Posts

Showing posts from July, 2025

ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କର୍ମଚାରୀଙ୍କ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର,ସାଧାରଣ ରୋଗୀଙ୍କୁ ପଚାରୁଛି କିଏ?

Image
ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କର୍ମଚାରୀଙ୍କ  ସାମ୍ବାଦିକଙ୍କୁ ଦୁର୍ବ୍ୟବହାର,ସାଧାରଣ ରୋଗୀଙ୍କୁ ପଚାରୁଛି କିଏ? ବଙ୍ଗୋମୁଣ୍ଡା,୦୭/୦୭ :- ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଳକର ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଞ୍ଚଳର ଏକ ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ପରିଚିତ ଯାହା କି ବଙ୍ଗୋମୁଣ୍ଡା ବ୍ଲକ ସମେତ ଟିଟିଲାଗଡ଼ ବ୍ଲକ ର ସୀମାବର୍ତ୍ତୀ ପଞ୍ଚାୟତ ଓ ସୀମାନ୍ତ କଳାହାଣ୍ଡି ଓ ନୂଆପଡା ଜ଼ିଲ୍ଲାର ବିଭିନ୍ନ ପଞ୍ଚାୟତର ରୋଗୀ ମାନେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି।   Ad.. ପ୍ରତି ମାସରେ ୪ ହଜାରରୁ ଉର୍ଦ୍ଧ ରୋଗୀ ଚିକିତ୍ସା ହେବା ପାଇଁ ଆସୁଥିବା ବେଳେ ଦିନକୁ ଦିନ ରୋଗୀଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅସମ୍ମାନ କରାଯାଉଥିବା ଅଭିଯୋଗ ହେଉଛି ।ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀଙ୍କୁ ଚିକିତ୍ସା ସେବା ସହିତ ବିନା ମୂଲ୍ୟରେ ରକ୍ତ ନମୁନା ପରୀକ୍ଷା ବ୍ୟବସ୍ଥା ରହିଛି। Ad.. ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ସହିତ ରକ୍ତ ନମୁନା ପରୀକ୍ଷା ପାଇଁ ଉନ୍ନତ ମାନର ଯନ୍ତ୍ରପାତି ଯୋଗାଇ ଦିଆଯାଇଛି ।ରକ୍ତ ନମୁନା ପରୀକ୍ଷା ପାଇଁ ରକ୍ତ ପରୀକ୍ଷା କେନ୍ଦ୍ରର କର୍ମଚାରୀ ରୋଗୀ ମାନଙ୍କୁ ସହଯୋଗ କରୁନଥିବା ବେଳେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି ।     Ad.. ରକ୍ତ ପରୀକ୍ଷା ପାଇଁ ଅନୁରୋଧ କଲେ ରକ୍ତ ପରୀକ୍ଷା ହୋଇପାରିବ ନାହିଁ ବୋଲି ମନା କରିବା ସହ ତାଙ୍କ ମନମ...

ପ୍ରଥମ ଥର ପଦ୍ମପୁର ସହରରେ ସୁନାବେଶ ଦର୍ଶନ କଲେ ଭକ୍ତ...

Image
ପ୍ରଥମ ଥର ପଦ୍ମପୁର ସହରରେ ସୁନାବେଶ ଦର୍ଶନ କଲେ ଭକ୍ତ... ବରଗଡ଼,୦୭/୦୭ : ବରଗଡ଼ ଜିଲ୍ଲା ପଦ୍ମପୁର ସହରର ରଥଯାତ୍ରା ପର୍ବ ରେ ଏଥର ପ୍ରଥମ ଥର ସୁନାବେଶ ଅନୁଷ୍ଠିତ ହେଉଥିବା ରୁ ସହରରେ ଭକ୍ତ ଙ୍କ ପ୍ରବଳ ସମାଗମ ହୋଇଛି। Ad.. ପଦ୍ମପୁର ସହରର ଜଗନ୍ନାଥ ମନ୍ଦିରରେ କେଉଁ ଆବାହମାନ କାଳରୁ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଅଛି । ଜଗନ୍ନାଥ ମନ୍ଦିରରୁ ରଥ  ସହର ପରିକ୍ରମା କରି ଗୋପାଳଜୀ ମନ୍ଦିର ମାଉସୀ ମା ଘରେ ଦଶ ଅବତାର ଅନୁଷ୍ଠିତ ହେଉଥିବା ବେଳେ ବାହୁଡ଼ା ଦିନ ରଥ ଫେରି ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ଙ୍କ ମନ୍ଦିର ପ୍ରବେଶ ହୋଇଥାଏ।      Ad.. ହେଲେ ଏଥର ପ୍ରଥମ ଥର ସୁନାବେଶ ଅନୁଷ୍ଠିତ ହୋଇଛି। ପଦ୍ମପୁର ସହରର ସର୍ବପୁରାତନ ଶ୍ରୀଜଗନ୍ନାଥ ମନ୍ଦିର ର ପୂଜକ ସ୍ବର୍ଗତ ଇଶ୍ଵର ପଣ୍ଡାଙ୍କ ଇଚ୍ଛାଥିଲା ରଥଯାତ୍ରା ଯେମିତି ବି ପାଳନ ହେଉ  ସୁନାବେଶ ଅନୁଷ୍ଠିତ ହେଉ।  Ad.. ଏବର୍ଷ ସେହି ମହାନ ପୂଜକ ଙ୍କ ଇଚ୍ଛା ପୁରଣ ହୋଇଛି।  ତିନି ଠାକୁରଙ୍କ ସୁନାବେଶ ମହା ଆଡ଼ମ୍ବରରେ ପାଳନ ହୋଇଛି। ପ୍ରଥମ ଥର ସୁନାବେଶ ଅନୁଷ୍ଠିତ ହେଉଥିବା ରୁ ସହରରେ ବିଲମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତ ଙ୍କ ଭିଡ ଲାଗି ରହିଥିଲା। Report : Bijay ku sahu Edited by k.s thakur...

ଭୁବନେଶ୍ୱର ସମ୍ବିଧାନ ବଞ୍ଚାଅ ସମାବେଶ ରେ ବରଗଡ଼ ଜିଲ୍ଲା ରୁ ଯୋଗଦେବେ ସହସ୍ରାଧିକ କଂଗ୍ରେସ କର୍ମୀ...ଜିଲ୍ଲା କଂଗ୍ରେସ ର ପ୍ରସ୍ତୁତି ବୈଠକ...

Image
ଭୁବନେଶ୍ୱର ସମ୍ବିଧାନ ବଞ୍ଚାଅ ସମାବେଶ ରେ ବରଗଡ଼ ଜିଲ୍ଲା ରୁ ଯୋଗଦେବେ ସହସ୍ରାଧିକ କଂଗ୍ରେସ କର୍ମୀ...ଜିଲ୍ଲା କଂଗ୍ରେସ ର ପ୍ରସ୍ତୁତି ବୈଠକ... ବରଗଡ଼,୦୬/୦୭ : ଆସନ୍ତା ୧୧ ତାରିଖ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ' ସମ୍ବିଧାନ ବଞ୍ଚାଅ ' ସମାବେଶ ରେ ଯୋଗଦେଇ ସମବେତ ଜନତା ଙ୍କୁ ଉଦବୋଧନ ଦେବେ। Ad.. ଏହି କାର୍ଯ୍ୟକ୍ରମ ରେ ବରଗଡ଼ ଜିଲ୍ଲା ରୁ ମଧ୍ୟ ସହସ୍ରାଧିକ କଂଗ୍ରେସ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆଜି ଜିଲ୍ଲା କଂଗ୍ରେସ କମିଟି ର ପ୍ରସ୍ତୁତି ବୈଠକ ରେ ନିଷ୍ପତି ହୋଇଛି।  Ad.. ଜିଲ୍ଲା କଂଗ୍ରେସ କମିଟି ସଭାପତି ହରଦିପ ସିଂ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବରେ ଯୋଗଦେଇ ରାଜ୍ୟ ଉପ ସଭାପତି ସନ୍ତୋଷ ସିଂ ସାଲୁଜା ଜନ ନାୟକ ରାହୁଲ ଗାନ୍ଧୀ ଙ୍କ ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟା ରେ ଯୋଗଦେବାକୁ ଅନୁରୋଧ କରିଥିଲେ।      Ad.. ସେ ଏହି ଅବସରରେ ଗତ ନିର୍ବାଚନ ରେ ପ୍ରାର୍ଥୀ ହୋଇଥିବା ସମସ୍ତ ଦଳୀୟ ପ୍ରାର୍ଥୀ ତଥା ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା , ନଗର ଓ ବ୍ଲକ କଂଗ୍ରେସ ସଭାପତି ମାନଙ୍କ ସହ ଏହି କାର୍ଯ୍ୟକ୍ରମ ର ସଫଳତା ଉପରେ ଓ ଜିଲ୍ଲା ର ସମସ୍ତ ଅଞ୍ଚଳରୁ କିଭଳି କଂଗ୍ରେସ ଦଳ ର କର୍ମୀ ମାନେ ଯାଇ ଯୋଗ ଦେଇପାରିବେ ସେ ଉପରେ ଆଲୋଚନା କରିଥିଲେ।  ଏହି ବୈଠକ ରେ ଯୁଗଳ ପ୍ରସ...

ସ୍ବେଚ୍ଛାସେବୀ ସଂଗଠନ ସମୂହ ଦ୍ଵାରା ବନ ମହୋତ୍ସବ...

Image
ସ୍ବେଚ୍ଛାସେବୀ ସଂଗଠନ ସମୂହ ଦ୍ଵାରା ବନ ମହୋତ୍ସବ... ବରଗଡ଼,୦୬/୦୭ : ସଦର ବ୍ଲକ ଅନ୍ତର୍ଗତ ବଗେଇବିରା ଇଣ୍ଡିୟାନ୍ ମିଲିଟାରୀ ଏକାଡ଼େମୀ ଓ ବୁଦ୍ଧ ବିହାର କମିଟୀ ବରଗଡ଼ ର ମିଳିତ ଉଦ୍ୟମ ରେ ବରଗଡ଼ ଜିଲ୍ଲା ର ସ୍ବେଚ୍ଛାସେବୀ ସଂଗଠନ ସମୂହ ଦ୍ଵାରା ବୃକ୍ଷ ରୋପଣ ଓ ପରିବେଶ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।     Ad.. ବରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମପଞ୍ଚାୟତର ବରେଇବିରା ଖେଳ ପଡ଼ିଆର ଚାରି ପାର୍ଶ୍ବରେ ଓ ନାଗାର୍ଜୁନ ବୁଦ୍ଧବିହାର ପରିସରରେ ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା।  Ad.. ଏହି କାର୍ଯ୍ୟକ୍ରମରେ ଏହି କାର୍ଯ୍ୟକ୍ରମ ବଗେଇବିରା ଇଣ୍ଡିୟାନ ମିଲିଟାରୀ ଏକାଡ଼େମୀ ତଥା ବୁଦ୍ଧ ବିହାର କମିଟୀ ବରଗଡ଼ର ସଭାପତି ପୁରନ୍ଦର ଭୋସାଗର ଓ ବୁଦ୍ଧ ବିହାର କମିଟୀର ସଂପାଦକ ଅବିନାଶ ବାଗ ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋବିନ୍ଦପୁର ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ନାଏକ... Ad.. ଗୋବିନ୍ଦପୁର ଗ୍ରାମପଞ୍ଚାୟତ ପି ଇ ଓ ଡ଼ୋଲାମଣୀ ପ୍ରଧାନ, ସଂଯୁକ୍ତ କିସାନ ମୋର୍ଚ୍ଚାର ସଭାପତି ତଥା ଚାଷୀ ନେତା ରମେଶ ମହାପାତ୍ର, ନିଷ୍ଠା ପରିବାରର ସଭାପତି ଅଶ୍ବିନୀ ତ୍ରିପାଠୀ, କୋଶଲ ସେନାର ସମ୍ପାଦକ ବୀରବଲ ମହାକୁର, ସଂକଳ୍ପ ପରିବାରର କିଷନ ଠାକୁର, ଆମ୍ବେଦକର ଯୁବା ସଂଘ ବରଗଡ଼ର ବାଲ୍ମମୁକୁଦ ଜଗଦଳ୍ଲା...  ଦୃଷ୍ଟି ସେବା ସଂଗଠନର ...

ଗୁରୁ ଙ୍କ ସେବା ହେଉଛି ଇଶ୍ଵରଙ୍କ ସେବା ;ଡୁଙ୍ଗୁରିପାଲି ରେ ଗୁରୁ ଭଗବାନ ସାହୁଙ୍କ ଜନ୍ମୋତ୍ସବ ପାଳିତ...

Image
ଗୁରୁ ଙ୍କ ସେବା ହେଉଛି ଇଶ୍ଵରଙ୍କ ସେବା ;ଡୁଙ୍ଗୁରିପାଲି ରେ ଗୁରୁ ଭଗବାନ ସାହୁଙ୍କ ଜନ୍ମୋତ୍ସବ ପାଳିତ... ଵରଗଡ଼/ଡୁଙ୍ଗୁରିପାଲି,୦୬/୦୭ : ଗତକାଲି ଡୁଙ୍ଗୁରିପାଲି ସାହିତ୍ୟ ସାଂସ୍କୃତିକ ସଂସଦ ଏବଂ କବି ଓ କଳାକାର ସଂଘ ମିଳିତ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ କିମ୍ବଦନ୍ତୀ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଜନ୍ମୋତ୍ସବ ପାଳିତ ହୋଇଯାଇଛି।        Ad.. ଆଶୁ କବି ବିପ୍ର ଚରଣ ସାହୁଙ୍କ ଆବାହକତ୍ବରେ ଡ଼. ସୁବାସ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବରେ ସମ୍ପାଦକ ଅମୂଲ୍ୟ ବେହେରାଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ଶିକ୍ଷାବିତ କବି ନିରଞ୍ଜନ ପଣ୍ଡା ମୂଖ୍ୟ ବକ୍ତା ଭାବେ ଯୋଗଦେଇ...     Ad.. ଗୁରୁ ଙ୍କ ସେବା ହିଁ ଇଶ୍ୱରଙ୍କ ସେବା ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ।କବି ଟିକେଲାଲ୍ ରାଉତଙ୍କ ସମେତ ଶବ୍ଦ ନୃତ୍ୟ ଗୁରୁ ଗଦାଧର ବରିହା, ଜୟଲାଲ ନାଇକ, ସୁରେଶ ପ୍ରଧାନ, ଲକ୍ଷ୍ମୀଧର ନାଏକ, ଶୁଭଲାଲ ସାହୁ, ମଧୂସୁଦନ ସାହୁ, ରାଧାକାନ୍ତ ଗଡତିଆ...     Ad.. ଇନ୍ଦିରା ସାହୁ, ଧୃବ ବାରିକ ପ୍ରମୁଖ ଗୁରୁ ଭଗବାନ ସାହୁଙ୍କ ଉପରେ କବିତା ପାଠ ଓ ସ୍ମୃତି ଚାରଣ କରିଥିଲେ, ଶେଷରେ ଶୁଭଲାଲ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। Report : Bijay ku sahu Edited by k.s thakur...

ରୋଟାରୀ କ୍ଳବ୍ ଅଫ୍ ବରଗଡ଼ ସେଣ୍ଟ୍ରାଲ ଆନୁକୁଲ୍ୟରେ ରକ୍ତ ଦାନ ଶିବିର...

Image
ରୋଟାରୀ କ୍ଳବ୍ ଅଫ୍ ବରଗଡ଼ ସେଣ୍ଟ୍ରାଲ ଆନୁକୁଲ୍ୟରେ ରକ୍ତ ଦାନ ଶିବିର... ବରଗଡ଼,୦୬/୦୭ : ସ୍ଥାନୀୟ ସିଟି ହସ୍ପିଟାଲ ରେ ବରଗଡ଼ ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ରୋଟାରୀ କ୍ଲବ୍ ଅଫ୍ ବରଗଡ଼ ସେଣ୍ଟ୍ରାଲ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଟିତ ହୋଇ ଯାଇଛି ।       Ad.. କ୍ଲବ୍ ପକ୍ଷରୁ  ଦୀର୍ଘ ୨୪ ବର୍ଷ ଧରି ପ୍ରତିବର୍ଷ ଜୁଲାଇ ମାସ ରେ ରକ୍ତ ଦାନ ଶିବିର ଆୟୋଜିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଏହି ଶିବିର ରେ ୨୩ ୟୁନିଟ ରକ୍ତ ସଂଗୃହୀତ ହୋଇ ଥିଲା।       Ad.. କ୍ଲବ୍ ର ସଭାପତି ରୋଟାରିଆନ ଆଶିଷ ପନସାରିଙ୍କ ନେତୃତ୍ବ ରେ ଆୟୋଜିତ ଏହି କାର୍ଯ୍ୟ କ୍ରମ ରେ ସମ୍ପାଦକ ସୁମନ ସାୱଡ଼ିଆ ,ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷ ସାୱଡିଆ ପ୍ରମୁଖ ଙ୍କ ଉପସ୍ଥିତି ରେ  କ୍ଲବ୍ ର ବରିଷ୍ଠ ସଦସ୍ୟ ଅମିତ୍ ଅଗ୍ରୱାଲ.. Ad.. ସଞ୍ଜୀବ ଅଗ୍ରୱାଲ ,ସନ୍ଦୀପ ସାୱଡିଆ,ସିଦ୍ଧାର୍ଥ ଶାସ୍ତ୍ରୀ,ପ୍ରବୀଣ ଲାଠ,ପ୍ରଦୀପ ଅଗ୍ରୱାଲ,ପୀୟୂଷ ଚୌଧୁରୀ,ଶଙ୍କର ବେରିୱାଲ,ରବୀନ୍ଦ୍ର ପଂଶାରି, ମନୋଜ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କ୍ରମ ପରିଚାଳନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଏହି ଅବସର ରେ ଇନର ହୁଇଲ୍ କ୍ଲବ୍ ଅଫ୍ ବରଗଡ଼ ସେଣ୍ଟ୍ରାଲ ବହୁ ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ରକ୍ତ ଦାନ କରିଥିଲେ। Report : Bijay ku sahu Edited by k.s thakur...

ନନ୍ଦିଘୋଷ ରଥ ନିକଟରେ ଠେଲାପେଲା ଘଟଣା : ୩ ଜଣଙ୍କ ଭାଙ୍ଗିଲା ଗୋଡ଼...

Image
ନନ୍ଦିଘୋଷ ରଥ ନିକଟରେ ଠେଲାପେଲା ଘଟଣା : ୩ ଜଣଙ୍କ  ଭାଙ୍ଗିଲା  ଗୋଡ଼... ପୁରୀ,୦୬/୦୭  : ବାହୁଡ଼ାଯାତ୍ରା ବେଳେ ନନ୍ଦିଘୋଷ ରଥ ନିକଟରେ ଦୁଇଟି ସ୍ଥାନରେ ଆଜି ଠେଲାପେଲା ହୋଇଥିଲା। ଏଥିରେ ପ୍ରାୟ ୧୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ଗୋଡ଼ ଭାଙ୍ଗିଯାଇଛି।        Ad.. ଆହତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ସାକ୍ଷୀଗୋପାଳର ସୁଜିତ ଦାସ କହିଛନ୍ତି ଯେ ସେ ନନ୍ଦିଘୋଷ ରଥ ଆଗରେ ଥିଲେ। ଗହଳିରେ ଜଣେ ଯୁବତୀ ତଳେ ପଡ଼ିଯିବାରୁ ସେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଲୋକଭିଡ଼ ମାଡ଼ିଆସି ତାଙ୍କ ଉପରେ ଚଢ଼ି ଚାଲିଯାଇଥିଲେ।  Ad.. ଏଥିରେ ତାଙ୍କ ଗୋଡ଼ ଭାଙ୍ଗିଯାଇଥିବା ବେଳେ ଯୁବତୀ ଜଣକ ମଧ୍ୟ ସଂଜ୍ଞାହୀନ ହୋଇ ଯାଇଥିଲେ। ସେହିପରି ସନ୍ଧ୍ୟା ୬ଟାରେ  ଗଞ୍ଜାମ ଜିଲ୍ଲା  ଆସ୍କାର ଲମ୍ବୋଦର ପୃଷ୍ଟି ସପରିବାର ପୁରୀକୁ ବାହୁଡ଼ାଯାତ୍ରା ଦେଖିବାକୁ ଆସିଥିଲେ। ସେମାନେ ଡାକ୍ତରଖାନା ଛକରେ ଥିବା ବେଳେ ଗହଳିରେ ସେ ତାଙ୍କ ପରିବାରଠାରୁ ଅଲଗା ହୋଇ ଯାଇଥିଲେ।  Ad.. ଏହି ସମୟରେ ନନ୍ଦିଘୋଷ ରଥରେ ଥିବା ଗହଳି ତାଙ୍କ ଆଡ଼କୁ ମାଡ଼ି ଆସିଥିଲା। ନିକଟରେ ଏକ ଖାଲ ଥିବାରୁ ସେଠାରେ ଲମ୍ବୋଦରଙ୍କ ଗୋଡ଼ ମୋଡ଼ି ହୋଇଯିବାରୁ ସେ ତଳେ ପଡ଼ିଯାଇଥିଲେ।  ତାଙ୍କ ଉପରେ ପ୍ରାୟ ୧୫ ଜଣ ଭକ୍ତ ଚଢ଼ିଯିବାର...

ବାହୁଡିଲେ ଶ୍ରୀ ଦଧିବାମନ...

Image
ବାହୁଡିଲେ ଶ୍ରୀ ଦଧିବାମନ... ବରଗଡ଼,୦୬/୦୭ : ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ଧାମ ଠାରେ ପ୍ରସିଦ୍ଧ ବାହୁଡ଼ାଯାତ୍ରା ଶନିବାର ସମ୍ପନ୍ନ ହୋଇଯାଇଛି । ଜଗତର ନାଥ ମହାପ୍ରଭୁ ଦଧିବାମନ ମାଉସୀ ମନ୍ଦିରସ୍ଥ ଆଡ଼ପମଣ୍ଡପ ଛାଡ଼ି ରଥାଋଢ଼ ହୋଇ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ ।  Ad.. ଏହିଯାତ୍ରା ପାଇଁ ଶୁକ୍ରବାର ମଧ୍ୟରାତ୍ରିରେ ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନଙ୍କୁ ତାଙ୍କର ଅତି ପ୍ରିୟ ପୁଡ଼ାପୀଠା ଭୋଗ ଲାଗି କରାଯାଇଥିଲା। ବିରହବିଧୁରା ମହାଲକ୍ଷ୍ମୀଙ୍କୁ ହେରାପଞ୍ଚମୀ ଅବସରରେ ଶ୍ରୀ ମନ୍ଦିର ଫେରିବା ପ୍ରତିଶୃତି ଦେଇଥିବାରୁ ଶନିବାର ପ୍ରତ୍ୟୁଷରୁ ପ୍ରଭୁଙ୍କ ଦୈନିକ ପୂଜାନୀତି ତଥା ପହଡ଼ଭଙ୍ଗ, ଦ୍ୱାରଫିଟା ନୀତି...     Ad.. ମଙ୍ଗଳପ୍ରଦୀପ, ସୁର୍ଯ୍ୟପୂଜା, ଅବକାଶ ନୀତି, ମଇଲମ ଓ ବେଶ ପରିବର୍ତ୍ତନ, ଗୋପାଲବଲ୍ଲଭ ଭୋଗ ଲାଗି, ଦ୍ୱାରପାଳ ପୂଜା, ରୋଷ ପୂଜା, ସକାଳଧୂପ ଅନୁଷ୍ଠିତ ହେବାପରେ ପ୍ରଭୁଙ୍କ ସାହାଣମେଲା ଅନୁଷ୍ଠିତ ହୋଇଥିଲା । ଏହାପରେ ଦଧିବାମନଙ୍କ ବାହୁଡ଼ାଯାତ୍ରା ପାଇଁ ପହଣ୍ଡିପୂଜା ହୋଇଥିଲା।      Ad.. ପହଣ୍ଡିପୂଜା ଓ ମଙ୍ଗଳାର୍ପଣ ଶେଷ ହେବାପରେ ଭଟଲି ଗୌନ୍ତିଆ ପରମାନନ୍ଦ ସାହୁଙ୍କ ଦ୍ୱାରା ଛେରାପହରା ଆରମ୍ଭ ହେବା ସହ ରଥ ପଡ଼ିଆରେ ବିଜେ କରିିଥିଲେ । ଏହାପରେ ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧ...

ଖୋଲିଲା ସମ୍ବଲପୁର ହୀରାକୁଦ ଡ୍ୟାମ୍ ଗେଟ୍...

Image
ଖୋଲିଲା ସମ୍ବଲପୁର ହୀରାକୁଦ ଡ୍ୟାମ୍ ଗେଟ୍... ସମ୍ବଲପୁର,୦୬/୦୭ :  ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍। ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଆଜି ଦିନ ୧୦ଟା ୨୧ ମିନିଟ୍ ସମୟରୁ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି।        Ad.. ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନଂ ଗେଟ୍ ଖୋଲିଥିବା ବେଳେ ପର୍ଯ୍ୟାୟ କ୍ରମେ ୧୨ଟି ଗେଟ୍ ଖୋଲିବ । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳ ଭଣ୍ଡାରର ଜଳ ସ୍ତର ବୃଦ୍ଧି ପାଇଛି। ସେଥିପାଇଁ ଜଳ ଭଣ୍ଡାର ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯିବ। Ad.. ଏହି ଜଳ ନିଷ୍କାସନ ବେଳେ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ତେବେ ଆଜି ପର୍ଯ୍ୟାୟ କ୍ରମେ ହୀରାକୁଦ ଜଳଭଣ୍ଡାରରୁ ବାମପଟେ ୮ ଗୋଟି ଓ ଡାହାଣ ପଟେ ୪ ଗୋଟି ମୋଟ ୧୨ ଗୋଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯିବା ନେଇ ସୂଚନା ମିଳିଛି। Ad.. ଅନ୍ୟପଟେ ହୀରାକୁଦ ଜଳ ଭଣ୍ଡାର ଗେଟ୍ ଖୋଲାଯିବା ପରେ ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସେଥିପାଇଁ  ଜନସାଧାରଣଙ୍କୁ ସଚେତନ କରାଯାଇଛି। ହୀରାକୁଦ ଗେଟ୍ ଖୋଲାଯିବା ଫଳରେ ୧୩ଟି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି । ଉକ୍ତ ଜିଲ୍ଲାକୁ ମଧ୍ୟ ସତର୍କ କରାଯାଇଛି । Edited by k.s thakur...

ବିଜୁ ଏକ୍ସପ୍ରେସୱେ ରାସ୍ତା ଡିଭାଇଡର ରେ ଅନାବନା ଗଛ ଜୀବନ ପ୍ରତି ବିପଦ...

Image
ବିଜୁ ଏକ୍ସପ୍ରେସୱେ ରାସ୍ତା ଡିଭାଇଡର ରେ ଅନାବନା ଗଛ ଜୀବନ ପ୍ରତି ବିପଦ... ବରଗଡ଼,୦୬/୦୭ : ବରଗଡ଼ ଜିଲ୍ଲା ସୋହେଲା ଠାରୁ ନୂଆପଡା ପର୍ଯ୍ୟନ୍ତ ଦିର୍ଘ ୧୩୦ କିମି ବିଜୁ ଏକ୍ସପ୍ରେସୱେ ରାସ୍ତା ତିଆରି ସମୟରେ ହଜାର ହଜାର ଗଛ କଟାଯାଇଥିବା ବେଳେ ନୂଆ ଗଛ ଲଗାଗଲା ନାହିଁ ଯାହା ଏବେ ରାସ୍ତା ତିଆରି ପରେ ବାଟୋଇ ଙ୍କୁ ବିପଦ ଦେଉଛି।          Ad.. ପୂର୍ବରୁ ଖରା ବର୍ଷା ସମୟରେ ବାଟୋଇ ଗଛ ତଳେ ଛାଇ ପାଇଁ ଅଟକି ପାରୁଥିଲା ଯାହା ଆଉ ନାହିଁ। ସେ ଯାହାବି ହେଲା ନୂଆଁ ରାସ୍ତା ତିଆରି ଅଂଚଳ ପାଇଁ ଏକ ବରଦାନ ସାବ୍ୟସ୍ତ ହେଲା କିନ୍ତୁ ଏବେ ଉକ୍ତ ରାସ୍ତା ସୁବିଧା କମ୍ ଓ ଅସୁବିଧା ଅଧିକ ସୃଷ୍ଟି କରି ଜନଜୀବନ ପ୍ରତି ଅଧିକ ବିପଦ ସୃଷ୍ଟି କରୁଛି।     Ad.. ରାସ୍ତା ର ଅଧିକାଂଶ ସ୍ଥାନରେ ବେଆଇନ ଭାବରେ ଡିଭାଇଡର ଭଙ୍ଗା ଯାଇ ରାସ୍ତା ତିଆରି କରାଯାଉଛି ଯାହା ଦୂର୍ଘଟଣା ଘଟିବାରେ ସହାୟତା କରୁଛି । ଏଥିପାଇଁ ଅନେକ ଦୂର୍ଘଟଣା ଘଟି ଧନଜୀବନ ହାନି ହେଲାଣି। ଆହୁରି ଡିଭାଇଡର ମଝିରେ ଅନାବନା ଗଛ ଆହୁରି ବିପଦପୂର୍ଣ୍ଣ ହୋଇଛି।  Ad.. ରାସ୍ତା ମଝି ଡିଭାଇଡର ଭିତରେ ଅନାବନା ଗଛ ବଢି ଯାଇଥିବାରୁ ବେଆଇନ ଡିଭାଇଡର ଭଙ୍ଗା ସ୍ଥାନ ରୁ କୈାଣସି ବାଇକ୍ କିମ୍ବା ଗାଡ଼ି ମୋଟର ବାହାରି ରାସ୍ତା ଉପରକୁ ଆସିଲେ ଦୂର୍ଘଟଣା ଘଟୁଛି ଏଥିପାଇଁ ବିଜୁ ଏକ୍ସପ୍ରେସୱେ ରାସ୍ତା ତିଆରି କରିଥିବା ବିଭାଗ ଦୃଷ୍ଟି ଦ...

ମସ୍କୋରେ ବରଗଡ଼ର ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ବାଲୁକା କଳା ପ୍ରଶଂସିତ...

Image
ମସ୍କୋରେ ବରଗଡ଼ର ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ବାଲୁକା କଳା ପ୍ରଶଂସିତ... ବରଗଡ଼,୦୫/୦୭ : ଋଷିଆ ର ରାଜଧାନୀ ମସ୍କୋ ଠାରେ ଆଜି ଠାରୁ ଭାରତ ଉତ୍ସବ ଆରମ୍ଭ ହୋଇଛି । ନଅ ଦିନ ଧରି ମସ୍କୋ ର ଏଇତିହାସିକ ରେଡ ସ୍କୁଆର ନିକଟରେ ଚାଲିଥିବା ଏହି ବନ୍ଧୁତ୍ବପୂର୍ଣ୍ଣ ଉତ୍ସବରେ ବରଗଡ଼ର ସ୍ୱନାମଧନ୍ୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ମଧ୍ୟ ନିମନ୍ତ୍ରଣ ପାଇ ସାମିଲ ହୋଇଛନ୍ତି। Ad.. ନଅ ଦିନ ଧରି ସେ ବିଭିନ୍ନ ବିଷୟ ବସ୍ତୁ ଆଧାରିତ ବାଲୁକା କଳା ପ୍ରଦର୍ଶନ କରିବେ। ଉଦଘାଟନୀ ଦିବସରେ ତାଙ୍କ କଳା ମାଧ୍ୟମରେ ଉତ୍ସବକୁ ଶ୍ରୀଗଣେଶ କରିବାର କଳା ଚାତୁରୀ ଦର୍ଶକ ମହଲରେ ବେଶ ପ୍ରଶଂସିତ ହୋଇଛି ବୋଲି ମସ୍କୋରେ ଅବସ୍ଥାନ କରୁଥିବା ବରଗଡ଼ର ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି।     Ad.. ଏହି ଉଦଘାଟନୀ ଉତ୍ସବରେ ଓଡ଼ିଶା ର କଳାହାଣ୍ଡି ଜିଲ୍ଲାରୁ ଏକ ଓଡ଼ିଶୀ ନୃତ୍ୟ ଦଳ ସାମିଲ ହୋଇଛନ୍ତି। ଏହି ଦଳର ଉଦଘାଟନୀ ନୃତ୍ୟ ପ୍ରଦର୍ଶନ ଦର୍ଶକ ମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ଏହି ଭାରତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସାଂସଦ ସୁଜିତ କୁମାର ଯୋଗଦେଇ ଶୁଭ ଉଦଘାଟନ କରିଥିଲେ।  Ad.. ଭାରତର ଛୋଟ ଶିଶୁଟିଏ ମଧ୍ୟ ଋଷିଆ କୁ ଭାରତର ପରମ ମିତ୍ର ଭାବେ ଜାଣେ ବୋଲି ବକ୍ତବ୍ୟରେ ଦର୍ଶାଇ ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ଆଦାନ ପ୍ରଦାନକୁ ଅଧିକ କ୍ରିୟାଶୀଳ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ।  ଏହି ଉତ୍ସବରେ ଭାରତର ବ...

ବରଗଡ଼ ଜିଲ୍ଲା ଭଟଲି କୁଶନପୁରୀ ଗାଁ ରେ ବାହୁଡ଼ା ରଥ ଯାତ୍ରା ସମାପନ...

Image
ବରଗଡ଼ ଜିଲ୍ଲା ଭଟଲି କୁଶନପୁରୀ ଗାଁ ରେ ବାହୁଡ଼ା ରଥ ଯାତ୍ରା ସମାପନ... ବରଗଡ଼,୦୫/୦୭ : ବରଗଡ଼ ଜିଲ୍ଲା ଭଟଲି ବ୍ଲକ କୁଶନପୁରୀ ଗାଁ ରେ ବାହୁଡା଼ ଯାତ୍ରା ରଥ ଯାତ୍ରା ସମାପନ ହୋଇଯାଇଛି।        Ad.. ଭଟଲି ନିର୍ବାଚନ ମଣ୍ଡଳୀ ର ବିଧାୟକ ଯୁବନେତା ଇରାସିସ୍ ଆଚାର୍ଯ୍ୟ ଯୋଗଦାନ ଦେଇ ସମସ୍ତ ନିତିକାନ୍ତି ଓ ଛେରାପହରା କାର୍ଯକ୍ରମ ରେ ସହଯୋଗ କରି ସମାପନ କରିଥିଲେ।  Ad.. କୁଶନପୁରୀ ଗାଁ ର ସମସ୍ତ ଜନସାଧାରଣ ଙ୍କ ଯୋଗଦାନ ରେ ରଥଯାତ୍ରା ସମାପନ ହୋଇ ବାହୁଡା ରଥ ଟଣା ହୋଇଛି। Ad.. Report : Bijay ku sahu Edited by k.s thakur...

୨ ଫୁଟର ପାଣି ପ୍ରବାହିତ, ଗ୍ରାମବାସୀ ଜଳବନ୍ଦୀ...

Image
୨ ଫୁଟର ପାଣି ପ୍ରବାହିତ, ଗ୍ରାମବାସୀ ଜଳବନ୍ଦୀ... ମୋହନା,୦୫/୦୭: ଲଗାଣ ବର୍ଷାରେ ଗଜପତି ଜିଲ୍ଲା ମୋହନା ବ୍ଲକ ଗର୍ଡ଼ମା ପାପାଇଜୁ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ମୋହନାରୁ ଗର୍ଡ଼ମା ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଯାତାୟାତ ଠପ୍‌ ହୋଇଯାଇଛି ।        Ad.. ଗତ ଦୁଇ ଦିନ ଧରି ମୋହନା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଗଦାପୁର ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ମୋହନାରୁ ଗର୍ଡ଼ମା ପଞ୍ଚାୟତକୁ ସଂଯୋଗ କରୁଥିବା ପାପାଇଜୁ ପୋଲୋ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି ।        Ad.. ପ୍ରତିବର୍ଷ ବର୍ଷା ଦିନେ ଏହି ପୋଲ ଉପରେ ପାଣି ପ୍ରବାହିତ ହେଉଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଣି କମିବା ପର୍ଯ୍ୟନ୍ତ ପୁରା ପଞ୍ଚାୟତବାସୀ ଜଳ ବନ୍ଦୀ ଅବସ୍ଥାରେ ରହୁଥିବା କହିଛନ୍ତି ।  Ad.. ସେହିପରି ରାଜଖମା ଗାଁ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ରାଜଖମା ଗାଁ ସମେତ ୪ଟି ଗାଁର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି ।  Edited by k.s thakur...