ବରଗଡ଼ ସୀମାନ୍ତ ରୁ ୨ ପାକ୍‌ ନାଗରିକ ଗିରଫ...

ବରଗଡ଼ ସୀମାନ୍ତ ରୁ ୨ ପାକ୍‌ ନାଗରିକ ଗିରଫ...


ଅମ୍ବାଭୋନା,୨୯/୦୪ : ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ୍‌ ସୀମାନ୍ତରେ ଥିବା ଛତିଶଗଡ଼ ରାୟଗଡ଼ ଜିଲା କୋଡ଼ାତରାଇରୁ ଦୁଇ ଜଣ ପାକିସ୍ତାନୀ ନାଗରିକଙ୍କୁ ସ୍ଥାନୀୟ ପୁଲିସ ସୋମବାର ଗିରଫ କରିଛି। ଏ ଦୁଇ ଜଣଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ସେମାନଙ୍କ ନାମ ଇଫତିଖାର ଶେଖ (୨୯) ଓ ଆର୍ମିଶ(୨୫) ବୋଲି ଜଣାପଡିଛି।

            Ad..


କୋଡ଼ାତରାଇ ଗାଁର ୟାକୁବ ଶେଖଙ୍କ ଘରେ ତଲାସୀ ବେଳେ ମିଳିଥିବା ଭିସା, ପାସପୋର୍ଟ, ଭୋଟର ପରିଚ଼ୟ ପତ୍ର ଓ ବ୍ୟାଙ୍କ ଜମାଖାତା ଯାଞ୍ଚ କରିବାରୁ ଇଫତିଖାର ଓ ଆର୍ମିଶ ପାକିସ୍ତାନୀ ନାଗରିକ ବୋଲି ଜଣାପଡିଛି। 

          Ad..


ସେମାନଙ୍କ ପାସପୋର୍ଟ ଓ ଭିସା ବୈଧ ହୋଇଥିଲେ ମଧ୍ୟ ଦୁଇ ଜଣ ନିର୍ବାଚନ ଆୟୋଗର ଫର୍ମ ନମ୍ବର ୬ରେ ଭୁଲ ତଥ୍ୟ ଦେଇ ଭୋଟର ପରିଚୟ ପତ୍ର ହାସଲ କରିଛନ୍ତି। ତେଣୁ ଇଫତିଖାର ଓ ଆର୍ମିଶଙ୍କ ବିରୋଧରେ ଜୁଟମିଲ ଥାନାରେ ୧୫୨/୨୦୨୫ ନମ୍ବର ମାମଲା ରୁଜୁ ହୋଇଛି। 

ଦୁହିଁଙ୍କୁ ଭାରତୀୟ ଦଣ୍ଡବିଧି ଧାରା ୧୯୯, ୨୦୦, ୪୧୯, ୪୬୭, ୪୬୮ ଓ ୩୪ ଅନୁସାରେ ଛତିଶଗଡ଼ ପୁଲିସ ଗିରଫ କରିଛି। ଏ ଦୁଇ ଜଣ କେବେଠାରୁ ଓ କାହିଁକି ଏଠାରେ ରହୁଥିଲେ ସ୍ଥାନୀୟ ପୁଲିସ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇନାହିଁ। ତେ​‌େ​‌ବ ଏ ଦୁଇ ଜଣ ସ୍ବାମୀ-ସ୍ତ୍ରୀ ନୁହନ୍ତି ବୋଲି ସେଠାକାର ପୁଲିସ ସ୍ପଷ୍ଟ କରିଛି।



Report : Bijay ku sahu

Edited by k.s thakur...




Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...