ପବିତ୍ର ରେଜାଙ୍ଗଲା ସହିଦ ମାଟି କଳସ କୁ ବଲାଙ୍ଗୀର ଜିଲ୍ଲାରେ ସ୍ବାଗତ ସମ୍ବର୍ଦ୍ଧନା...

ପବିତ୍ର ରେଜାଙ୍ଗଲା ସହିଦ ମାଟି କଳସ କୁ ବଲାଙ୍ଗୀର ଜିଲ୍ଲାରେ ସ୍ବାଗତ ସମ୍ବର୍ଦ୍ଧନା...


କଣ୍ଟାବାଞ୍ଜି,୩୧/୦୫ : ୧୯୬୨ ମସିହା ନଭେମ୍ବର ୧୮ ତାରିଖ ରେ ଲଦାଖ ର ରେଜାଙ୍ଗଲା ଠାରେ ହୋଇଥିବା ଭାରତ ଏବଂ ଚୀନ ଯୁଦ୍ଧ ରେ ୧୨୦ ଜଣ ଯାଦଵ ବୀର ସୈନିକ ଚୀନ ର ପ୍ରାୟ ୩୦୦୦ ସୈନିକ କୁ ମାରିଥିଲେ।

          Ad..


୧୨୦ ରୁ ୧୧୪ ଜଣ ଅହୀର ଯାଦବ ଯବାନ ଦେଶ ପାଇଁ  ଶହୀଦ ହୋଇଥିଲେ। ସେହି ପବିତ୍ର ରେଜାଙ୍ଗଲା ମାଟି କଳସ ଯାତ୍ରା ବିହାର ର ଚାପ୍ରାରୁ ଏପ୍ରିଲ ୧୩ ତାରିଖ ରୁ ବାହାରି ସମଗ୍ର ଭାରତ ପରିକ୍ରମା କରି ଆସନ୍ତା ନଭେମ୍ବର ୧୮ ତାରିଖ ରେ  ନୂଆଦିଲ୍ଲୀ ଠାରେ ପହଞ୍ଚିବ।ଆଜି ନୂଆପଡା ଜିଲ୍ଲା ରୁ ବଲାଙ୍ଗୀର ଜିଲ୍ଲା ରେ ପ୍ରବେଶ କରିଛି।

         Ad..


ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ କୁ ପହଞ୍ଚିଲା ରେଜାଙ୍ଗଲା କଳସ ଯାତ୍ରା। ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ପହଞ୍ଚିବା ପରେ ଜିଲ୍ଲା ଯାଦବ ସମାଜ ତରଫରୁ ଭବ୍ୟ ସ୍ବାଗତ କରାଯାଇଥିଲା। 

୧୯୬୨ ମସିହା ଚୀନ ଭାରତ ଯୁଦ୍ଧରେ ନିଜର ବୀରତ୍ଵ ପ୍ରଦର୍ଶନ କରି ସହିଦ ହୋଇଥିବା ଯାଦବ ସୈନ୍ୟ ମାନଙ୍କ ସ୍ମୃତିକୁ ସମଗ୍ର ଦେଶରେ ପ୍ରସାରିତ କରିବାକୁ ଅଲ୍ ଇଣ୍ଡିଆ ଯାଦବ ସମାଜ ତରଫ ରୁ ରେଜାଙ୍ଗଲା କଳସ ଯାତ୍ରା ଆରମ୍ଭ ହୋଇଛି। ନୂଆପଡା ଜିଲ୍ଲା ରୁ ଏହି କଳସ ବଲାଙ୍ଗୀର ଜିଲ୍ଲା ଭାଲୁମୁଣ୍ଡା ପହଞ୍ଚିବା ପରେ ବଙ୍ଗୋମୁଣ୍ଡା ,କଣ୍ଟାବାଞ୍ଜି ଓ ବେଳପଡ଼ା ଅଭିମୁଖେ ନିଆଯାଇଥିଲା । 

ଏଥିରେ ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭା ର ସଭାପତି ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ପବିତ୍ର କଳସ କୁ ଗ୍ରହଣ କରିବା ପରେ ଏକ ବିରାଟ ବାଇକ ଶୋଭାଯାତ୍ରା ବାହାରି ଜିଲ୍ଲା ର ବିଭିନ୍ନ ସ୍ଥାନ କୁ ପରିକ୍ରମା କରାଯାଇଛି। 

ଏଥିରେ ଅଖିଳ ଭାରତୀୟ ଯୁବ ସଭାପତି ଇଂ ପ୍ରଦୀପ ବେହେରା, କଳସ ଯାତ୍ରା ର ସଂଯୋଜକ ନନ୍ଦଲାଲ ସିଂ ଯାଦବ,ଉତ୍କଳ ଯାଦବ ମହାସଭା ଉପସଭାପତି ଲମ୍ବୋଦର ନିଆଲ, ସାଧାରଣ ସମ୍ପାଦକ ତ୍ରିଲୋଚନ ନାଗ ,ଗୋବିନ୍ଦ ବନ୍ଦିଛୋର, ନୂଆପଡା ଜିଲ୍ଲା ମହିଲା ସେଲ ସଭାନେତ୍ରୀ ମମତା ଥପା ସହ ରାଜ୍ୟ ର ନେତୃବୃନ୍ଦ ମାନେ ସାମିଲ ହୋଇଥିଲେ ।

ବଲାଙ୍ଗୀର ଜିଲ୍ଲାରେ ଏହି କଳସ କୁ ସ୍ୱାଗତ କରାଯାଇଛି । ଏଥିରେ  ବ୍ଲକ ଯାଦବ ମହାସଭା ସଭାପତି ଯୋଗେନ୍ଦ୍ର ବଚ୍ଛା,ସମ୍ପାଦକ ମୁନିରାମ ନାଗ, ଯୁବ ସଭାପତି ଘନଶ୍ୟାମ ମନହୀରା,ଯୁବ ସଂଗଠକ ପବିତ୍ର ପୋଢ଼, ଯୁବ।ସାମ୍ବାଦିକ ହୁଲେଶ୍ୱର ହଂସ,ପଙ୍କଜ ନାଗ,ଚାନ୍ଦୋତରା ସରପଞ୍ଚ ଜିତେନ୍ଦ୍ର ବଚ୍ଛା,ବେଳପଡ଼ା ସରପଞ୍ଚ ଖରତ ବାଗ, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହିର,ସମିତି ସଭ୍ୟ ରାଜୁ ହାତୀ,ଉପଦେଷ୍ଟା ଦେବକୁମାର ବଚ୍ଛା,ବିହାରୀ ସଗରିଆ,ଜିଲ୍ଲା ସମ୍ପାଦକ ଖୀରସିନ୍ଧୁ ବଚ୍ଛା,ଭାଲୁମୁଣ୍ଡା ସଭାପତି ସୁଶାନ୍ତ ଠେଲା, ହରିଷ କେତକୀ, ହୃଦାନନ୍ଦ ନାଗ,ଅର୍ଦ୍ଧେନ୍ଦୁ ଦାସ ଯାଦବ, ମୁରିବାହାଲ ବ୍ଲକ ସଭାପତି ଗଙ୍ଗାଧର ହେର୍ଣ୍ଣl,ତୁରେକେଲା ବ୍ଳକ ସଭାପତି ମକରଧ୍ୱଜ ନିଆଲ ଙ୍କ ସମେତ ହଜାର ହଜାର ସଂଖ୍ୟାରେ ଯାଦବ ଭାଇ ଭଉଣୀ ମାନେ ସାମିଲ ହୋଇଥିଲେ। 

ବିଭିନ୍ନ ସ୍ଥାନ ରେ କଳସ କୁ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଥିଲା।  ଏଥିରେ ଯାଦବ ସମାଜ ସମେତ ବିଭିନ୍ନ ସମାଜ ର ଲୋକେ ସାମିଲ ହୋଇଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ ହୋଇଥିଲା। ଆସନ୍ତାକାଲି କଳାହାଣ୍ଡି ଜିଲ୍ଲା ଗସ୍ତ କରିବ ବୋଲି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ସୂଚନା ମିଳିଛି।



Edited by k.s thakur...




Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...