ବାହୁଡିଲେ ଶ୍ରୀ ଦଧିବାମନ...

ବାହୁଡିଲେ ଶ୍ରୀ ଦଧିବାମନ...



ବରଗଡ଼,୦୬/୦୭ : ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ଧାମ ଠାରେ ପ୍ରସିଦ୍ଧ ବାହୁଡ଼ାଯାତ୍ରା ଶନିବାର ସମ୍ପନ୍ନ ହୋଇଯାଇଛି । ଜଗତର ନାଥ ମହାପ୍ରଭୁ ଦଧିବାମନ ମାଉସୀ ମନ୍ଦିରସ୍ଥ ଆଡ଼ପମଣ୍ଡପ ଛାଡ଼ି ରଥାଋଢ଼ ହୋଇ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । 

Ad..


ଏହିଯାତ୍ରା ପାଇଁ ଶୁକ୍ରବାର ମଧ୍ୟରାତ୍ରିରେ ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନଙ୍କୁ ତାଙ୍କର ଅତି ପ୍ରିୟ ପୁଡ଼ାପୀଠା ଭୋଗ ଲାଗି କରାଯାଇଥିଲା। ବିରହବିଧୁରା ମହାଲକ୍ଷ୍ମୀଙ୍କୁ ହେରାପଞ୍ଚମୀ ଅବସରରେ ଶ୍ରୀ ମନ୍ଦିର ଫେରିବା ପ୍ରତିଶୃତି ଦେଇଥିବାରୁ ଶନିବାର ପ୍ରତ୍ୟୁଷରୁ ପ୍ରଭୁଙ୍କ ଦୈନିକ ପୂଜାନୀତି ତଥା ପହଡ଼ଭଙ୍ଗ, ଦ୍ୱାରଫିଟା ନୀତି...

    Ad..


ମଙ୍ଗଳପ୍ରଦୀପ, ସୁର୍ଯ୍ୟପୂଜା, ଅବକାଶ ନୀତି, ମଇଲମ ଓ ବେଶ ପରିବର୍ତ୍ତନ, ଗୋପାଲବଲ୍ଲଭ ଭୋଗ ଲାଗି, ଦ୍ୱାରପାଳ ପୂଜା, ରୋଷ ପୂଜା, ସକାଳଧୂପ ଅନୁଷ୍ଠିତ ହେବାପରେ ପ୍ରଭୁଙ୍କ ସାହାଣମେଲା ଅନୁଷ୍ଠିତ ହୋଇଥିଲା । ଏହାପରେ ଦଧିବାମନଙ୍କ ବାହୁଡ଼ାଯାତ୍ରା ପାଇଁ ପହଣ୍ଡିପୂଜା ହୋଇଥିଲା। 

   Ad..


ପହଣ୍ଡିପୂଜା ଓ ମଙ୍ଗଳାର୍ପଣ ଶେଷ ହେବାପରେ ଭଟଲି ଗୌନ୍ତିଆ ପରମାନନ୍ଦ ସାହୁଙ୍କ ଦ୍ୱାରା ଛେରାପହରା ଆରମ୍ଭ ହେବା ସହ ରଥ ପଡ଼ିଆରେ ବିଜେ କରିିଥିଲେ । ଏହାପରେ ମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ପୁରୋହିତଙ୍କ କର ଦୋଳିରେ ହଳି ହଳି ଝୁଳି ଝୁଳି ମାଉସି ମନ୍ଦିରରୁ ରଥ ନିକଟକୁ ପହଣ୍ଡ ପହଣ୍ଡ ହୋଇ ଆସିଥିଲେ। 

ଶ୍ରଦ୍ଧାଳୁ ଭକ୍ତଙ୍କ ହୁଳହୁଳି, ହରିବୋଳ, ଘଣ୍ଟ, ଶଙ୍ଖ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା । ଭକ୍ତମାନେ କିଏ ଛତ୍ର, କିଏ ଚନ୍ଦ୍ରାତାପ, କିଏ ଆଳଟ, କିଏ ଚାମର ଧରି ପ୍ରଭୁଙ୍କ ସେବାରେ ଲାଗିପଡ଼ିଥିଲେ । ପ୍ରଭୁଙ୍କ ସମ୍ମୁଖରେ ଅନେକ ସଂକୀର୍ତ୍ତନ୍ୟ ଦଳ, ସମ୍ପ୍ରଦା ଦଳ, ବ୍ୟାଣ୍ଡବାଜା ପାର୍ଟି ପ୍ରମୁଖ ନିଜନିଜର କଳା ପ୍ରଦର୍ଶନ ପୂର୍ବକ ପ୍ରଭୁଙ୍କୁ ଆଗେଇ ନେଇଥିଲେ । 

ଏହି ପହଣ୍ଡି ବିଜୟ ସମୟରେ ବଡ଼ଦାଣ୍ଡକୁ ଭକ୍ତଙ୍କ ସୁଅ ଛୁଟିଥିଲା । ପରେ ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନଙ୍କୁ ରଥରେ ବେଶ କରାଯାଇ ପୂଜାପାଠ ସହ ମଙ୍ଗଳ ଆଳତୀ କରାଯାଇଥିଲା । ଆଳତୀ ପରେ ନବଜନ୍ମିତ ଶିଶୁ ମାନଙ୍କୁ ପରମ୍ପରା ଅନୁଯାୟୀ ରଥଛୁଆଁ ଯାଇଥିଲା । ଏହାସହ ରଥରେ ଘୋଡ଼ାଯଚାହୋଇ ଡାହୁକ(ସାରଥୀ) ତାର ଗୀତ ବୋଳିବା ପରେ ରଥ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲା। 

ଶ୍ରଦ୍ଧାଳୁ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପରିମାଣର ପୋଲିସ ସୁରକ୍ଷାବଳୟ ମଧ୍ୟରେ ରଥଟଣା ହୋଇଥିଲା । ଦିନ ପ୍ରାୟ ସଂଧ୍ୟା ସାଢ଼େ ଛ ଟାରେ ରଥଟଣା ଆରମ୍ଭ ହୋଇ ପ୍ରାୟ ୧୦ଟା ପରେ ରଥ ପୁରୁଣା ମାଉସୀ ମା ରଥବସାକୁ ପହଞ୍ଚିଥିଲା । ପଡ଼ିଆରେ ରଥ ପହଞ୍ଚିଲା ପରେ ରଥ ଉପରେ ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନଙ୍କୁ ମଙ୍ଗଳ ଆଳତୀ କରାଯାଇଥିଲା। 

ଏହି ପ୍ରସିଦ୍ଧ ରଥଯାତ୍ରା ଦେଖିବା ତଥା ରଥାଋଢ଼ ଦଧିବାମନଙ୍କୁ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ଥିବାରୁ ଏହି ପ୍ରସିଦ୍ଧ ରଥଯାତ୍ରା ଦେଖିବା ତଥା ରଥାଋଢ଼ ଦଧିବାମନଙ୍କୁ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ଥିବାରୁ ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାଉଲକେଲା, ବଲାଙ୍ଗିର, ସୂବର୍ଣ୍ଣପୁର, ସମେତ ପଡ଼ୋଶୀ ଛତିଶଗଡ ରାଜ୍ୟର ରାୟଗଡ଼, ରାୟପୁର, ବିଲାସପୁର, ବୈସନା, ଭିଲାଇ ଓ ମଧ୍ୟପ୍ରଦେଶ ଆଦି ସ୍ଥାନରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । 

ଭଟଲିରେ ରଥାଋଢ଼ ଦଧିବାମନଙ୍କୁ ନବଜାତ ଶିଶୁ ମାନଙ୍କୁ ଛୁଆଁଇବା ହେଉଛି ଏହି ରଥଯାତ୍ରର ଏକ ଅନନ୍ୟ ପରମ୍ପରା । ଏଥିପାଇଁ ପ୍ରଭୁ ରଥାଋଢ଼ ହେବାପରେ ଶତାଧିକ ଶିଶୁଙ୍କୁ ରଥଛୁଆଁ ଯାଇଥିଲା । ଲୋକଙ୍କ ବିଶ୍ୱାସ ରହିଛି ଦଧିବାମନ ଜଗନ୍ନାଥଙ୍କ ବାଲ୍ୟ ଅବତାର ହୋଇଥିବା ଯୋଗୁଁ ନବଜାତ ଶିଶୁ ମାନଙ୍କୁ ଅନ୍ନ ପ୍ରାଶନ୍ନ ପରେ ତାଙ୍କୁ ସ୍ୱର୍ଶ କଲେ ରୋଗବ୍ୟାଧିରୁ ମୁକ୍ତି ମିଲିବା ସହିତ ଆୟୁଷ ବୃଦ୍ଧି ହୋଇଥାଏ ବୋଳି ବିଶ୍ୱାସ ରହିଛି।

ଏଥିପାଇଁ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସମେତ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଳାଙ୍ଗିର ଜିଲାର ବହୁ ଭକ୍ତ ନିଜର ନବଜାତ ଶିଶୁମାନଙ୍କୁ ରଥ ଛୁଆଁଇବା ପାଇଁ ଆସିଥିଲେ । ତେବେ ରଥ ରାତିରେ ରଥଖଳାରେ ପହଞ୍ଚିଥିଲା । ରଥଯାତ୍ରା ପାଳନ କମିଟୀର  ସମସ୍ତ ସଦସ୍ୟ ଉପସ୍ଥିତ ରହି ରଥଯାତ୍ରା ମହୋତ୍ସବକୁ ସୁରୁଖୁରୁରେ ସମାପନ କରିଥିଲେ। 

ଏହି ଅବସରରେ ଭଟଲିଧାମ ର ବିଧାୟକ ଇରାସିସ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଭାରତୀୟ ଜନତା ପାର୍ଟିର ଯୁବ ନେତା ପ୍ରିତେଶ ବହିଦାର, ଅଶୋକ ମିଶ୍ର, ଦିନେଶ ବାରିକ ଭଟଲି ନିର୍ବାଚନ ମଣ୍ଡଳୀ ର କର୍ମକର୍ତ୍ତା ପ୍ରମୁଖ ଦଧିବାମନ ଠାକୁରଙ୍କ ଦର୍ଶକ କରି ଭକ୍ତ ଙ୍କ ସହ ସାମିଲ  ହୋଇଥିଲେ ।



Report : Bijay ku sahu

Edited by k.s thakur...



Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...