ଗୋଲଡେନ୍ ଲ୍ୟାଣ୍ଡ ଚିଟ୍ଫଣ୍ଡ କଂପାନୀର ୧,୪୨୮ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି...
ଗୋଲଡେନ୍ ଲ୍ୟାଣ୍ଡ ଚିଟ୍ଫଣ୍ଡ କଂପାନୀର ୧,୪୨୮ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି...
ଭୁବନେଶ୍ଵର,୩୦/୦୪ : ଗୋଲ୍ଡେନଲ୍ୟାଣ୍ଡ ଗ୍ରୁପ ଅଫ କମ୍ପାନୀଜର ୧,୪୨୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ସାଧାରଣ ଜମାକାରୀଙ୍କୁ ଠକିବା ଅଭିଯୋଗରେ ମନି ଲଣ୍ଡରିଂ ନିବାରଣ ଆଇନ (PMLA), ଆକ୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ପତ୍ତି ଆଟାଚ୍ କରିଛି ।
Ad..
ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ୧୫ କୋଟି ୬ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ, ଓଡ଼ିଶା ଓ ଆନ୍ଧ୍ରରେ ହଜାରେ ଏକରର ଜମି ଏବଂ ଅନେକ ନିର୍ମାଣାଧୀନ କୋଠା ସାମିଲ ରହିଛି ।
Ad..
ସଂସ୍ଥା ବିରୋଧରେ ସିବିଆଇ ନିକଟରେ ମଧ୍ୟ ମାମଲା ହୋଇଥିଲା । ଏହି ଗ୍ରୁପ ବହୁ ପରିମାଣରେ ଅର୍ଥକୁ ସହଯୋଗୀ କମ୍ପାନୀ ମାନଙ୍କ ବ୍ୟକ୍ତିଗତ ଖାତାକୁ ଡାଇଭର୍ଟ କରିଥିବା ତଦନ୍ତରୁ ଜଣାପଡ଼ିଛି ।
Edited by k.s thakur...
Comments
Post a Comment