Posts

Showing posts from April, 2025

କଟକର ପ୍ରଭାସିନୀ ବେହେରା ଓ ରାୟଗଡ଼ାର ଦେବୀ ଶବରଙ୍କୁ ମିଳିଲା ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା...

Image
କଟକର  ପ୍ରଭାସିନୀ ବେହେରା ଓ ରାୟଗଡ଼ାର ଦେବୀ ଶବରଙ୍କୁ ମିଳିଲା ୧୦ ଲକ୍ଷ ଟଙ୍କା ଲେଖାଏ ସହାୟତା... ଭୁବନେଶ୍ଵର,୩୦/୦୪ : କଟକର ପ୍ରଭାସିନୀ ବେହେରା ଓ ରାୟଗଡାର ଦେବୀ ଶବର। ଉଭୟଙ୍କ ଆଖିରେ ଥିଲା କୃତଜ୍ଞତାର ଅଶ୍ରୁ। ସେମାନଙ୍କ ଦୁଃଖ ସମୟରେ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଲୋକପ୍ରିୟତା ହାସଲ କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁଣିଥରେ ନିଜର ସହୃଦୟତାର ପରିଚୟ ଦେଇଛନ୍ତି। Ad.. ଆଜି ସେମାନେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି ପତ୍ର ଓ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କର ଭଲମନ୍ଦ ପଚାରି ଥିଲେ ଏବଂ ଅଧୈର୍ଯ୍ୟ ନହେବାକୁ ପରାମର୍ଶ ଦେଇଥିଲେ।          Ad.. ମୁଖ୍ୟମନ୍ତ୍ରୀ କହିଥିଲେ, ସରକାର ସେମାନଙ୍କ ସହିତ ଅଛନ୍ତି। ସେମାନଙ୍କର ଆଗାମୀ ଜୀବନ ଓ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ସର୍ବକୁଶଳ କାମନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହୃଦୟତା ପାଇଁ ସେମାନେ ଅଶ୍ରୁଳ ନୟନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ପ୍ରଭାସିନୀଙ୍କ ସ୍ୱାମୀ ଜଗବନ୍ଧୁ ମାହାଲି ହୋମଗାର୍ଡ ଭାବେ କାର୍ଯ୍ୟକରୁଥିଲେ ଏବଂ ଦେବୀଙ୍କ ସ୍ୱାମୀ ଲୋକନାଥ ଶବର ଓ.ଏ.ପି.ଏଫ୍ ଯବାନ ଭାବେ କାର୍ଯ୍ୟ କରୁଥିଲେ। ଉଭ...

ଯୁବ ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଳା ପୁଲିସ...

Image
ଯୁବ ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଳା ପୁଲିସ... ବୌଦ୍ଧ,୩୦/୦୪ :  ବୌଦ୍ଧ  ବାଇପାସ୍ ରାସ୍ତାରେ ଯୁବ ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ତେବେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଫେରାର ରହିଛି। ବୌଦ୍ଧ ବଜାର ଅଞ୍ଚଳର ମନୋଜ ପାତ୍ର (୩୮)ଙ୍କୁ ଲୁଟ୍ ପାଇଁ ହତ୍ୟା କରାଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।            Ad.. ମନୋଜ ପାତ୍ରଙ୍କୁ ଛୁରୀରେ ଆକ୍ରମଣ କରାଯିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୁଇ ଗିରଫ ଅଭିଯୁକ୍ତ ହେଲେ ଆଶିଷ ଲୁହା(୧୯) ଓ ଆସିନ ଦୀପ(୧୮)। ଅଭିଯୁକ୍ତମାନଙ୍କ ନିକଟରୁ ଏକ ସ୍କୁଟି ଓ ମୋବାଇଲ୍ ଜବତ କରିଛି। ଏନେଇ ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।           Ad.. ସୂଚନାଯୋଗ୍ୟ, ମନୋଜ ପାତ୍ରଙ୍କୁ ଗତ ୨୭ ତାରିଖ ସନ୍ଧ୍ୟା ପ୍ରାୟ ୬ଟାରେ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ମନୋଜଙ୍କ ରକ୍ତଜୁଡୁବୁଡୁ ଶରୀର ପଡ଼ିଥିବା ବେଳେ ଯୁବକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମନୋଜଙ୍କ ବେକ, ଛାତି ସହ ଦେହର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଏହି ହତ୍ୟାକାଣ୍ଡ ପରେ ବାଇପାସ ଦେଇ ଯାଉଥିବା ଲୋକେ ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇ ବୌଦ୍ଧ ଥାନା ପୁଲି...

କାଳ ବୈଶାଖୀ ର ଅଦିନିଆ ବଜ୍ରପାତ ନେଲା ୨ ଜୀବନ...

Image
କାଳ ବୈଶାଖୀ ର ଅଦିନିଆ ବଜ୍ରପାତ ନେଲା ୨ ଜୀବନ... ବରଗଡ଼,୩୦/୦୪ : ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ଲଖମରା ରେ ବଜ୍ରାଘାତ ରେ ଗୋଟିଏ ପରିବାରର 2ଜଣ ମୃତ।ମୃତ ଦୁଇଜଣ ହେଲେ ଲଖମରା ଗ୍ରାମର ଆଶିଷ ମେହେର ଓ ତାଙ୍କର ବଡ଼ମା ମମତା ମେହେର।   Ad.. ଆଜି ସକାଳୁ ସାମାନ୍ୟ ବର୍ଷା ପାଗ ଲାଗି ରହିଥିବା ବେଳେ ଉଭୟ ମାଁ ପୁଅ ନିଜର ଚାଷ ଜମିକୁ ଯାଇଥିଲେ ସେଠାରେ ଚାଷ କାର୍ଯ୍ୟରେ କାର୍ଯ୍ୟରତ ଥିବା ସମୟରେ ବର୍ଷା ସହିତ ଘଡଘଡି ହେବାରୁ ଚାଷ ଜମିରେ ନିର୍ମିତ ଅସ୍ଥାୟୀ ଘରରେ ସେମାନେ ଆଶ୍ରୟ ନେଇଥିଲେ।  Ad.. ସେହି ସମୟରେ ବଜ୍ରାଘାତ ହୋଇଥିଲା ଓ ମମତା ମେହେରଙ୍କ ଶରୀରରେ ସିଧା ସଳଖ ଲାଗିଥିବାରୁ ସେ ଘଟଣା ସ୍ଥଳରେ ସମ୍ପୂର୍ଣ ଭାବରେ ଜଳି ଯାଇଥିଲେ ଓ ଆଶିଷ ମେହେରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ 108 ଆମ୍ବୁଲାନ୍ସ ସାହାଯ୍ୟରେ ପଦ୍ମପୁର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।  ସେଠାରେ କାର୍ଯ୍ୟରତ ଡାକ୍ତର ଆଶିଷ ମେହେରଙ୍କୁ ମୃତ ଘୋଷଣା କରିଥିଲେ। ବର୍ତମାନ ଶବ ବ୍ୟବଚ୍ଛେଦ ପରେ ଉଭୟ ମାଁ ପୁଅଙ୍କ ମୃତ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ନେଇ ସୂଚନା ରହିଅଛି । ତେବେ ବଜ୍ରାଘାତରେ ଗୋଟିଏ ପରିବାରର ଦୁଇଜଣ ସଦସ୍ୟଙ୍କ ମୃତ୍ୟୁ ବରଣ ହେବାକୁ ନେଇ  ଅଞ୍ଚଳରେ ଶକୋର ଛାୟା ଖେଳିଯାଇଛି। Report : Bijay ku sahu Edited by k.s thakur...

ଗୋଲଡେନ୍ ଲ୍ୟାଣ୍ଡ ଚିଟ୍‌ଫଣ୍ଡ କଂପାନୀର ୧,୪୨୮ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି...

Image
ଗୋଲଡେନ୍ ଲ୍ୟାଣ୍ଡ ଚିଟ୍‌ଫଣ୍ଡ କଂପାନୀର ୧,୪୨୮ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି... ଭୁବନେଶ୍ଵର,୩୦/୦୪ : ଗୋଲ୍ଡେନଲ୍ୟାଣ୍ଡ ଗ୍ରୁପ ଅଫ କମ୍ପାନୀଜର ୧,୪୨୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ସାଧାରଣ ଜମାକାରୀଙ୍କୁ ଠକିବା ଅଭିଯୋଗରେ ମନି ଲଣ୍ଡରିଂ ନିବାରଣ ଆଇନ (PMLA), ଆକ୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ପତ୍ତି ଆଟାଚ୍ କରିଛି । Ad.. ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ୧୫ କୋଟି ୬ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ, ଓଡ଼ିଶା ଓ ଆନ୍ ଧ୍ରରେ ହଜାରେ ଏକରର ଜମି ଏବଂ ଅନେକ ନିର୍ମାଣାଧୀନ କୋଠା ସାମିଲ ରହିଛି ।           Ad.. ସଂସ୍ଥା ବିରୋଧରେ ସିବିଆଇ ନିକଟରେ ମଧ୍ୟ ମାମଲା ହୋଇଥିଲା । ଏହି ଗ୍ରୁପ ବହୁ ପରିମାଣରେ ଅର୍ଥକୁ ସହଯୋଗୀ କମ୍ପାନୀ ମାନଙ୍କ ବ୍ୟକ୍ତିଗତ ଖାତାକୁ ଡାଇଭର୍ଟ କରିଥିବା ତଦନ୍ତରୁ ଜଣାପଡ଼ିଛି । Edited by k.s thakur...

ବରଗଡ଼ ଜିଲ୍ଲା ବ୍ଯାପୀ କାଳବୈଶାଖୀ ର ପ୍ରଭାବ , ଝଡ ସହ ବର୍ଷା...

Image
ବରଗଡ଼ ଜିଲ୍ଲା ବ୍ଯାପୀ କାଳବୈଶାଖୀ ର ପ୍ରଭାବ , ଝଡ ସହ ବର୍ଷା... ବରଗଡ଼,୩୦/୦୪ : ବରଗଡ଼ ଜିଲ୍ଲା ରେ ତିନି ଦିନ ଧରି କାଳବୈଶାଖୀର ପ୍ରଭାବ। ବରଗଡ଼ ଜିଲ୍ଲା ର ବରଗଡ଼, ପାଇକମାଳ, ଭଟଲି, ଝାରବନ୍ଧ, ପଦ୍ମପୁର, ଗାଇସିଲେଟ ପ୍ରଭୃତି  ଅଞ୍ଚଳରେ ପବନ ସହ କେତେକ ସ୍ଥାନରେ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବିଭିନ୍ନ ଜାଗାରେ ରାସ୍ତା ଉପରେ ଗଛ ପଡି ଯାତାୟାତ ଠପ୍ ହୋଇଛି। Ad.. ପାଇକମାଳ ଅଂଚଳ ର ଜଙ୍ଗଲ ଅଂଚଳରେ କେତକ ସ୍ଥାନରେ ଗଛ ଭାଙ୍ଗି ଯାଇଥିବା ବେଳେ ବରଡୋକ ଦେଓଗାଁ ରାସ୍ତାରେ ଗଛ ପଡିରହିଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତାୟାତ ଠପ ରହିଥିଲା ପରେ ସ୍ଥାନୀୟ ଲୋକଙ୍କ ସହାୟତା ରେ ରାସ୍ତା ରେ ଯିବା ଆସିବା ସ୍ୱାଭାବିକ ହୋଇଥିଲା।            Ad.. ଭଟଲି ଅଂଚଳ ରେ ଗତ ତିନିଦିନ ଭିତରେ ଝଡ ତୋଫାନ ସହ ବର୍ଷା ଯୋଗୁଁ ଚାଷୀ ଙ୍କ ଚାଷ କ୍ଷତି ହୋଇଛି। ବରଗଡ଼ ସହରରେ ମଧ୍ୟ କେତେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ପ୍ରଭାବିତ ହୋଇଥିବା ବେଳେ ଝିଣଛପର ରାସ୍ତା ଉପରେ ପଡ଼ିଛି। ସହରରେ ବର୍ଷା ଓ ପବନ ଯୋଗୁଁ ଖ୍ଯୟଖ୍ଯତ ମଧ୍ୟ ହୋଇଛି।  ପ୍ରବଳ ଖରାକୁ ଗୁରୁତ୍ବ ଦେଇ ଟ୍ରାଫିକ ପୋଷ୍ଟ ଗୁଡ଼ିକରେ ଛାଇ ବ୍ୟବସ୍ଥା କରାଯାଇଥିବା ବେଳେ ତାହା ମଧ୍ୟ ଭାଙ୍ଗିଯାଇଛି। ଜିଲ୍ଲା ବ୍ଯାପୀ ବିଦ୍ୟୁତ ସମସ୍ୟା ଦେଖାଦେଇ ଗ୍ରାମାଞ୍ଚଳ ର ଗୁଡ଼ିକରେ ଅନ୍ଧାର ରହିଥିବା ବେଳେ ପ୍ରାୟ ଦୁଇ ଘଣ୍ଟା ଧ...

ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଭୁ ପର୍ଶୁରାମ ଙ୍କ ଜନ୍ମୋତ୍ସବ ଅବସରରେ ଭବ୍ୟ ଶୋଭାଯାତ୍ରା...

Image
ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଭୁ ପର୍ଶୁରାମ ଙ୍କ ଜନ୍ମୋତ୍ସବ  ଅବସରରେ ଭବ୍ୟ ଶୋଭାଯାତ୍ରା... ବରଗଡ଼,୩୦/୦୪ : ଆଜି ପର୍ଶୁରାମ ଜନ୍ମୋତ୍ସବ । ପର୍ଶୁରାମ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ଦଶଟି ପ୍ରମୁଖ ଅବତାର ମଧ୍ୟରୁ ଷଷ୍ଠ ଅବତାର। ପର୍ଶୁରାମ ଋଷି ଜମଦଗ୍ନି ଏବଂ ମାତା ରେଣୁକାଙ୍କ ପୁତ୍ର ଭାବରେ ଜନ୍ମଗ୍ରହଣ କରିଥିଲେ। ପର୍ଶୁରାମଙ୍କର ମା ଜଣେ ଚନ୍ଦ୍ରବଂଶୀ କ୍ଷତ୍ରିୟ ଝିଅ ଏବଂ ତାଙ୍କ ପିତା ଜଣେ ବ୍ରାହ୍ମଣ ଥିଲେ।              Ad.. ତେଣୁ ପର୍ଶୁରାମଙ୍କର ବ୍ୟକ୍ତିତ୍ୱରେ ଉଭୟ ବ୍ରାହ୍ମଣ ଏବଂ କ୍ଷତ୍ରିୟ ଗୁଣ ଅନ୍ତର୍ଭୁକ୍ତ ଥିଲା। ପର୍ଶୁରାମ ୭ ଅମରଙ୍କ ମଧ୍ୟରୁ ଜଣେ। ଭଗବାନ ହନୁମାନ, ବିଭୀଷଣ, ମହର୍ଷି ବ୍ୟାସଦେବ, କୃପାଚାର୍ଯ୍ୟ, ଅଶ୍ଵତ୍ଥାମା, ପରଶୁରାମ ଏବଂ ରାଜା ବଳି ଏହି ସାତଜଣ ଅମର ଅଟନ୍ତି, ଯେଉଁମାନେ ସବୁ ଯୁଗରେ ଅମର ଅଟନ୍ତି।            Ad.. ଆଜି ପ୍ରଭୁ ପର୍ଶୁରାମ ଙ୍କ ଜୟନ୍ତୀ ଅବସରରେ ବରଗଡ଼ ଜିଲ୍ଲା ବ୍ରାହ୍ମଣ ମହାସଭା ଓ ଜିଲ୍ଲା ପର୍ଶୁରାମ ବାହିନୀ ର ମିଳିତ ଆନୁକୁଲ୍ୟରେ ପ୍ରଭୁ ପର୍ଶୁରାମ ଙ୍କ ଏକ ଭବ୍ୟ ଶୋଭାଯାତ୍ରା ସ୍ଥାନୀୟ ମା ଶ୍ୟାମା କାଳୀ ମନ୍ଦିର ରୁ ବାହାରି ଥାନା ଛକ, ଗୌର ପଡ଼ା ଛକ , ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ଛକ, କଚେରି ଛକ,  ଏସପି ଅଫିସ ଛକ, ମିନି ଷ୍ଟାଡିୟମ ଦେଇ ପୁଣି ମା ଶ୍ୟାମା କାଳୀ ...

ନୃସିଂହନାଥ ବୈଶାଖ ମେଳା ରେ ଅନୁଷ୍ଠିତ ହେବ ମୂଷିକଦତ୍ୟ ଦରବାର...

Image
ନୃସିଂହନାଥ ବୈଶାଖ ମେଳା ରେ ଅନୁଷ୍ଠିତ ହେବ ମୂଷିକଦତ୍ୟ ଦରବାର... ବରଗଡ଼,୩୦/୦୪ : ନୃସିଂହନାଥ ବୈଶାଖ ମେଳା ରେ ଏଥର ମାର୍ଜାରକେଶରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମ ଉତ୍ସବ ବା ବୈଶାଖ ମେଳା ରେ ଠାକୁର ଙ୍କ ଜନ୍ମ ବୃତ୍ତାନ୍ତ ର ଲୋକକଥା କୁ ନେଇ ମଞ୍ଚସ୍ଥ ହେବ ମୁଷିକ ଦୈତ୍ୟ ଦରବାର। ଏଥିପାଇଁ ବରଣ ହେଲେ ମୂଷିକଦତ୍ୟ। Ad.. ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡର ପାଦଦେଶରେ ଥିବା ପ୍ରାଚୀନ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ନୃସିଂହ ଠାକୁର ଜନ୍ମ ମହୋତ୍ସବ ବା ବୈଶାଖ ମେଳାରେ ଆରମ୍ଭ କରାଯିବ ମୂଷିକଦତ୍ୟ ଦରବାର।          Ad.. ନୃସିଂହନାଥ ପୀଠ ର ପୌରାଣିକ କିମ୍ବଦନ୍ତୀ ଓ ଲୋକ କଥା ଅନୁସାରେ ମହାସୁର ହିରଣ୍ୟ କଷ୍ୟୁପ ପୁତ୍ର ମୂଷିକଦତ୍ୟ ଜନ୍ମ ହେଲା ମାତ୍ରେ ତାର ମାଁ କୁ ମାରିଥିଲା ଏହା ଦେବଗଣ ମଧ୍ୟ ଅତିଷ୍ଠ ହୋଇଥିଲେ।ଯା ଦ୍ଵାରା ଭଗବାନ ନୃସିଂହ ଠାକୁର ମୂଷିକଦତ୍ୟ କୁ ମାରିବା ପାଇଁ ମାର୍ଯାର କେଶରୀ ରୂପରେ ଜଗି ବସିଛନ୍ତି ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ରୂପରେ। ଏହାକୁ ଏବର୍ଷ ପୁଣି ଏକାଙ୍କିକା ମାଧ୍ୟମରେ ଏହାକୁ ପରିବେଷଣ କରାଯିବା ପାଇଁ ବୈଶାଖ ମେଳା ପରିଚାଳନା କମିଟି ନିଷ୍ପତ୍ତି ନେଇ କରାଯିବ ମୂଷିକଦତ୍ୟ ଦରବାର। ଆଜି ଏଥିପାଇଁ ମୂଷିକଦତ୍ୟ ରୂପେ କଳାକାର ଗୋପବନ୍ଧୁ ସାହୁ ଙ୍କୁ ବିଧି ଅନୁସାରେ ବରଣ କରାଯ...

କ୍ରିକେଟ ପ୍ରିମିୟର ଲିଗ ଉଦଘାଟିତ...

Image
କ୍ରିକେଟ ପ୍ରିମିୟର ଲିଗ ଉଦଘାଟିତ... ବରଗଡ଼,୨୯/୦୪ : ମାଁ ଭବାନୀ କ୍ଲବ୍ ନୁଆଁପଡା, ବରଗଡ଼ ଦ୍ଵାରା ପ୍ରାୟୋଜିତ  ବରଗଡ଼ ୱାର୍ଡ ନ: ୧୧ ସ୍ଥିତ ମଙ୍ଗଳା ପଡ଼ା, ନଟ କଲୋନୀ, ନୁଆଁପଡା ଓ ବାଞ୍ଜିପଡା କୁ ନେଇ ପଞ୍ଚମ MNNB ପ୍ରିମିୟର୍ ଲିଗ୍ କ୍ରିକେଟ୍  ଟୁର୍ଣ୍ଣାମେଣ୍ଟ୍ ବରିଷ୍ଠ କଳାକାର ତଥା ସମାଜସେବୀ ସତ୍ୟ ନାରାୟଣ ପଣ୍ଡା ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଅଛି।          Ad.. ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ମଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହାକୁ ଉଦଘାଟନ କରି ଶ୍ରୀ ପଣ୍ଡା କହିଛନ୍ତି ଯେ ଏହି ପରି ଛୋଟ ଛୋଟ ଟୁର୍ଣ୍ଣାମେଣ୍ଟରୁ ହିଁ ବଡ଼ ବଡ଼ ଖେଳାଳି ତିଆରି ହୋଇଥାନ୍ତି ।            Ad.. ଏପରି ଆୟୋଜନ ପାଇଁ ଆୟୋଜକ କାହ୍ନୁ, ଦେବେନ୍, ଭିକି, କାଳିଆ, ରାକେଶ ଓ ସମସ୍ତ ଉଦ୍ୟୋକ୍ତା ମାନଙ୍କୁ ଧନ୍ୟବାଦ ଦେଇଥିଲେ। Report : Bijay ku sahu Edited by k.s thakur...

ପୁରୀରେ ପହଞ୍ଚିଲା ରଥ କାଠ,୫ଟି ପର୍ଯ୍ୟାୟରେ ପହଞ୍ଚିଛି ୧୬୯ ଖଣ୍ଡ...

Image
ପୁରୀରେ ପହଞ୍ଚିଲା ରଥ କାଠ,୫ଟି ପର୍ଯ୍ୟାୟରେ ପହଞ୍ଚିଛି ୧୬୯ ଖଣ୍ଡ... ପୁରୀ ,୨୯/୦୪:  ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥ କାଠ । ବୌଦ୍ଧ ଡ଼ିଭିଜନର କଣ୍ଟାମାଳ ରେଞ୍ଜରୁ ୨୮ ଖଣ୍ଡ କାଠ ଗତକାଲି ରାତିରେ ଆସି ପହଞ୍ଚିଛି । ଯେଁଉଥିରେ ୧୬ଟି ଧଉରା ଏବଂ ୧୨ଟି ଅସନ କାଠ ରହିଛି । ଏବେ ସୁଦ୍ଧା ପାଞ୍ଚଟି ପର୍ଯ୍ୟାୟରେ ପୁରୀରେ ପହଞ୍ଚିଛି ୧୬୯ ଖଣ୍ଡ କାଠ ।           Ad.. ତେବେ ପୂର୍ବ ବର୍ଷରୁ ୫୧ଖଣ୍ଡ କାଠ ବଳକା ରହିଥିବା ବେଳେ ଚଳିତ ବର୍ଷ ପାଇଁ ଆଉ ୮୧୪ ଖଣ୍ଡ କାଠର ଆବଶ୍ୟକତା ଥିଲା। ଆଉ ୪୮୮ ଖଣ୍ଡ କାଠ ବିଭିନ୍ନ ପର୍ଯ୍ୟାୟରେ ଆସି ରଥ ଖଳାରେ ପହଞ୍ଚିବା ନେ଼ଇ ସୂଚନା ମିଳିଛି।            Ad.. ଅନ୍ୟପକ୍ଷେ କଟକ ଖାପୁରିଆ ଠାରେ ୧୫୭ ଖଣ୍ଡ କାଠକୁ ଚିରଟ ଚାଲିଛି । ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା, ଏହି ଅବସରରେ ଶୁଭାରମ୍ଭ ହେବ ରଥ ନିର୍ମାଣର କାର୍ଯ୍ୟ । Edited by k.s thakur...

କଟକରେ NIAର ୩ ଜଣିଆ ଟିମ୍‌, ପହଲଗାମ୍ ଆତଙ୍କୀ ହମଲାର ମୁକସାକ୍ଷୀଙ୍କ ଘରେ ପହଞ୍ଚିଲେ...

Image
କଟକରେ NIAର ୩ ଜଣିଆ ଟିମ୍‌, ପହଲଗାମ୍ ଆତଙ୍କୀ ହମଲାର ମୁକସାକ୍ଷୀଙ୍କ ଘରେ ପହଞ୍ଚିଲେ... କଟକ,୨୯/୦୪  :  ପହଲଗାମ୍ ଆତଙ୍କୀ ହମଲାର ମୁକସାକ୍ଷୀଙ୍କ ଘରେ ପହଞ୍ଚିଲେ ଏନଆଇଏ ଟିମ୍ । କଟକ ଦେଉଳସାହିରେ ଏନଆଇଏର ୩ ଜଣିଆ ଟିମ୍ ଉପସ୍ଥିତ ଅଛନ୍ତି। ରଞ୍ଜିତ ଭୋଳଙ୍କ ଘରେ ପହଞ୍ଚି ୨ ଘଣ୍ଟାର ପଚରାଉଚରା କରିଛନ୍ତି। Ad.. ପହଲଗାମରେ ଘଟିଥିବା ଆତଙ୍କୀ ହମଲା ବେଳେ ରଞ୍ଜିତ ଭୋଳଙ୍କ ପରିବାର ସେଠାରେ ଉପସ୍ଥିତ ଥିଲେ। ସେମାନେ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣକୁ ନିଝ ଆଖିରେ ଦେଖିଥିଲେ। ସୌଭାଗ୍ୟବଶତଃ ସେମାନେ ସେଠାରେ ଜୀବନ ବଞ୍ଚାଇ ଫେରି ଆସିଛନ୍ତି । Ad.. ସୂଚନା ଅନୁସାରେ, ପହଲଗାମ୍‌କୁ ବାପା , ମାଆ, ପୁଅ, ବୋହୂ ୪ ଜଣ ବୁଲିବାକୁ ଯାଇଥିଲେ । ଏହି ସମୟରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା । ତେବେ ଏନଆଇଏ ଟିମ୍ ଏହି ସମୟର ଘଟଣା ବିଷୟରେ ତଦନ୍ତ ପାଇଁ କଟକରେ ପହଞ୍ଚିଛି । Edited by k.s thakur...

ବରଗଡ଼ ସୀମାନ୍ତ ରୁ ୨ ପାକ୍‌ ନାଗରିକ ଗିରଫ...

Image
ବରଗଡ଼ ସୀମାନ୍ତ ରୁ ୨ ପାକ୍‌ ନାଗରିକ ଗିରଫ... ଅମ୍ବାଭୋନା,୨୯/୦୪ : ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ୍‌ ସୀମାନ୍ତରେ ଥିବା ଛତିଶଗଡ଼ ରାୟଗଡ଼ ଜିଲା କୋଡ଼ାତରାଇରୁ ଦୁଇ ଜଣ ପାକିସ୍ତାନୀ ନାଗରିକଙ୍କୁ ସ୍ଥାନୀୟ ପୁଲିସ ସୋମବାର ଗିରଫ କରିଛି। ଏ ଦୁଇ ଜଣଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ସେମାନଙ୍କ ନାମ ଇଫତିଖାର ଶେଖ (୨୯) ଓ ଆର୍ମିଶ(୨୫) ବୋଲି ଜଣାପଡିଛି।             Ad.. କୋଡ଼ାତରାଇ ଗାଁର ୟାକୁବ ଶେଖଙ୍କ ଘରେ ତଲାସୀ ବେଳେ ମିଳିଥିବା ଭିସା, ପାସପୋର୍ଟ, ଭୋଟର ପରିଚ଼ୟ ପତ୍ର ଓ ବ୍ୟାଙ୍କ ଜମାଖାତା ଯାଞ୍ଚ କରିବାରୁ ଇଫତିଖାର ଓ ଆର୍ମିଶ ପାକିସ୍ତାନୀ ନାଗରିକ ବୋଲି ଜଣାପଡିଛି।            Ad.. ସେମାନଙ୍କ ପାସପୋର୍ଟ ଓ ଭିସା ବୈଧ ହୋଇଥିଲେ ମଧ୍ୟ ଦୁଇ ଜଣ ନିର୍ବାଚନ ଆୟୋଗର ଫର୍ମ ନମ୍ବର ୬ରେ ଭୁଲ ତଥ୍ୟ ଦେଇ ଭୋଟର ପରିଚୟ ପତ୍ର ହାସଲ କରିଛନ୍ତି। ତେଣୁ ଇଫତିଖାର ଓ ଆର୍ମିଶଙ୍କ ବିରୋଧରେ ଜୁଟମିଲ ଥାନାରେ ୧୫୨/୨୦୨୫ ନମ୍ବର ମାମଲା ରୁଜୁ ହୋଇଛି।  ଦୁହିଁଙ୍କୁ ଭାରତୀୟ ଦଣ୍ଡବିଧି ଧାରା ୧୯୯, ୨୦୦, ୪୧୯, ୪୬୭, ୪୬୮ ଓ ୩୪ ଅନୁସାରେ ଛତିଶଗଡ଼ ପୁଲିସ ଗିରଫ କରିଛି। ଏ ଦୁଇ ଜଣ କେବେଠାରୁ ଓ କାହିଁକି ଏଠାରେ ରହୁଥିଲେ ସ୍ଥାନୀୟ ପୁଲିସ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇନାହିଁ। ତେ​‌େ​‌ବ ଏ ଦୁଇ ଜଣ ସ୍ବାମୀ-ସ୍ତ୍ରୀ ନୁହନ୍ତି ବୋ...

ନବ ଦାସ ମାମଲାରେ ଖୁବ୍‌ଶୀଘ୍ର ଦାଖଲ ହେବ ଫାଇନାଲ୍ ରିପୋର୍ଟ: କ୍ରାଇମ୍‌ବ୍ରାଞ୍ଚ୍ ଡିଜି...

Image
ନବ ଦାସ ମାମଲାରେ ଖୁବ୍‌ଶୀଘ୍ର ଦାଖଲ ହେବ ଫାଇନାଲ୍ ରିପୋର୍ଟ: କ୍ରାଇମ୍‌ବ୍ରାଞ୍ଚ୍ ଡିଜି... ଭୁବନେଶ୍ଵର,୨୯/୦୪ : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଖୁବ୍‌ଶୀଘ୍ର ଦାଖଲ ହେବ ଫାଇନାଲ୍ ରିପୋର୍ଟ।  ଏ ନେଇ ଆଜି ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ୍ ଡିଜି ବିନୟତୋଷ ମିଶ୍ର । ସେ କହିଛନ୍ତି ଅନ୍ତରୀଣ ଚାର୍ଜସିଟ୍ ବଳରେ ମାମଲାର ବିଚାର ଚାଲିଛି।  Ad.. ପରିବାରର ଅଭିଯୋଗ ଓ କେତେକ ପ୍ରସଙ୍ଗ ନେଇ ତଦନ୍ତ ଚାଲିଛି । ଏନେଇ ଖୁବ୍‌ଶୀଘ୍ର ଫାଇନାଲ୍ ରିପୋର୍ଟ ଦାଖଲ ହେବ । ସୂଚନା ଯୋଗ୍ୟ; ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ପୁନଃତଦନ୍ତ ଚଳାଇଛି କ୍ରାଇମ୍‌ବ୍ରାଞ୍ଚ ।          Ad.. ସେଥିପାଇଁ କିଛି ଦିନ ପୂର୍ବରୁ ହତ୍ୟା ମାମଲାରେ ଗିରଫ ହୋଇଥିବା ଗୋପାଳ ଦାସର ମୋବାଇଲ୍‌ କଲ୍‌ ରେକର୍ଡ ଆଉ ଥରେ ଯାଞ୍ଚ କରିବା ସହ ଗୋପାଳ ଦାସର ପୁଅ, ବଡ଼ ଭାଇ, ବଡ଼ ଭାଇର ପୁଅକୁ ଜେରା କରିଛି । Edited by k.s thakur...

ପାରାଦୀପରେ ଭୟାବହ ଅଗ୍ନିକାଣ୍ଡ: କୋଟିକୋଟି ଟଙ୍କାର କ୍ଷୟ କ୍ଷତିର ଅନୁମାନ...

Image
ପାରାଦୀପରେ ଭୟାବହ ଅଗ୍ନିକାଣ୍ଡ: କୋଟିକୋଟି ଟଙ୍କାର କ୍ଷୟ କ୍ଷତିର ଅନୁମାନ... ଜଗତସିଂହପୁର,୨୯/୦୪  : ପାରାଦୀପର ଜିରୋ ପଏଣ୍ଟରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ ଘରୋଇ କମ୍ପାନିର ଷ୍ଟକ୍‌ୟାର୍ଡରେ ଥିବା ପାଇପ୍‌ ଜଳିଯାଇଛି। ନିଆଁର ପ୍ରକୋପ ଏତେ ଥିଲା ଯେ, ବହୁ ଉଚ୍ଚକୁ ଧୂଆଁ ଉଠିଥିଲା। ବହୁ ଦୂର ଯାଏଁ ଏହି କଳା ଧୂଆଁ ଦେଖି ଲୋକ ଭୟଭୀତ ହୋଇପଡ଼ିଥିଲେ। ଖବର ପାଇ କୁଜଙ୍ଗ ଅଗ୍ନିଶମ କେନ୍ଦ୍ର ସମେତ ସମସ୍ତ କମ୍ପାନିର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।  Ad.. ଅଗ୍ନିଶମ କେନ୍ଦ୍ର ସୂଚନା ଅନୁସାରେ, ଜିରୋ ପଏଣ୍ଟ ନିକଟରେ ଟେକ୍ନୋମାଉଣ୍ଟ-ମେଟାଲ୍‌କ୍ରାଫ୍ଟ କମ୍ପାନିର ଷ୍ଟକ୍‌ୟାର୍ଡରେ ବିପୁଳ ପରିମାଣର ପାଇପ୍ ଗଦା ହୋଇଥିଲା। ଏହି ପାଇପ୍ ରିଫାଇନାରିକୁ ସମୁଦ୍ର ମଧ୍ୟରୁ ଜାହାଜରୁ ତେଲ ଆସିବାରେ ବ୍ୟବହାର ହୁଏ। ପାଇପ୍‌ଗୁଡ଼ିକ ଲୁହାର ହୋଇଥିବା ବେଳେ ସେଥିରେ କେମିକାଲଯୁକ୍ତ ରବର, ସିନ୍ଥେଟିକ୍‌ ପ୍ରଲେପ ବ୍ୟବହାର କରାଯାଇଥାଏ।  Ad.. ଅବ୍ୟବହୃତ ପାଇପ୍‌ଗୁଡ଼ିକ ଷ୍ଟକ୍‌ୟାର୍ଡରେ ଗଦା ହୋଇଥିଲା। ଆଜି ଅପରାହ୍ଣ ପ୍ରାୟ ୧ଟା ୪୫ରେ ହଠାତ୍ ନିଆଁ ଲାଗି ସେଗୁଡ଼ିକ ଜଳିବାକୁ ଲାଗିଥିଲା। ପାଇପ୍‌ରେ ଦହନଶୀଳ ପଦାର୍ଥ ଥିବାରୁ ଅଳ୍ପ କେଇ ମିନିଟ୍ ମଧ୍ୟରେ ପୂରା ଅଞ୍ଚଳକୁ ନିଆଁ ବ୍ୟାପୀ ଯାଇଥିଲା। ଖବର ପାଇ କୁଜଙ୍ଗ ଅଗ୍ନିଶମ ବାହିନୀର ଗୋଟିଏ ନିଆଁ ଲିଭା ଗାଡ଼ି ଓ ପମ୍ପ, ଜଗତସିଂହପୁର ଅଗ୍ନିଶମ କେନ...

ଭାରତୀୟ କିସାନ ସଂଘ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ...

Image
ଭାରତୀୟ କିସାନ ସଂଘ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ... ବରଗଡ଼,୨୮/୦୪ : ଭାରତୀୟ କିସାନ ସଂଘ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ୨୫.୦୪.୨୦୨୫ ରୁ  ୨୭.୦୪.୨୦୨୫ ତିନି ଦିବସିୟ ଗୁରୁତ୍ୱ ପୂର୍ଣ୍ଣ ସମାବେଶ ଡେରାଡୁନ ସ୍ଥିତ ରାମତୀର୍ଥ ମିଶନ ପରିସରରେ ଅନୁଷ୍ଠିତ ହୋଇ ଯାଇଅଛି।  Ad.. ଏଥିରେ ବରଗଡ଼ ରୁ ରାଷ୍ଟ୍ରୀୟ ସଦସ୍ୟ କେଦାର ମିଶ୍ର ଓ ଜିଲ୍ଲା ସହସମ୍ପାଦକ ଚୈତନ୍ୟ କର୍ଣ୍ଣ ଯୋଗ ଦାନ କରି ଓଡିଶା ର କୃଷି ଓ କୃଷକ ର ସମସ୍ୟା ଉପରେ ପ୍ରସ୍ତାବ ରଖିଥିଲେ।  ବର୍ତମାନ ଦେଶର କୃଷି ଓ କୃଷକ ଅନେକ ସମସ୍ୟା ଦେଇ ଗତି କରୁଥିବାରୁ,କୃଷି କ୍ଷେତ୍ରରେ ଅଭିବୃଦ୍ଧି ଗତ ବର୍ଷ ଅଧିକ ଥିବା ବେଳେ ଚଳିତ ବର୍ଷ ଏହା ଖସି ଆସିଛି ଫଳରେ ଗ୍ରାମାଞ୍ଚଳ ର ଅର୍ଥନୀତି ପ୍ରଭାବିତ ହୋଇଛି ବୋଲି ସଭା ରେ ଉଦବେଗ ପ୍ରକାଶ ପାଇଥିଲା।            Ad.. କିସାନ ସଙ୍ଘ ର ତିନି ସୂତ୍ରୀ କାର୍ଯ୍ୟକ୍ରମ ସଂଗଠନlତ୍ମକ, ଆନ୍ଦୋଳନlତ୍ମକ, ଓ ରଚନାତ୍ମକ ଉପରେ ଆଲୋଚନା ହୋଇ ସାରା ଭାରତରେ ପାଞ୍ଚ ଲକ୍ଷ  କୃଷକ ପ୍ରତିନିଧି ଙ୍କୁ ପ୍ରଶିକ୍ଷଣ ଦେଇ କୃଷକ ଜାଗରଣ କାର୍ଯ୍ୟକ୍ରମ ରେ ବିଶମୁକ୍ତ କ୍ଷେତ ସହ ନିଶା ମୁକ୍ତ ମାନବ ଏବଂ ଗୋ କୃଷି ବାଣିଜ୍ୟମ୍ ସହ ଖୁସାଲ ଭାରତ -ଖୁସାଲ କୃଷକ ଉପରେ ଗୁରୁତ୍ୱ ଦିଆ ହେବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ପ୍ରମୁଖ ପ୍ରସ୍ତାବ ମଧ୍ୟରେ  ଭୁ- ରାଜସ୍ବ ଆଇନ ର ପର...

ବରଗଡ଼ ପୁରୁଣା ହସ୍ପିଟାଲର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା କୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲା ବରଗଡ଼ ନାଗରିକ ମଞ୍ଚ...

Image
ବରଗଡ଼ ପୁରୁଣା ହସ୍ପିଟାଲର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା କୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲା ବରଗଡ଼ ନାଗରିକ ମଞ୍ଚ... ବରଗଡ଼,୨୮/୦୪  : ବରଗଡ଼ ସହର ମଧ୍ୟରେ ଥିବା ପୁରୁଣା ହସ୍ପିଟାଲ ତଥା ସିଏଚସି ରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ଏହାର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛି ବରଗଡ଼ ନାଗରିକ ମଞ୍ଚ।          Ad.. ଏହି ହସ୍ପିଟାଲରେ ସେଲାଇନ ଷ୍ଟାଣ୍ଡ ନଥିବା ରୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ଘଣ୍ଟା ଘଣ୍ଟା ସେଲାଇନ ହାତରେ ଧରି ଛିଡା ହେବାକୁ ପଡୁଛି ସେହିପରି ଭୀଷଣ ଗରମ ସମୟରେ ରୋଗୀଙ୍କ ପାଇଁ ବେଡ଼ ର ସୁବିଧା ନଥିବାରୁ ତଳେ ବାରଣ୍ଡା ରେ ରୋଗୀ ମାନେ ପଡ଼ି ରହୁଛନ୍ତି।           Ad.. ବରଗଡ଼ ର ଏହି ହସ୍ପିଟାଲ କୁ ପ୍ରତ୍ୟେକ ଦିନ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି କିନ୍ତୁ ସ୍ୱାସ୍ଥ୍ୟ ସେବା ଠିକ ସେ ମିଳୁନଥିବା କାରଣରୁ ଖେଦାପାଲି ସ୍ଥିତ ମୁଖ୍ୟଚିକିତ୍ସାଳୟ କୁ ରେଫର କରି ଦିଆଯାଉଛି ଯେଉଁ ଠାରେ ସ୍ୱାସ୍ଥ୍ୟ ସେବା ଆହୁରି ବିପର୍ଯ୍ୟସ୍ତ ସେଠାରୁ ପୁଣି ବୁର୍ଲା କୁ ରେଫର କରାଯାଉ ଥିବା ଅଭିଯୋଗ ହୋଇଛି। ତେଣୁ ଏପରି ସ୍ଥିତି ରେ ରୋଗୀ ଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ଗୋଟିଏ ସରକାରଙ୍କ ପ୍ରାଥମିକ ଦାଇତ୍ୱ ତେଣୁ ଏହି ସିଏଚସି କୁ ପରିଦର୍ଶନ କରି ଯାହା ସବୁ ସମସ୍ୟା ରହିଛି ସମାଧାନ କରିବା ସହ ଅପର...

ସମସ୍ତ ରେଲୱେ ଷ୍ଟେସନରେ RPF ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ...

Image
ସମସ୍ତ ରେଲୱେ ଷ୍ଟେସନରେ RPF ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ... ଭୁବନେଶ୍ଵର,୨୮/୦୪ : ଭୁବନେଶ୍ୱର ରେଲୱେ ଷ୍ଟେସନରେ ଫ୍ଲାଗ ମାର୍ଚ୍ଚ । ପହଲଗାମ୍‌ ଆକ୍ରମଣ ଘଟଣାକୁ ନେଇ ସବୁ ଷ୍ଟେସନ୍‌ରେ ଫ୍ଲାଗ୍‌ ମାର୍ଚ୍ଚ । ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଜିନିଷ ଦେଖିବା ମାତ୍ରେ ତୁରନ୍ତ ଜିଆରପି କିମ୍ବା ଆରପିଏଫ୍‌କୁ ସୂଚନା ଦେବା ପାଇଁ କୁହାଯାଉଛି । ମାଇକ ଜରିଆରେ ଯାତ୍ରୀମାନଙ୍କୁ ସଚେତନ କରାଯାଉଛି ।           Ad.. ସେହିଭଳି କୌଣସି ଲୋକ ସନ୍ଦେହଜନକ କାର୍ଯ୍ୟ କରୁଥିବା ଦେଖିଲେ ତୁରନ୍ତ ଖବର ଦେବା ପାଇଁ ଆରପିଏଫ ପକ୍ଷରୁ କୁହାଯାଉଛି । ସମସ୍ତ୍ ଯାତ୍ରୀଙ୍କର ଲଗେଜ୍ ସ୍କାନ୍ କରିବା ସହ ବ୍ୟାଗ୍ ଚେକିଂ କରାଯାଉଛି ।           Ad.. RPF ଆଇଆଇସି ଏବଂ ଏସଆଇ ଏହି ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଛନ୍ତି । ୨ ସେକ୍ସନ ଫୋର୍ସ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଏହାସହ ଷ୍ଟେସନରେ ଥିବା ଲୋକଙ୍କ ପାଇଁ ସତର୍କ ଜାରି କରିଛନ୍ତି ସରକାର । Edited by k.s thakur...

କଟିବ ବିଦେଶୀଙ୍କ ରାସନ କାର୍ଡ : ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ...

Image
କଟିବ  ବିଦେଶୀଙ୍କ ରାସନ କାର୍ଡ : ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ... ଭୁବନେଶ୍ବର,୨୮/୦୪ : ଓଡ଼ିଶାରେ ପାକିସ୍ଥାନୀ, ବାଲାଂଦେଶୀ,ମିଆଁମାରର ନାଗରିକ ବସବାସ କରିବା ସହିତ ରାସନ କାର୍ଡ ହାତେଇଛନ୍ତି । ସେମାନଙ୍କର ଭୋଟର କାର୍ଡ  ଏବଂ ଆଧାର କାର୍ଡ ମଧ୍ୟ ରହିଛି। ସେମାନଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏସବୁ ବିଦେଶୀ ନାଗରିକଙ୍କ ରାସନ କାର୍ଡ କଟାଯିବ। Ad.. ରାସନ କାର୍ଡ ପାଇଥିବା ବିଦେଶୀଙ୍କୁ ଚିହ୍ନଟ କରିବା ପାଇଁ ସରକାର ନିର୍ଦ୍ଦେଶ ଜାରି ହୋଇଛି। ସମସ୍ତ ଜିଲ୍ଲାପାଳଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ସେମାନଙ୍କୁ ଚିହ୍ନଟ କରି ରାସନ କାର୍ଡ ତାଲିକାରୁ ନାମ କାଟିବାକୁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି।            Ad.. ଏସବୁ ବିଦେଶୀ ସୁଯୋଗ ଦେଖି ଓଡିଶାରେ ଅନୁପ୍ରବେଶ କରି ସମସ୍ତ ସରକାର ସୁବିଧା ହାସଲ କରିଛନ୍ତି। ସେମାନଙ୍କୁ ଚିହ୍ନଟ କରି ସେମାନଙ୍କର ରାସନ କାର୍ଡ କଟିବାପରେ ପ୍ରକୃତ ରାସନ କାର୍ଡ ହିତାଧିକାରୀଙ୍କ ସଂଖ୍ୟା ଜଣାପଡ଼ିବ ବୋଲି କୁହାଯାଇଛି। ପ୍ରକ୍ରିୟା ସରିଲେ ସଂଖ୍ୟା ସାମ୍ନାକୁ ଆସିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। Edited by k.s thakur...