୨ ଫୁଟର ପାଣି ପ୍ରବାହିତ, ଗ୍ରାମବାସୀ ଜଳବନ୍ଦୀ...

୨ ଫୁଟର ପାଣି ପ୍ରବାହିତ, ଗ୍ରାମବାସୀ ଜଳବନ୍ଦୀ...


ମୋହନା,୦୫/୦୭: ଲଗାଣ ବର୍ଷାରେ ଗଜପତି ଜିଲ୍ଲା ମୋହନା ବ୍ଲକ ଗର୍ଡ଼ମା ପାପାଇଜୁ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ମୋହନାରୁ ଗର୍ଡ଼ମା ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଯାତାୟାତ ଠପ୍‌ ହୋଇଯାଇଛି । 

     Ad..


ଗତ ଦୁଇ ଦିନ ଧରି ମୋହନା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଗଦାପୁର ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ମୋହନାରୁ ଗର୍ଡ଼ମା ପଞ୍ଚାୟତକୁ ସଂଯୋଗ କରୁଥିବା ପାପାଇଜୁ ପୋଲୋ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି । 

     Ad..


ପ୍ରତିବର୍ଷ ବର୍ଷା ଦିନେ ଏହି ପୋଲ ଉପରେ ପାଣି ପ୍ରବାହିତ ହେଉଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଣି କମିବା ପର୍ଯ୍ୟନ୍ତ ପୁରା ପଞ୍ଚାୟତବାସୀ ଜଳ ବନ୍ଦୀ ଅବସ୍ଥାରେ ରହୁଥିବା କହିଛନ୍ତି । 

Ad..


ସେହିପରି ରାଜଖମା ଗାଁ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ରାଜଖମା ଗାଁ ସମେତ ୪ଟି ଗାଁର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । 




Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...