାଯିବ ବୋଲି ସଦସ୍ୟ ମାନେ ମତପ୍ରକାଶ କରିଥିଲେ।
Ad..
ଏହି ଅବସରରେ ଚଳିତ ମାସରେ ସତ୍ୟ ପଣ୍ଡା, ପ୍ରମୋଦ ପୂଜାରୀ, ସୁରେନ୍ଦ୍ର ଦାଶ ଙ୍କ ଜନ୍ମ ଦିବସ ପଡ଼ିଥିବାରୁ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଆଜିର ଏହି ବୈଠକରେ ସର୍ବଶ୍ରୀ ନିର୍ମଳ କିଶୋର କର, କୃଷ୍ଣ ଚନ୍ଦ୍ର ପଣ୍ଡା,ଅଭୟ ଭୋଇ, ଅଶୋକ ପ୍ରଧାନ,ବାଳ ମୁକୁନ୍ଦ ଦାଶ, ଗୋପାଳ ଦାଶ,କୁନୁ ବଢେଇ, କହ୍ନେଇଲାଲ ଗୁପ୍ତା, ରାଜେନ୍ଦ୍ର ଲାଠ, ଦେବୀ ପଟ୍ଟନାୟକ,ବନୱାରିଲାଲ କଟାରୁକା, ଗଣେଶ ରେଖାନୀ,ରତନ ଅଗ୍ରୱାଲ,ଜୟ ପ୍ରକାଶ ଅଗ୍ରୱାଲ..
ଅଶୋକ ଅଗ୍ରୱାଲ, ଶତୃଘ୍ନ ଦାଶ, ସୁରେନ୍ଦ୍ର ପାଣିଗ୍ରାହୀ, ସ୍ବାଧୀନ ମହାରଣା, ତାନସେନ ସରାଫ,ଅଶୋକ କୁଅଁର ଆଦି ଯୋଗଦେଇ ନିଜ ନିଜ ମତାମତ ପ୍ରତିପାଦନ କରିଥିଲେ।ଶେଷରେ ତୁଳସୀ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
Report : Bijay ku sahu
Edited by k.s thakur...
Comments
Post a Comment