ଭାରତୀୟ କିସାନ ସଂଘ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ...
ଭାରତୀୟ କିସାନ ସଂଘ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ...
ବରଗଡ଼,୨୮/୦୪ : ଭାରତୀୟ କିସାନ ସଂଘ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ୨୫.୦୪.୨୦୨୫ ରୁ ୨୭.୦୪.୨୦୨୫ ତିନି ଦିବସିୟ ଗୁରୁତ୍ୱ ପୂର୍ଣ୍ଣ ସମାବେଶ ଡେରାଡୁନ ସ୍ଥିତ ରାମତୀର୍ଥ ମିଶନ ପରିସରରେ ଅନୁଷ୍ଠିତ ହୋଇ ଯାଇଅଛି।
Ad..
ଏଥିରେ ବରଗଡ଼ ରୁ ରାଷ୍ଟ୍ରୀୟ ସଦସ୍ୟ କେଦାର ମିଶ୍ର ଓ ଜିଲ୍ଲା ସହସମ୍ପାଦକ ଚୈତନ୍ୟ କର୍ଣ୍ଣ ଯୋଗ ଦାନ କରି ଓଡିଶା ର କୃଷି ଓ କୃଷକ ର ସମସ୍ୟା ଉପରେ ପ୍ରସ୍ତାବ ରଖିଥିଲେ। ବର୍ତମାନ ଦେଶର କୃଷି ଓ କୃଷକ ଅନେକ ସମସ୍ୟା ଦେଇ ଗତି କରୁଥିବାରୁ,କୃଷି କ୍ଷେତ୍ରରେ ଅଭିବୃଦ୍ଧି ଗତ ବର୍ଷ ଅଧିକ ଥିବା ବେଳେ ଚଳିତ ବର୍ଷ ଏହା ଖସି ଆସିଛି ଫଳରେ ଗ୍ରାମାଞ୍ଚଳ ର ଅର୍ଥନୀତି ପ୍ରଭାବିତ ହୋଇଛି ବୋଲି ସଭା ରେ ଉଦବେଗ ପ୍ରକାଶ ପାଇଥିଲା।
କିସାନ ସଙ୍ଘ ର ତିନି ସୂତ୍ରୀ କାର୍ଯ୍ୟକ୍ରମ ସଂଗଠନlତ୍ମକ, ଆନ୍ଦୋଳନlତ୍ମକ, ଓ ରଚନାତ୍ମକ ଉପରେ ଆଲୋଚନା ହୋଇ ସାରା ଭାରତରେ ପାଞ୍ଚ ଲକ୍ଷ କୃଷକ ପ୍ରତିନିଧି ଙ୍କୁ ପ୍ରଶିକ୍ଷଣ ଦେଇ କୃଷକ ଜାଗରଣ କାର୍ଯ୍ୟକ୍ରମ ରେ ବିଶମୁକ୍ତ କ୍ଷେତ ସହ ନିଶା ମୁକ୍ତ ମାନବ ଏବଂ ଗୋ କୃଷି ବାଣିଜ୍ୟମ୍ ସହ ଖୁସାଲ ଭାରତ -ଖୁସାଲ କୃଷକ ଉପରେ ଗୁରୁତ୍ୱ ଦିଆ ହେବ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।
ପ୍ରମୁଖ ପ୍ରସ୍ତାବ ମଧ୍ୟରେ ଭୁ- ରାଜସ୍ବ ଆଇନ ର ପରିବର୍ତନ,ଜୈବିକ ଚାଷ ପାଇଁ କେବଳ ନିତୀ ନୁହେଁ ତାର ସମସ୍ୟା ଉପରେ ସରକାର ସମାଧାନ ର ଚିନ୍ତା କରିବାର ଆବଶ୍ୟକ ରହିଛି ଏବଂ ଗ୍ରାମୀଣ ବିକାଶ ରେ କୃଷି ଉପରେ ନିର୍ଭର ମାନବ ସମ୍ବଳ ର ଉଚିତ ବ୍ୟବସ୍ଥା ଉପରେ ସରକାର ଙ୍କୁ ଚାପ ପକଇବାକୁ ପ୍ରସ୍ତାବ ପାରିତ ହୋଇଥିଲା।
ରାଷ୍ଟ୍ରୀୟ ଅଧକ୍ଷ ଶ୍ରୀ ସାଇ ରେଡ୍ଡୀ ଓ ରାଷ୍ଟୀୟ ମହାମନ୍ତ୍ରୀ ଶ୍ରୀ ମୋହିନୀ ମିଶ୍ର ଙ୍କ ମାର୍ଗ ଦର୍ଶନ ରେ ୩୦ ରୁ ଅଧିକ ପ୍ରଦେଶ ର ଶତାଧିକ ରାଷ୍ଟ୍ରୀୟ କର୍ମକର୍ତ୍ତା ଭାଗ ନେଇ ଥିଲେ ।
Report : Bijay ku sahu
Edited by k.s thakur...
Comments
Post a Comment