ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କର୍ମଚାରୀଙ୍କ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର,ସାଧାରଣ ରୋଗୀଙ୍କୁ ପଚାରୁଛି କିଏ?

ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କର୍ମଚାରୀଙ୍କ  ସାମ୍ବାଦିକଙ୍କୁ ଦୁର୍ବ୍ୟବହାର,ସାଧାରଣ ରୋଗୀଙ୍କୁ ପଚାରୁଛି କିଏ?


ବଙ୍ଗୋମୁଣ୍ଡା,୦୭/୦୭ :- ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଳକର ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଞ୍ଚଳର ଏକ ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ପରିଚିତ ଯାହା କି ବଙ୍ଗୋମୁଣ୍ଡା ବ୍ଲକ ସମେତ ଟିଟିଲାଗଡ଼ ବ୍ଲକ ର ସୀମାବର୍ତ୍ତୀ ପଞ୍ଚାୟତ ଓ ସୀମାନ୍ତ କଳାହାଣ୍ଡି ଓ ନୂଆପଡା ଜ଼ିଲ୍ଲାର ବିଭିନ୍ନ ପଞ୍ଚାୟତର ରୋଗୀ ମାନେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି।

  Ad..


ପ୍ରତି ମାସରେ ୪ ହଜାରରୁ ଉର୍ଦ୍ଧ ରୋଗୀ ଚିକିତ୍ସା ହେବା ପାଇଁ ଆସୁଥିବା ବେଳେ ଦିନକୁ ଦିନ ରୋଗୀଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅସମ୍ମାନ କରାଯାଉଥିବା ଅଭିଯୋଗ ହେଉଛି ।ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀଙ୍କୁ ଚିକିତ୍ସା ସେବା ସହିତ ବିନା ମୂଲ୍ୟରେ ରକ୍ତ ନମୁନା ପରୀକ୍ଷା ବ୍ୟବସ୍ଥା ରହିଛି।

Ad..


ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ସହିତ ରକ୍ତ ନମୁନା ପରୀକ୍ଷା ପାଇଁ ଉନ୍ନତ ମାନର ଯନ୍ତ୍ରପାତି ଯୋଗାଇ ଦିଆଯାଇଛି ।ରକ୍ତ ନମୁନା ପରୀକ୍ଷା ପାଇଁ ରକ୍ତ ପରୀକ୍ଷା କେନ୍ଦ୍ରର କର୍ମଚାରୀ ରୋଗୀ ମାନଙ୍କୁ ସହଯୋଗ କରୁନଥିବା ବେଳେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି ।

   Ad..


ରକ୍ତ ପରୀକ୍ଷା ପାଇଁ ଅନୁରୋଧ କଲେ ରକ୍ତ ପରୀକ୍ଷା ହୋଇପାରିବ ନାହିଁ ବୋଲି ମନା କରିବା ସହ ତାଙ୍କ ମନମାନି ବୃଦ୍ଧି ପାଇଛି ।ରକ୍ତ ପରୀକ୍ଷା କେନ୍ଦ୍ର ଠାରେ ନିୟୋଜିତ ହୋଇଥିବା କର୍ମଚାରୀ ଆକାଶ ପଣ୍ଡା ନାମକ ଯୁବକ ଙ୍କ ଔଦ୍ଧତ୍ୟ ଚରମ ସୀମାରେ ପହଁଞ୍ଚିଛି ।

ରକ୍ତ ନମୁନା ପରୀକ୍ଷା କରି ଆସୁଥିବା ରୋଗୀ ମାନଙ୍କୁ ଅସମ୍ମାନ ଓ ଦୁର୍ବ୍ୟବହାର କରୁଥିବା ବେଳେ ସାମ୍ବାଦିକଙ୍କୁ ମଧ୍ୟ ଦୁର୍ବ୍ୟବହାରର ଶିକାର ହେବାକୁ ପଡିଛି। ଏଭଳି ଘଟଣା ପୂର୍ବରୁ ଅନେକ ଥର ଘଟିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। 

ସୂଚନା ଅନୁଯାଇ ସକାଳ ୯. ୫୦ ସମୟରେ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସାମ୍ବାଦିକ ସୁଶାନ୍ତ ଥନାପତି ନିଜ ଭଣଜା ଲିପୁନ ଭୋଇ (୧୧ ) କୁ ନେଇ ବ୍ଲଡ଼ ଗ୍ରୁପ ଓ ସିକଲିନ ପରୀକ୍ଷା କରିବା ପାଇଁ ଡାକ୍ତର ଙ୍କ ପରାମର୍ଶ ଅନୁଯାଇ ରକ୍ତ ନମୁନା ଦେବା ପାଇଁ ଯାଇଥିଲେ।

ପରୀକ୍ଷା କେନ୍ଦ୍ର ଠାରେ ନିୟୋଜିତ ଥିବା କର୍ମଚାରୀ ଆକାଶ ପଣ୍ଡା ନାମକ ଯୁବକ ରୋଗୀ ଙ୍କ ପ୍ରେସକ୍ରିପଶନ ଦେଖି ଆଜି ବ୍ଲଡ଼ ଗ୍ରୁପ ଟେଷ୍ଟ ହୋଇ ପାରିବ ନାହିଁ କାଲି କି ଆସ ବୋଲି କହିଥିଲେ ତେବେ ଅନ୍ୟ ଜଣେ ରୋଗୀ ପାଞ୍ଚ ପୁଟେଲ (୬୦ ) ସିବିସି ଟେଷ୍ଟ କରିବା ପାଇଁ ଯାଇ ଥିବା ବେଳେ ସେ ମଧ୍ୟ ଦୁର୍ବ୍ୟବହାରର ଶିକାର ହୋଇଥିଲେ।

ତେବେ କଣ ପାଇଁ କାଲି କୁ ଆସିବୁ ଆଜି କଣ ଟେଷ୍ଟ ହୋଇପାରିବ କି ନାହିଁ ବୋଲି ପଚାରିବାରୁ ଉତ୍ୟକ୍ତ ହୋଇ ଯାଇ ଆଜି ଟେଷ୍ଟ ହୋଇ ପାରିବ ନାହିଁ ଯାହାକୁ କହିବାର ଅଛି କହ ମୁଁ କହିଲି ମାନେ କହିଲି ବୋଲି କହିଥିଲେ। 

ତେବେ ଜଣେ ସାମ୍ବାଦିକ ହିସାବରେ ଏହି ଘଟଣାକୁ ନେଇ  ସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ୱ ରେ ଥିବା ଅଧିକାରୀ ଜୟନ୍ତ ବାଗ ଙ୍କୁ ଅବଗତ କରାଯିବା ପରେ  ସେ କହିଥିଲେ ରକ୍ତ ନମୁନା ଦିଅନ୍ତୁ ମୁଁ କହି ଦେଉଛି ଟେଷ୍ଟ କରିବେ ବୋଲି ପ୍ରକାଶ କରିଥିଲେ।  

ତେବେ କର୍ମଚାରୀ ପ୍ରଥମେ କାହିଁକି ମନା କଲେ ପରେ ଅଧିକାରୀ କହିଲା କ୍ଷଣି ହଁ କଲେ କାହିଁକି ତେବେ ସୁରୁଖୁରୁରେ ରକ୍ତ ନମୁନା ସଂଗ୍ରହ କରାଗଲା କିଛି ସମୟ ପରେ ବ୍ଲଡ଼ ଗ୍ରୁପ ରିପୋର୍ଟ ଆଣିବା ପାଇଁ ପରୀକ୍ଷା କେନ୍ଦ୍ର ଗୃହ କୁ ପ୍ରବେଶ କରିବା କ୍ଷଣି ସେହି କର୍ମଚାରୀ ବିରକ୍ତି ହୋଇ ତୁ ବେଶୀ ଦେଖେଇ ହେଉଛୁ..

ତୁ ନିଜକୁ କଣ ବୋଲି ଭାବୁଛୁ ଯାହାକୁ ଫୋନ କରିବା ର ଅଛି କର ମୋର ଯାଏ ଆସେ ନାହିଁ ,ମୋର କିଏ କିଛି କରିପାରିବ ନାହିଁ ଆଗାମୀ ଥର ଯଦି ଟେଷ୍ଟ ପାଇଁ ଆସିବୁ ମୁଁ ତୋର ଟେଷ୍ଟ କରିବି ନାହିଁ ବୋଲି ବିରକ୍ତ ହୋଇ ରାଗ ତମ ତମରେ କହିଥିଲେ।

ଜଣେ ସାମ୍ବାଦିକ ଙ୍କୁ ଏଭଳି ବ୍ୟବହାର ପ୍ରଦର୍ଶନ କରିଥିବା ବେଳେ ସାଧାରଣ ଲୋକଙ୍କୁ ମଧ୍ୟ ବହୁ ହଇରାଣ କରୁଥିବା ଅଭିଯୋଗ ହେଉଛି ।ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ କାର୍ଯ୍ୟରତ କର୍ମଚାରୀ ଙ୍କ ଏଭଳି ଆଚରଣ କେତେ ଦୂର ଯୁକ୍ତି ଯୁକ୍ତ ଯଦି କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଏଭଳି ଦୁର୍ବ୍ୟବହାର ଶିକାର ହେବାକୁ ପଡୁଛି  ତେବେ ସାଧାରଣ ରୋଗୀ ଙ୍କ କଥା କିଏ ପଚାରେ।

କର୍ମଚାରୀ ଙ୍କ କାର୍ଯ୍ୟକଳାପ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦ୍ୱିତୀୟ ଥର ପାଇଁ ଫୋନ୍ ଯୋଗେ  ଯୋଗାଯୋଗ କରିବାରୁ ସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ୱ ରେ ଥିବା ଡ଼ା.ଜୟନ୍ତ ବାଗ ଙ୍କୁ  ଜଣାଇବାରୁ  ଯଦି ଦୁର୍ବ୍ୟବହାର ଓ ଅସମ୍ମାନ କରା ଯାଇଛି ତାହା ହେଲେ ଆପଣ ଲିଖିତ ଭାବରେ ଦିଅନ୍ତୁ ମୁଁ କାର୍ଯ୍ୟାନୁଷ୍ଠାନ ନେବି ବୋଲି ଉତ୍ତର ରଖିଥିଲେ।

ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଏଭଳି ଦୁର୍ବ୍ୟବହାର କରାଯାଉଛି ଆଉ ଅଧିକାରୀ ନିଜ କର୍ମଚାରୀ ଙ୍କୁ ଘଣ୍ଟ ଘୋଡାଇବା ପାଇଁ ପ୍ରୟାସ କରି ଲିଖିତ ଭାବରେ ଦିଅନ୍ତୁ ବୋଲି କହିବା କେତେ ଦୂର ଯୁକ୍ତିଯୁକ୍ତ  ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟ  କର୍ମଚାରୀ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ବଦଳରେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପରିତାପର ବିଷୟ । ଏ ଭଳି ଘଟଣା  ତଦନ୍ତ ସାପେକ୍ଷ । ତୁରନ୍ତ ଏଭଳି କର୍ମଚାରୀ ଙ୍କ ଉପରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ହେଉଛି ।

ଜିଲ୍ଲା ପ୍ରଶାସନ ଏହାକୁ କେତେ ଗୁରୁତ୍ୱର ସହ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି ନା କର୍ମଚାରୀ ଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ତାହା ଦେଖିବା କୁ ଅପେକ୍ଷା ରହିଲା।  



Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...