ଖୋଲିଲା ସମ୍ବଲପୁର ହୀରାକୁଦ ଡ୍ୟାମ୍ ଗେଟ୍...
ଖୋଲିଲା ସମ୍ବଲପୁର ହୀରାକୁଦ ଡ୍ୟାମ୍ ଗେଟ୍...
ସମ୍ବଲପୁର,୦୬/୦୭ : ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍। ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଆଜି ଦିନ ୧୦ଟା ୨୧ ମିନିଟ୍ ସମୟରୁ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି।
Ad..
ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନଂ ଗେଟ୍ ଖୋଲିଥିବା ବେଳେ ପର୍ଯ୍ୟାୟ କ୍ରମେ ୧୨ଟି ଗେଟ୍ ଖୋଲିବ । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳ ଭଣ୍ଡାରର ଜଳ ସ୍ତର ବୃଦ୍ଧି ପାଇଛି। ସେଥିପାଇଁ ଜଳ ଭଣ୍ଡାର ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯିବ।
Ad..
ଏହି ଜଳ ନିଷ୍କାସନ ବେଳେ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ତେବେ ଆଜି ପର୍ଯ୍ୟାୟ କ୍ରମେ ହୀରାକୁଦ ଜଳଭଣ୍ଡାରରୁ ବାମପଟେ ୮ ଗୋଟି ଓ ଡାହାଣ ପଟେ ୪ ଗୋଟି ମୋଟ ୧୨ ଗୋଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯିବା ନେଇ ସୂଚନା ମିଳିଛି।
Ad..
ଅନ୍ୟପଟେ ହୀରାକୁଦ ଜଳ ଭଣ୍ଡାର ଗେଟ୍ ଖୋଲାଯିବା ପରେ ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସେଥିପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଛି। ହୀରାକୁଦ ଗେଟ୍ ଖୋଲାଯିବା ଫଳରେ ୧୩ଟି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି । ଉକ୍ତ ଜିଲ୍ଲାକୁ ମଧ୍ୟ ସତର୍କ କରାଯାଇଛି ।
Edited by k.s thakur...
Comments
Post a Comment