Posts

Showing posts from May, 2025

ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ବନ୍ଧାହେଲେ କୁବେର ଯନ୍ତ୍ରୀ...

Image
ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ  ଆଜି ବନ୍ଧାହେଲେ କୁବେର ଯନ୍ତ୍ରୀ... ଭୁବନେଶ୍ୱର,୩୧/୦୫ : ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ କୁବେର RW ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କୁ ଶନିବାର ଗିରଫ କରିଛି ଭିଜିଲାନ୍ସ। ଶୁକ୍ରବାର ତାଙ୍କ ଘରୁ ମିଳିଥିଲା ନଗଦ ୨.୫୬ କୋଟି ଟଙ୍କା ମିଳିଥିଲା। Ad.. ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ (ପ୍ଲାନ୍‌ ରୋଡ୍‌ସ) ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଶୁକ୍ରବାର ବୈକୁଣ୍ଠନାଥଙ୍କ ଅନୁଗୋଳ, ଭୁବନେଶ୍ୱର ଓ ପିପିଲି(ପୁରୀ)ର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା।            Ad.. ଏସବୁ ସ୍ଥାନ ମଧ୍ୟରେ ଭୁବନେଶ୍ୱରସ୍ଥିତ ଅଫିସ ଚାମ୍ବର ଓ ଅନୁଗୋଳ ଜିଲା ଲୋକେଇପଶି ଗ୍ରାମସ୍ଥିତ ପୈତୃକଘର, ଶିକ୍ଷକପଡାସ୍ଥିତ ସମ୍ପର୍କୀୟଙ୍କ ଘର ଆଦି ରହିଛି। ଯାଞ୍ଚରୁ ବୈକୁଣ୍ଠ ୧୫ କୋଟିରୁ ଅଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠୁଳ କରିଥିବା ସୂଚନା ମିଳିଥିଲା।  ତେବେ ଭିଜିଲାନ୍ସ ଟିମ୍‌କୁ ଦେଖି ବୈକୁଣ୍ଠ ଭୁବନେଶ୍ୱର ଡୁମୁଡୁମାସ୍ଥିତ ଫ୍ଲାଟ୍‌ର ଝରକା ବାଟେ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍‌ (କୋଟିଏରୁ ଊଦ୍ଧର୍‌ବ) ଫିଙ୍ଗିଦେଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିସହ ଯନ୍ତ୍ରୀ ଦାମୀ ହାତଘଡି ସଉକ ରଖିଥିଲେ ବୋଲି ଜଣାପଡିଛ...

ବଲାଙ୍ଗିର ସାମ୍ବାଦିକ ଆକ୍ରମଣ ଘଟଣା : ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ମିଳିଲା ଜାମିନ୍‌...

Image
ବଲାଙ୍ଗିର ସାମ୍ବାଦିକ ଆକ୍ରମଣ ଘଟଣା : ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ମିଳିଲା ଜାମିନ୍‌... ବଲାଙ୍ଗିର,୩୧/୦୫ :  କାର୍ଯ୍ୟରତ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଆକ୍ରମଣ ଘଟଣାକୁ ରାଜ୍ୟବ୍ୟାପୀ ତୀବ୍ର ନିନ୍ଦା କରାଯାଇଥିବାବେଳେ ଆଜି ବଲାଙ୍ଗିର SDJM କୋର୍ଟରୁ ସମସ୍ତ ୪ ଜଣଙ୍କୁ ଜାମିନ୍ ମିଳିଛି।           Ad.. ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ଦଳାଇଙ୍କୁ ମାତ୍ର ୨ ଦିନରେ ଜାମ ିନ୍ ମିଳିଛି । ଅନ୍ୟ ୩ ଜଣ ଅଭିଯୁକ୍ତ ଅବିନାଶ ଜେନା, ଆଦିତ୍ୟ ଜେନା ଓ ଗୁମର ନାୟକଙ୍କୁ ଗିରଫର ମାତ୍ର ୫ ଦିନ ପରେ ଜାମିନ୍ ମିଳିଛି।           Ad.. ସୂଚନାଯୋଗ୍ୟ, ଗତ ୨୩ ତାରିଖ ଦିନ ପ୍ରଧାନ ଖବର ସଂଗ୍ରହ କରିବାକୁ କୁଲଥିପାଲି ଗାଁକୁ ଯାଇଥିବାବେଳେ ଗଜେନ୍ଦ୍ରର ସମର୍ଥକମାନେ ଗାଁ ମଝିରେ ବିଜୟ ପ୍ରଧାନଙ୍କୁ ଘେରିଯାଇ ଗାଳିଗୁଲଜ କରଥିଲେ ଏବଂ ହାତବାନ୍ଧି ମାଡ଼ ମାରିଥିଲେ। Edited by k.s thakur...

କଣ୍ଟାବାଞ୍ଜିରେ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ...

Image
କଣ୍ଟାବାଞ୍ଜିରେ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ... କଣ୍ଟାବାଞ୍ଜି,୩୧/୦୫ : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ଓ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର କଣ୍ଟାବାଞ୍ଜିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗାୟତ୍ରୀ ଶକ୍ତି ପୀଠ ପରିସରରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଥିଲା।               Ad.. ନିର୍ଝରିଣୀର ସମ୍ପାଦକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସଚେତନାଧର୍ମୀ ସଭା ଅନୁଷ୍ଠିତ ହୋଇଥିଲା।ସଭାରେ  ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ  ବିଚିତ୍ରାନନ୍ଦ ସାହୁ,ନିଶାମୁକ୍ତି ଅଭିଯାନର ମୁଖ୍ୟ,ସମ୍ମାନିତ ଅତିଥି ଭାବରେ ଅଜୟ ଅଗ୍ରୱାଲ, ମୋହନ ଲାଲ ଅଗ୍ରୱାଲ, ଗୁଣନିଧି ରାଉତରାୟ ଉପସ୍ଥିତ ଥିଲେ।           Ad.. ମାନସ ରଞ୍ଜନ ଜାଲ ମଞ୍ଚ ପରିଚାଳନା କରିଥିଲେ।ତମାଖୁ ବର୍ଜନ ଉପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇଥିଲା।ସଭାରେ ଉପସ୍ଥିତ ବ୍ୟକ୍ତି ମାନେ ପ୍ଳାକାର୍ଡଧରି ସହର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ନିର୍ଝରିଣୀ ଅନୁଷ୍ଠାନର ସଭ୍ୟ ଥମିର ଛତ୍ରିଆ, ବିରଞ୍ଚି ଖର୍ସେଲ,ସୂର୍ଯ୍ୟକାନ୍ତ ରଣା, ଅଞ୍ଜଳି ମାଝୀ, କିଶୋର ବରିହା, ଦେବାନନ୍ଦ ବଏ,ନରେନ୍ଦ୍ର ସୁନା ଓ ଗାୟତ୍ରୀ ପରିବାରର ସମସ୍ତ ସଭ୍ୟ ସହଯୋଗ କରିଥିଲେ। Edited by k.s ...

ବ୍ରହ୍ମପୁରରେ ବନ୍ଧୁକ-ଗୁଳି ଓ ଲକ୍ଷାଧିକ ଟଙ୍କା ସହ ୭ ଅଭିଯୁକ୍ତ ଗିରଫ...

Image
ବ୍ରହ୍ମପୁରରେ  ବନ୍ଧୁକ- ଗୁଳି ଓ ଲକ୍ଷାଧିକ ଟଙ୍କା ସହ  ୭ ଅଭିଯୁକ୍ତ ଗିରଫ... ବ୍ରହ୍ମପୁର,୩୧/୦୫ : ବିଭିନ୍ନ ଅପରାଧିକ ମାମଲା ସହିତ ଜଡ଼ିତ ୭ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୁଲିସ ଗିରଫ କରିଛି। ବ୍ରହ୍ମପୁର ପୁଲିସ ଏନେଇ ଏକ ବିଜ୍ଞପ୍ତି ମାଧ୍ୟମରେ ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛି। ଅଭିଯୁକ୍ତମାନଙ୍କ ଠାରୁ ଗୁଳି, ବନ୍ଧୁକ, ଟଙ୍କା ଆଦି ସାମଗ୍ରୀ ଜବତ ହୋଇଛି।              Ad.. ପୁଲିସ କହିଛି, ବିଭିନ୍ନ ଅପରାଧିକ ମାମଲା ସହିତ ଜଡ଼ିତ ଅଭିଯୁକ୍ତମାନେ ଗୋଷାଣୀନୂଆଗାଁ ଓ ବୈଦ୍ୟାନାଥପୁରରେ ଚଳପ୍ରଚଳ କରୁଥିବା ନେଇ ସୂଚନା ମିଳିଥିଲା। ଅଭିଯୁକ୍ତମାନେ ଅପରାଧିକ କାର୍ଯ୍ୟ ପାଇଁ ଯୋଜନା କରୁଥିବା ମଧ୍ୟ ପୁଲିସ ଜାରିବାକୁ ପାଇଥିଲା।          Ad.. ଏହି ଆଧରରେ ଗୋଷାଣୀନୂଆଗାଁ ଓ ବୈଦ୍ୟନାଥପୁର ଥାନା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଅତର୍କିତ ଭାବେ ମିଳିତ ଚଢ଼ାଉ କରାଯାଇଥିଲା।  ପୁଲିସ ଗୋଷାଣୀନୂଆଗାଁ ଅଞ୍ଚଳରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।  ସେମାନେ ହେଲେ ଗଂଜାମ  ଜିଲ୍ଲା  ବଡ଼ବଜାର ଥାନା ଲକ୍ଷ୍ମୀନରସିଂହସାହିର ସୂରଜ ପାଢ଼ୀ (୩୯), ଭଂଜନଗର ଥାନା କୁଲାଣ୍ଡି ଗାଁର ଗୋବର୍ଦ୍ଧନ ପାତ୍ର (୩୮), ଗୋଷାଣୀନୂଆଗାଁ ଥାନା ଶାସ୍ତ୍ରୀନଗରର ସୁନୀଲ କୁମାର ସାହୁ (୩୪), ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଧୀନ...

ପବିତ୍ର ରେଜାଙ୍ଗଲା ସହିଦ ମାଟି କଳସ କୁ ବଲାଙ୍ଗୀର ଜିଲ୍ଲାରେ ସ୍ବାଗତ ସମ୍ବର୍ଦ୍ଧନା...

Image
ପବିତ୍ର ରେଜାଙ୍ଗଲା ସହିଦ ମାଟି କଳସ କୁ ବଲାଙ୍ଗୀର ଜିଲ୍ଲାରେ ସ୍ବାଗତ ସମ୍ବର୍ଦ୍ଧନା... କଣ୍ଟାବାଞ୍ଜି,୩୧/୦୫ : ୧୯୬୨ ମସିହା ନଭେମ୍ବର ୧୮ ତାରିଖ ରେ ଲଦାଖ ର ରେଜାଙ୍ଗଲା ଠାରେ ହୋଇଥିବା ଭାରତ ଏବଂ ଚୀନ ଯୁଦ୍ଧ ରେ ୧୨୦ ଜଣ ଯାଦଵ ବୀର ସୈନିକ ଚୀନ ର ପ୍ରାୟ ୩୦୦୦ ସୈନିକ କୁ ମାରିଥିଲେ।           Ad.. ୧୨୦ ରୁ ୧୧୪ ଜଣ ଅହୀର ଯାଦବ ଯବାନ ଦେଶ ପାଇଁ  ଶହୀଦ ହୋଇଥିଲେ। ସେହି ପବିତ୍ର ରେଜାଙ୍ଗଲା ମାଟି କଳସ ଯାତ୍ରା ବିହାର ର ଚାପ୍ରାରୁ ଏପ୍ରିଲ ୧୩ ତାରିଖ ରୁ ବାହାରି ସମଗ୍ର ଭାରତ ପରିକ୍ରମା କରି ଆସନ୍ତା ନଭେମ୍ବର ୧୮ ତାରିଖ ରେ  ନୂଆଦିଲ୍ଲୀ ଠାରେ ପହଞ୍ଚିବ।ଆଜି ନୂଆପଡା ଜିଲ୍ଲା ରୁ ବଲାଙ୍ଗୀର ଜିଲ୍ଲା ରେ ପ୍ରବେଶ କରିଛି।           Ad.. ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ କୁ ପହଞ୍ଚିଲା ରେଜାଙ୍ଗଲା କଳସ ଯାତ୍ରା। ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ପହଞ୍ଚିବା ପରେ ଜିଲ୍ଲା ଯାଦବ ସମାଜ ତରଫରୁ ଭବ୍ୟ ସ୍ବାଗତ କରାଯାଇଥିଲା।  ୧୯୬୨ ମସିହା ଚୀନ ଭାରତ ଯୁଦ୍ଧରେ ନିଜର ବୀରତ୍ଵ ପ୍ରଦର୍ଶନ କରି ସହିଦ ହୋଇଥିବା ଯାଦବ ସୈନ୍ୟ ମାନଙ୍କ ସ୍ମୃତିକୁ ସମଗ୍ର ଦେଶରେ ପ୍ରସାରିତ କରିବାକୁ ଅଲ୍ ଇଣ୍ଡିଆ ଯାଦବ ସମାଜ ତରଫ ରୁ ରେଜାଙ୍ଗଲା କଳସ ଯାତ୍ରା ଆରମ୍ଭ ହୋଇଛି। ନୂଆପଡା ଜିଲ୍ଲା ରୁ ଏହି କଳସ ବଲାଙ୍ଗୀର ଜିଲ୍ଲା ଭାଲୁମୁଣ୍ଡା ପହଞ୍ଚ...

ରାସ୍ତା ତିଆରି ନାମରେ କଟାଗଲା ବହୁ ପୁରୁଣା ଗଛ ସହର ନଣ୍ଡା...

Image
ରାସ୍ତା ତିଆରି ନାମରେ କଟାଗଲା ବହୁ ପୁରୁଣା ଗଛ ସହର ନଣ୍ଡା... ବରଗଡ଼,୩୧/୦୫ : ବରଗଡ଼ ଜିଲ୍ଲା ପଦ୍ମପୁର ସହରର ଭିତରେ ରାସ୍ତା ତିଆରି ପାଇଁ କାଟିଦେଲେ ଗଛ। ସହରର ରଜାପଡା ଠାରୁ ଭେଉରିଆ ଛକ ମଧ୍ୟରେ ବହୁ ପୁରୁଣା ଗଛ ଗୁଡ଼ିକୁ କାଟି ନେଇଗଲେ ଯାହାକି ସହର ଏବେ ନଣ୍ଡା ଦେଖାଯିବା ସହ ଛାଇ ଓ ପବନ ଉଭେଇ ଗଲା। Ad.. ବହୁ ଲୋକ ଉକ୍ତ ଗଛ କଟା କୁ ଦେଖି ଦୁଃଖ ପ୍ରକାଶ କରିଥିବା ବେଳେ ଖୋଲାଖୋଲି ଗଛ କଟା ଯାଇଛି। ନିଜ ଚାଷ ଜମି ରେ ଥିବା ଗୋଟିଏ ଗଛ କାଟିଦେଲେ ଜଙ୍ଗଲ ବିଭାଗର କଡା ଆଭିମୁଖ୍ୟ ଦେଖିବାକୁ ମିଳେ ହେଲେ ସହର ଭିତରେ ଥିବା ସରକାରୀ ଡାକ୍ତରଖାନା ର ସମ୍ମୁଖରେ ଥିବା ଶହେ ବର୍ଷ ର ପୁରୁଣା ନିମ୍ବ ଗଛ...  Ad.. ବାଲିକା ହାଇସ୍କୁଲ ସମ୍ମୁଖରେ ଥିବା ବଡ ପିପଲଗଛ, ସମେତ ଗଙ୍ଗାଧର ଷ୍ଟେଚୁ ପରିସରର ସମସ୍ତ ଗଛ, ସରକାରୀ ବସଷ୍ଟାଣ୍ଡ ପାଚେରୀ ଓ ବସଷ୍ଟାଣ୍ଡ ଭିତରେ ଥିବା ସମସ୍ତ ଗଛ, ବଜାର ସମ୍ମୁଖରେ ଥିବା ବଡ ନିମ୍ବ ଗଛ ସମେତ ବହୁ ଗଛ ରାସ୍ତା ତିଆରି ନାମରେ କାଟି ଦିଆଯାଇଛି ଯାହାକି ସହରର ବହୁ ବୃକ୍ଷ ପ୍ରେମିଙ୍କ ମନରେ ଆଘାତ ଦେଇଛି। Report : Bijay ku sahu Edited by k.s thakur...

ରାଣୀପୁର ଝରିଆଲ ସମ୍ପୁର୍ଣ୍ଣ ବିକାଶ କେବେ ? ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମଧ୍ୟ ଅବ୍ୟବସ୍ଥା ପ୍ରତି ଅସନ୍ତୋଷ ପ୍ରକାଶ...

Image
ରାଣୀପୁର ଝରିଆଲ ସମ୍ପୁର୍ଣ୍ଣ ବିକାଶ କେବେ ? ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମଧ୍ୟ ଅବ୍ୟବସ୍ଥା ପ୍ରତି ଅସନ୍ତୋଷ ପ୍ରକାଶ... କଣ୍ଟାବାଞ୍ଜି,୩୧/୦୫ : ଦେଶ ତଥା ଓଡିଶା ରାଜ୍ୟର ଅନନ୍ୟ ୬୪ ଯୋଗିନୀ ପୀଠ ରାଣୀପୁର ଝରିଆଲ। ଷଷ୍ଠ ରୁ ନବମ ଶତାବ୍ଦୀ ମଧ୍ୟରେ ନିର୍ମିତ ବିସ୍ତୀର୍ଣ୍ଣ ପଥର ଚଟାଣ ଉପରେ ଗଢ଼ିଉଠିଥିବା ମନ୍ଦିର ମାଳିନୀ ତଥା ଦେଶର ପ୍ରାଚୀନ ଐତିହ୍ୟର ବିକାଶ ଓ ଉନ୍ନତି ପାଇଁ ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ଭଲ ଭାଭେ ଧ୍ୟାନ ଦେଲେ ଏହା ଭାରତର ମୁଖ୍ୟ ପର୍ଯ୍ୟଟନ ସ୍ଥଳି ହୋଇପାରିବ।              Ad.. ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥା ପାଇଁ ସୁରକ୍ଷା କର୍ମଚାରୀ ନିଯୁକ୍ତି ହୋଇଥିବା ବେଳେ ସଫେଇ ଆଦିର ଅବ୍ୟବସ୍ଥା ଦେଖି ପର୍ଯ୍ୟଟକ ଓ ଭକ୍ତ ଅସନ୍ତୋଷ ପ୍ରକାଶ କରିବା ପୂଜା ଓ ପ୍ରସାଦ ତିଆରି ପାଇଁ ପାଣି ନ ଥିବା ରୁ ପୂଜକ ଶ୍ରୀ ତ୍ରିପାଠୀ ଅସନ୍ତୋଷ ପ୍ରକାଶ କରିଥିଲେ ।            Ad.. ଅନ୍ୟ ପାଖରେ ଥିବା ବନ୍ଧରେ ଗୋଟିଏ ସମୟରେ ପର୍ଯ୍ୟଟକଙ୍କ ପାଇଁ ନୌକା ମଧ୍ୟ ରହିଥିଲା। ବର୍ତ୍ତମାନ ଏହି ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ତାହା ମଧ୍ୟ ଶୀଘ୍ର ସରିଲେ ବର୍ଷା ମାସ ରେ ନୂଆ ପାଣି ରହି ପାରିବ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି ।  ୧୨୦୦ ବର୍ଷ ପୁରାତନ ଏହି ପୀଠ କୁ ଦେଖି ଆସିଥିବା ସୁଦୂର ରାଜସ୍ଥାନ ରାଜ...

ପ୍ରତିଭା ସମ୍ପନ୍ନ ମାଁ ମାନଙ୍କ ପ୍ରତିଯୋଗିତା...

Image
ପ୍ରତିଭା ସମ୍ପନ୍ନ ମାଁ ମାନଙ୍କ ପ୍ରତିଯୋଗିତା... ବରଗଡ଼,୩୦/୦୫ : ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ରକ୍ ଏଣ୍ଡ ରୋଲ କଲ୍ଚରାଲ ଏକାଡେମୀ ତରଫରୁ ଡି.ବି.ଡି. ସୁପର ମମ୍ ସିଜନ- ୩ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି।             Ad.. ଏଥିରେ ଅନୁଷ୍ଠାନ ର ନିର୍ଦ୍ଦେଶକ ଏମ୍ ଡି ଲତିଫ୍ (ବବଲି)ଙ୍କ ତତ୍ବାବଧାନରେ ତଥା ଶିକ୍ଷାବିତ୍ ଅଶୋକ କୁମାର ପସାୟତ୍ ଙ୍କ ପରିଚାଳନା ଓ ସଂଯୋଜନା ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।            Ad.. ଉକ୍ତ ସଭାରେ ବିଶିଷ୍ଟ ସମାଜସେବୀ ଚନ୍ଦ୍ର ଶେଖର ବାଗ ଓ ଶ୍ରୀମତୀ କୁମୋଦିନୀ ବାଗ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବରେ ବରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ କଲ୍ପନା ମାଝୀ ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଡ଼.ତପସ୍ବିନୀ ଗୁରୁ, ଡ. ଡୋଲାମଣୀ ଶତପଥୀ,ସୁଜାତା ମେହେର, ଶ୍ରୀମତୀ ମମତା ଅଗ୍ରୱାଲ ଓ ରାଜୁ ମହାନନ୍ଦ ମଞ୍ଚୀସିନ ଅତିଥି ଭାବେ ଯୋଗଦେଇଥିଲେ।  ସଭାକାର୍ଯ୍ୟ ସମାପ୍ତ ପରେ  ସର୍ବମୋଟ ୨୨ ଜଣ ମାଁ ମାନଙ୍କ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଏମ୍ ଡି ଲତିଫ୍ (ବବଲି )ଙ୍କ ନିର୍ଦ୍ଦେଶନାରେ ପରିବେଷଣ କରାଯାଇଥିଲା। ଏବଂ ସମସ୍ତ ମାଁ ମାନଙ୍କୁ ପ୍ରଶଂସା ପତ୍ର,ଉପଢୌକନ ଓ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା।  ପ୍ରତିଯୋଗୀତା ରେ ଶ୍ରୀମତୀ ପୁନମ୍ ଷଡ଼ଙ୍ଗୀ ପ୍ରଥମ ସ୍ଥାନ...

କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ କେବେ ?

Image
କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ କେବେ ? କଣ୍ଟାବାଞ୍ଜି,୩୦/୦୫  : ୨୦୨୪ ନିର୍ବାଚନରେ ଯେତେ ଗୁଡ଼ିଏ ନିର୍ବାଚନମଣ୍ଡଳୀ ଥିଲା ସେଥ୍ ମଧ୍ଯରୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀଟି ଥିଲା ସ୍ଵତନ୍ତ୍ର । କାରଣ ଏଠାରେ ଟକ୍ଟର ଚାଲିଥିଲା ହେବିୱେଟ ନେତାଙ୍କ ମଧ୍ୟରେ।ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସନ୍ତୋଷ ସିଂ ସାଲୁଜା ଓ ବର୍ତ୍ତମାନର ବିଧାୟକ ଲକ୍ଷ୍ମଣ ବାଗ ଙ୍କ ମଧ୍ୟରେ।              Ad.. ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇବା ଏତେ ସହଜ ସାଧ୍ଯ ନଥିଲେ ବି ବିଜେପିର ମଙ୍ଗ ଧରି ଶ୍ରୀଯୁକ୍ତ ବାଗ ନିଜର ପାରିଦର୍ଶିତା ଓ ଲୋକ ପ୍ରୀୟତା ପରିଚୟ ଦେଇ ବିଜେଡ଼ି ଅର୍ଥାତ୍ ନବୀନ ପଟ୍ଟନାୟକଙ୍କୁ ୧୬ ହଜାରରୁ ଊର୍ଦ୍ଧ୍ବ ଭୋଟରେ ହରାଇ ବିଜୟ ଲାଭ୍ କରିଥିଲେ।            Ad.. ନିର୍ବାଚନ ଫଳାଫଳ ଶୁଣି ସମସ୍ତେ ଆଶ୍ଚମ୍ବିତ ହୋଇଥିଲେ । କାରଣ ନବୀନ ପଟ୍ଟନାୟକଙ୍କ ଭଳି ରାଜନେତାଙ୍କୁ ପରାଜୟ ର ସ୍ଵାଦ ଚଖାଇ ଥିଲେ ଲକ୍ଷ୍ମଣ ବାଗ। ଗୋଟିଏ ଚାଷୀ ମୂଲିଆ ପାରିବାର ରୁ ଆସୁଥିବା ଲକ୍ଷ୍ମଣ ବାଗ ୫ ଥରର ମୁଖ୍ୟମନ୍ତ୍ରୀ ଙ୍କୁ ହରାଇବା ପୁରା ଦେଶ ରେ ବିଷ୍ମୟ ଶୃଷ୍ଟି କରିଥିଲା।  ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ନେତୃତ୍ଵ ମଧ୍ୟ ଆଶ୍ଚୟ  ହୋଇ ଯାଇଥିଲେ। ଶ୍ରୀ ପଟ୍ଟନାୟକ କୁ ପରାଜିତ କ...

ଧାନ ଉଠାଣ ମନ୍ଥର ନେଇ ମୁଖ୍ୟ ମନ୍ତ୍ରୀ ଙ୍କୁ ଚିଠି ଲେଖିଲେ କିସାନ ସଂଘ ର ରାଷ୍ଟ୍ରୀୟ ସଦସ୍ୟ କେଦାର ମିଶ୍ର...

Image
ଧାନ ଉଠାଣ ମନ୍ଥର ନେଇ ମୁଖ୍ୟ ମନ୍ତ୍ରୀ ଙ୍କୁ ଚିଠି ଲେଖିଲେ  କିସାନ ସଂଘ ର ରାଷ୍ଟ୍ରୀୟ ସଦସ୍ୟ କେଦାର ମିଶ୍ର... ବରଗଡ଼,୩୦/୦୫ : ଆଜି ବିଭିନ୍ନ ମଣ୍ଡି ପରିଦର୍ଶନ କଲା ପରେ ଭାରତୀୟ କିସାନ ସଂଘର ରାଷ୍ଟ୍ରୀୟ ସଦସ୍ୟ କେଦାର ମିଶ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବରଗଡ଼ ଜିଲ୍ଲା ର ସମସ୍ତ ମାନ୍ୟବର ବିଧାୟକ ଙ୍କୁ ପତ୍ର ମାଧ୍ୟମ ରେ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ମଣ୍ଡି ରୁ ଧାନ ଉଠାଇବାକୁ ଅନୁରୋଧ କରିଛନ୍ତି।              Ad.. ଅଦିନିଆ ବର୍ଷା ସାଙ୍ଗକୁ ମାନସୁନ ବର୍ଷା ର ଆରମ୍ଭ କୁ ନେଇ ଏ ପର୍ଯ୍ୟନ୍ତ ମାତ୍ର ୪୦ ପ୍ରତିଶତ ଧାନ ଉଠିଥିବା ନେଇ ଉଦବେଗ ପ୍ରକାଶ  କରିଛନ୍ତି ।           Ad.. ଯଦି ଏପରି ମନ୍ଥର ପ୍ରକ୍ରିୟା ରହେ ଆଗାମୀ ଦିନରେ କ୍ଷତି ଗ୍ରସ୍ତ ଚାଷୀ ଙ୍କ ଅସନ୍ତୋଷ ସହ ବିଭିନ୍ନ ଚାଷୀ ସଂଗଠନ ର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ପ୍ରକାଶ କରିଛନ୍ତି ।ଏଣୁ ମଣ୍ଡିରୁ ଶିଘ୍ର ଧାନ ଉଠାଇବାକୁ ଶ୍ରୀ ମିଶ୍ର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। Report : Bijay ku sahu Edited by k.s thakur...

ପଦ୍ମପୁର ସିବିଏସ୍‌ଇ ପରୀକ୍ଷା ଫଳାଫଳ ଅନିୟମିତତା ଅଭିଯୋଗରେ ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର...

Image
ପଦ୍ମପୁର ସିବିଏସ୍‌ଇ ପରୀକ୍ଷା ଫଳାଫଳ  ଅନିୟମିତତା ଅଭିଯୋଗରେ ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର... ବରଗଡ଼,୩୦/୦୫ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ୬ଟି ବିଦ୍ୟାଳୟର ସିବିଏସ୍‌ଇ ପରୀକ୍ଷା ଫଳ ନେଇ ଅଭିଭାବକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଏନେଇ ଅଭିଭାବକମାନେ ଏକ ବୈଠକ କରି ଆସନ୍ତା ୩୦ରେ ପଦ୍ମପୁର ଉପଖଣ୍ଡ ବନ୍ଧ ଡାକରା ଦେଇଥିଲେ।  Ad.. ଶୀତଳଷଷ୍ଠୀ କୁ ଆଖିଆଗରେ ରଖି ବିଭିନ୍ନ ଅନୁଷ୍ଠାନ ର ପରାମର୍ଶକ୍ରମେ ବନ୍ଦ୍ ପାଳନ କୁ ସ୍ଥଗିତ ରଖିଥିବା ବେଳେ ଆଜି ଉପ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମାଧ୍ୟମରେ ଅଭିଭାବକ ମଞ୍ଚ ତରଫରୁ କୁହାଯାଇଛି ଯେ, ପରୀକ୍ଷାରେ ଛାତ୍ରୀଛାତ୍ରଙ୍କ ଭୁଲ ନାହିଁ ।         Ad.. ଏଣୁ ସେମାନଙ୍କ ଭବିଷ୍ୟତ ସହିତ ଖେଲା ନ ଯାଉ। ଠିକରେ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ, ପଦ୍ମପୁର ଉପଖଣ୍ଡରେ ଥିବା ୪ଟି ଆଦର୍ଶ ବିଦ୍ୟାଳୟ ଓ ୨ଟି ଘରୋଇ ବିଦ୍ୟାଳୟ ଫଳାଫଳ ବାହାରି ନ ଥିଲା।  ମାତ୍ର ପରବର୍ତ୍ତୀ ମୂହୁର୍ତ୍ତରେ ୧୧୮୫ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୩୦୦ଜଣ କୃତକାର୍ଯ୍ୟ ହୋଇଥିଲେ ବାକି ୮୮୫ଜଣଙ୍କ ଫଳାଫଳ ପ୍ରକାଶ ପାଇ ନ ଥିବାରୁ ଏହି ଅଭିଭାବକମାନେ ମିଳିତ ମଞ୍ଚ ଗଠନ କରିବା ସହିତ କୋର୍ଟର ଆଶ୍ରୟ ନିଆଯିବ ବୋଲି କହିଛନ୍ତି।  ଏହି ଦାବିପତ୍ର ଦେବା ସମୟରେ ଛାତ୍ର ଛାତ୍ରୀ ଙ୍କ ସମେତ ଅବିଭାବକ ଓ ...

ସାର୍ବଜନୀନ ଶୀତଳଷଷ୍ଠୀ : ପଦ୍ମପୁର ଠାରେ ସ୍ବପ୍ନେଶ୍ବର ବାବା ଙ୍କ ପତର ପେଣ୍ଡି ଉତ୍ସବ ସମ୍ପର୍ଣ , ଆସନ୍ତା ଶନିବାର ବରାତ...

Image
ସାର୍ବଜନୀନ ଶୀତଳଷଷ୍ଠୀ : ପଦ୍ମପୁର ଠାରେ ସ୍ବପ୍ନେଶ୍ବର ବାବା ଙ୍କ ପତର ପେଣ୍ଡି ଉତ୍ସବ ସମ୍ପର୍ଣ , ଆସନ୍ତା ଶନିବାର ବରାତ... ବରଗଡ,୩୦/୦୫ : ବରଗଡ଼ ଜିଲ୍ଲା ପଦ୍ମପୁର ସହରର ସାର୍ବଜନୀନ ଶୀତଳଷଷ୍ଠୀ ଉତ୍ସବ ପାଳନ କମିଟି ତରଫରୁ  ଦେବାଦୀ ଦେବ ସ୍ବପ୍ନେଶ୍ବର ମହାଦେବ ଏବଂ ଜଗତ ଜନନୀ ମାତା ପାର୍ବତୀ ଙ୍କ ର ପବିତ୍ର ବିବାହ ଉତ୍ସବ ହେଉଛି ଶୀତଳ ଷଷ୍ଠି ଉତ୍ସବ ।  Ad.. ସ୍ୱୟଂ ପ୍ରକୃତି ସଦୃଷା ମା ଜଗତ ଜନନୀ ଓ ପରିବେଶ ର ସ୍ୱରୂପ ବାବା ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ଙ୍କ ମିଳନ ର ଏହି ପବିତ୍ର ଉତ୍ସବ କୁ ବହୁ ଆଡମ୍ବର ଏବଂ ଭକ୍ତି ଭାବରେ ପାଳନ କରାଯାଉଛି । ପଦ୍ମପୁର ସାର୍ବଜନୀନ ଶିତଳ ଷଷ୍ଠି କମିଟି ତରଫ ରୁ  ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ବାବା ଙ୍କପବିତ୍ର ଶୀତଳ ଷଷ୍ଟୀ ପତର ପେଣ୍ଡି ଉତ୍ସବ ଓ ପିନ୍ଧାଣୀ ସମ୍ପର୍ଣ ହୋଇଥିଲା ।            Ad.. ପଦ୍ମପୁର କଣ୍ଟା ବନ୍ଧ ସ୍ଥିତ ସ୍ୱପନେଶ୍ୱର ବାବା ଙ୍କର ମନ୍ଦିର ରୁ ଘଣ୍ଟ ସଙ୍ଖ ଡମ୍ବରୁ ନାଦ ସହ ସପ୍ତରୁଷି ଓ ବରପିତା କନ୍ୟା ଅନ୍ୱେଷଣ ରେ ବାହାରି ଥିଲେ । ପଦ୍ମପୁର ନଗର ବୁଲିବା ପରେ ମାତା ଶକ୍ତି ସ୍ୱରୂପିଣି ପାର୍ବତୀ ଙ୍କ ପଦ୍ମପୁର ଶ୍ରୀରାମ ନଗର ସ୍ଥିତ ପିତା ମାତା ଙ୍କ ଘରେ ପହଂଚିବା ସହ ବାବା ଭୋଳାନାଥ ଙ୍କ ଗୁଣ ଗାରିମା ବର୍ଣନା କରି ବୈଦିକ ରିତି ନିତି ଅନୁସାରେ ଗୁରୁବାର ପତରପେଣ୍ଡି କାର୍ଯ୍ୟକ୍ରମ ସମ୍ପର...

ସରକାରୀ ବସ ଚଳାଚଳ ଦାବୀ...

Image
ସରକାରୀ ବସ ଚଳାଚଳ ଦାବୀ... ଗୋଲାମୁଣ୍ଡା,୩୦/୦୫  :ଓଡିଶା ସରକାର ବ୍ଲକ ରୁ ପ୍ରତ୍ୟେକ ଗ୍ରାମପଞ୍ଚାୟତ କୁ ଗମନାଗମନ ପାଇଁ ବସସୁବିଧା ଯୋଗାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦୁର୍ଗମ ଓ ବଣପାହାଡ଼ ଘେରା ନକଟିକାନି ଦୀର୍ଘବର୍ଷ ହେଲା ବସସୁବିଧା ରୁ ବଞ୍ଚିତ ହେଉଛନ୍ତି।              Ad.. ଏ ବିଷୟରେ ପ୍ରଶାସନ ଅବଗତ ଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଯାହା ଫଳରେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ପଞ୍ଚାୟତ ବାସୀ। Ad.. ପ୍ରଶାସନ ଙ୍କୁ ଅନୁରୋଧ ସରକାରୀ ବସସେବା ଯୋଗାଇଦେଉନ୍ତୁ ନଚେତ ଆଗାମୀ ଦିନରେ ବିଜୁହାଇୱେ ଅବରୋଧ କରାଯିବ। Edited by k.s thakur...

ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଙ୍କୁ ଗିରଫ କଲା ସିବିଆଇ...

Image
ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଙ୍କୁ ଗିରଫ କଲା ସିବିଆଇ... ଭୁବନେଶ୍ଵର,୩୦/୦୫ :  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓଡ଼ିଶା ଶାଖାର ଉପନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ଗିରଫ । କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଗିରଫ କଲା ସିବିଆଇ । ଆଜି ଚିନ୍ତନ ରଘୁବଂଶୀଙ୍କୁ କୋର୍ଟ ଚାଲାଣ କରିପାରେ ସିବିଆଇ ।  Ad.. ଖଣି ମାମଲା ରଫାଦଫା କରିବାକୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଥିଲା ସିବିଆଇ  । ୫୦ ଲକ୍ଷର ଡିଲ୍ ହୋଇଥିଲା, ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ସୂଚନା ଯୋଗ୍ୟ; ଚିନ୍ତନ ରଘୁବଂଶୀ ୨୦୧୩ ବ୍ୟାଚର ଭାରତୀୟ ରାଜସ୍ବ ସେବା-ଆଇଆରଏସ ଅଧିକାରୀ ।          Ad.. ଗତ ଜାନୁଆରୀ ୮ରେ ୧୪ଟି ସ୍ଥାନରେ ରେଡ କରିଥିଲା ଇଡି । ଏ ସଂପର୍କିତ ମାମଲା ଦଫାରଫାଜଣେ ବ୍ୟବସାୟୀଙ୍କ ନାଁରେ ଥିବା ଇଡି ମାମଲାର ରଫାଦଫା ପାଇଁ ଲାଞ୍ଚ ନେଉଥିଲେ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ।  ଖଣି ମାମଲାର ରଫାଦଫା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା । ପ୍ରଥମେ ୨୦ ଲକ୍ଷ ଟଙ୍କା ଓ ପରେ ୩୦ ଲକ୍ଷ ଦେବାର ଯୋଜନା ରହିଥିଲା । ହେଲେ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଚିନ୍ତନ ରଘୁବଂଶୀଙ୍କୁ ଧରିଥିଲା ସିବିଆଇ । Edited by k.s thakur...

ସିକ୍କିମ୍ ଦୁର୍ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ...

Image
ସିକ୍କିମ୍ ଦୁର୍ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ... ଭୁବନେଶ୍ୱର,୩୦/୦୫ : ସିକ୍କିମର ତିସ୍ତା ନଦୀରେ ଏକ ଟୁରିଷ୍ଟ ବସ୍ ବହୁ ଗଭୀରକୁ ଖସି ପଡ଼ିଥିବା ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।             Ad.. ଏହି ବସ୍ ରେ ଓଡ଼ିଶାର ଅନେକ ଯାତ୍ରୀ ଥିବାର ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ସିକିମ ସରକାରଙ୍କ ସହ ଆଲୋଚନା କରିଛନ୍ତି।            Ad.. ଓଡ଼ିଶାର ଦୁର୍ଘଟଣାଗସ୍ତ ଯାତ୍ରୀମାନଙ୍କର ଉଦ୍ଧାର, ଚିକିତ୍ସା ଓ ଓଡ଼ିଶାକୁ ଆଣିବା ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହିତ ଓଡ଼ିଶାରୁ ଅଧିକାରୀମାନଙ୍କ ଏକ ସ୍ବତନ୍ତ୍ର ଟିମ୍ ଏହାର ସୁପରିଚାଳନା ପାଇଁ ସିକ୍କିମ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। Edited by k.s thakur...

ସରକାରୀ କାର୍ଯ୍ୟ କୁ ଦଳୀୟ ପ୍ରଚାର ହିସାବରେ ଉଦ୍ଘାଟନ କରୁଛନ୍ତି ବିଧାୟିକା ବର୍ଷା ସିଂ ବରିହା !...

Image
ସରକାରୀ କାର୍ଯ୍ୟ କୁ ଦଳୀୟ ପ୍ରଚାର ହିସାବରେ ଉଦ୍ଘାଟନ କରୁଛନ୍ତି ବିଧାୟିକା ବର୍ଷା ସିଂ ବରିହା !... ପଦ୍ମପୁର,୨୯/୦୫ : ପଦ୍ମପୁର ସ୍ଥାନୀୟ ରାଜପଡା ଠାରେ ସରକାରୀ ଅର୍ଥ ବ୍ୟୟରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ନବ ନିର୍ମିତ ଏକ ଅତ୍ୟାଧୁନିକ ଶବ ଦାହ ସ୍ମଶାନ ଓ ପଦ୍ମପୁର ବରଗଡ଼ ରାସ୍ତା ରେ ଥିବା ବାବା ସାହେବ ଭୀମ ରାଓ ଆମ୍ବେଦକର ଙ୍କର ପ୍ରତିମୂର୍ତ୍ତି ଚାରି ପାର୍ଶ୍ୱରେ ହୋଇଥିବା...               Ad.. ସୌନ୍ଦର୍ଜି କରଣ କାର୍ଯ୍ୟ କୁ ବିନା କୌଣସି ସରକାରୀ ଅବଗତୀ ବା ଅଧିକାରୀ ଙ୍କୁ ଜଣାଇ ନିଜ ମନମୁତାବକ ଦଳୀୟ ଏଜେଣ୍ଡା ପାଇଁ ବିଧାୟିକା ବର୍ଷା ସିଂ ବରିହା ଉଦ୍ଘାଟନ କରିଥିବା ଅଭିଯୋଗ କରିଛନ୍ତି ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ର ୱାର୍ଡ ନଂ. ୦୨ ର କାଉନସିଲର ଇଂ କୁନାଲ ପାଣିଗ୍ରାହୀ,୦୮ ର ପ୍ରମିଳା ମେହେର,ଓ ୦୯ ର ଚିନ୍ମୟ କୁମାର ପଣ୍ଡା।            Ad.. ତେବେ ଅଭିଯୋଗ ଅନୁଯାୟୀ ସରକାରୀ ଟଙ୍କା ରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସହର ର ସୌନ୍ଦର୍ଯ୍ୟକରଣ ଓ ଜନ ହିତ ପାଇଁ ଉଭୟ ପ୍ରକଳ୍ପ ମାନ କରାଯାଇଥିବା ବେଳେ ଏହାର ବିଧି ବଦ୍ଧ ଉଦ୍ଘାଟନ ସରକାରୀ ସ୍ତର ରେ ପ୍ରଶାସନ ଦ୍ୱାରା କରାଯିବା ସହ ଉଦ୍ଘାଟନୀ ଫଳକ ରେ ପ୍ରକଳ୍ପ ର ଆୟ ବ୍ୟୟ ସହ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ନିମନ୍ତ୍...

ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରିବା ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଜାବ୍‌ ର ଦାବୀପତ୍ର...

Image
ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରିବା ନେଇ ମୁଖ୍ୟମନ୍ତ୍ରୀ ଙ୍କୁ  ଜାବ୍‌  ର ଦାବୀପତ୍ର... ବରଗଡ,୨୯/୦୫ : ଅସୁରିକ୍ଷିତ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ।ସାମ୍ବାଦିକ ମାନଙ୍କୁ ଦେଶରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ଆଖ୍ୟା ମିଳିଥିବା ବେଳେ ବିଭିନ୍ନ ସମୟରେ ଅସୁରକ୍ଷିତ ତଥା ଅବହେଳିତ ହେଉଥିବାର ନଜରକୁ ଆସୁଛି।              Ad.. ବର୍ତ୍ତମାନ ସାମ୍ବାଦିକ ମାନେ ନିଜର ସ୍ୱତନ୍ତ୍ରତା ଅନୁଯାୟୀ ସାମ୍ବାଦିକତା କରିବାକୁ ଅସମର୍ଥ କାରଣ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର କୌଣସି ବିହିତ ପଦକ୍ଷେପ ନେଇନାହାନ୍ତି । ଯେଉଁ ସାମ୍ବାଦିକ ସମାଜରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଦୁର୍ନୀତିକୁ ଲୋକଲୋଚନକୁ ଆଣିଥାଏ ତାକୁ କେତେବେଳେ ରାଜନେତାର ଚାପ ତ କେତେବେଳେ ଠିକାଦାର ମାନଙ୍କ ଅତ୍ୟାଚାର ର ସାମନା କରିବାକୁ ପଡୁଛି।            Ad.. ବିନା ଦରମାରେ ସମାଜ ସେବାରେ କାର୍ଯ୍ୟରତ ସାମ୍ବାଦିକମାନେ କାହାରିକୁ ଖାତିର ନକରି ସତ୍ୟର ସନ୍ଧାନ ପଥରେ ଚାଲି ଥାଆନ୍ତି କାରଣ ସେ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ବଲାଙ୍ଗିର ଅଞ୍ଚଳରେ ଜଣେ ଠିକାଦାର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ କଙ୍ଗାରୁ କୋର୍ଟ କରି ମାଡ଼ ମାରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ।  ତଥାପି ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ପ୍ରତି କୌଣସି ଚରମ ପଦକ୍ଷେପ ନନେବା ...